ଶୃଗାଳ ଚତୁରକ କଥା

       ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ । କିଛି ଦିନ ପରେ ସେହି ଓଟଟି ଏକ ଶାବକକୁ ଜନ୍ମ ଦେଲା । ଏହା ଦେଖି ସିଂହ ମହାରାଜ ଅତ୍ୟନ୍ତ ଖୁସି ହୋଇଯାଇ ନବଜାତ ଶାବକଟିକୁ ନିଜ ଘରକୁ ନେଇଗଲେ ।

       ନିଜ ଘରକୁ ନେଇ ଆନନ୍ଦରେ ଲାଳନ ପାଳନ କରିବାକୁ ଲାଗିଲେ । ଶ୍ରଦ୍ଧାରେ ତା’ର ନାମ ଦେଲେ ‘ଶଙ୍କୁକରନ୍’ । ମହାରାଜଙ୍କର ଆଦର ଏବଂ ଯତ୍ନ ପାଇ ଓଟ ଶାବକଟି ଦିନକୁ ଦିନ ବଢିବାକୁ ଲାଗିଲା । ଦିନେ ମହାରାଜ ତାକୁ କହିଲେ, ‘ତୁମେ ଏହି ଜଙ୍ଗଲରେ କାହାରିକୁ ଭୟ କରିବ ନାହିଁ । ସବୁ ସ୍ଥାନରେ ନିର୍ଭୟରେ ବିଚରଣ କରିବ । ଏହିପରି ସେମାନେ ସର୍ବଦା ହସ ଖୁସିରେ ଜୀବନ କଟାଉଥାନ୍ତି । ଜଣେ ଅନ୍ୟକୁ କାହାଣୀ କହି ତା’ର ମନୋରଂଜନ କରୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ