ପରର ମନ୍ଦ ଚିନ୍ତ ନାହିଁ

ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା । ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ ।

       ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା ।

       ବିଲୁଆ ସେଇ ଗଛମୂଳେ ବସିଛି । ମନେ ମନେ ଭାବୁଥାଏ ଏଠାରେ ବସାବାନ୍ଧି ରହିଲେ ଖାଇବି କ’ଣ? ଚାରିଆଡକୁ ଚାହୁଁ ଚାହୁଁ ହଠାତ୍ ଗଛ ଉପରେ ଥିବା କାଉ ବସାଉପରେ ତା’ର ନଜର ପଡିଗଲା । ମନେ ମନେ ଭାବିଲା କାଉ ବସାରେ ନିଶ୍ଚୟ ଅଣ୍ଡା କି କାଉ ଛୁଆ ଥିବେ । ନହେଲେ କାଉ ତା’ର ବସା ଛାଡି ଯାଉନାହିଁ କାହିଁକି?

       ଏହି କଥା ଭାବି ବିଲୁଆ ନିରୀକ୍ଷଣ କରୁ କରୁ ଦେଖିଲା କାଉ ତା’ର ବସାରେ ଅଣ୍ଡାଗୁଡିକ ଜଗି ବସିଛି । ଅଣ୍ଡାଗୁଡିକ ଦେଖି ତା’ ପାଟିରୁ ଲାଳ ଗଡିଲା । ମନରେ ଭାବିଲା, ଅଣ୍ଡା ତ ଗଛ ଉପରେ, ଖାଇବ କେମିତି? ତାକୁ ଗଛ ଚଢା ଆସୁଥିଲେ ଅବା ଚଢିଯାଆନ୍ତା, ସୁତରାଂ ସେ ଗଛଟିକୁ ଧରି ହଲାଇବାକୁ ଲାଗିଲା । ଅଣ୍ଡା ତଳକୁ ଖସିପଡିଲେ ଖାଇବ ବୋଲି ଠିକ୍ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ