Category - ଜହ୍ନ ମାମୁଁ

ଆଳସ୍ୟ

ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ ଅଳସୁଆ । ଛୁଆଦିନରୁ ମା’ ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି । ପଚିଶବର୍ଷର ଯୁବକ ଦିପହର ହେଲେ ଶେଯରୁ ଉଠିବ । ତା’ ବାପା ସକାଳୁ ଉଠି ଗାଈ ଦୁହିଁ, ଦୁଧ କେତେଜଣଙ୍କ ଘରେ ନାଗୁଆ ଦେଇ ଆସେ ରନ୍ଧାବଢା କରିସାରି କ୍ଷେତକୁ ଯାଏ; ତା’ପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ । ନିତ୍ୟକର୍ମ...

Read More

ବୁଦ୍ଧିମାନ ଭିକାରୀ

ମହିମାପୁରୀର ଗୋଟିଏ ମନ୍ଦିର ପାଖରେ ଜଣେ ଭିକାରୀ କପଡାଟିଏ ବିଛାଇ ତା’ ଉପରେ କାଗଜରେ, “ମୁଁ ଅନ୍ଧ, ଭିଖ ଦିଅ” ଏହା ଲେଖି ସେ ବସିଥାଏ । ଯେଉଁମାନେ ମନ୍ଦିରକୁ ଆସନ୍ତି ତାକୁ ପଢି ଦୟା କରି ସେଠି କିଛି ପଇସା ପକାଇ ଦେଇ ଯା’ନ୍ତି । ଥରେ ଜଣେ ବ୍ୟକ୍ତି ଗୋଟିଏ ଆଠଣି ଦୂରରୁ ପକାଇ ଦେଲେ ଯେ ତାହା କପଡାରେ ପଡି ପୁଣି ଗଡି ଗଡି ଯାଇ ବାହାରେ ପଡିଲା ଭିକାରୀ ନିଜ ସ୍ଥାନରୁ...

Read More

ବିଚିତ୍ର ପୁଷ୍ପ

ଆମ ଦେଶର ଉତ୍ତର ପୂର୍ବ ଦିଗରେ ମାଣିକ୍ୟପୁରୀ ବୋଲି ଗୋଟିଏ ରାଜ୍ୟ ଥାଏ । ସେଠାରେ ପ୍ରତିବର୍ଷ ବସନ୍ତୋତ୍ସବ ବଡ ଆଡମ୍ବର ସହକାରେ ପାଳନ କରାଯାଏ । ବସନ୍ତଋତୁର ଆଗମନରେ କେଉଁଠି ସୁନ୍ଦର ଫୁଲ ଫୁଟେ, କେଉଁଠି ବା ମଧୁର ସ୍ୱରରେ ପକ୍ଷୀମାନେ ଗୀତ ଗା’ନ୍ତି । ସାରା ରାଜ୍ୟଟି ବସନ୍ତର ସ୍ପର୍ଶରେ ସୁନ୍ଦର ହୋଇଉଠେ । ପ୍ରଜାମାନେ ଦୀର୍ଘ ସମୟ ଧରି ସେ ଉତ୍ସବ ପାଳନ କରନ୍ତି ।...

Read More

ରାଣୀ ପସନ୍ଦ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି...

Read More

ସିଦ୍ଧୁର ଅହଂକାର

ରାଜାପୁର ଗ୍ରାମରେ ସିଦ୍ଧୁ ନାମକ ଜଣେ ରାଗୀ ଲୋକ ରହୁଥାଏ । ସେ ପର ଆପଣା ନ ମାନି ରାଗିଯାଇ ଯାହା ଇଚ୍ଛା କହିବ । ବେଳେବେଳେ ସେ ମାରପିଟ ମଧ୍ୟ କରେ । ଗ୍ରାମବାସୀ ତାକୁ ଯେତେ ବୁଝାଇଲେ ମଧ୍ୟ ସେ ମୋଟେ ବୁଝେ ନାହିଁ; ଏଣୁ ସମସ୍ତେ ତା’ଠାରୁ ଦୂରେଇ ରହନ୍ତି । ଥରେ ଚନ୍ଦରା ନାମକ ବ୍ୟକ୍ତିର ମଇଁଷି ସିଦ୍ଧୁର ଖେତ କିଛି ଖାଇଗଲା । ସିଦ୍ଧୁ ତାକୁ ପିଟି ପିଟି ଅଧାମରା...

Read More

ନିର୍ଭୀକ ସଲମା

ପୂର୍ବକାଳରେ ତୁର୍କୀସ୍ଥାନରେ ଅମୀର ଖାଁ ନାମକ ଜଣେ ଲୋକ ଥା’ନ୍ତି । ତାଙ୍କର ସ୍ତ୍ରୀ ମୃତ, ମାତ୍ର କନ୍ୟା ସନ୍ତାନଟିଏ ଥାଏ । ତା’ରି ନାମ ସଲମା । ସଲମା ଏବେ ବଡ ହୋଇ ଗଲାଣି । ପିଲାଦିନରୁ ଭୂତଗପ ଶୁଣି ଶୁଣି ସେ ଭୂତ ପ୍ରେତଙ୍କୁ ଆଦୌ ଡରେ ନାହିଁ । ଦିନେ ତାଙ୍କ ଘରେ ଏକ ଭୋଜୀ ହେଲା । ଅମୀର ଖାଁଙ୍କର ପିଲାଦିନର ସାଙ୍ଗ ଅହମଦ ମଧ୍ୟ ସେଠାକୁ ଆସିଥିଲେ । ସେ ଧନୀ...

Read More

ବୀର ହନୁମାନ

ଶ୍ରୀରାମ ଯେତେବେଳେ ରଥ ଉପରେ ବସି ବାଣ ବର୍ଷଣ କରିବାକୁ ଲାଗିଲେ, ସେତେବେଳେ ରାବଣ କ୍ରୋଧରେ ଜର୍ଜରିତ ହେଲା ଓ ଗନ୍ଧର୍ବାସ୍ତ୍ର ପ୍ରୟୋଗ କଲା । ତାକୁ ଶ୍ରୀରାମ ନିଜର ଶକ୍ତିଶାଳୀ ବାଣ ଦ୍ୱାରା ଖଣ୍ଡବିଖଣ୍ଡ କଲେ । ତା’ପରେ ସେ ଦେବାସ୍ତ୍ର ପ୍ରୟୋଗ କଲା । ତାକୁ ମଧ୍ୟ ଶ୍ରୀରାମ ନିଜ ବାଣରେ କାଟିଲେ ।                 ଏଥର ରାବଣ ଅତିଭୟାନକ ରାକ୍ଷସାସ୍ତ୍ରର ପ୍ରୟୋଗ...

Read More

ଦୁଇବନ୍ଧୁ

ଅରବିନ୍ଦପୁର ଗ୍ରାମରେ ଅତୁଲ ନାମରେ କୋଡିଏ ବର୍ଷ ବୟସର ଯୁବକଟିଏ ଥାଏ; ସେ ଅନେକ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଥିଲା । ଦିନେ ତା’ର ବାପା ତାକୁ କିଛି ଧନ ଦେଇ କହିଲେ, “ପୁଅ, ଏତକ ଧନ ନେଇ ତୋର ବୁଦ୍ଧି ଓ ପ୍ରତିଭା ବଳରେ ଧନ ଅର୍ଜ୍ଜନ କରିବୁ ।” ଅତୁଲ ପିତାଙ୍କର ଆଶିର୍ବାଦ ନେଇ ସହରକୁ ଗଲା । ଯାଉଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେଠାରେ ଗୋଟିଏ ବଡଗଛ ଛାଇରେ ସେ...

Read More

ସୁଧଖୋର୍ ଓ ପିଶାଚ

ଗୋଟିଏ ଗ୍ରାମରେ ଜଣେ ଦୁଷ୍ଟ ସୁଧଖୋର୍ ଲୋକ ଥିଲା । ସେ ଭୂତପ୍ରେତଙ୍କୁ ମଧ୍ୟ ଭୟ କରେ ନାହିଁ । ସେହି ଗ୍ରାମର ଏକ ଦରିଦ୍ର ସ୍ତ୍ରୀକୁ ସେ କିଛି ଟଙ୍କା କରଜ ଦେଇଥିଲା । ସେ ସ୍ତ୍ରୀ ଲୋକଟିର ସ୍ୱାମୀ ମୃତ, ଛଅଟି ଛୁଆ । ସେମାନଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବ ବୋଲି ଘର ବନ୍ଧା ରଖି ମାତ୍ର ତିରିଶଟି ଟଙ୍କା କରଜ କରିଥିଲା । ପରବର୍ଷ ସେ କରଜ ତ ଶୁଝିପାରିଲା ନାହିଁ ।...

Read More

ଭୂତଙ୍କ ସହାୟତା

କନକପୁରର କମଳେଶ ସହରରେ ଚାକିରୀ କରେ । ସେ ପ୍ରତିଦିନ ସକାଳୁ ସହରକୁ ଯାଏ ଓ ସଂଧ୍ୟାରେ ଘରକୁ ଫେରେ । ପିଲାଦିନରୁ ବାପ ମରିଯିବାରୁ, ତା’ର ମା’ ବହୁକଷ୍ଟରେ ତାକୁ ପାଳିପୋଷି ମଣିଷ କରିଛି ।                 କମଳେଶର କଣ୍ଠ ବଡ ମଧୁର ଥିଲା । ଦିନେ ସେ ତା ମା’ଙ୍କର ଅନୁରୋଧରେ ତାଙ୍କୁ ଗୀତ ଗାଇ ଶୁଣାଉଥିଲା । ତା’ର ମା’ ଆଖି ବନ୍ଦ କରି ଶୁଣୁଥିଲେ; ସେ ଏତେ ମୁଗ୍ଧ...

Read More

କୀର୍ତ୍ତିସିଂହ

(ଜୟବର୍ମା, ଜୟସେନ ଦେଇଥିବା ପିତାଙ୍କର ପତ୍ର ପଢିଲେ । ସେହି ପତ୍ରରେ ସେ ଅଦ୍ଭୁତ ହାର ବିଷୟରେ ଲେଖିଥିବା ବିବରଣୀ ପଢିଲେ । କିନ୍ତୁ ସେହି ବିବରଣୀ ଗୁଢାର୍ଥ ପୂର୍ଣ୍ଣ ଥିଲା । ସେଥିରେ ସବୁକିଛି ସାଙ୍କେତିକ ଭାଷାରେ ଦିଆଯାଇଥିଲା । ତେଣୁ ଜୟବର୍ମା ସେସବୁ କିଛି ବୁଝିପାରିଲେ ନାହିଁ । ଏହିପରି ପାଂଚପିଢି ବିତିଗଲା । କିନ୍ତୁ ତା’ର ଅର୍ଥ କେହିବି ବୁଝିଲେ ନାହିଁ ।...

Read More

ସ୍ୱାର୍ଥ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର...

Read More

ଚୋରୀ

ଦାମ ନିଜେ ଦରିଦ୍ର ହେଲେ ମଧ୍ୟ ଧନୀ ବଂଶରେ ତା’ର ଜନ୍ମ । ତା’ ବାପା କୌଣସି ବ୍ୟବସାୟରେ ସବୁ ସମ୍ପତ୍ତି ଉଡାଇ ଦେଲେ ଅଥଚ ସେ ଲାଭବାନ୍ ହୋଇ ପାରିଲେ ନାହିଁ । ଚିନ୍ତାଗ୍ରସ୍ତ ହୋଇ ହୃଦୟ ଦୌର୍ବଲ୍ୟ ଦେଖାଦେଲା ଓ ତାଙ୍କର ମୃତ୍ୟୁ ହେଲା । ସେତେବେଳେ ଦାମର ଚାରିଟି ପିଲା ।                 ହଠାତ୍ ଏତେ ଟଙ୍କା କେଉଁଠୁ ଆସିବ? ଭାବିଲା, ଚାକିରୀ କରିବ । ନିଜ ଗ୍ରାମରେ...

Read More

ଭାଗ୍ୟ

ଗୋବିନ୍ଦର ସଂସାର ଜଞ୍ଜାଳରେ ପୂର୍ଣ୍ଣ । ବାପାଙ୍କର ଦେହଖରାପ । ବଡ ଡାକ୍ତର ଆଣିବାକୁ ହେବ । ମା’ର ସର୍ବଦା ରେଶମୀ ଶାଢି ପିନ୍ଧିବାରେ ଇଚ୍ଛା । ଦୁଇ ଭଉଣୀଙ୍କର ବିବାହ ଦେବାକୁ ହେବ । ଘର ଭାଙ୍ଗିରୁଜି ଗଲାଣି । ଘରପାଇଁ କିଛି କିଛି କାମ ମଧ୍ୟ କରିବାକୁ ହେବ ।                 ଏତେଗୁଡିଏ କାମ ଠିକ୍ ଭାବରେ କରିବାକୁ ହେଲେ ଅନେକ ଟଙ୍କା ତ ଦରକାର । ହେଲେ...

Read More

ମହାଭାରତ

ଶୁକ୍ରାଚାର୍ଯ୍ୟଙ୍କଠାରୁ ବାର୍ଦ୍ଧକ୍ୟର ଅଭିଶାପ ପାଇ ଯଯାତି ବଡ ବ୍ୟସ୍ତ ହେଲେ । ସେ ଶୁକ୍ରାଚାର୍ଯ୍ୟଙ୍କୁ ନିବେଦନ କରି କହିଲେ, “ଆପଣଙ୍କ ଅଭିଶାପ ତ ନିଶ୍ଚୟ ଫଳିବ, ଶର୍ମିଷ୍ଠାର ଇଚ୍ଛା ପୂରଣ ଅର୍ଥ କ’ଣ ମୁଁ ଦେବଯାନୀଙ୍କ ପ୍ରତି କୌଣସି ଭାବରେ ଅନ୍ୟାୟ କରିଛି? ରାଜାମାନଙ୍କର ତ ଅନେକ ସ୍ତ୍ରୀ ଥା’ନ୍ତି । ଆପଣ ଜଣେ କନ୍ୟାର ପିତା ଭାବରେ ଶର୍ମିଷ୍ଠାର ଦୁର୍ଦ୍ଦଶା...

Read More

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ