Category - ଆକବର ବିରବଲ

ଆକବର ବିରବଲ

ଆକବର ଯେତେବେଳେ ଯୁବକ ଥିଲେ, ସେ ଥରେ ତାଙ୍କର ବଂଧୁମାନଙ୍କ ସହିତ ଜଂଗଲକୁ ଶିକାର କରିବାକୁ ବାହାରିଲେ । ସେହି ସମୟଟି ଗ୍ରୀଷ୍ମ ସମୟ ଥିଲା । କିନ୍ତୁ ସେମାନେ ଶିକାର ସଂଧାନରେ ଏତେ ମଜ୍ଜିଯାଇଥିଲେ ଯେ, ସେମାନଙ୍କୁ ଖରା କାଟୁ ନଥାଏ । କିଛି ସମୟ ଜଂଗଲରେ ବୁଲିଲେ । ହେଲେ କେଉଁଠାରୁ କିଛି ଶିକାର ମିଳିଲା ନାହିଁ ।          ସେତେବେଳକୁ ସୂର୍ଯ୍ୟ ଆସି ମୁଣ୍ଡ ଉପରେ...

Read More

କୁଆ ଗଣତି

ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ...

Read More

ବୋକା ବ୍ରାହ୍ମଣ କଥା

 ଦିନେ ଜଣେ ବୋକା ବ୍ରାହ୍ମଣ ବିରବଲଙ୍କ ନିକଟରେ ଆସି ପହଁଚିଲେ । ବ୍ରାହ୍ମଣ ଜଣକ ବିଦ୍ୟାବୁଦ୍ଧିରେ ପ୍ରବୀଣ ନଥାଇ ମଧ୍ୟ ସେ ସମସ୍ତଙ୍କ ନିକଟରେ ନିଜକୁ ମହାପଣ୍ଡିତ ବୋଲି ପରିଚୟ ଦିଅନ୍ତି । ସମସ୍ତେ ତାଙ୍କୁ ପଣ୍ଡିତ ବୋଲି ଜ୍ଞାନ କରି ସମ୍ମାନ ପ୍ରଦର୍ଶନ କରନ୍ତୁ, ଏହା ତାଙ୍କର ଇଚ୍ଛା ଥିଲା । କିନ୍ତୁ କେହି ତାଂକୁ ପଣ୍ଡିତର ମର୍ଯ୍ୟାଦା ପ୍ରଦାନ କରୁନଥାନ୍ତି ।...

Read More

ତିନୋଟି ଗଧଙ୍କର ବୋଝ

ଦିନେ ମହାରାଜ ଆକବର ତାଙ୍କର ଦୁଇ ପୁତ୍ରଙ୍କୁ ଧରି ନଦୀରେ ଗାଧୋଇବା ପାଇଁ ମନ କଲେ । ସେଥିପାଇଁ ଦିନ ଧାର୍ଯ୍ୟ ହେଲା । ନିର୍ଦ୍ଦିଷ୍ଟ ଦିନ ଆକବର ଦୁଇ ପୁତ୍ର ଓ ବିରବଲଙ୍କୁ ସାଂଗରେ ନେଇ ଗାଧୋଇବା ପାଇଁ ବାହାରିଲେ । ନଦୀ କୂଳରେ ପହଁଚିବା ପରେ ସେମାନେ ସମସ୍ତେ ନିଜ ନିଜର ବସ୍ତ୍ର ଓହ୍ଲାଇ ବିରବଲଙ୍କୁ ଧରିବା ପାଇଁ ଦେଲେ । ବିରବଲ ସେମାନଙ୍କର ବସ୍ତ୍ର କାନ୍ଧରେ ପକାଇ...

Read More

ସଂଗେ ସଂଗେ ଧରିଆଣ

ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’          ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି...

Read More

ଲୋଭୀ କିଏ?

 ଦିନେ ଆକବର ଠିକ୍ କଲେ ଦରବାରରେ ଥିବା ପାରିଷଦବର୍ଗ ଏବଂ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏକ ଭୋଜି ଦେବେ । ସେଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେଲା । ଭୋଜିଦିନ ନିର୍ଦ୍ଧାରିତ ସମୟରେ ସମସ୍ତେ ଆସି ଗୋଟିଏ ସ୍ଥାନରେ ରୁଣ୍ଡ ହେଲେ । ପ୍ରକୃତପକ୍ଷେ ରାଜା ଆକବରଙ୍କ ଦ୍ୱାରା ପ୍ରଦତ୍ତ ଏହି ଭୋଜିଟି ଭଗବାନଙ୍କ ଉଦ୍ଧେଶ୍ୟରେ ସମର୍ପିତ ଥିଲା । ରାଜାଙ୍କର...

Read More

ଯମୁନା ନଦୀର କାନ୍ଦ

ଥରେ ରାତିରେ ଆକବର ଏବଂ ବିରବଲ ଲାଲ୍କିଲ୍ଲା ଉପରେ ଠିଆ ହୋଇ ଦେଶର ଅବସ୍ଥା ସଂପର୍କରେ ଆଲୋଚନା କରୁଥାଆନ୍ତି । ଯମୁନା ନଦୀ କଳକଳ ନାଦ କରି ବହିଯାଉଥାଏ । ରାତିରେ ନୀରବତା ହେତୁ ଯମୁନା ନଦୀର ନାଦ କିଏ ଜଣେ କାନ୍ଦିବା ପରି ଶୁଭୁଥାଏ ।          ଏହି ସମୟରେ ଆକବର ବିରବଲଙ୍କୁ କହିଲେ – “ବିରବଲ! ଯମୁନା ନଦୀ ଏପରି କାନ୍ଦୁଛି କାହିଁକି?” ଆକବର ଭାବିଥିଲେ ବିରବଲ ଏ...

Read More

ରାସ୍ତାର ବାଙ୍କ

 ଥରେ ପାରସ୍ୟର ସମ୍ରାଟ୍ ଆକବରଙ୍କ ନିକଟକୁ ପତ୍ର ମାଧ୍ୟମରେ ଏକ ପ୍ରଶ୍ନ ପଚାରିଲେ । ପ୍ରଶ୍ନଟି ଥିଲା ଯେ – “ଆଗ୍ରା ନଗରୀର ରାସ୍ତାରେ କେତୋଟି ବାଙ୍କ ଅଛି?”          ପତ୍ରଟି ପାଇବା ପରେ ଆକବର ବିବ୍ରତ ହୋଇପଡିଲେ କି ଉତ୍ତର ଲେଖି ପଠାଇବେ କିଛି ଚିନ୍ତା କରିପାରିଲେ ନାହିଁ । ମନ୍ତ୍ରୀ ମାନସିଂଙ୍କୁ ଡାକି ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ...

Read More

ଚୂଡିର ସଂଖ୍ୟା

 ଦିନେ ଆକବରଙ୍କ ସଭାରେ ସମସ୍ତ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ଥାଆନ୍ତି । ରାଜ୍ୟର ସୁବିଧା ଅସୁବିଧା ସଂପର୍କରେ ରାଜା ସମସ୍ତଙ୍କ ଠାରୁ ପଚାରି ବୁଝୁଥାଆନ୍ତି । ରାଜ୍ୟ ସଂପର୍କରେ ଆଲୋଚନା ସରିବା ପରେ ଆକବର ବିରବଲଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚାହିଁଲେ । ବିରବଲଙ୍କୁ ପଚାରିଲେ – “ବିରବଲ! ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ ତା’ହେଲେ ମୋର ଏଇ ସାଧାରଣ...

Read More

ଈଶ୍ୱର ଏକ

ଦିନେ ଆକବରଙ୍କ ଦରବାରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥାଏ । ଆକବର ବିରବଲଙ୍କୁ ପଚାରିଲେ, ‘ମୁଁ ତ’ ହେଉଛି ଏକ ମୁସଲ୍ମାନ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରେ । ତୁମେ ଜଣେ ହିନ୍ଦୁ ହୋଇଥିବାରୁ ତୁମ ଧର୍ମ ଅନୁସାରେ ଦେବା ଦେବୀଙ୍କୁ ଉପାସନା କର । ସେହିପରି ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ଉପାସନା କରିଥାଆନ୍ତି । କିନ୍ତୁ ହିନ୍ଦୁମାନଙ୍କର କାହିଁକି ଅନେକ...

Read More

ଅଧା ଆଲୋକ ଅଧାଛାଇ

 ଦିନେ ଆକବର କୌଣସି ଏକ ଘଟଣାକୁ ନେଇ ଖୁବ୍ ରାଗିଗଲେ, ଏବଂ ବିରବଲଙ୍କୁ, ଦେଶ ଛାଡି ଚାଲିଯିବାକୁ କହିଲେ । ବିରବଲ ଆକବରଙ୍କୁ କହିଲେ, “ହଜୁର୍! ଆପଣ ମୋତେ ଯେତେବେଳେ ରାଜ୍ୟ ତ୍ୟାଗ କରିଯିବା ପାଇଁ କହିଛନ୍ତି ମାନେ ମୁଁ ଚାଲିଯିବି । ହେଲେ ଆପଣ ମୋତେ ନଡାକିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ ।          ଏହାକହି ବିରବଲ ଚାଲିଗଲେ । କିଛିଦିନ...

Read More

ଚତୁର ପ୍ରଶ୍ନ

ପ୍ରତିଦିନ କିଛିନା କିଛି ଚତୁରତାପୂର୍ଣ୍ଣ ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ କରିବା ଆକବରଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଦିନେ ଦରବାରରେ ସମସ୍ତେ ଉପସ୍ଥିତ ଥିବା ସମୟରେ ଆକବର ହଠାତ୍ ବିରବଲଙ୍କୁ ପଚାରିଲେ, “ବିରବଲ କହିଲ ଦେଖି ସଂସାରରେ କେଉଁ ଶତ୍ରୁକୁ ମଣିଷ ଜୟ କରିପାରି ନାହିଁ?” ବିରବଲ ସଂଗେ ସଂଗେ ଉତ୍ତର ଦେଲେ ‘ମୃତ୍ୟୁ’ ।         ...

Read More

ବୋକାମାନଙ୍କର ତାଲିକା

ଅନ୍ୟ ରାଜାମାନଙ୍କ ପରି ଆକବରଙ୍କର ମଧ୍ୟ ବିଭିନ୍ନ ରକମର ଘୋଡା ପାଳିବା ଏକ ସଉକ୍ ଥାଏ । ସେ ତାଙ୍କର ଘୋଡାଶାଳରେ ଜାତି ଜାତିକା ଘୋଡା ରଖିଥାଆନ୍ତି । ଦିନେ ଜଣେ ବ୍ୟକ୍ତି ସାଂଗରେ କିଛି ଘୋଡାଧରି ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ସଂଗେ ସଂଗେ ଘୋଡା ବେପାରୀକୁ ଉପଯୁକ୍ତ ମୂଲ୍ୟ ଦେଇ ସବୁତକ ଘୋଡା ରଖିଦେଲେ । ଏପରିକି ଆହୁରି ଅଧିକ ଘୋଡା ଆଣିବା ପାଇଁ କିଛି ପଇସା...

Read More

ଓଟ ବେକ ବଙ୍କା

ଥରେ ଆକବର ତାଙ୍କର ମନ୍ତ୍ରୀମାନଙ୍କ ଉପରେ ଖୁସି ହୋଇ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଦେଲେ । ହେଲେ ଦିନ ପରେ ଦିନ ଗଡିଚାଲିଲା । ଆକବର ତାଙ୍କର ଘୋଷଣା ସଂପର୍କରେ ଭୁଲିଗଲେ । ମନ୍ତ୍ରୀ ବିରବଲ କିନ୍ତୁ ଏକଥାକୁ ଠିକ୍ ମନେରଖି ଥାଆନ୍ତି । ରାଜାଙ୍କୁ ତ’ ସିଧା ସଳଖ ପୁରସ୍କାର ମାଗିପାରିବେ ନାହିଁ । ସେଥିପାଇଁ ମନେ ମନେ ସୁଯୋଗ ଅପେକ୍ଷାରେ ଥାଆନ୍ତି ।...

Read More

ମୁଁ ଜଣେ ରାଜଭକ୍ତ

ଦିନେ ଆକବର ଏବଂ ବିରବଲ ଏକତ୍ର ବସି ଭୋଜନ କରୁଥାଆନ୍ତି । ଖାଇବା ସମୟରେ ଆକବର ବାଇଗଣ ପରିବାର ଖୁବ୍ ପ୍ରଶଂସା କଲେ । ଆକବର କହିଲେ, “ବାଇଗଣ ହେଉଛି ଏକ ପୁଷ୍ଟିକର ପରିବା । ଏଥିରେ ପ୍ରଚୁର ପୁଷ୍ଟିକର ଉପାଦାନ ରହିଛି ।” ବିରବଲ ମଧ୍ୟ ଆକବରଙ୍କ କଥାରେ ସମ୍ମତି ପ୍ରଦାନ କଲେ । କିଛିଦିନ ବିତିଗଲା । ଆକବର ବିରବଲ ପୁଣି ଥରେ ଏକାଠି ଖାଉଥାଆନ୍ତି । ଏହି ସମୟରେ ରୋଷେୟା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ