Category - ବିଦେଶୀ ଗଳ୍ପ

ରାକ୍ଷସ ଓ ସାହସୀ ପିଲା

ଗୋଟିଏ ଗାଁରେ ଦୁଇଜଣ ଭାଇ ଭଉଣୀ ରହୁଥିଲେ । ଭାଇର ନାମ ଅୟୁତା ଓ ଭଉଣୀଟିର ନାମ ଆଦାମା । ଭାଇ ସାନ, ଆଉ ଭଉଣୀ ବଡ । ସେ ପିଲା ଦୁଇଟିଙ୍କର ବାପ, ମା ହଠାତ୍ ରୋଗରେ ପଡି ମରିଗଲେ । ଏତେବଡ ଦୁନିଆଁରେ ସେମାନଙ୍କର ଆଉ କେହି ବି ସାହା ଭରସା ରହିଲେ ନାହିଁ । ଏ ଅନାଥ ପିଲା ଦୁଇଟିଙ୍କୁ ଗରିବ ଗ୍ରାମବାସୀ ବା କି ସାହାଯ୍ୟ କରି ପାରିବେ?                 ତେଣୁ ଦିନେ ସେ...

Read More

ଦୁଷ୍ଟା ଦାସୀ

ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ...

Read More

ଗୁଣ୍ଡୁଚି ପିଠିରେ ଗାର

ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ ।                 ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ...

Read More

ବାହାଘର ପାଇଁ ତିନୋଟି ସର୍ତ୍ତ

ଆବିଓଲା ଯେମିତି ସୁନ୍ଦରୀ ସେମିତି ଗୁଣର ଝିଅ । ଘର କାମରେ ମଧ୍ୟ ଧୁରନ୍ଧର । ଅନେକ ଯୁବକ ସେ ଆବିଓଲାକୁ ବିବାହ କରିବାକୁ ଇଚ୍ଚାକଲେ । କିନ୍ତୁ ଝିଅ ଯଦି ବାହା ହୋଇଯାଏ, ତେବେ ଘରକାମ କିଏ ତୁଲାଇବ? ଏହିକଥା ଭାବି କୃପଣ ବାପ ତା’ଝିଅ ଆବିଓଲାକୁ ମୋଟେ ବାହା ଦେଉନଥିଲା । ଧୀରେ ଧୀରେ ସେ ଆବିଓଲାର ସବୁ ସାଙ୍ଗ ଝିଅମାନେ ବାହା ହୋଇଗଲେ । କୃପଣ ବୁଢାର ଢଙ୍ଗ ଦେଖି...

Read More

ଠେକୁଆ ଓ ମହୁଫେଣା

ଦିନେ ସକାଳୁ ନିଦରୁ ଉଠି ଠେକୁଆ ଦେଖିଲା ଯେ, ତା’ଘରେ ଖାଇବାକୁ କିଛି ବି ନାହିଁ । ତା’ ପିଲାମାନେ ଭୋକରେ ଖାଲି ଆଉଟୁପାଉଟୁ ହେଉଛନ୍ତି । ପିଲାଙ୍କ ବିକଳ ଆଉ ସହି ନପାରି ଠେକୁଆ କିଛି ଖୋଜିବାକୁ ବାହାରି ପଡିଲା । ବାଟରେ ସେ ଦେଖିଲା ଗୋଟିଏ ବଡ ଗଛ । ଗଛ ଗଣ୍ଡିରେ କୋରଡ ଅଛି । ଭାବିଲା କୋରଡ ଭିତରେ ଯଦି ମହୁମାଛିମାନେ ଫେଣା କରିଥାନ୍ତି? ତେବେ ତ ବଢିଆ କଥା ।...

Read More

କୁହୁକ ଢୋଲ

ଗୋଟିଏ ଗାଁରେ ଇକସ୍ ନାମରେ ଜଣେ ଲୋକ ଥିଲା । ତାର ଗୋଟିଏ ଛୋଟ ଝିଅ । ନାଆଁ ତାର ଇବାନ୍ । ବାପାମାଆଙ୍କର ସେ ବଡ ଗେହ୍ଲା । ସୁନ୍ଦରିଆ ଝିଅଟିଏ ।                 ଇବାନ୍ର ବାପା ପ୍ରତିଦିନ ସକାଳୁ କ୍ଷେତକୁ ବାହାରି ଯାଏ । ଏଣେ ମାଆ ଝିଅ ଘରେ ରହି ଘର କାମ ସବୁ ତୁଲାନ୍ତି । ଓପରଓଳି ମାଆ କ୍ଷେତକୁ ଯାଏ । ଆଉ ଏ ବାପଝିଅ ଘରେ ରହନ୍ତି । ବାପା ଝିଅକୁ ଲୁଗାବୁଣା...

Read More

ହଜାରେ ବାଲ୍ଟି ପାଣି

ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ...

Read More

ସ୍ୱର୍ଗ ଓ ନର୍କର କାହାଣୀ

ଅନ୍ତିମ ଶଯ୍ୟାରେ ଶୋଇଛନ୍ତି ଜଣେ ମଣିଷ । ସେ କିନ୍ତୁ ସାଧୁ କି ସନ୍ୟାସୀ ନୁହଁନ୍ତି । ଖାଲି ଜଣେ ଭଲ ମଣିଷ । ଭଲ ମଣିଷ ମାନେ ଆଉ କଣ? ଅନ୍ୟର ଅନିଷ୍ଟ ନ କରିଲେ ତ ଜଣେ ଭଲ ମଣିଷ ହୁଏ । ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ସମସ୍ତେ ତାଙ୍କ ଚାରିପାଖେ ଘେରି ବସିଚନ୍ତି । ଶେଷ ସମୟ ହୋଇଗଲା ଜାଣି କେହି ଜଣେ ଯାଇ ତାଙ୍କ ପୁରୋହିତଙ୍କୁ ଡାକି ଆଣିଲେ । ଶେଷ ସମୟରେ ତାଙ୍କ...

Read More

ସେମାନେ ବି ଥିଲେ ସହଯାତ୍ରୀ

ଲକ୍ଷ୍ୟସ୍ଥଳ କୋଡାଇ କେନାଲ୍ । ଦକ୍ଷିଣ ଇଣ୍ଡିଆ ଭ୍ରମଣରେ ବାହାରିଛନ୍ତି ଓଡିଶାର ବିଭିନ୍ନ ସ୍କୁଲ୍ର ସ୍କାଉଟ୍ ପିଲାଏ । କେବଳ ସେଇଥିପାଇଁ ଭୁବନେଶ୍ୱର ରେଳଷ୍ଟେସନରେ କି ଗହଳି । ଆଉ ସେହି ଗହଳି ଭିତରେ ଚକ୍ଚକ୍ ସ୍କାଉଟ୍ ଡ୍ରେସ୍ରେ ବାରିହୋଇ ପଡୁଛନ୍ତି ପିଲାଏ । ଅଳ୍ପ ବୟସର ପିଲାଗୁଡା । ତାଙ୍କ ଦାୟିତ୍ୱରେ ଥିବା ଶିକ୍ଷକ ମଧ୍ୟ ପିନ୍ଧିଥାନ୍ତି ସ୍କାଉଟ୍ ପୋଷାକ ।...

Read More

ନାଗ କଥା

ରାତିରେ ଶୋଇଛନ୍ତି ବୁଢା ବ୍ରାହ୍ମଣ । ହଠାତ୍ ସେ ତାଙ୍କ ସ୍ୱପ୍ନରେ ଦେଖିଲେ ଏକ ବିରାଟ ନାଗସାପ ଫଣାଟେକି ଠିଆ ହୋଇଛି ଓ ତାଙ୍କୁ ଡାକି କହୁଛି, “ବ୍ରାହ୍ମଣ ଶୁଣ! ମୋ ତଂଟିରେ କଂଟାଟିଏ ଲାଗି ଯାଇଛି, ତେଣୁ ମୋତେ ଭାରି କଷ୍ଟ ହେଉଛି, କାଢିଦିଅ, ଚଂଚଳ ଆସ ଆଉ ଡେରି କରନି ।”                 ଏତିକିରେ ସେ ବ୍ରାହ୍ମଣଙ୍କ ନିଦ ଭାଙ୍ଗିଗଲା । ତା’ପରେ ସେ ଉଠି ପଡିଲେ ।...

Read More

ସେ ଦିନର ମୁଖ୍ୟ ନାୟକ

ସମୀର ଓ ଆନାଙ୍କ ସ୍କୁଲ୍ ବସ୍ ଆସିବାର ବେଳ ହୋଇଗଲାଣି । ସମୀରର ଫୋର୍ଥ ଓ ଆନାର ଷ୍ଟାଣ୍ଡାର୍ଡ ଉଆନ୍ । ଟାଇଗର୍କୁ ସତେକି ଘଂଟା ଦେଖି ଆସେ । ବହୁ ଦୂରରୁ ବସ୍ ମୋଡ ବୁଲିବା ପୂର୍ବରୁ ସେ ଯାଇ ବସିଥିବ ଗେଟ୍ ପାଖରେ । ଆଉ ଚାହିଁଥିବ ରାସ୍ତାକୁ । ମଝିରେ ମଝିରେ ଠିଆ ହୋଇପଡି ଲାଙ୍ଗୁଡ ହଲେଇ ପକଉଥିବ । ଘର ଆଡକୁ ପୁଣି ଟିକେ ଚାହିଁ ଦେଉଥିବ । ସତେକି ସେ ଦେଖିବାକୁ ମନ...

Read More

ସ୍ୱପ୍ନ ସୌଦାଗର

ଆଜି ଅଙ୍କିତାର ପଂଚମ ଶ୍ରେଣୀ ବୃତି ପରୀକ୍ଷା ସରିଛି । ତେଣୁ ସେ ନିଶ୍ଚିନ୍ତ ହୋଇ ଶୋଇଚି ଗାଢ ନିଦରେ । ମାମା ସେ ମଶାରୀ ପକାଇବାକୁ ଆସି ଦେଖିଲେ ଅଙ୍କିତାର ଆଖି ପତା ତଳେ ଡୋଳା ଏପଟ ସେପଟ ହେଉଛି । ତା ମୁହଁରେ ପୁଣି ହସର ଛିଟା । ଏଥିରୁ ମାମା ଜାଣି ଗଲେ ଯେ, ଅଙ୍କିତା ସ୍ୱପ୍ନ ଦେଖୁଚି ଆଉ ସେ ପୁଣି, କିଛି ଗୋଟାଏ ଭଲ ସ୍ୱପ୍ନ । ନ ହେଲେ ତା’ ମୁହଁ ଏମିତି ହସ ହସ...

Read More

ନିର୍ଭୀକଙ୍କୁ ଭାଗ୍ୟ ସହାୟ

ଅନେକ ବର୍ଷ ତଳେ ଜଣେ ଗୁରୁଥିଲେ । ତାଙ୍କ ନାମ ଗୁରୁ ଶିବଯୋଗୀ । ତାଙ୍କର ଅଳ୍ପ କେତେଜଣ ଖୁବ୍ ବାଧ୍ୟ ଛାତ୍ର ଥିଲେ । ସେମାନେ ଗୁରୁଙ୍କ ସହିତ ଗୋଟେ ପାହାଡ ଉପରେ ଥିବା ତାଙ୍କ ଆଶ୍ରମରେ ରହନ୍ତି । ଗୁରୁଙ୍କ ସହିତ ଏକାଠି ଖିଆପିଆ କରନ୍ତି ଓ ସେହି ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ ମଧ୍ୟ କରନ୍ତି ।                 ଦିନେ ଗୁରୁ ତାଙ୍କର ସବୁଠାରୁ ପ୍ରିୟ ନିର୍ଭୀକ...

Read More

ବସନ୍ତର ବାର୍ତ୍ତାବହ

ଏ ହେଲା ପୃଥିବୀ ତିଆରି ହେବାବେଳର କଥା । ଅନ୍ଧାର ଭିତରୁ ସୃଷ୍ଟି ହେଲା ଏ ଉଜ୍ଜ୍ୱଳ ପୃଥିବୀ । କ୍ରମେ ପୃଥିବୀରେ ସୃଷ୍ଟି ହେଲେ ଜାତିଜାତିକା ଜୀବ । ଫଳରେ ଶୂନ୍ଶାନ୍ ପୃଥିବୀ ଭରିଗଲା କେତେ କେତେ ଗଛଲତା, ପଶୁପକ୍ଷୀରେ । ସବୁ ଚଢେଇ ଥିଲେ ଏକାପରି । ଖାଲି ଆକାରରେ କିଏ ବଡ ତ କିଏ ସାନ । ଅନ୍ଧାର ଭିତରୁ ବାହାରିଥିଲେ ତ ତେଣୁ ସମସ୍ତଙ୍କ ରଙ୍ଗ ଥିଲା କଳା । ପେଟତଳ...

Read More

ସୁନାଲୋଭୀ ମିଦାସ୍

ତୁମମାନଙ୍କ ଭିତରୁ କେହି କେହି ସୁନା ପାଗଳ ରାଜା ମିଦାସ୍ ଙ୍କ କାହାଣୀ ତ ଅବଶ୍ୟ ଶୁଣିଥିବ । ଗ୍ରୀକ୍ ପୁରାଣର କାହାଣୀ ସେ । ଯଦି ଶୁଣିନଥାଅ କାହାଣୀଟି ଏହିପରି –                 ଗ୍ରୀକ୍ ପୁରାଣ ଅନୁଯାୟୀ ଦେବତାମାନଙ୍କର ପିତା ହେଉଛନ୍ତି ଜିଅସ୍ । ଡାୟୋନିସସ୍ ହେଉଛନ୍ତି ଜିଅସ୍ ଙ୍କ ପୁଅ । ଡାୟୋନିସସ୍ ଙ୍କୁ  କୁହାଯାଏ ମଦ ଦେବତା । ସେ ଥରେ ନିଜ ଦଳବଳ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ