Category - ରାଜକୁମାରୀଙ୍କ କାହାଣୀ

Stories of princess in Odia

ବୁଦ୍ଧିମତୀ ରାଜକୁମାରୀ

କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ । ରାଜା ବି ତାଙ୍କ ଝିଅ କଥାରେ ସମ୍ମତି...

Read More

ଦ୍ୱାଦଶ ରାଜକୁମାରୀ କାହାଣୀ

ସେହିଦିନ ସେହି ସଞ୍ଜ । ସେହି ବଉଳ ଫୁଲିଆ ନିରୋଳା ପବନ । ମନ ଭିତରେ ଗୁମୁରି ଉଠୁ ଥାଏ କେତେ ରାଇଜର କେତେ ରାଜକୁମାରୀଙ୍କ କାହାଣୀ । ଆଗରେ ପୁଣି ଥାଏ ରଜ ପର୍ବ । ଗାଁର ଝିଅମାନେ ଯେମିତି ସିହରି ଉଠୁ ଥାନ୍ତି ଦୋଳି ଖେଳିବାକୁ । ଠିକ୍ ସେହି ସମୟରେ ଗଣିଆ ବୋଉ ମାଲ୍ୟାଣୀ ସେହି ଝିଅମାନଙ୍କୁ କେବଳ ଟାହି ଟାପରା କରି କହୁଥାଏ ମରମ ଛିଣ୍ଡା କଥାରୁ ପଦେ ପଦେ । ସେହି...

Read More

ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଖଡାଖ ବୈଶାଖଡ ମାସ । କଡାକଡି ଖରା ତାପରେ ଲୋକେ ସିଝି ଯାଉଛନ୍ତି । ଇଚ୍ଛା ହେଲେ ପବନ ଧଡାଧଡ ଚାଲେ, ନୋହିଲେ ନାହିଁ । ବିନା ମଶାରୀରେ ଗଡାପଡ ହେଲେ ଫଡାଫଡ ମଶା ଲାଗନ୍ତି । ତା ପରେ ଚଡାଚଡ ଚାପୁଡା ବି ଚାଲେ । ସଡାସଡ ଝାଳ ମଧ୍ୟ ବାହାରେ । ମନ ବିଷେଇ ଉଠେ ।                 ଆଗକୁ ଥାଏ ଚନ୍ଦନ ଯାତ । ଲୋକେ ମଉଜ କରିବାକୁ ସଜବାଜ ହେଉ ଥାନ୍ତି । ମହାକ୍ଷେତ୍ର...

Read More

ବନଲତା କୁମାରୀ ଚରିତ

ବନଲତା ଯାଇ ଯେଉଁ କିନ୍ନର ରଥରେ ପଡିଲା ତା’ର ନାମ  ସୁନନ୍ତକ । ସେ ଏଭଳି ମୋହିନୀ ବିଦ୍ୟା ଜାଣେ ଯେ ଯାହାକୁ ପାରେ ତାକୁ ସେ ଆଖି ପିଛୁଳା ମାତ୍ରେ ବଶ କରିଦିଏ । ଘରେ ତା’ର ସ୍ତ୍ରୀ ଅଛି । ସତୀ ମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠା ନାରୀ ସେ । ସେ ମାଛିକୁ ମ ବୋଲି କହେନି କି ହଲିଲା ପାଣିରେ ଗୋଡ ମଧ୍ୟ ପୁରାଏନି । ପରର ଦୁଃଖ ଦେଖିଲେ ସତେ ଯେମିତି ତା’ ଆଖିରୁ ଲୁହ ଗଡି...

Read More

ପୁଷ୍ପାକୁମାରୀ କାହାଣୀ

ପୁଷ୍ପା କୁମାରୀ ଫୁଲ ଗଛଟିଏ ହୋଇ ସେହି ମନ୍ଦିର ଦ୍ୱାରେ ସେମିତି ରହିଥାଏ । ଆପଣା ଛାଏଁ ସେଥିରେ ଫୁଲ ଫୁଟେ ପୁଣି ଝଡି ପଡେ ମଧ୍ୟ । ଯଦି ଭଅଁର କି ମହୁମାଛି କେହି ସେ ବୃକ୍ଷ ନିକଟକୁ ଆସନ୍ତି ତେବେ ସେ ସଙ୍ଗେ ସଙ୍ଗେ ତା ଫୁଲକୁ ଲୁଚାଇ ଦିଏ । ସେମାନେ ପୁଷ୍ପକୁ ନଦେଖି ସେହି ଗଛଠାରୁ ନିରାଶରେ ଫେରନ୍ତି । ସେଦିନ କାହିଁକି କେଜାଣି ଜଣେ ବାଟୋଇ ରାଜାପୁଅ ହଠାତ୍ ଆସି...

Read More

ନନ୍ଦିତା କୁମାରୀ କାହାଣୀ

କାମସେଣୀ ପର୍ବତରେ ବାମଦେବ ଋଷିଙ୍କ ଆଶ୍ରମ ଥାଏ । ଧର୍ମକାକର ପରାମର୍ଶ ନେଇ ନନ୍ଦିତା ଯାଇଥାଏ ସେଇଠିକି । ନନ୍ଦିତା ଫଳ ଗଛ ହୋଇ ଭଲ ଭଲ ଫଳ ଫଳାଏ, ପାଚେ, ସକାଳୁ ଗୋଟିଏ ଝଡେ, ସଂନ୍ଧ୍ୟାକୁ ବି ଆଉ ଗୋଟିଏ ଝଡେ । ବାମଦେବ ଋଷି ଏସବୁ ଦେଖି ଜାଣି ପାରନ୍ତି ଯେ, ଝିଅଟି ଖୁବ୍ ଭକ୍ତିରେ ଆମକୁ ଏ ଫଳ ଦେଉଛି । ତେଣୁ ସେହି ଝିଅଟିର ଭକ୍ତିକୁ ବେଖାତିର ନକରି ୠଷିବର ଗୋଟାଇ...

Read More

ରାଜକୁମାରୀ ବିଚିତ୍ରା

ଗଡ ମଧୁପୂର ବୋଲି ଖଣ୍ଡିଏ ରାଜ୍ୟ । ସେହି ରାଜ୍ୟଟି ଆକାରରେ ବେଶି ବଡ ନ ହେଲେ ମଧ୍ୟ ଏତେ ଛୋଟ ବି ନୁହେଁ । ରାଜା ଶ୍ରୀ ବିଶ୍ୱଜିତ ସିଂହ ସେଠାରେ ରାଜପଣ କରନ୍ତି । ସେ ପୁଣି ପ୍ରବଳ ପ୍ରତାପୀ । ତେଣୁ ସେ ବହୁତ ସୈନ୍ୟ ସାମନ୍ତ ନିଜ ସଙ୍ଗେ ରଖିଥାନ୍ତି । ଯୁଦ୍ଧ କାର୍ଯ୍ୟ ପଡିଲେ ମାତି ଉଠନ୍ତି ସେମାନେ ଠିକ୍ ଭୀମସେନ ପରି । ତାଙ୍କ ନାଁ ଶୁଣିଲେ ଅନ୍ୟାନ୍ୟ ରାଜ୍ୟର...

Read More

ଚାରୁ କୁମାରୀ କାହାଣୀ ।

ପୋଛିକୋଟ ବୋଲି ଖଣ୍ଡିଏ ଛୋଟିଆ ରାଜ୍ୟ । ବୈତରଣୀ ନଦୀ କୂଳରେ ଅନେକ କୋଶ ବାଟ ଛଡା । ବଣ ଜଙ୍ଗଲରେ ପରିପୂର୍ଣ୍ଣ । ସେଠିକାର ଚାଷ ଜମି ମାନଙ୍କରେ ବଢିଆ ଫସଲ ହୁଏ । ଲୋକମାନେ ଖୁସିରେ ଚଳନ୍ତି । ଦେଢୀ ମହାଜନୀ ଲଗାନ୍ତି । କେହି କାହାକୁ ବି ଆଶ୍ରା କରନ୍ତିନି । ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ଚଳନ୍ତି । ଅଭାବ ସିନା ମଣିଷ ଜୀବନରେ ଆଘାତ ଦେଇ ତାକୁ ଆଗେଇ ଦିଏନି, ଯାହାର...

Read More

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଡର ନାମ ଡମପଡା । ସେ ରାଜ୍ୟ ଖଣ୍ଡିକ ଖୁବ୍ ବିଖ୍ୟାତ । ସେଠାକାର ରାଜାଙ୍କ ନାମ ମହାମର୍ଦ୍ଦରାଜ ସିଂହ । ତାଙ୍କର ଥିଲେ ଯୋଡିଏ ରାଣୀ । ଗୋଟିଏ ଥିଲେ ବାଙ୍କୀଗଡ ଝିଅ, ଆଉ ଗୋଟିଏ ଥିଲେ ସରଣ୍ଡା ଗଡ ଝିଅ । ବାଙ୍କି ଝିଅଙ୍କ ନାମ କୁସୁମବତୀ, ଆଉ ସେ ସରଣ୍ଡା ଗଡର ଝିଅର ନାମ ସରୋଜବତୀ । ଦିହେଁଯାକ ଦେଖିବାକୁ ଖୁବ୍ ସୁନ୍ଦରୀ । ରାଜା ବି ଉଭୟ ରାଣୀଙ୍କୁ ସମାନ ଦୃଷ୍ଟିରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ