Category - ଜାତକ କଥା

ମଖଦେବ ଜାତକ

ଆଗ କାଳରେ ବିଦେହ ବୋଲି ଏକ ରାଜ୍ୟ ଥିଲା । ତା’ର ରାଜା ଥିଲେ ମଖଦେବ । ତାଙ୍କର ରାଜଧାନୀ ଥିଲା ମିଥିଳା । ସେ ଜଣେ ଅତି ଉଦାର ଶାସକ ଥିଲେ । ପ୍ରଜାମାନଙ୍କୁ ନିଜର ପୁଅ ଭଳି ପାଳୁଥିଲେ । ଧର୍ମକାର୍ଯ୍ୟରେ ତାଙ୍କର ମନ ଥିଲା । ବିଦେହର ପ୍ରଜାମାନେ ଅତି ସୁଖରେ ଥିଲେ ।        ଦିନକର କଥା । ଭଣ୍ଡାରୀ ରାଜାଙ୍କ ବାଳ କାଟିଦେଉଥିଲା । ରାଜା ତାକୁ କହିଲେ – “ଯଦି ମୋ...

Read More

ତଥାଗତ ଓ ପୂର୍ଣ୍ଣମାସୀ

 ଜଣେ ବ୍ୟବସାୟୀଙ୍କର ଏକମାତ୍ର ଝିଅଟିଏ ଥିଲା । ସେ ଝିଅଟିର ନାମ ପୂର୍ଣ୍ଣମାସୀ । ନିଜ ଇଚ୍ଛା ଅନୁଯାୟୀ ବିବାହ କରିବାରୁ ପିତାମାତା ତାଙ୍କୁ ଘରୁ ତଡିଦେଇଥିଲେ । ସମୟ କ୍ରମେ ସେ ବିବାହ କରି ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ । ହଠାତ୍ ଦିନେ ପୂର୍ଣ୍ଣମାସୀଙ୍କର ମନକୁ ଆସିଲା – “ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଦୀର୍ଘ ଦିନପରେ ହୁଏତ ବାପା ମା’ ଏହି ଦୁଇ...

Read More

ଶ୍ରେଷ୍ଠ ବ୍ୟକ୍ତି

ଦିନକର କଥା ବୁଦ୍ଧଦେବ ନିଜର ଶିଷ୍ୟମାନଙ୍କ ସହିତ ପରିଭ୍ରମଣ କରୁଥାନ୍ତି । ଠିକ୍ ସେହି ସମୟରେ ଜଣେ ଶିଷ୍ୟ ବୁଦ୍ଧଦେବଙ୍କୁ ପ୍ରଶ୍ନ ଛଳରେ କହିଲେ, ଗୁରୁଦେବ ଏହି ପୃଥିବୀରେ ଶ୍ରେଷ୍ଠ ବ୍ୟକ୍ତି କିଏ? ଟିକିଏ ହସି ଦେଇ ବୁଦ୍ଧଦେବ କହିଲେ ଏହି ପୃଥିବୀରେ ଚାରିପ୍ରକାର ବ୍ୟକ୍ତି ଅଛନ୍ତି । ପ୍ରଥମ ବ୍ୟକ୍ତି :- ଯେଉଁମାନେ କି ନିଜର ମଙ୍ଗଳ ଚିନ୍ତା କରନ୍ତି ନାହିଁ ବା...

Read More

ପରନ୍ତପ ଜାତକ

ଏକଜନ୍ମରେ ବୋଧିସତ୍ୱ ବାରାଣସୀର ରାଜା ବ୍ରହ୍ମଦତଙ୍କ ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମିଥିଲେ । ଯଥାସମୟରେ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହୋଇ ସେଠାରେ ବିବିଧ ଶାସ୍ତ୍ରରେ ପାରଦର୍ଶିତା ଲାଭକଲେ । ଏହାଛଡା ସେ ନିଜର ଗୁରୁଙ୍କଠାରୁ ଏକ ବିଶିଷ୍ଟ ବିଦ୍ୟା ଶିକ୍ଷା କରିଥିଲେ । ଏହା ଫଳରେ ସେ ପଶୁପକ୍ଷୀଙ୍କର କଥା ମଧ୍ୟ ବୁଝିପାରୁଥିଲେ ।...

Read More

ଅନନୁଶୋଚିୟ ଜାତକ

ଥରେ ବୋଧିସତ୍ୱ ବାରାଣସୀର ଏକ ଧନୀ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟକାଳ ସୁଖରେ ଅତିବାହିତ ହୋଇଥିଲା । ବୟସର ବୃଦ୍ଧି ହେବାରୁ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହେଲେ ଓ ସେଠାରେ ସୁଯୋଗ୍ୟ ଅଧ୍ୟାପକଙ୍କର ଶିଷ୍ୟ ହୋଇ ଶିକ୍ଷାଲାଭ କଲେ । ଶିକ୍ଷା ସମାପ୍ତ ହେବାରୁ ସେ ଗୁରୁଙ୍କର ଅନୁମତି ନେଇ ପିତାମାତାଙ୍କ ନିକଟକୁ ଫେରିଆସିଲେ ।...

Read More

ସୁବର୍ଣ୍ଣହଂସ ଜାତକ

ଏକଦା ବ୍ରହ୍ମଦତ ବାରାଣସୀ ରାଜ୍ୟରେ ରାଜତ୍ୱ କରୁଥିବା ସମୟରେ ବୋଧିସତ୍ୱ ଏକ ବ୍ରାହ୍ମଣର ପୁତ୍ରରୂପେ ଜନ୍ମିଥିଲେ । ବୟଃପ୍ରାପ୍ତ ହେବାରୁ ସେ ଜଣେ ବ୍ରାହ୍ମଣର କନ୍ୟାକୁ ବିବାହ କଲେ । କାଳକ୍ରମେ ତାଙ୍କର ତିନୋଟି କନ୍ୟା ଜାତହେଲେ । ସେମାନଙ୍କର ନାମ ଥିଲା ନନ୍ଦ, ମନ୍ଦାବତୀ ଓ ସୁନ୍ଦରୀନନ୍ଦା । ବୋଧିସତ୍ୱ ଇହଧାମ ତ୍ୟାଗ କରିବାରୁ ପ୍ରତିବେଶୀ ଓ ବନ୍ଧୁମାନେ...

Read More

ଦିପ ଜାତକ

ଏକ ସମୟରେ ବୋଧିସତ୍ୱ ମଗଧର ଗୋଟିଏ ଧନଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଧନିକର ସନ୍ତାନ ହୋଇଥିଲେହେଁ ସେ ବିଳାସବ୍ୟସନଠାରୁ ଦୂରରେ ରହିଥିଲେ ଓ ସକଳପ୍ରକାର କାମନା ତ୍ୟାଗ କରି ତପସ୍ୟାରେ ନିଯୁକ୍ତ ରହିଥିଲେ । ହିମାଳୟର ଏକ ଗହ୍ୱରରେ ଦୀର୍ଘକାଳ ତପସ୍ୟା କରିବା ପରେ ସେ ରାଜଗୃହକୁ ଆସି ସେଠାରେ ଗୋଟିଏ ପତ୍ରକୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ ।...

Read More

ଅସଦିସ ଜାତକ

ଏକ ସମୟରେ ବୋଧିସତ୍ୱ ବାରାଣସୀରେ ରାଜା ବ୍ରହ୍ମଦତଙ୍କ ପଟ୍ଟମହିଷୀଙ୍କ ଗର୍ଭରୁ ତାଙ୍କର ପ୍ରଥମ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ନବଜାତ ପୁତ୍ରଟିର ସୌନ୍ଦର୍ଯ୍ୟ ଅତୁଳନୀୟ ଥିଲା । ତାଙ୍କ ସଦୃଶ ସୁନ୍ଦର ଶିଶୁ ଦେଖାନଥିବାରୁ ତାଙ୍କର ନାମ ରଖାଯାଇଥିଲା ଅସଦୃଶ କୁମାର । କ୍ରମେ ଶିଶୁଟି ବୃଦ୍ଧି ପ୍ରାପ୍ତ ହୋଇ ପିତାମାତାଙ୍କର ମନୋହରଣ କରିବାକୁ ଲାଗିଲା । ଶିଶୁଟିର...

Read More

ବୀରକ ଜାତକ

ରାଜା ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିବା ସମୟରେ ଥରେ ବୋଧିସତ୍ୱ ସେହି ବାରାଣସୀରେ ବୀରକ ନାମକ ଏକ ପାଣିକୁଆ ରୂପରେ ଜନ୍ମଗ୍ରହଣ କରିଥିଲେ । ସେ ଗୋଟିଏ ପୁଷ୍କରିଣୀ ତୀରରେ ବାସ କରୁଥିଲେ । ଏହି ସମୟରେ ରାଜ୍ୟରେ ଭୟାନକ ଦୁର୍ଭିକ୍ଷ ହେଲା । ଲୋକେ ଖାଦ୍ୟାଭାବରେ ବଡ କଷ୍ଟ ପାଇବାକୁ ଲାଗିଲେ । ନିଜେ ଖାଇବାକୁ ପାଉନଥିବାବେଳେ ଲୋକେ କାକବଳି, ଭୂତବଳି ପ୍ରଭୃତି...

Read More

ଧମ୍ମଦ୍ଧଜ ଜାତକ

ଏକଦା ଯଶପାଣି ନାମକ ରାଜା ବାରାଣସୀରେ ରାଜତ୍ୱ କରୁଥିଲେ । ତାଙ୍କର ସେନାଧ୍ୟକ୍ଷଙ୍କର ନାମ ଥିଲା କାଳକ । ବୋଧିସତ୍ୱ ଏହି ରାଜାଙ୍କର କୁଳପୁରୋହିତ ହୋଇଥିଲେ । ସେତେବେଳେ ତାଙ୍କର ନାମଥିଲା ଧର୍ମଧ୍ୱଜ । ଧର୍ମଧ୍ୱଜ ରାଜାଙ୍କର କେବଳ ପୁରୋହିତ ନଥିଲେ । ରାଜକାର୍ଯ୍ୟରେ ମଧ୍ୟ ସେ ରାଜାଙ୍କୁ ପରାମର୍ଶ ଦେଉଥିଲେ । ସେହିପରି ସେନାଧ୍ୟକ୍ଷ ମଧ୍ୟ ପ୍ରଜାମାନଙ୍କର ହାରିଗୁହାରି...

Read More

ଚୁଲ୍ଲଧନୁଗ୍ଗହ ଜାତକ

ଏକ ସମୟରେ ବୋଧିସତ୍ୱ ଶକ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେ ସମୟରେ ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିଲେ । ସେହି ବାରାଣସୀରେ ଜଣେ ବ୍ରାହ୍ମଣଙ୍କର ଗୋଟିଏ ପୁତ୍ର ଥିଲା । ବ୍ରାହ୍ମଣ ପୁତ୍ରଟିକୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରସିଦ୍ଧ ତକ୍ଷଶିଳାକୁ ପଠାଇଦେଲେ । ସେଠାରେ ସେ ବିବିଧ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିବା ସଂଗେ ସଂଗେ ଜଣେ ଆଚାର୍ଯ୍ୟଙ୍କଠାରୁ...

Read More

ତତ୍କଳ ଜାତକ

କାଶୀ ରାଜ୍ୟର ଗୋଟିଏ ଗ୍ରାମରେ ଜଣେ ଲୋକର ବଶିଷ୍ଠକ ନାମରେ ଏକମାତ୍ର ପୁତ୍ର ଥିଲା । ବଶିଷ୍ଠକ ତାହାର ପିତାମାତାଙ୍କୁ ପୋଷଣ କରୁଥିଲା । କିଛିକାଳ ପରେ ମାତା’ର ମୃତ୍ୟୁ ହେଲା ଓ ସେ ବିବାହ କଲା । ସେ ଏବେ ବୃଦ୍ଧ ପିତା ଓ ପତ୍ନୀକୁ ପୋଷଣ କଲା । ତା’ର ଗୋଟିଏ ପୁଅ ମଧ୍ୟ ହେଲା; କିନ୍ତୁ ପୂର୍ବପରି ତାହାର ଘରେ ଶାନ୍ତି ରହିଲାନାହିଁ । ପ୍ରତିଦିନ ସ୍ତ୍ରୀ ତାକୁ କହିବାକୁ...

Read More

ଅଣ୍ଡଭୂତ ଜାତକ

ବାରାଣସୀରେ ବ୍ରହ୍ମଦତ ନାମରେ ଜଣେ ରାଜା ଥିଲେ । ତାଙ୍କର ପାଟରାଣୀଙ୍କ ଗର୍ଭରେ ବୋଧିସତ୍ୱ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ବୋଧିସତ୍ୱ ବୟଃପ୍ରାପ୍ତ ହେବାରୁ ଗୁରୁଙ୍କ ନିକଟରୁ ବିବିଧ ଶାସ୍ତ୍ର ଶିକ୍ଷାକରି ପାରଙ୍ଗମ ହେଲେ ଓ ପିତାଙ୍କ ମୃତ୍ୟୁ ପରେ ରାଜସିଂହାସନ ଆରୋହଣ କଲେ । ତାଙ୍କର ନ୍ୟାୟପୂର୍ଣ୍ଣ ଶାସନରେ ରାଜ୍ୟରେ ସର୍ବତ୍ର ସୁଖଶାନ୍ତି ବିଦ୍ୟମାନ ଥିଲା ।...

Read More

ଦଧିବାହନ ଜାତକ

ଅତି ପ୍ରାଚୀନ କାଳରେ କାଶୀ ରାଜ୍ୟରେ ଚାରୋଟି ଭାଇ ଥିଲେ । ସେମାନଙ୍କ ମଧ୍ୟରେ ସ୍ନେହ ଓ ସଦ୍ଭାବ ରହିଥିଲା । ସଂସାର ଅନିତ୍ୟ; ସୁଖ ବୋଲି ଯାହାକୁ ଲୋକେ କହନ୍ତି, ତାହା ପ୍ରକୃତରେ ଦୁଃଖର ନାମାନ୍ତର ମାତ୍ର । ଏହିପରି ବିଚାରି ଚାରିଭାଇଯାକ ସନ୍ନ୍ୟାସ ଅବଲମ୍ବନ କଲେ । ଗ୍ରାମ ଓ ସହର ତ୍ୟାଗକରି ସେମାନେ ହିମାଳୟର ପାଦଦେଶରେ ଚାରୋଟି କୁଟୀର ନିର୍ମାଣ କରି ସେଥିରେ ବାସ...

Read More

ଖରପୁତ ଜାତକ

ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ ।        ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ