Category - ମନୋହର କାହାଣୀ

ମାଙ୍କଡ ଏବଂ ଘଂଟି

ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ...

Read More

ଗୋ-ପାଳକର ପତ୍ନୀ

ଗୋଟିଏ ଗ୍ରାମରେ ଶହ ଶହ ଗାଈ ଗୋରୁଙ୍କୁ ନେଇ ଗୋଟିଏ ପିଲା ବାସ କରୁଥାଏ । ସେ ନିତୀ ଗାଈ ଗୋରୁମାନଙ୍କୁ ଚରାଇବାକୁ ଯାଏ । ଗାଈ ଗୋରୁ ମାନଙ୍କର ସେବାଯତ୍ନରେ ତାର ସମୟ କଟିଯାଏ । ଘରେ ତାର ସୁନ୍ଦରୀ ପତ୍ନୀ ଏକାକୀ ରହୁଥାଏ । ଗୋପାଳକର ଘର ପାଖରେ ଗ୍ରାମର ମୁଖିଆଙ୍କ ଘର । ଘରେ ଯାବତୀୟ କାମ ଶେଷ କରି ଗୋପାଳକର ପତ୍ନୀ ମୁଖିଆଙ୍କ ଘରକୁ ଯାଏ । ମୁଖିଆ ମଧ୍ୟ ଗୋପାଳକର...

Read More

ଲାବଣ୍ୟବତୀ

ବହୁ ପୁରାକାଳର କଥା । କାନ୍ୟକୁବ୍ଜ ନାମକ ଗୋଟିଏ ଦେଶ ଥିଲା । କାନ୍ୟକୁବ୍ଜର ରାଜା ‘ତୁଙ୍ଗବଳ’ ନାମକ ଏକ ଯୁବକଙ୍କୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ । ‘ତୁଙ୍ଗବଳ’ ଦେଖିବାକୁ ଯେପରି ସୁନ୍ଦର, ସେହିପରି ମଧ୍ୟ ଧନବାନ୍ । ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସଂପାଦନ କରୁଥାଆନ୍ତି । ଦିନେ ତୁଙ୍ଗବଳ ରାସ୍ତାରେ ଚାଲି...

Read More

ମିଠା କଥାର ମହତ୍ୱ

ଗୋଟିଏ ଗ୍ରାମରେ ଏକ ବଢେଇଟିଏ ବାସ କରୁଥିଲା । ସେ ତା’ର ସ୍ତ୍ରୀ ଗୋଟିଏ ଚରିତ୍ରହୀନ ବୋଲି ଜାଣିଥିଲା କିନ୍ତୁ ତା’ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତା’ର ସ୍ତ୍ରୀକୁ କିଛି କହିପାରୁନଥାଏ । ଯେ ପର୍ଯ୍ୟନ୍ତ ସେ ନିଜ ଆଖିରେ ନ ଦେଖିଛି ସେ ପର୍ଯ୍ୟନ୍ତ ସେ ସ୍ତ୍ରୀ କୁ ବା’ କ’ଣ କହିବ?          ଦିନେ ସେ ତା’ର ସ୍ତ୍ରୀକୁ କହିଲା ମୁଁ ଏକ ଜରୁରୀ କାମରେ ସହରକୁ ଯିବି...

Read More

ଗୁରୁଭକ୍ତି

ଋଷି  ଧୌମ୍ୟଙ୍କର ଆଶ୍ରମରେ ରହି ଅନେକ ଗୁଡିଏ ଛାତ୍ର ବିଦ୍ୟାଶିକ୍ଷା କରୁଥିଲେ । ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ । ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତିଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି ।         ଦିନକର କଥା, ସେଦିନ ପ୍ରବଳ ବର୍ଷା...

Read More

ଶୁଣା କଥାକୁ ବି ବିଶ୍ୱାସ କରାଯାଏ

 ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – “ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।” ଏକଥା ଶୁଣି ପଣ୍ଡିତେ କହିଲେ – “ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର...

Read More

ଯେପରି କର୍ମ ସେପରି ଫଳ

 ଗୋଟିଏ ରାଜ୍ୟରେ ଜଣେ ବଡ ଜମିଦାର ଥିଲେ । ସେ ଥିଲେ ଅତି ନିଷ୍ଠୁର, ଗର୍ବୀ ଓ ଅହଙ୍କାରୀ ବ୍ୟକ୍ତି କିନ୍ତୁ ତାଙ୍କର ସ୍ତ୍ରୀ ଥିଲେ ଦୟାଶୀଳା, କ୍ଷମାଶୀଳା ଓ ବୁଦ୍ଧିମତୀ । ଦୁହିଁଙ୍କର ଚରିତ୍ର ଓ ଆଚରଣରେ ଆଦୌଁ ମେଳ ନଥିଲା । ତାଙ୍କର ଅମାପ ସମ୍ପତ୍ତି ଥିଲେ ମଧ୍ୟ ସେ ନିଃସନ୍ତାନ ଥିଲେ । ସେଇ କାରଣରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ବହୁତ ଦୁଃଖୀ ଥିଲେ ।         ଦିନେ...

Read More

ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ

ଅନେକ ଦିନ ତଳର କଥା । କୋଶଳ ଦେଶର ଗୋଟିଏ ରାଜ୍ୟରେ ଜଣେ ସାଧବ ଥିଲେ । ତାଙ୍କର ଧନ ସମ୍ପତ୍ତିରେ କୌଣସି ଅଭାବ ନଥିଲା । ହେଲେ ତାଙ୍କର ଏକୋଇର ବଳା ବିଶିକେଶନ ମାତ୍ର ଗୋଟିଏ ପୁଅ ଥିଲା । ପୁଅଟି କିନ୍ତୁ ଭାରି ଚଗଲା । ଚାଲିଗଲା ଶଗଡରେ ହାତ ମାରିଦିଏ । ସାଧବ ତାକୁ ଯେତେ ଆକଟ କଲେ ମଧ୍ୟ ସେ କାହାରି କଥା ମାନେନାହିଁ । ଦିନକୁ ଦିନ ତା’ର ବୟସ ବଢିବା ସହିତ ଚଗଲାମିର...

Read More

ଦୁର୍ଜ୍ଜନ ସଙ୍ଗର ଫଳ

ଗାଁର ଶେଷମୁଣ୍ଡରେ ଗୋଟିଏ ମନ୍ଦିର । ମନ୍ଦିର ପାଖରେ ଗୋଟିଏ ବିରାଟ ପୋଖରୀ । ପୋଖରୀ ଚାରିପଟେ ଗୁଡାଏ ବଡ ବଡ ଗଛମାନ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ସେହି ଗଛରେ ଗୋଟିଏ କାଉ ବସା ବାନ୍ଧି ରହିଥାଏ । ସେହି ପୋଖରୀରେ ଗୋଟିଏ ହଂସ ରହିଥାଏ । କାଉ ଓ ହଂସ ନିଜ ନିଜର ସୁଖରେ ରହିଥାଆନ୍ତି । ଦିନେ ଦୁଇ ଜଣଙ୍କ ମଧ୍ୟରେ ସାକ୍ଷାତ ହେବାରୁ ଦୁହେଁ ସାଙ୍ଗ ହୋଇଗଲେ ।...

Read More

କୁକୁଡାର ନାଲିଚୁଳ

 ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ । ସେ ଗାଁଟିର ନାମ ଡଅଁରମୁହଁ । ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା । ସେହି ଚାଷୀଟିର ଗୋଟିଏ ଗାଈ ଥିଲା । ସେହି ଗାଈର ଗୋଟିଏ ଅତି ଗେହ୍ଲା ବାଛୁରୀ ଥିଲା । ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧି ଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା କଂଟାଣିଆ ପଡିଆ ଜମିକୁ ନେଇଯାଏ...

Read More

କୋକିଶିଆଳି ଲାଞ୍ଜ ଧଳା

ଅନେକ ଦିନ ତଳର କଥା । ତଳ ବରାଦ ଗ୍ରାମ ପାଖରେ କଂଟାଣିଆ ପଡିଆ ଶେଷମୁଣ୍ଡକୁ ରହୁଥିଲା କୋତରୀ ବୁଢୀଟିଏ । ତା’ର ଘର ଚାରି ପାଖରେ ଘଂଚ ଜଙ୍ଗଲ । ବୁଢୀର କିଛି ଛୁଆ ପିଲା ନଥିଲେ । ସେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଛେଳି, କୁକୁଡା ଓ ଗାଈଟିଏ ପାଳିଥାଏ । ବୁଢୀଟି କୋତରୀ ହେଲେ କ’ଣ ହେବ, ବହୁତ କଠିନ ପରିଶ୍ରମ  କରୁଥିଲା । ଛେଳି, କୁକୁଡା ଓ ଗାଈ ରହିବା ଲାଗି ତା’...

Read More

ଦୁଃଖର ଅଶ୍ରୁ

 ଗୋଟିଏ ରାଜ୍ୟରେ ଥିଲେ ଜଣେ ରାଜା । ସେ ଥିଲେ ଭାରି ଖିଆଲି । ଥରେ ତାଙ୍କ ମୁଣ୍ଡରେ ସବାର ହେଲା ଗୋଟିଏ ନିଶା । ସେ କେମିତି ଏ ବିଶ୍ୱର ସବୁଠାରୁ ଭଲ ରାଜା ହେବେ । ତେବେ ତାହା କେମିତି ସମ୍ଭବ ହେବ, ସେ ବାବଦରେ କୌଣସି ଲୋକ ତାଙ୍କୁ ବିଶେଷ କିଛି ସୂତ୍ର ପ୍ରଦାନ କରି ପାରିଲେ ନାହିଁ । ରାଜା ଯେତେ ନମ୍ର, ଭଦ୍ର ବା ଦୟାଶୀଳ ହେବାକୁ ଚାହିଁଲେ ବି ବେଶୀ ସମୟ ସେଭଳି...

Read More

ପାପ ଓ ପୁଣ୍ୟ

ଏକଦା ଗୋଟିଏ ଆଶ୍ରମରେ ଗୁରୁଙ୍କୁ ଜଣେ ମହିଳା ପଚାରିଲେ, ମହାଭାଗ ମୁଁ ସବୁଦିନ ପରିବା କାଟି ରୋଷେଇ କରୁଛି । ଜାଣୁଛି ପରିବା ଭିତରେ ପୋକ ଅଛନ୍ତି । କିନ୍ତୁ ସେମାନଙ୍କୁ ମାରିବାକୁ ପଡୁଛି । ଏଇଟା କ’ଣ ପାପ ପର୍ଯ୍ୟାୟରେ ଯିବ?          ଗୁରୁ ଏହା ଶୁଣି କହିଲେ, ତେବେ ଏ କଥାଟି ଶୁଣ । ଥରେ ସ୍ୱାମୀ ଯୋଗାନନ୍ଦ ପରମହଂସ ମହାରାଜ ଜର୍ମାନି ଯାଇଥିଲେ । ସେଠାରେ ତାଙ୍କ...

Read More

ସତ୍ସଙ୍ଗର ଫଳ

 ଜଣେ ଚୋର ଥିଲା, ମୃତ୍ୟୁ ସମୟ ନିକଟ ହୋଇଆସିବାରୁ ସେ ତା’ର ପୁଅକୁ ଡାକି କହିଲା ଚୋରି କରିବା ସମୟରେ କୌଣସି ଧର୍ମସ୍ଥଳୀ (ଉପାସନା ପୀଠ) ଧର୍ମଶାଳା ଭିତରେ ପଶିବୁ ନାହିଁ । ଯଦି ଧରାପଡୁ ଯେତେ ପିଟାପିଟି କଲେ ମଧ୍ୟ କୌଣସି ପରିସ୍ଥିତିରେ ଦୋଷ ସ୍ୱୀକାର କରିବୁ ନାହିଁ । ଏହାର କିଛି ଦିନପରେ ଚୋରଟି ମରିଗଲା । ପୁଅ, ବାପାଙ୍କ ଭଳି ପ୍ରାୟତଃ ଚୋରି କଲା । ଦିନେ ଚୋରି...

Read More

ବ୍ୟକ୍ତିର ଶ୍ରେଷ୍ଠତ୍ୱ

ଏକଦା ରାଜା ଶିକାର କରିବାକୁ ବାହାରିଲେ । ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ । ଜଙ୍ଗଲ ଟିକେ ଦୂରରେ ଥିଲା । ଭାରି ଶୋଷ ଲାଗିଲା ରାଜାଙ୍କୁ । ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡିଆ । କୁଡିଆ ବାହାରେ ଥିଲା ପାଣି ମାଠିଆ । ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ । ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ – “ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗିଆଣ ।”         ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ