Category - ବତ୍ରିଶ ସିଂହାସନ

ବତ୍ରିଶ ସିଂହାସନ

ପ୍ରାଚୀନ କାଳରେ ଚକ୍ରବର୍ତ୍ତି ମହାରାଜା ବିକ୍ରମାଦିତ୍ୟଙ୍କ ଶାସନ ସମୟକୁ ସ୍ୱର୍ଣ୍ଣଯୁଗ ବୋଲି କୁହାଯାଉଥିଲା । ତାଙ୍କ ରାଜଧାନୀର ନାମ ଥିଲା ଉଜ୍ଜୟିନୀ । ତାଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ବୀରତ୍ୱ, ସାହାସ, ବଳିଦାନ, ଧର୍ମଧାରଣା, ନ୍ୟାୟ, ପରୋପକାର, ସହିଷ୍ଣୁତା, ଗୁଣଗ୍ରାହୀତା, ବନ୍ଧୁବତ୍ସଳତାର ପଟ୍ଟାନ୍ତର ନାହିଁ । ଅମିତ ଯଶ ଗୌରବର ଅଧିକାରୀ...

Read More

ରତ୍ନ ମଞ୍ଜରୀ କଥା

ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା:        ବହୁ ପୁରୁଣା କାଳର କଥା ।...

Read More

ଚିତ୍ରଲେଖା କଥା

ପରଦିନ ପୁଣି ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ଦ୍ୱିତୀୟ ପୁତ୍ତଳିକା ଚିତ୍ରଲେଖା ମୁର୍ତିମତୀ ହୋଇ ଆଗରେ ପଥ ଓଗାଳି କହିଲା “ମହାରାଜ! ଟିକିଏ ରୁହନ୍ତୁ, ଆଗ ମୋ କଥା ଶୁଣନ୍ତୁ ତାପରେ ବିଚାର କରି ଦେଖନ୍ତୁ ଆପଣ ଏଥିପାଇଁ ଉପଯୁକ୍ତ କି ନୁହେଁ । ତାପରେ ଯାହା କରିବେ ।        ଭୋଜରାଜଙ୍କ ପାଦ ଅଟକି ଗଲା । ଚିତ୍ରଲେଖା କହି...

Read More

ଚନ୍ଦ୍ରକଳା କଥା

ତୃତୀୟଦିନ ସକାଳେ ଭୋଜରାଜ ସ୍ନାନତର୍ପଣାଦି ସାରି ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ତୃତୀୟ ପୁତ୍ତଳିକା ଛିଡାହୋଇ ତାଙ୍କର ରାସ୍ତା ଅବରୋଧ କରି କହିଲା, “ମହାରାଜ! ମୁଁ ଚନ୍ଦ୍ରକଳା କହୁଛି, ଆପଣ ଏ ସିଂହାସନର ଲୋଭ ମନରୁ ପୋଛି ଦିଅନ୍ତୁ । କାରଣ ଆପଣ କେବେ ବିକ୍ରମାଦିତ୍ୟଙ୍କ ପରି ନ୍ୟାୟବିଚାର ଦେଇ ପାରିବେ ନାହିଁ । ତଥାପି ମୁଁ ଯାହା କହୁଛି ଶୁଣନ୍ତୁ ଏବଂ...

Read More

କାମ କନ୍ଦଳା କଥା

ପରଦିନ ମହାରାଜ ଭୋଜ ଯେତେବେଳେ ସିଂହାସନରେ ଆରୋହଣ କରିବାକୁ ଉଦ୍ୟତ ହେଲେ, ସେତେବେଳେ ଚତୁର୍ଥ ପୁତ୍ତଳିକା କାମକନ୍ଦଳା ମୂର୍ତ୍ତି ସାଜି ଠିଆ ହେଲା ଏବଂ ବାଟଓଗାଳି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କର ଯେତେ ପ୍ରକାରର ସଦ୍ଗୁଣ ରହିଥିଲା ଆପଣଙ୍କର ସେଥିରୁ କାଣିଚାଏ ଅଛିକି? ମୋ କଥା ଥରେ ଶୁଣନ୍ତୁ ଏବଂ ମନେମନେ ବିଚାର କରି ଦେଖନ୍ତୁ, ଆପଣ ଉପଯୁକ୍ତ କି ନୁହଁନ୍ତି ।...

Read More

ଲୀଳାବତୀ କଥା

ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ...

Read More

ରବିଭାମା କଥା

ପରଦିନ ଯେତେବେଳେ ମହାରାଜ ଭୋଜ ସିଂହାସନ ଉପରେ ପାଦ ଥାପିଲେ ସେତେବେଳେ ଷଷ୍ଠ ପୁତ୍ତଳିକା ରବିଭାମା ତାଙ୍କର ରାସ୍ତା ଅବରୋଧ କରି କହିଲା, “ମଣିମା! ଆଗ ମୋ କଥା ଶୁଣନ୍ତୁ । ତା’ପରେ ନିଷ୍ପତି ନେବେ ଯେ ଆପଣ ଏ ସିଂହାସନରେ ବସିବା ପାଇଁ କେତେଦୂର ଉପଯୁକ୍ତ । ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ଆପଣ କେଉଁ ଗୁଣରେ ସମକକ୍ଷ ।”        “ମୋ ନାମ ରବିଭାମା । ମୁଁ ଆପଣଙ୍କୁ...

Read More

କୌମୁଦୀ କଥା

ଛଅଦିନ କାଳ ଯେତେ ଚେଷ୍ଟା କଲେ ମଧ୍ୟ ମହାରାଜ ଭୋଜ ବିକ୍ରମାଦିତ୍ୟଙ୍କ ସେଇ ତଥାକଥିତ ଚମତ୍କାରୀ ସିଂହାସନରେ ବସିବାତ ଦୂରର କଥା ସେଥିରେ ଥିବା ପାହାଚରେ ପାଦ ଥାପିବା ମାତ୍ରେ କଣ୍ଢେଇମାନଙ୍କର କାହାଣୀ ଶୁଣି ନିଜକୁ ଅସହାୟ ମଣି ଫେରି ଆସିଲେ । ଦୁଃଖ ଅବଶୋଷରେ ମନ ତାଙ୍କର ଘାଂଟି ହେଲା । ମନ୍ତ୍ରୀ, ପାରିଷଦମାନେ ଚିନ୍ତିତ ହୋଇପଡିଲେ । ରାଜ ପରାମର୍ଶ ଦାତାଙ୍କୁ ଡକାଇ...

Read More

ପୁଷ୍ପବତୀ କଥା

ଅଷ୍ଟମଦିନ ସକାଳେ ଭୋଜରାଜ ସ୍ନାନତର୍ପଣ ସାରି ସିଂହାସନରେ ଆରୋହଣ କରିବା ସକାଶେ ପାଦ ଥାପିବା ମାତ୍ରେ ପୁତ୍ତଳିକା ପୁଷ୍ପବତୀ ଛିଡାହୋଇ କହିଲା, “ମହରାଜ! ମୁଁ ଜାଣେ ଆପଣ ଜଣେ ଯଶସ୍ୱୀ, ଗୁଣବାନ୍ ଏବଂ ପ୍ରଜାପାଳକ । ତଥାପି ରାଜରାଜେଶ୍ୱର ବିକ୍ରମାଦିତ୍ୟଙ୍କ ଆତ୍ମୀୟତା, ପୁରୁଷାର୍ଥ ଏବଂ ଜନକଲ୍ୟାଣ ସମ୍ପର୍କୀୟ ଏ କାହାଣୀ ଶୁଣନ୍ତୁ ଏବଂ ତା’ପରେ ବିଚାର କରି ଦେଖନ୍ତୁ...

Read More

ମଧୁମାଳତୀ କଥା

ପରଦିନ ଭୋଜରାଜ ସିଂହାସନ ପାଖରେ ପହଁଚିବାକ୍ଷଣି ପୁତ୍ତଳିକା ମଧୁମାଳତୀ ଉଠିପଡି କହିଲା, “ମହାରାଜ! ସିଂହାସନରେ ବସିବା ପାଇଁ ଏତେ ବ୍ୟଗ୍ର ହୁଅନ୍ତୁ ନାହିଁ । ଇଏ ଏମିତି ସେମିତି ସାଧାରଣ ସିଂହାସନ ନୁହେଁ । ଖୋଦ୍ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଏହା ଉପରେ ବସି ପ୍ରଜାପାଳନ କରୁଥିଲେ । ଏଥିରେ ବସିବା ପାଇଁ ତାଙ୍କଭଳି ମହାଦାନୀ, ପ୍ରଜାନୁରଞ୍ଜନ ଓ ପରାକ୍ରମୀ ହେବା...

Read More

ପ୍ରଭାବତୀ କଥା

ଦଶମଦିନ ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଅନୁକୂଳ କରି ସିଂହାସନରେ ଆରୋହଣ କରିବା ପୂର୍ବରୁ ଦଶମ ପୁତ୍ତଳିକା ପ୍ରଭାବତୀ ମୂର୍ତ୍ତିମତୀ ହୋଇ କହିଲା, “ମହାରାଜ! ଆପଣ ପ୍ରଥମେ ମୁଁ ଯେଉଁ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିବେଚନା କରି ଦେଖନ୍ତୁ, ଆପଣ ବିକ୍ରମାଦିତ୍ୟଙ୍କ ସହିତ କେଉଁ କେଉଁ ଗୁଣରେ ସମକକ୍ଷ ଏବଂ ଉପଯୁକ୍ତ ମନେକଲେ ସିଂହାସନରେ ବସନ୍ତୁ ।”...

Read More

ତ୍ରିଲୋଚନା କଥା

ଏକାଦଶଦିନ ପ୍ରଭାତରେ ନିତ୍ୟ କର୍ମାଦି ଶେଷକରି ସିଂହାସନ ପାଖରେ ଉପସ୍ଥିତ ହୋଇ ଉପବେଶନ କରିବାପାଇଁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ତ୍ରିଲୋଚନା ତାଙ୍କ ସାମ୍ନାକୁ ଆସି କହିଲା, “ମହାରାଜ! ମୁଁ ତ୍ରିଲୋଚନା । ଦୀର୍ଘକାଳ ଧରି ମୁଁ ମହାରାଜ ବିକ୍ରମାଦିତ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଛି । ତାଙ୍କଭଳି ଜଣେ ଦାନୀ, ତ୍ୟାଗୀ, ମହାଜ୍ଞାନୀ...

Read More

ପଦ୍ମାବତୀ କଥା

ଦ୍ୱାଦଶଦିନ ସିଂହାସନ ନିକଟରେ ପହଁଚିବାକ୍ଷଣି ପରବର୍ତ୍ତି ପୁତ୍ତଳିକା ପଦ୍ମାବତୀ ଛିଡା ହୋଇ କହିଲା, “ମୁଁ ପଦ୍ମାବତୀ । ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ସେବିକା । ତାଙ୍କ ପରି ପରାକ୍ରମୀ, ପରୋପକାରୀ ତଥା ତ୍ୟାଗୀ ସୁପୁରୁଷ ସୃଷ୍ଟିରେ ବିରଳ । ତଥାପି ଆପଣ ମୋ କଥା ଶୁଣନ୍ତୁ ଏବଂ ନିଜେ ନିଜେ ବିଚାର କରନ୍ତୁ ଯେ ଆପଣ ତାଙ୍କ ସହିତ ସମକକ୍ଷ ତ ସିଂହାସନରେ ବସନ୍ତୁ ।...

Read More

କୀର୍ତିମତୀ କଥା

ତ୍ରୟୋଦଶ ଦିନ ଭୋଜରାଜଙ୍କୁ ସିଂହାସନ ପାଖରେ ଦେଖି ପରବର୍ତ୍ତି ପୁତ୍ତଳିକା କୀର୍ତିମତୀ କହିଲା, “ଆପଣ ଥରେ ନିଜକୁ ମହାଦାନୀ ସୁଶାସକ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ନିଜକୁ ତଉଲି ଦେଖନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି ସିଂହାସନରେ ବସିବା ପାଇଁ । ସେ ଏକ କାହାଣୀ ମଧ୍ୟ ଶୁଣାଇଲା ।        ଦିନେ ମହାରାଜା ବିକ୍ରମାଦିତ୍ୟ ନିଜର...

Read More

ସୁନୟନା କଥା

ଚତୁର୍ଦ୍ଦଶ ଦିନ ପ୍ରଭାତରେ ରାଜା ଭୋଜ ପ୍ରସ୍ତୁତ ହୋଇ ସିଂହାସନ ନିକଟରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ସୁନୟନା ଉଭା ହୋଇ କହିଲା, “ଆଗ ମୋଠୁ ମହାରାଜ ବିକ୍ରମାଦିତ୍ୟଙ୍କ ନ୍ୟାୟ ବିଚାର ଏବଂ ବୀରତ୍ୱର ଏକ କାହାଣୀ ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ ଏଇ ସିଂହାସନରେ ବସିବା ପାଇଁ କେତେଦୂର ଯୋଗ୍ୟ । ତା’ପରେ ଆରୋହଣ କରନ୍ତୁ ।        ମହାରାଜା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ