ହାରଜିତ୍

                ସେମାନେ ଏପରି କଥାବାର୍ତ୍ତା ହେଉଥିବା ବେଳେ ରାଜାରାମଙ୍କ ଚାକର ସେଇପଟେ ଛେଳିମାନଙ୍କୁ ଅଡାଇ ନେଉଥିଲା । ସୀତାରାମ ତୁରନ୍ତ କହିଲେ, “ଏବେ ମହାଶୟ କୁହ ତ, ଯେଉଁ ଛେଳି ଗୁଡିକ ଯାଉଛନ୍ତି, ସେଗୁଡିକ ତୁମର ନା ନୁହେଁ?”

                ରାଜାରାମ ଗମ୍ଭୀର ସ୍ୱରରେ କହିଲେ, “ହଁ, ସେମାନେ ସବୁ ମୋହରି ଛେଳି ।” ତା’ପରେ ସୀତାରାମ ସେ ଚାକରକୁ ଡାକି କହିଲେ, “ଆରେ ହେ ଦାମା, ଟିକିଏ କହିଦେ ତ, ଏହି ଛେଳିମାନେ କାକୁଡି, ବାଇଗଣ ଇତ୍ୟାଦି ଗଛର ପତ୍ର ଖାଇବେ ନା ନାହିଁ?”

                ଚାକର କହିଲା, “କାହିଁକି ଖାଇବେ ନାହିଁ । ଛେଳି କପାପତ୍ର ଛଡା ଆଉ ସବୁ ପତ୍ର ଖାଇବେ ।”

                ସୀତାରାମ ଚାକରକୁ କହିଲେ “ଆଚ୍ଛା ବାବା ଥରେ ଖୁଆଇ ଦେଖାଇ ଦେ ତ । ତୋ ମୁନିବ ନିଜେ ଦେଖିବେ ।” ନିଜର ଗଛ ନଷ୍ଟ ହେବା ପ୍ରତି ସେ ଆଦୌ ଖାତିର କଲେ ନାହିଁ । କାରଣ ସେ ଗ୍ରାମବାସୀଙ୍କୁ ଦେଖାଇବାକୁ ଚାହୁଁଥିଲେ କି ସେ ତାକୁ ହରାଇଛନ୍ତି ।

ଚାକର ପରିବା ଗଛ ଆଡକୁ ଛେଳିମାନଙ୍କୁ ଅଡାଇ ନେଲା । ଛେଳିମାନେ ବଡ ଆନନ୍ଦରେ ଲାଙ୍ଗୁଳ ହଲାଇ ଚରିଗଲେ । ସେତେବେଳେ ସୀତାରାମ ଭାବିଲେ ତାଙ୍କର ଜିତ୍ । ବଡ ଉତ୍ସାହରେ ତାଳି ବଜାଇ ସେ କହିଲେ, “ଦେଖ ରାଜାରାମ । ନିଜ ଆଖିରେ ଏସବୁ ଘଟଣା ତମେ ଭଲକରି ଦେଖିନିଅ । ଏହାଠାରୁ ଅଧିକ ପ୍ରମାଣ ଆଉ କ’ଣ ଆବଶ୍ୟକ?”

ରାଜାରାମ କହିଲେ, “ମୁଁ ତ କାହିଁ ସେପଟକୁ ଚାହୁଁନାହିଁ?”

ସୀତାରାମ କହିଲେ, “ତେବେ ମାନୁଛ ତ ମୋର ଅଭିଯୋଗ ଠିକ୍?”

ରାଜାରାମ କହିଲେ, “କିପରି ମାନିବି? ମୁଁ ଆରମ୍ଭରୁ କହିଛି ଯେ ଯେପର୍ଯ୍ୟନ୍ତ ମୁଁ ମୋ ନିଜ ଆଖିରେ ନ ଦେଖିଛି, ସେପର୍ଯ୍ୟନ୍ତ ମାନିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।”

ତାଙ୍କର ଏପ୍ରକାର ଉତ୍ତରରୁ ସୀତାରାମ ଭଲ ଭାବରେ ଜାଣିଗଲେ ସେ ସତ କଥା କହୁଛନ୍ତି । ତେଣୁ ସେ ମନେ ମନେ ହାରିଯାଇ ଚୁପ୍ ରହିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ