Category - ମନୋହର କାହାଣୀ

ଅନୁତାପର ନିଆଁ

ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ । ସେ ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ । ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା । କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା । ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ ଏବଂ...

Read More

ଶାଶ୍ୱତର ଆକର୍ଷଣ

କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି  କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର...

Read More

ମାଆଙ୍କ ପାଇଁ ଗହଣା

ଊନବିଂଶ ଶତାଦ୍ଦୀର କଥା । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ବୀରସିଂହ ଗ୍ରାମରେ ନିଜ ମାଆଙ୍କ ସହ ରହୁଥିଲା ବାଳକଟିଏ । ଦିନେ ବାଳକଟିଏ ମାଆଙ୍କୁ କହିଲା – ‘ମାଆ ! ତୁମର କେଉଁ ଗହଣା ପସନ୍ଦ? ତୁମପାଇଁ ଗହଣା ତିଆରି କରିଦେବାକୁ ମୋର ଭାରି ଇଚ୍ଛା । ମୁଁ ବଡ ହୋଇଗଲେ ତୁମ ପାଇଁ ଗହଣା ତିଆରି କରିଦେବି ।’          ମାଆ କହିଲେ – ‘ପୁଅରେ ! ତିନିଟି ଗହଣା ପାଇଁ ମୋର...

Read More

ସଫଳତା

ସଫଳତା ସ୍ୱାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ହାରିଯାଇ ପୁଣି ଜିତିବାର ଅଭୀପ୍ସା ନେଇ ଆଗେଇ ଯିବା ଉଚିତ୍ । ଏପରି ଉଦାହରଣ ଅନେକ କ୍ଷେତ୍ରରେ ଅନେକ ବ୍ୟକ୍ତିଙ୍କ ଜୀବନରେ ଘଟି ଚାଲିଛି । ମହାମୁର୍ଖ କାଳିଦାସ ଦୃଢ ସଙ୍କଳ୍ପ ନେଇ କଠିନ ଅଧ୍ୟବସାୟ ଓ ଆଧ୍ୟାତ୍ମିକ ମନୋବଳ ଦ୍ୱାରା ମାତା ସରସ୍ୱତୀଙ୍କ ଆଶିଷ ପ୍ରାପ୍ତ...

Read More

ଶାଶ୍ୱତ ସନ୍ଦେଶ

ଦିବ୍ୟ ଜୀବନ ମାର୍ଗରେ ଚାଲିବାର ଏହି ଯେଉଁ ମହତ୍ ଆକାଂକ୍ଷା ପୋଷଣ କରିଛନ୍ତି, ଏଥିରୁ ପ୍ରମାଣ ମିଳିଯାଉଛି ଯେ, ଆପଣମାନେ ଅତ୍ୟନ୍ତ ଧନ୍ୟ । ଭଗବାନ୍ କ୍ଷମତାଶୀଳ ଓ କରୁଣାମୟ । ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରଭୁ ନିଶ୍ଚୟ କୃପାବର୍ଷଣ କରନ୍ତି । ପ୍ରଭୁଙ୍କୁ ସତରେ ବିଶ୍ୱାସ କରନ୍ତୁ । ସକଳ ପରିସ୍ଥିତି ଓ ସବୁ...

Read More

ପବିତ୍ର ଜୀବନ

ଜଣେ ଅବଧୁତ ଜଙ୍ଗଲ ଭିତରେ ଯାଉଥିବା ବେଳେ ଦେଖିଲେ ଗୋଟିଏ ବ୍ୟାଧ ତାହାର ଜାଲ ପକାଇ ଜନ୍ତୁଟିକୁ କିଭଳି ଧରିବ ସେଥିପାଇଁ ଏକାଗ୍ର ଭାବରେ ଏକଲୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଚାହିଁ ବସିଛି । ଅବଧୁତ ଜଣକ ପଚାରିଲେ କେଉଁ ବାଟେ ଗଲେ ଏ ଜଙ୍ଗଲ ଆଖପାଖରେ ଗୋଟିଏ ନଈ ବା ପାଣି ମିଳିବ, ମୋତେ ଟିକେ କହିଦେବ, ମୋତେ ଭାରି ଶୋଷ ଲାଗୁଛି । ବ୍ୟାଧ ଜଣକ କିଛି ଶୁଣି ନାହିଁ, ହଲଚଲ...

Read More

ନମ୍ରତା ଶ୍ରେଷ୍ଠ ଭୂଷଣ

ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ...

Read More

କଦମ୍ବ ଓ କାଦମ୍ବିନୀ

 ସତ୍ୟ ଯୁଗର କଥା । କଦମ୍ବ ଓ କାଦମ୍ବିନୀ ଥିଲେ ଭାଇଭଉଣୀ । ବାପା ମାଆ ଛେଉଣ୍ଡ । କଦମ୍ବକୁ ସାତବରଷ ଓ କାଦମ୍ବିନୀକୁ ନଅ ବରଷ ହୋଇଥାଏ । ବାପା ମା’ ଆର ପାରିକୁ ଚାଲିଗଲାପରେ ଦୁନିଆଁ ଏମାନଙ୍କୁ ଅନ୍ଧାର ଦିଶିଲା । କେହି ତାଙ୍କୁ ନିଜର କରିବାକୁ ଆଗେଇ ଆସିଲେ ନାହିଁ । ଭାରି କଷ୍ଟରେ ଏମାନେ ଦିନ କାଟିଲେ । ହେଲେ ଭିକ ମାଗିଲେନି । ସ୍ଥାନୀୟ ମନ୍ଦିରକୁ ଯାଇ ଦେବନୀତି...

Read More

ଗର୍ବ ଚୁନା ହେଲା

ଜଣେ ଫକୀର ଥିଲେ । ଥରେ ତାଙ୍କ ମନକୁ ଏକ ଅଦ୍ଭୁତ ଭାବନା ଆସିଲା ଯେ ଖୁଦା (ଈଶ୍ୱର) ମୋ ଉପରେ ବହୁତ ଖୁସୀ । ମୋ ଠାରୁ ବଳି ତାଙ୍କର ଶ୍ରେଷ୍ଠ ଭକ୍ତ କେହି ନାହାଁନ୍ତି । ସର୍ବଦା ସେ କହୁ ଥାଆନ୍ତି – “ହେ ଖୁଦା ! ଯଦି ମୋ’ ଠାରୁ ବଳି ଆପଣଙ୍କର କେହି ପ୍ରିୟ ଭକ୍ତ ଅଛନ୍ତି ତେବେ ମୋତେ କୁହନ୍ତୁ ମୁଁ ତାଙ୍କୁ ଦର୍ଶନ କରିବି ।          ଖୁଦା ଫକୀରଙ୍କର ଏଭଳି ଅହଂକାର...

Read More

ଭଲ ଓ ଭେଲ

ଏକଦା ସଇତାନମାନଙ୍କର ରାଜା ଜଙ୍ଗଲ ଭିତର ଦେଇ ଯାଉ ଯାଉ ବାଟରେ ଗୋଟିଏ ଆଶ୍ରମ ଦେଖି ସେଠି ଅଟକିଲେ । ସେ ଘୋଡାରୁ ଓହ୍ଲାଇ ନିଜର ରାଜ ପୋଷାକ ଖୋଲି ଜଣେ ସାଧାରଣ ଲୋକ ବେଶ ଧାରଣ କରି ସେହି ଆଶ୍ରମ ମଧ୍ୟକୁ ପ୍ରବେଶ କଲେ । ଆଶ୍ରମ ମଧ୍ୟରେ ପ୍ରବେଶ କରୁ କରୁ ସେ ଜଣେ ଯୁବ ସନ୍ନ୍ୟାସୀଙ୍କୁ ଦେଖିଲେ । ସଇତାନଙ୍କ ରାଜା ତାଙ୍କୁ ଖୁବ୍ କର୍କଶ ସ୍ୱରରେ ଏବଂ ଚଢାଗଳାରେ କହିଲେ...

Read More

ମୂଲ୍ଲାଙ୍କ ଚତୁରତା

ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ ।          ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି...

Read More

ସୁନ୍ଦର କିଏ?

ସେଦିନ ବାହାରେ ଖୁବ୍ ଜୋର୍ରେ ବର୍ଷା ହେଉଥାଏ । ସ୍କୁଲକୁ ଅଧିକାଂଶ ପିଲା ଆସିନଥାନ୍ତି । ରାଜୁ ସାର୍ ସପ୍ତମ ଶ୍ରେଣୀର ପିଲାମାନଙ୍କୁ କହିଲେ, ପିଲାଏ ଆଜି ତୁମମାନଙ୍କର ବୁଦ୍ଧି ପରୀକ୍ଷା କରାଯିବ । କହିଲ ପିଲାଏ ବଗ ସୁନ୍ଦର, ନା କୋଇଲି ସୁନ୍ଦର । ସମସ୍ତ ପିଲା ହାତ ଟେକିଲେ । ରାଜୁ ସାର୍ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରିଲେ, ସମସ୍ତେ କହିଲେ ବଗ ସୁନ୍ଦର । କାରଣ...

Read More

ନିଃସ୍ୱାର୍ଥପର ଲୋକ

ଏକଦା ହିମାଳୟର ପାଦ ଦେଶରେ ଜଣେ ସାଧୁ ବାସ କରୁ ଥାଆନ୍ତି । ସେହି ସାଧୁ ଜଣକ ଦିନକୁ ମାତ୍ର ଥରେ ଲେଖାଏଁ ଖାଦ୍ୟ ଖାଇ ଥାଆନ୍ତି । ଦିନକର ଘଟଣା । ମଧ୍ୟାହ୍ନ ସମୟରେ ସନ୍ଥଙ୍କ ନିକଟରେ ଥିବା ବାଳକଟି ମୁହଁ ହାତ ଧୋଇ ତାକୁ ଦିଆଯାଇଥିବା ଖାଦ୍ୟ ଖାଇବାକୁ ଯାଉଥାଏ । ଠିକ୍ ଏଇ ସମୟରେ ହଠାତ୍ ସାଧୁ ଆସି ବାଳକଟିକୁ ନିର୍ଦେଶ ଦେବା ଭଙ୍ଗୀରେ କହିଲେ ଟିକେ ଅପେକ୍ଷା କର ।...

Read More

ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ

ଏକ ବିରାଟ ଜଙ୍ଗଲକୁ ଲାଗି ଗାଁଟିଏ । ଗାଁଟିର ନାମ ତଳବରାଦ । ସେଇ ଜଙ୍ଗଲ ମଝିରେ ବିରାଟ ପାହାଡଟିଏ । ସେଇ ପାହାଡରେ ଗୋଟିଏ ମହାବଳ ବାଘ ରହେ । ରାତି ହେଲେ ବାଘଟି ପାହାଡରୁ ଓହ୍ଲାଇ ଆସି ଗାଁ ଲୋକ ମାନଙ୍କର ଛେଳି, ବାଛୁରୀ, ମେଣ୍ଢା ପ୍ରଭୃତି ଗୁହାଳରେ ପଶି ଖାଇଯାଏ । ଗାଁ ଲୋକଙ୍କ ମନରେ ଭାଳେଣି ପଡିଲା, ବାଘକୁ କେମିତି ମାରିବେ । ସନ୍ଧ୍ୟା ହେବା ମାତ୍ରେ ଗାଁଟିରେ...

Read More

ମତ୍ସ୍ୟ ସୁନ୍ଦରୀ

ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ