Category - ଜାତକ କଥା

ଚୁଲ୍ଲପଦୁମ ଜାତକ

ଏକ ସମୟରେ ବୋଧିସତ୍ୱ ରାଜା ବ୍ରହ୍ମଦତଙ୍କର ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ନାମ ଥିଲା ପଦ୍ମକୁମାର । ତାଙ୍କ ପରେ ଏକାଦିକ୍ରମେ ତାଙ୍କର ଛଅଟି ଭାଇ ଜନ୍ମଗ୍ରହଣ କରିଥିଲେ । ସାତଭାଇଯାକ ସମୟକ୍ରମେ ଯୌବନରେ ଉପନୀତ ହୋଇ ବିବାହ କଲେ ଓ ପିତାଙ୍କ ସହିତ ରାଜପୁରରେ ବାସକରିବାକୁ ଲାଗିଲେ ।        ଦିନେ ରାଜା ଦେଖିଲେ...

Read More

ଅଲୀନଚିତ ଜାତକ

ଅତି ପୁରାକାଳରେ ବ୍ରହ୍ମଦତ ବାରାଣସୀରେ ରହି ରାଜ୍ୟ ଶାସନ କରୁଥିଲେ । ବାରାଣସୀଠାରୁ କିଛି ଦୂରରେ ଗଙ୍ଗାତୀରରେ ଗୋଟିଏ ଗ୍ରାମ ଥିଲା । ଏଥିରେ ପାଂଚଶତ ସୂତ୍ରଧର ବାସ କରୁଥିଲେ । ସେମାନେ ଗୃହ ନିର୍ମାଣର ଉପକରଣମାନ ପ୍ରସ୍ତୁତ କରୁଥିଲେ । ଏହି ଉଦ୍ଧେଶ୍ୟରେ ସେମାନେ ନୌକାରେ ବସି କିଛି ଦୂରରେ ଥିବା ଗୋଟିଏ ବନକୁ ଯାଉଥିଲେ । ବନରୁ କାଠ ଆଣି ସେଥିରେ ଗୃହର ବିଭିନ୍ନ...

Read More

ଠେକୁଆ ଏବଂ ଭୂମିକମ୍ପ

ଏକଦା ଗୋଟିଏ ଠେକୁଆ ଗୋଟିଏ ନଡିଆ ଗଛ ମୂଳରେ ରହୁଥାଏ । ପ୍ରତିଦିନ ସେ ଖାଦ୍ୟ ସଂଗ୍ରହ କରିସାରି ତା’ର ଘରକୁ ଫେରେ । ଦିନେ ସେ ସେହି ଗଛ ମୂଳରେ ବିଶ୍ରାମ ନେଉଥିବା ସମୟରେ ସେ ମନେ ମନେ ଭାବିଲା ଯେ ଯଦି କେବେ ଭୂମିକମ୍ପ ହୁଏ ତା’ହେଲେ ଏଇ ପୃଥିବୀ ତ’ ଖଣ୍ଡ ଖଣ୍ଡ ହୋଇଯିବ । ଏହାପରେ ତା’ର ଅବସ୍ଥା କ’ଣ ହେବ? ଏହିପରି ଭାବୁଥିବା ସମୟରେ ଗଛରୁ ଗୋଟିଏ ନଡିଆ ପଡି...

Read More

ମହାନ୍ କିଏ?

ପ୍ରାଚୀନ କାଳରେ ବାରଣାଶୀରେ ‘ବ୍ରାହ୍ମଦତ୍ତ’ ନାମକ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ବଳବାନ୍ ଏବଂ ଶକ୍ତିଶାଳୀ ଥିଲେ । କେବଳ ସେତିକି ନୁହେଁ ଦୟା, ପରୋପକାର ପ୍ରଭୃତି ମହନୀୟ ଗୁଣର ମଧ୍ୟ ଅଧିକାରୀ ଥିଲେ । ତେଣୁ ପ୍ରଜାମାନେ ତାଙ୍କ ରାଜ୍ୟରେ ସୁଖରେ କାଳାତିପାତ କରୁଥିଲେ । ପ୍ରଜାମାନେ ସୁଖରେ କାଳାତିପାତ କରୁଥିବାରୁ ରାଜା ମଧ୍ୟ ଅତ୍ୟନ୍ତ ଖୁସି ଥିଲେ । ତେଣୁ...

Read More

ଫଳନ୍ତି ବୃକ୍ଷ

ବହୁ ପୁରାତନ କାଳର କଥା । ପାହାଡର ପାଦ ଦେଶରେ ଗୋଟିଏ ବଡ ଗାଁ ଥିଲା । ଏହି ଗ୍ରାମର ବାହାରେ ଏକ ସୁନ୍ଦର ବୃକ୍ଷଟିଏ ଥାଏ । ସେହି ବୃକ୍ଷରେ ଫଳ ଭର୍ତି ହୋଇଥାଏ । ବାଟରେ ଯିଏ ଯାଆନ୍ତି ଗଛଟିକୁ ଚାହାଁନ୍ତି । କେତେଜଣ ମଧ୍ୟ ଏତେ ସୁନ୍ଦର ପାଚିଲା ଫଳ ଦେଖି ଲୋଭ ସମ୍ଭାଳି ପାରନ୍ତି ନାହିଁ । ଫଳଟି ଦେଖିବାକୁ ଏତେ ସୁନ୍ଦର ହେଲେ କ’ଣ ହେଲା, ଫଳଟି ଯିଏ ଖାଆନ୍ତି କିଛି...

Read More

ବୁଦ୍ଧିମାନ ବାଳକ

ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ...

Read More

ରାଜ କୁମାରଙ୍କର ପରିବର୍ତ୍ତନ

ପ୍ରାଚୀନ କାଳରେ ଭୀମସିଂହ ନାମରେ ଜଣେ ରାଜା ଥିଲେ । ସେ ଜଣେ ଆଦର୍ଶ ଶାସକ ଥିଲେ । ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥାଆନ୍ତି । ଏହି କାରଣରୁ ଭୀମ ସିଂହଙ୍କ ଉପରେ ପ୍ରଜାମାନେ ସନ୍ତୁଷ୍ଟ ଥିଲେ । ହେଲେ ରାଜାଙ୍କ ମନରେ ସବୁ ସମୟରେ ଗୋଟିଏ ଦୁଃଖ । ଦୁଃଖର କାରଣ ହେଉଛି ରାଜା ନିଃସନ୍ତାନ ଥିଲେ । ପ୍ରଜାମାନେ ରାଜାଙ୍କୁ ଏତେ ଶ୍ରଦ୍ଧା କରୁଥିଲେ ଯେ...

Read More

ବୁଦ୍ଧିର ବଳ

ପ୍ରାଚୀନ କାଳର କଥା । ଥରେ ଲକ୍ଷ୍ମଣପୁର ଗ୍ରାମରେ ବର୍ଷା ହେଲା ନାହିଁ । ବର୍ଷା ନହେବାରୁ ନଈ, ନାଳ, ପୋଖରୀ, କୂଅ ସବୁ ଶୁଖିଗଲା । ଫସଲ ମଧ୍ୟ ନଷ୍ଟ ହୋଇଗଲା । ଏହା ଦେଖି ଗ୍ରାମବାସୀମାନେ ଚିନ୍ତାରେ ପଡିଗଲେ । ସମସ୍ତେ ଏକତ୍ରିତ ହୋଇ ଗ୍ରାମର ମୁଖିଆଙ୍କ ପାଖରେ ପହଁଚିଲେ । ମୁଖିଆଙ୍କୁ କହିଲେ – “ମୁଖିଆ ମହାଶୟ! ଆପଣ ତ ଜାଣୁଛନ୍ତି କିଛି ଦିନ ହେବ ଏଠାରେ ବର୍ଷା...

Read More

ଭାଗ୍ୟର ଖେଳ

ବାରାଣସୀ ସହରରେ ‘ଏକାଗ୍ରତ’ ନାମକ ଏକ ବ୍ୟକ୍ତି ବାସ କରୁଥିଲା । ପ୍ରତିଦିନ ଗଂଗାନଦୀର ଜଳ ମାଟିରେ ଭରି ସେ ଲୋକମାନଙ୍କ ଘରେ ଦିଏ । ସେଥିରୁ ଯାହା ପାଏ ତା’ର ଗୁଜୁରାଣ ମେଂଟାଏ । ଦରିଦ୍ର ହେଲେ କ’ଣ ହେଲା ସେ କେବେ ସେଥିପାଇଁ ମନ କଷ୍ଟ କରେ ନାହିଁ । ସବୁ ସମୟରେ ଖୁସି ଥାଏ । ସମସ୍ତଙ୍କର ସେବା କରିବାକୁ ନିଜର ଧର୍ମ ବୋଲି ଭାବୁଥାଏ । ରାଜାଙ୍କର ମହଲରେ ମଧ୍ୟ...

Read More

ଦୁଇଟି ବୃକ୍ଷର କଥା

       ଅତି ପ୍ରାଚୀନ କାଳର କଥା । ଗୋଟିଏ ଜଙ୍ଗଲରେ ଦୁଇଟି ବୃକ୍ଷ ପାଖା ପାଖି ଥାଆନ୍ତି । ପାଖାପାଖି ଥିବାରୁ ସୂର୍ଯ୍ୟ କିରଣ ଭୂମି ଉପରେ ପଡୁ ନଥାଏ । ତେଣୁ ଜଙ୍ଗଲର ଜୀବଜନ୍ତୁ ମାନେ ସେହି ଗଛ ଛାଇ ତଳେ ପ୍ରତିଦିନ ଆସି ବସନ୍ତି ଏବଂ ଜଙ୍ଗଲରୁ ଶିକାର କରି ଆଣିଥିବା ଜୀବଜନ୍ତୁ ମାନଙ୍କୁ ଖାଆନ୍ତି । ଖାଇ ସାରିବା ପରେ ହାଡ ଗୁଡିକୁ ସେହି ଗଛ ମୂଳରେ ପକାଇ ଦିଅନ୍ତି ।...

Read More

ମୁନିକ ଜାତକ

       ଅନେକ ଦିନ ତଳର କଥା । ବୋଧିସତ୍ୱ ଗୋଟିଏ ବଳଦ ରୂପ ଧରି ଜନ୍ମହୋଇଥିଲେ । ସେ ଗୋଟିଏ ଚାଷୀ ଘରେ ରହୁଥିଲେ । ସେତେବେଳେ ତାଙ୍କର ନାମ ଥିଲା ମହାଲୋହିତ । ତାଙ୍କର ସାନଭାଇର ନାମ ଥିଲା ଚୁଲ୍ଲଲୋହିତ । ଦି’ଭାଇ ଚାଷୀର ବିଲ ହଳକରୁଥିଲେ ଓ ଶଗଡ ଟାଣୁଥିଲେ ।        ଚାଷୀର ଗୋଟିଏ ମେଣ୍ଢା ଥିଲା । ତା’ର ନାମ ମୁନିକ । ମାଲିକ ମୁନିକକୁ ଆଦର କରି ବେଳେ ବେଳେ ଭାତ...

Read More

ନଳପାନ ଜାତକ

ଏକ ବଣରେ ଗୋଟିଏ ବଡ ପୋଖରୀ ଥିଲା । ସେଇ ପୋଖରୀରେ ଗୋଟିଏ ରାକ୍ଷସ ରହୁଥିଲା । କୌଣସି ଜୀବ ପାଣି ପିଇବାକୁ ପୋଖରୀକୁ ଗଲେ ରାକ୍ଷସ ତାକୁ ଧରି ଖାଇଯାଉଥିଲା ।        ସେତେବେଳେ ବୋଧିସତ୍ୱ ଗୋଟିଏ ମାଙ୍କଡରୂପେ ଜନ୍ମହୋଇଥିଲେ । ସେ ମାଙ୍କଡମାନଙ୍କର ଦଳପତି ଥିଲେ । ଦଳର ମାଙ୍କଡମାନେ ତାଙ୍କ କଥା ମାନି ଚଳୁଥିଲେ ।        ଦିନେ ଦଳପତି ବୋଧିସତ୍ୱ ମାଙ୍କଡମାନଙ୍କୁ...

Read More

ଶଶ ଜାତକ

ବୋଧିସତ୍ୱ ଥରେ ଗୋଟିଏ ଠେକୁଆ ରୂପରେ ଜନ୍ମ ହୋଇଥିଲେ । ସେ ଏକ ବଣରେ ରହୁଥିଲେ । ତାଙ୍କର ତିନିଜଣ ମିତ ଥିଲେ । ସେମାନେ ହେଲେ ଗୋଟିଏ ମାଙ୍କଡ, ବିଲୁଆ ଓ ଗୋଟିଏ ଓଧ । ଚାରିମିତ ଏକ ଜାଗାରେ ରହୁଥିଲେ । ସେମାନେ ଦିନବେଳେ ନିଜନିଜର ଖାଦ୍ୟ ଖୋଜିବାକୁ ଚାଲିଯାଉଥିଲେ । ସଞ୍ଜହେଲେ ଫେରିଆସୁଥିଲେ । ତା’ପରେ ସେମାନେ ଗୋଟିଏ ଜାଗାରେ ଏକାଠି ବସୁଥିଲେ । ସେମାନେ ସେତେବେଳେ...

Read More

ସିଂହ ଜାତକ

ବୋଧିସତ୍ୱ ଏକ ଜନ୍ମରେ ସିଂହ ରୂପରେ ଜନ୍ମ ହୋଇଥିଲେ । ସେ ବାରାଣସୀ ରାଜ୍ୟରେ ଥିବା ଏକ ବଣରେ ରହିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ପୁଅର ନାମ ମନୋହର । ପୁଅ ବଡ ହେଲା । ବୋଧିସତ୍ୱ ତା’ର ବାହାଘର କରିଦେଲେ ।        ପୁଅ ମନୋହର ନିତି ବଣକୁ ଯାଉଥିଲା । ମଇଁଷି, ହରିଣ ଓ ଶମ୍ବର କ’ଣ ହେଲେ ମାରି ଆଣୁଥିଲା । ପରିବାରର ସମସ୍ତେ ମିଶି ସେ ମାଂସ...

Read More

କୁକୁର ଜାତକ

ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଏକ କୁକୁର ରୂପେ ବାରାଣସୀରେ ଜନ୍ମ ହୋଇଥିଲେ । ସେ ସହରର ଗୋଟିଏ ବଡ ମଶାଣିରେ ରହୁଥିଲେ । ସେତେବେଳେ ସେ ଥିଲେ ଶହ ଶହ କୁକୁରଙ୍କର ଦଳପତି ।        ଦିନକର ଘଟଣା । ରାଜା ତାଙ୍କ ଘୋଡାଗାଡିରେ ବସି ସହର ବୁଲିବାକୁ ଗଲେ । ସଂଜ ହେବା ପରେ ସେ ନଅରକୁ ଫେରିଆସିଲେ । ଚାକରମାନେ ଘୋଡାମାନଙ୍କର ଲଗାମ୍ ଖୋଲିଦେଇ ସେମାନଙ୍କୁ ନେଇ ଘୋଡାଶାଳରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ