Category - ତେନାଲୀରାମା

ରାଜାଙ୍କର ବିରାଡି

ଏକଦା ରାଜା କୃଷ୍ଣଦେବ ରାୟ ଶୁଣିବାକୁ ପାଇଲେ ଯେ- ତାଙ୍କ ରାଜ୍ୟରେ ମୂଷା ମାନଙ୍କର ଉପଦ୍ରବ ବଢିଚାଲିଛି । ମୂଷା ମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାଜା ଏକହଜାର ବିରାଡି ପାଳିବାପାଇଁ ନିଷ୍ପତି ନେଲେ । ସଂଗେ ସଂଗେ ଏକ ହଜାର ବିରାଡି ଧରା ହୋଇ ଆସିଲେ । ସେମାନଙ୍କୁ ରାଜ୍ୟ ବାସୀଙ୍କ ମଧ୍ୟରେ ବାଂଟିଦିଆଗଲା । ଯେଉଁମାନଙ୍କୁ ବିରାଡି ପାଳିବାକୁ ଦିଆଗଲା...

Read More

ଧାନ କ୍ଷେତ

ଦିନେ ତେନାଲୀରାମା ଖବର ପାଇଲେ ଯେ ରାଣୀ ତିରୁମାଲା ଦେବୀ ହଇରାଣରେ ପଡିଛନ୍ତି ଏବଂ ତେନାଲୀରାମାଙ୍କୁ ସଂଗେ ସଂଗେ ଦେଖା କରିବା ପାଇଁ କହିଛନ୍ତି । ଏ ଖବର ପାଇଲା ମାତ୍ରକେ ତେନାଲୀରାମା ବି ସଂଗେ ସଂଗେ ରାଣୀଙ୍କ ପାଖରେ ଯାଇ ପହଁଚିଗଲେ । ରାଣୀ କହିଲେ, “ଦିନେ ରାଜା କୃଷ୍ଣଦେବ ରାୟ ସ୍ୱ ରଚିତ ନାଟକ ମୋତେ ଶୁଣାଉଥିବା ସମୟରେ ଅସୁସ୍ଥତା ଜନିତ କ୍ଳାନ୍ତି ହେତୁ ମୋତେ...

Read More

ବନ୍ୟା ପୀଡିତ

ଥରେ ବିଜୟନଗର ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେଲା । ତେଣୁ ଚାରିଆଡେ ଖାଲି ପାଣି ଠିଆ ହୋଇଗଲା । ନଦୀରେ ବନ୍ୟା ଆସିଗଲା । ବନ୍ୟା ଜଳ ଗ୍ରାମରେ ପଶିବାରୁ ଝାଟିମାଟି ଘର ଗୁଡିକ ବି ଭାଙ୍ଗିଗଲା । ତା’ ସହିତ ଶହ ଶହ ପଶୁ ବର୍ଷା ପାଣିରେ ଭାସିଗଲେ । ଏମିତିକି ରାସ୍ତାରେ ପାଣି ସୁଅ ବି ଚାଲିଲା । ରାଜା କୃଷ୍ଣଦେବ ରାୟଙ୍କୁ ଏହି ସବୁ ଖବର ମଧ୍ୟ ମିଳିଲା ।...

Read More

ପ୍ରତିଶୋଧ

ତେନାଲୀରାମା ଜାଣିଥିଲେ ଯେ ରାଜା କୃଷ୍ଣଦେବ ରାୟ ବୁଦ୍ଧିମାନ ଏବଂ ଗୁଣବାନ୍ ବ୍ୟକ୍ତିଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରନ୍ତି । ତେଣୁ ସେ ଥରେ ଭାବିଲେ, ରାଜାଙ୍କ ଦରବାରକୁ ଯାଇ ସେ ବା କାହିଁକି ଏହି ସମ୍ମାନର ଭାଗୀଦାର ନ ହୋଇପାରିବେ । କିନ୍ତୁ କୌଣସି କାମ ନଥାଇ ରାଜାଙ୍କ ପାଖକୁ ସେ ଯିବେ ବା କିପରି? ଏହି କଥା ଚିନ୍ତା କରିକରି ସେ ସୁଯୋଗ ଅପେକ୍ଷାରେ ରହିଲେ ।...

Read More

ପୁରସ୍କାର

ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟଙ୍କର ଦରବାରରେ ଦିନେ ପଡୋଶୀ ଦେଶର ଜଣେ ଦୂତ ଆସି ପହଁଚିଲେ । ସେ ଦୂତ ଜଣଙ୍କ ତାଙ୍କ ସାଙ୍ଗରେ ରାଜା କୃଷ୍ଣଦେବରାୟଙ୍କ ପାଇଁ ନାନାଦି ମୂଲ୍ୟବାନ ଉପହାର ମଧ୍ୟ ଆଣି ଥାଆନ୍ତି । ରାଜା ପଡୋଶୀ ରାଜ୍ୟର ଦୂତକୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାରେ କୌଣସି ବି ଅବହେଳା କଲେ ନାହିଁ । ସେ ଦୂତଟି ରାଜାଙ୍କ ପ୍ରାସାଦରେ ଦୁଇ ଦିନ ରହିଗଲେ ।...

Read More

ବଙ୍କୁଲୀ ବାଡି ପ୍ରତି ଭୟ

ଗୋଟିଏ ଗ୍ରାମରେ ଜଣେ ସ୍ତ୍ରୀ ଲୋକ ବାସ କରୁଥିଲା । ସେ ପ୍ରତିଦିନ ଅପରାହ୍ନରେ ତା’ର ସ୍ୱାମୀକୁ ଦଶଥର ଜୋତାରେ ମାରୁଥିଲା ।                 ସେହି ସ୍ତ୍ରୀଲୋକର ଏକ ଝିଅ ମଧ୍ୟ ଥିଲା । ସେ ବିବାହ ଯୋଗ୍ୟା ହେବା ପରେ ତା’ପାଇଁ ବରପାତ୍ର ଖୋଜା ଚାଲିଲା । ସେ ଝିଅଟି ରୂପରେ ଖୁବ୍ ସୁନ୍ଦର ଥିଲା । କିନ୍ତୁ ମା’ ଯେମିତି ଜୋତା ପ୍ରହାର କରେ ସେ ମଧ୍ୟ ଠିକ୍ ସେମିତି...

Read More

ପ୍ରମାଣ

ଯଦି କୌଣସି ଏକ ମିଥ୍ୟା କଥାକୁ ବାରମ୍ବାର ସତ୍ୟ ବୋଲି ଅଭିହିତ କରାଯାଏ କିମ୍ବା ବହୁବ୍ୟକ୍ତି ମିଥ୍ୟାକୁ ସତ୍ୟର ଆଖ୍ୟା ଦିଅନ୍ତି । ତା’ହେଲେ ମିଥ୍ୟା ସତ୍ୟରେ ପରିଣତ ହୋଇଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ ତେନାଲୀରାମାଙ୍କ ବିରୋଧୀମାନେ ଏକ ଷଡଯନ୍ତ୍ର ଆରମ୍ଭ କଲେ ଯେ – ତେନାଲୀରାମାଙ୍କ ବିରୋଧରେ ରାଜାଙ୍କୁ କିଛି କହିବା ପାଇଁ ।                 ସେଥିପାଇଁ...

Read More

ରାଜାଙ୍କର ଶୁଆ

ଦିନେ ରାଜା କୃଷ୍ଣ ଦେବରାୟଙ୍କୁ ଜଣେ ଆଣି ଏକ ଶୁଆ ଉପହାର ସ୍ୱରୂପ ଦେଲେ । ସେ ଶୁଆଟି ମଧ୍ୟ ମିଠା ମିଠା କଥା କହିବା ସଂଗେ ସଂଗେ ଯିଏ ଯାହା ପ୍ରଶ୍ନ କଲେ ମଧ୍ୟ ତା ପ୍ରଶ୍ନର ଉତ୍ତର ଦେଇଦିଏ । ତେଣୁ ରାଜାଙ୍କୁ ସେ ଶୁଆଟି ବହୁତ ଭଲ ଲାଗିଲା ।                 ନିଜର ଜଣେ ବିଶ୍ୱସ୍ତ କର୍ମଚାରୀଙ୍କ ଉପରେ ଶୁଆର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ମହାରାଜ କହିଲେ, “ଦେଖ! ଏ...

Read More

କଠୋର ତପସ୍ୟା

ବିଜୟ ନଗର ରାଜ୍ୟରେ ପ୍ରତିବର୍ଷ ଠାରୁ ଏହି ବର୍ଷ ପ୍ରବଳ ଶୀତ ହେଲା । ରାଜାଙ୍କର ଦରବାରରେ ଏହି ଶୀତକୁ ନେଇ ଦିନେ ଖୁବ୍ ଚର୍ଚ୍ଚା ଚାଲିଲା ।                 ରାଜ ପୁରୋହିତ ମହାରାଜଙ୍କୁ କହିଲେ – “ମହାରାଜ, ଯଦି ଏହି ଶୀତ ଦିନେ ଆମ୍ଭେ ଏକ ଯଜ୍ଞର ଆୟୋଜନ କରିବା, ଯାହା ଫଳରେ କି ଯଜ୍ଞର ଧୂଆଁ ସମଗ୍ର ବାୟୁ ମଣ୍ଡଳକୁ ସ୍ୱଚ୍ଛ କରିଦେବ ।                ...

Read More

ବର୍ଷା ରାଣୀ

ଦିନେ ରାଜା କୃଷ୍ଣଦେବଙ୍କର ଦରବାର ଚାଲିଥାଏ । ସେଠାରେ ତ କୌଣସି ଏକ ବିଷୟକୁ ନେଇ ଚର୍ଚ୍ଚା ଚାଲିଥାଏ । ଠିକ୍ ସେତେବେଳେ ବାହାରେ ବି ରିମ୍ଝିମ୍ ବର୍ଷାର ଶବ୍ଦ ଶୁଭୁଥାଏ ।                 ବର୍ଷାର ଶବ୍ଦ ମହାରାଜଙ୍କୁ ବହୁତ ଆନନ୍ଦ ଦେଉଥାଏ । ଏହାପରେ ରାଜା କୃଷ୍ଣଦେବ ରାୟ ତାଙ୍କର ମନ କଥା ପ୍ରକାଶ କରିବାକୁ ଯାଇ କହିଲେ, “ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବର୍ଷା...

Read More

ରାଜଗୁରୁଙ୍କ ଶତ୍ରୁତା

ତେନାଲୀରାମାଙ୍କ ଚତୁରତା ହେତୁ ତାଙ୍କର ତ ଖ୍ୟାତି ଦିନକୁ ଦିନ ଖାଲି ବଢିବାରେ ଲାଗିଥାଏ । ଏଣେ ତେନାଲୀରାମାଙ୍କର ପ୍ରଶଂସା ରାଜଗୁରୁ ମୋଟେ ସହ୍ୟ କରିପାରୁନଥାନ୍ତି । ସେ ମନେ ମନେ ଖୁବ୍ ବ୍ୟଥିତ ହେଉଥଆନ୍ତି । ରାଜ ସଭାରେ ତେନାଲୀରାମାଙ୍କର ଖ୍ୟାତି ଯେତିକି ଯେତିକି ବଢୁଥାଏ, ରାଜଗୁରୁଙ୍କର ଖ୍ୟାତି ମଧ୍ୟ ସେତିକି ସେତିକି କମୁଥାଏ । ସେତେବେଳେ ତେନାଲୀରାମା ହିଁ...

Read More

ପକ୍ଷୀ ଗଣତି

ରାଜା କୃଷ୍ଣଦେବରାୟ କେବେ କେବେ ତେନାଲୀରାମାଙ୍କୁ ପରୀକ୍ଷା କରିବାପାଇଁ ଅଜବ ପ୍ରଶ୍ନ ପଚାରି ଦିଅନ୍ତି । ଦିନେ ରାଜା ଦରବାରରେ ବସିଥିବା ସମୟରେ ପଚାରିଲେ, “ତେନାଲୀରାମା! ତୁମେ କହିପାରିବ ଆମ ରାଜ୍ୟରେ ମୋଟ୍ ପକ୍ଷୀ ସଂଖ୍ୟା କେତେ?                 ରାଜାଙ୍କ କଥା ଶୁଣି ତେନାଲୀରାମା କହିଲେ, “ଅବଶ୍ୟ କହିପାରିବି ମହାରାଜ । କିନ୍ତୁ ମୋ ଠାରୁ ବହୁତ ବଡ ବଡ ପଣ୍ଡିତ...

Read More

ଚୋର ବୁଦ୍ଧି ଶିଖିଲା

ଥରେ ବିଜୟନଗର ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ତେଣୁ ସେ ନଗର ଭିତରେ ଏବଂ ବାହାରେ ଥିବା ସମସ୍ତ ଗଛ ଶୁଖି ଥୁଂଟା ହୋଇଗଲା । ତେନାଲୀରାମାଙ୍କର ଘର ତୁଙ୍ଗଭଦ୍ରା ନଦୀ କୂଳରେତ’ ଅବସ୍ଥିତ । ତେନାଲୀରାମାଙ୍କ ବଗିଚା ମଧ୍ୟ ଶୁଖି ଶ୍ରୀହୀନ ହୋଇଗଲା । ସେ ବଗିଚା ମଧ୍ୟରେ ଏକ କୂପଟିଏ ମଧ୍ୟ ଥିଲା । ସେହି କୂପରେ ପାଣିଥିଲା । କିନ୍ତୁ ପାଣି ଏତେ ତଳେ ଥିଲା ଯେ କୂପରୁ ପାଣି...

Read More

ଗୁଡର କରାମତି

ଦିନେ ରାଜ ଦରବାରରେ ରାଜାଙ୍କ ସହିତ ରାଜଗୁରୁ ଏବଂ ତେନାଲୀରାମା ବି ଉପସ୍ଥିତ ଥାଆନ୍ତି । ଶୀତ ଦିନ ଥାଏ । ସକାଳେ ତିନିଜଣ ଯାକ ଏକତ୍ରିତ ହୋଇ କୌଣସି ଏକ ବିଷୟରେ ଆଲୋଚନା କରୁଥାଆନ୍ତି । ସେହି ସମୟରେ ରାଜା କହିଲେ – ଶୀତ ଋତୁ ହେଉଛି ସବୁଠାରୁ ଉତ୍କୃଷ୍ଟ ସମୟ । ଏହି ସମୟରେ ଯାହା ଚାହିଁବ ତାହା ଖାଇବାକୁ ପାଇପାରିବ ।                 ଖାଇବା କଥା ଶୁଣି...

Read More

ସବୁଠାରୁ ବଡ ଶିଶୁ

ଦୀପାବଳୀ ନିକଟ ହୋଇ ଆସୁଥାଏ । ରାଜା କୃଷ୍ଣଦେବରାୟ ତାଙ୍କ ରାଜ ଦରବାରରେ କହିଲେ – “ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଦୀପାବଳୀ ବଡ ଧୂମ୍ ଧାମ୍ରେ ପାଳନ କରାଯିବ । ଏପରି ଆୟୋଜନ କରାଯିବ ଯେପରି ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଭାଗ ନେଇପାରିବେ । ରାଜାଙ୍କ କଥା ଶୁଣି ମନ୍ତ୍ରୀ କହିଲେ– “ମହାରାଜ! ଆପଣଙ୍କର ଏହି ପ୍ରସ୍ତାବଟା ତ’ ବହୁତ ଭଲ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ