ପୁଣ୍ଡରିକଙ୍କ ପିତୃମାତୃ ସେବା

ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର ଅଟକିଛି ଆଉ ମୁଁ ବି ସେମିତି ଛିଡା ହୋଇଛି ।’ ତାପରେ ସାଧୁ ଜଣକ...

Read More

ପ୍ରକୃତ ସୁସଙ୍ଗାତ

ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା ।...

Read More

ପାର୍ଥକ୍ୟ

ଜଣେ ରାଜାଥିଲେ ତାଙ୍କର ଶାସନ ଆଦର୍ଶ ଶାସନ ଥିଲା; ଦିନେ ସେ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ଶିକାର କରୁ କରୁ ସେ ନିଜ ଲୋକଙ୍କଠାରୁ ବିଚ୍ଛିନ୍ନ ହୋଇ ବହୁ ଦୂରକୁ ଚାଲିଯାଇଥିଲେ । ସଚେତନ ହୋଇ ସେ ଦେଖିଲେ ସେ ରାସ୍ତା ମଧ୍ୟ ଭୁଲିଯାଇଛନ୍ତି; ସେ କ୍ଷୁଧାତୃଷ୍ଣାରେ ଆତୁର ହୋଇ ବୁଲୁବୁଲୁ ଜଣେ ମୁନିଙ୍କର ଆଶ୍ରମରେ ଯାଇ ପହଁଚିଲେ ।                 ସେ ଦେଖିଲେ ମୁନି ଧ୍ୟାନସ୍ଥ । ତଥାପି ମଧ୍ୟ ସେ ଅତ୍ୟନ୍ତ ବ୍ୟସ୍ତ ହୋଇ...

Read More

ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ

ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି । ଏହି ପୁଟୁଳିଟିକୁ ସେ ଅତି ସତର୍କତାର ସହିତ ରଖୁଥିଲେ ।...

Read More

ଅସଲ କଥା

ବାହାଦୁର ନାମରେ ଚାକରଟିଏ ରଙ୍ଗପୁର ଜମିଦାରଙ୍କ ପାଖରେ ଥାଏ । ତା’ର କାମ ହେଲା କଚେରୀ ଘରର କାନ୍ଥ, ଚୌକି, ଇତ୍ୟାଦି ଭଲ ଭାବରେ ସଫା କରିବା । ବାହାଦୁର ସେସବୁ ସଫା କରେ, ହେଲେ ବାବୁଙ୍କର ରୂପା ପାନବଟାଟି ବେଶି ସୁନ୍ଦର କରି ସେ ପରିଷ୍କାର କରେ । ବସିବସି ତାକୁ ମାଜି ସେ ଚକ୍ ଚକ୍ କରେ ।                 ଏସବୁ କଥା ଦେଖି ଦେଖି ଦିନେ ମାଲିକ କହିଲେ, “ବାହାଦୁର, ଆଜିକାଲି ତୁ ବଡ ଅଳସୁଆ ହେଲୁଣି । କଚେରୀ ଘରର ଆସବାବପତ୍ର...

Read More

ଚତୁର ଇଭାନ୍

ପ୍ରାଚୀନ କାଳର କଥା । ରୁଷିଆ ଦେଶରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ଥିଲେ ତିନିପୁଅ । ସେ ତିନିପୁଅଙ୍କ ମଧ୍ୟରୁ ସାନପୁଅ ଇଭାନ୍ ଥିଲା ଅତ୍ୟନ୍ତ ଚତୁର । ରାଜା ତାଙ୍କୁ ସାନପୁଅ ବୋଲି ଯେତିକି ଗେହ୍ଲା କରୁଥାଆନ୍ତି, ତାର ବୁଦ୍ଧି ପାଇଁ ମଧ୍ୟ ତାକୁ ସେତିକି ପ୍ରଂଶସା କରୁଥାଆନ୍ତି । ସେ ରାଜାଙ୍କର ସୁନ୍ଦର ବଗିଚାଟିଏ ଥାଏ । ସେଠାରେ କେତେ ରକମର ଫୁଲ ଫଳର ଗଛ ଥାଏ । ରାଜା ବି ସେ ବଗିଚାର ଅତ୍ୟନ୍ତ ଯତ୍ନ ନେଉଥାଆନ୍ତି ।...

Read More

ଅମୂଲ୍ୟ ହୀରା

ଧନଗିରି ରାଜ୍ୟର ରାଜକନ୍ୟାଙ୍କ ବିବାହ ସ୍ଥିର ହୋଇଗଲା । ବିବାହ ଦିନ ସେ ପିନ୍ଧିବା ନିମନ୍ତେ ରାଜା ଗୋଟିଏ ଅତ୍ୟନ୍ତ ମୁଲ୍ୟବାନ ହାର ଗଢାଇଲେ । ସେ ହାରଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ଖାଲି ସେଥିରେ ହୀରାର ଲକେଟ୍ ଖଣ୍ଡିଏ ଖଞ୍ଜିବାର ସ୍ଥିର ହେଲା ।                 “ଝିଅ! ତୁ ନିଜେ ହୀରା ଖଣ୍ଡିକ ପସନ୍ଦ କର ।” ଏହା କହି ରାଜା ଧନଗିରି ରାଜ୍ୟର ରାଜଧାନୀରେ ଥିବା ସବୁ ହୀରା ବେପାରୀଙ୍କର ଭଲ ଭଲ ହୀରା ଆଣି ତାଙ୍କୁ...

Read More

ଯୌନାଙ୍ଗ ପୂଜା ଏବଂ ବୁଦ୍ଧ

ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ  ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ ଗୋଷ୍ଠୀର ପ୍ରତୀକ। ପ୍ରତ୍ୟକ ଭାଷାଭାଷୀ ଗୋଷ୍ଠୀର ନିଜ ନିଜ ଜୀବନ...

Read More

ରାକ୍ଷସ ଓ ସାହସୀ ପିଲା

ଗୋଟିଏ ଗାଁରେ ଦୁଇଜଣ ଭାଇ ଭଉଣୀ ରହୁଥିଲେ । ଭାଇର ନାମ ଅୟୁତା ଓ ଭଉଣୀଟିର ନାମ ଆଦାମା । ଭାଇ ସାନ, ଆଉ ଭଉଣୀ ବଡ । ସେ ପିଲା ଦୁଇଟିଙ୍କର ବାପ, ମା ହଠାତ୍ ରୋଗରେ ପଡି ମରିଗଲେ । ଏତେବଡ ଦୁନିଆଁରେ ସେମାନଙ୍କର ଆଉ କେହି ବି ସାହା ଭରସା ରହିଲେ ନାହିଁ । ଏ ଅନାଥ ପିଲା ଦୁଇଟିଙ୍କୁ ଗରିବ ଗ୍ରାମବାସୀ ବା କି ସାହାଯ୍ୟ କରି ପାରିବେ?                 ତେଣୁ ଦିନେ ସେ ପିଲା ଦୁଇଟି ଗାଁ ଛାଡି ସହରଆଡେ ଚାଲିଲେ । ଭାଗ୍ୟରେ ଥିଲେ...

Read More

ବ୍ୟବସାୟର ଦେବତା

ପ୍ରାଚୀନ କାଳର କଥା । ଚାଙ୍ଗ ଲା ନାମକ ଟୋପି ବିକୁଥିବା ଜଣେ ଲୋକ ଚୀନ୍ର ଏକ ଗ୍ରାମରେ ରହୁଥାଏ । ତା’ର ପୂର୍ବପୁରୁଷମାନଙ୍କର ମଧ୍ୟ ମୌଳିକ ପେଶା ତାହାହିଁ ଥିଲା । ଚାଙ୍ଗ ଲାର ପିତା ଟୋପି ବ୍ୟବସାୟରୁ ବହୁତ ପଇସା ପାଇଥିଲେ । ତେଣୁ ମରିବା ସମୟରେ ସେ ତାଙ୍କ ପୁଅକୁ ପାଖକୁ ଡାକି କହିଲେ, “ପୁଅ, ଆମ ପରିବାରର ଏହି ବୃତିକୁ ତୁ କେବେ ମଧ୍ୟ ତ୍ୟାଗ କରିବୁ ନାହିଁ ।”                 ପିତାଙ୍କ ମୃତ୍ୟୁ ପରେ ଚାଙ୍ଗ ଲା ଭାବିଲା...

Read More

ମତ୍ସ୍ୟ ସୁନ୍ଦରୀ

ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ କରିବନି ଯେ, ଏ ଜଣେ ବାବା ବୋଲି । ବାବା ଗମ୍ଭୀର କଣ୍ଠରେ...

Read More

କାଉର ଦୁଃସାହସ

ଦିନେ ଛଂଚାଣ ଗୋଟିଏ ଛୋଟ ମେଣ୍ଢାଛୁଆକୁ ପଡିଆରୁ ଟେକି ନେଇ ଗଛ ଉପରେ ଆରାମ୍ରେ ବସି ଖାଇଲା । ଠିକ୍ ଏହି ସମୟରେ ଆଉ ଗୋଟିଏ ଗଛ ଉପରେ ବସି କାଉଟି ଏସବୁ ଦେଖୁଥିଲା । ଏହା ଦେଖି ସେ କାଉଟି ଭାବିଲା ଯେ ଏପରି ଶିକାର କରିବା ପ୍ରକୃତରେ ଗୋଟେ ଭଲ ଉପାୟ । ସେ ମଧ୍ୟ ଏହିପରି ଶିକାର କରି ଖାଇବ ।                 ଦିନେ ସେ କାଉଟି ଗୋଟିଏ ବଡ ମେଣ୍ଢା ଉପରେ ବସି ତାକୁ ତା’ର ଗୋଡରେ ଉଠାଇବାକୁ ଚେଷ୍ଟା କଲା । ଏଥିରେ ଓଲଟି ସେ କାଉର...

Read More

ଦେବାନଙ୍କ ଶିକ୍ଷା

କାଶୀପୁରର ଜମିଦାର ଘୋଡା ଚଢା, ଶୀକାର ଓ ମଲ୍ଲବିଦ୍ୟାରେ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ପ୍ରଜାମାନେ ବି ଏସବୁ ବିଦ୍ୟା ହାସଲ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା । ତେଣୁ ସେ ପ୍ରତି ଗ୍ରାମରେ ଗୋଟାଏ ଗୋଟାଏ କୁସ୍ତି ଆଖଡା ସ୍ଥାପନ କରିଥିଲେ । ଜଣେ ଜଣେ ମଲ୍ଲବୀରଙ୍କୁ ପ୍ରତି ଆଖଡା ଉପରେ ଅଧ୍ୟକ୍ଷ ଭାବରେ ସେ ନିଯୁକ୍ତି ଦେଇଥିଲେ ।                 ଥରେ ଜମିଦାର ଦେଶ ଦେଶାନ୍ତର ପର୍ଯ୍ୟଟନ କରିବାକୁ ଗଲେ । ସେ ଦେଖିଲେ...

Read More

ସିଂହ ଏବଂ ବିଲୁଆ

ଗୋଟିଏ ଜଙ୍ଗଲରେ ସିଂହଟିଏ ସିଂହୀଟିଏ ବାସ କରୁଥାନ୍ତି । ଦିନେ ସିଂହୀଟି ଦୁଇଟି ସୁନ୍ଦର ଛୁଆ ଜନ୍ମ ଦେଲା । ତେଣୁ ସିଂହ ପ୍ରତିଦିନ ଯାଇ ବଣରୁ ଶିକାର ସଂଗ୍ରହ କରି ଆଣି ସିଂହୀକୁ ଦିଏ । ସମସ୍ତେ ମିଳିମିଶି ଖାଆନ୍ତି । ଦିନକର କଥା, ସିଂହ ଜଙ୍ଗଲ ସାରା ବୁଲିଲେ ମଧ୍ୟ ତାକୁ କୌଣସି ଖାଦ୍ୟ ମିଳିଲା ନାହିଁ । ତେଣୁ ସେ ମନ ଦୁଃଖରେ ଘରକୁ ଫେରୁଥାଏ । ଫେରିବା ବାଟରେ ଏକ ବିଲୁଆ ଛୁଆ ପଡିଥିବାର ଦେଖିଲା । ଛୁଆଟିକୁ ଦେଖି ଯତ୍ନ...

Read More

ଦହିଭାତ ଧନଞ୍ଜୟ

ସାରିପୁର ଗ୍ରାମରେ ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ରହୁଥାଏ । ତା’ର ତ ଆଉ ଏ ସଂସାରରେ କେହି ବି ନାହିଁ । ତେଣୁ ସେ ତା’ନିଜ ଖାଦ୍ୟ ନିଜେ ହିଁ ରୋଷେଇ କରେ । ଅଧିକାଂଶ ସମୟରେ ସେ ଦହିଭାତ ମିଶାଇ ଟିକିଏ ବଘାରି ଦିଏ । ତାକୁ ସେ ଖାଦ୍ୟ ଖୁବ୍ ସ୍ୱାଦ ଲାଗେ । ଯିଏ ତା’ର ଦହିଭାତ ଖାଇଛି ସେ ତାକୁ ପ୍ରଶଂସା କରିଛି । ତା’ର ଦହିଭାତରେ ଖ୍ୟାତି ଏତେ ବଢିଲା ଯେ ଲୋକେ ଶେଷରେ ତାକୁ “ଦହିଭାତ ଧନଞ୍ଜୟ” ବୋଲି ଡାକିଲେ ।                ...

Read More

ଏକ କ୍ରୀତଦାସର କାହାଣୀ

ଥରେ ଦୁଇବର୍ଷ ଧରି ବର୍ଷା ନ ହେବାରୁ ବସୋରା ନଗରୀ ଓ ତା’ ଆଖପାଖର ସବୁ ଲୋକେ ପାଣି ବିନା ବହୁ କଷ୍ଟ ଭୋଗିଲେ ।                 ସମସ୍ତ ପ୍ରକାର ଚେଷ୍ଟା କରାଗଲା । ଅନ୍ତତଃ ଆଶା ଥିଲା ଯେ ଏଇ ବର୍ଷ ବରଷା ହେଲେ ଆଗବର୍ଷମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ ସମସ୍ତିଙ୍କ ଆଶା ଧୁଳିସାତ୍ ହୋଇଗଲା ଯେତେବେଳେ କି ସେମାନେ ଦେଖିଲେ କ୍ରମେ ବର୍ଷାଋତୁ ଶେଷ ହୋଇ ଆସୁଛି ଅଥଚ ଜମିବାଡି ଶୁଖି ଫାଟି ରହିଛି ।                 ଏଇ...

Read More

ଅଲକ୍ଷଣା ମୁହଁ କାହାର

ମହାରାଜା କୃଷ୍ଣ ଚନ୍ଦ୍ରଙ୍କର ହୁକୁମ୍ ଥିଲା, ସକାଳୁ ଉଠି ସେ ଯାହାର ମୁହଁକୁ ଚାହିଁ ଥିବେ ସେଦିନ ରାଜାଙ୍କୁ କିଛି କଷ୍ଟ ହେଲେ ତାହାକୁ ଶାସ୍ତି ଦେବେ । ଦିନେ ମହାରାଜା ବଡି ସକାଳୁ ଉଠି ବାହାରକୁ ଆସି ଛନ୍ତି ସେ ସମୟରେ ଗୋପାଳ ଭାଣ୍ଡକୁ ସମ୍ମୁଖରେ ଦେଖିଲେ । ସେହି ଦିନ ରାଜାଙ୍କର ନଖ ଭଣ୍ଡାରୀ କାଟୁ କାଟୁ ଟିକେ ନଖରେ ନହୁରୁଣିଟା ନାଗିଗଲା । ଏଥିରେ ରାଜାଙ୍କୁ ଟିକେ କଷ୍ଟ ହେଲା । ସେଥି ସକାଶେ ରାଜା ଗୋପାଳକୁ ତଲବ କରିଲେ ।...

Read More

ଭାଇ ହେବତ ଏମିତି

ଜଣେ ଭାଇ ପାଇଁ ଆଉ ଜଣେ ଭାଇର ଅପୂର୍ବ ତ୍ୟାଗକଥା ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଘଟଣାଟି ଘଟିଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନରେ । ପଟେଲଙ୍କର ଘରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସୁତରାଂ ପଟେଲ୍ ହାଇସ୍କୁଲ ପାଠ ଶେଷ କଲା ପରେ କଲେଜରେ ପଢିବାପାଇଁ ଆଉ ମନ ବଳାଇଲେ ନାହିଁ । ସେ ଭାରି ଭଲ ପାଠ ପଢୁଥିଲେ ମଧ୍ୟ ସେଇଠି ପାଠରେ ତାଙ୍କର ଡୋରି ବନ୍ଧା ହୋଇଗଲା ।                 ଏବେ ପଟେଲ କରିବେ କ’ଣ? ତେଣୁ ସେ...

Read More

ରବିଭାମା କଥା

ପରଦିନ ଯେତେବେଳେ ମହାରାଜ ଭୋଜ ସିଂହାସନ ଉପରେ ପାଦ ଥାପିଲେ ସେତେବେଳେ ଷଷ୍ଠ ପୁତ୍ତଳିକା ରବିଭାମା ତାଙ୍କର ରାସ୍ତା ଅବରୋଧ କରି କହିଲା, “ମଣିମା! ଆଗ ମୋ କଥା ଶୁଣନ୍ତୁ । ତା’ପରେ ନିଷ୍ପତି ନେବେ ଯେ ଆପଣ ଏ ସିଂହାସନରେ ବସିବା ପାଇଁ କେତେଦୂର ଉପଯୁକ୍ତ । ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ଆପଣ କେଉଁ ଗୁଣରେ ସମକକ୍ଷ ।”        “ମୋ ନାମ ରବିଭାମା । ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କର ବଳ ବିକ୍ରମ, ଧୈର୍ଯ୍ୟ ଏବଂ...

Read More

ଅଳିଆ

ଗୋଟିଏ ଗ୍ରାମରେ ଅତି ସୁନ୍ଦରୀ ଓ ସୁଲକ୍ଷଣୀ ଝିଅଟିଏ ଥାଏ, ତା’ର ନାମ ହେଲା ସୀତା । କିନ୍ତୁ ତା’ ଜୀବନଟି ବଡ କଷ୍ଟ ଓ ଯାତନାଭରା; ପିଲାଦିନୁ ତା’ର ମା’ ମରିଛି; ସାବତ ମା’ର ଅତ୍ୟାଚାରରେ କୌଣସି ମତେ ଜୀବନ ଧରି ସେ ଥାଏ ।       ସାବତ ମା’ ରମଣୀର ଝିଅ ଗୀତା । ଗୀତା ସଦାବେଳେ ସୀତା ନାମରେ ସତ ମିଛ କହି ସୀତାକୁ ମାଡ ଖୁଆଏ । ରମଣୀ ଚାହୁଁଥାଏ କି ସୀତାର ବିବାହ ଜଣେ ସାଧାରଣ ଗରୀବ, ଅସୁନ୍ଦର ଓ ମୂର୍ଖ ସହିତ ହେଉ । ଥରେ ସେପରି...

Read More

ତିନୋଟି ପରୀକ୍ଷା

ପ୍ରାଚନ କାଳରେ କେକୟ ଓ ଗାନ୍ଧାର ଦେଶ ମଝିରେ କୌମୁଦି ନାମକ ଏକ ଦେଶ ଥିଲା । କୁହାଯାଏ ଯେ ବହୁ ପୂର୍ବରୁ କୌମୁଦି ଦେଶ ଏକ ବିରାଟ ଦେଶ ଥିଲା । କିନ୍ତୁ ବାରମ୍ବାର ପଡୋଶୀ ଦେଶ ଦ୍ୱାରା ପରାଜିତ ହେବା ଦ୍ୱାରା ଏହାର କେତେକ ପ୍ରଦେଶ ଅନ୍ୟ ଦେଶ ସହିତ ମିଳିତ ହେବାରୁ ଏବେ ଏହା ଅନେକ ଛୋଟ ହୋଇଯାଇଛି । କୌମୁଦି ଦେଶର ରାଜା ଚନ୍ଦ୍ରକାନ୍ତଙ୍କର ତ କେହି ବି ପୁତ୍ରସନ୍ତାନ ନଥିଲେ । ତେଣୁ ସେ ତାଙ୍କ ଏକମାତ୍ର କନ୍ୟା ଜ୍ୟୋତ୍ସ୍ନାକୁ...

Read More

ପରିବର୍ତ୍ତନ

ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ ।                 ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ ଧନୀ ଚାଷୀ ଥାନ୍ତି । ତାଙ୍କ ପୁଅ ରାଜଧାନୀରେ ଚାକିରି ପାଇଲା...

Read More

ଧର୍ମାନ୍ଧ ବ୍ରାହ୍ମଣ

ଆମର ଇଣ୍ଡିଆ ଏକ ବିଶାଳ ଦେଶ । ଏହାର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ । ଏହି ପବିତ୍ର ଦେଶରେ ବହୁକାଳ ପର୍ଯ୍ୟନ୍ତ ଧର୍ମର ଅନୁଶାସନ ଅତ୍ୟନ୍ତ କଠୋର ଭାବରେ ଚଳି ଆସିଥିଲା । ଏ ଦେଶରେ ଅସଂଖ୍ୟ ଧର୍ମବିଶ୍ୱାସ ଓ ଦେବଦେବୀ । ଧର୍ମର ଚଳଣି ଓ ବିଶ୍ୱାସ ହିନ୍ଦୁ ସମାଜକୁ ବହୁକାଳ ଯାବତ ବାନ୍ଧି ରଖିଥିଲା । ଧର୍ମ ନାମରେ ଏହି ଦେଶରେ କେତେ ସଂଘର୍ଷ, ରକ୍ତପାତ ଓ ଅତ୍ୟାଚାର ଚାଲି ଆସିଅଛି । କୌଣସି ଧାର୍ମିକ ଅନୁଷ୍ଠାନ ବିରୋଧରେ...

Read More

ଅତ୍ୟାଚାରୀ ମାଲିକ

ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ ।                 ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ...

Read More

ନକଲି ସୁନା

ଶିବପୁରୀର କନକଦାସଙ୍କର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଥିଲେ । ସେ ଦୁଇପୁତ୍ର ହେଲେ ମୋହନ ଦାସ୍, କୃଷ୍ଣ ଦାସ ଓ ଝିଅଟିର ନାମ ରାଧା ଥିଲା । ସେମାନଙ୍କର ଉପଯୁକ୍ତ ବୟସ ହେବାରୁ କନକ ଦାସ ସମସ୍ତିଙ୍କର ବିବାହ କରାଇଲେ । ତାଙ୍କ ପତ୍ନୀ ସୁଗୁଣା ବୋହୁମାନଙ୍କୁ ନିଜ ଝିଅ ପରି ଭଲ ପାଉଥା’ନ୍ତି । ଝିଅ ରାଧା ମଧ୍ୟ ସେହି ଗାଁରେ ବିବାହ କରି ରହିଥାଏ । ତା’ ସ୍ୱାମୀ ଗାଁରେ ଛୋଟ ଦୋକାନଟିଏ ଦେଇ ଭଲରେ ଚଳୁଥାଏ ।       ହଠାତ୍ କନକ...

Read More

ଯାଦୁ ମହଲ

(ଯାଦୁ ମହଲରୁ ବାହାରି ରାଜକୁମାରୀ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ସଂଧ୍ୟା ପୂର୍ବରୁ ଆସି ମୁନି ଜିତେନ୍ଦ୍ରନାଥଙ୍କ କୁଟୀରରେ ପହଁଚିଲେ । ମୁନି ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲେ ଓ ସେମାନଙ୍କୁ ନିଜ ଜୀବନ କାହାଣୀ ଶୁଣାଇଲେ । ସେଥିରୁ ଜଣାଗଲା ଯେ, ସେ ମୁନି ଜଣକ ହେଉଛନ୍ତି ମହେନ୍ଦ୍ରଙ୍କର ଖୋଦ୍ ନିଜ କାକା, ଯାହାଙ୍କର କି ବହୁ ଦିନରୁ କୌଣସି ଆତାପତା ମିଳୁ ନଥିଲା । ବିଦ୍ୟାବତୀ ମଧ୍ୟ ଜାଣିଲେ ଯେ ସେ ମହେନ୍ଦ୍ରନାଥ ଜଣେ...

Read More

ସମ୍ରାଟ ଅଶୋକ

(ଚାଣକ୍ୟଙ୍କ ସହାୟତାରେ ନନ୍ଦବଂଶଜଙ୍କୁ ପରାଜିତ କରି ଚନ୍ଦ୍ରଗୁପ୍ତ ମଗଧର ଶାସକ ହେଲେ । ପାଟଳୀପୁତ୍ରକୁ ନିଜ ରାଜଧାନୀ କରି ମୌର୍ଯ୍ୟବଂଶର ପ୍ରତିଷ୍ଠା ସେ କଲେ । ତାଙ୍କ ଅନ୍ତେ ପୁତ୍ର ବିନ୍ଦୁସାର ମୌର୍ଯ୍ୟ ସିଂହାସନ ଆରୋହଣ କରି ଦକ୍ଷତାର ସହିତ ନିଜର ଦାୟିତ୍ୱ ତୁଲାଇଲେ । ତିନିରାଣୀଙ୍କ ବ୍ୟତୀତ ସୁଭଦ୍ରାନାମ୍ନୀ ଜଣେ କନ୍ୟାଙ୍କୁ ବି ସେ ବିବାହ କରିଥିଲେ । ତାଙ୍କରି ପୁତ୍ର ହେଉଛନ୍ତି ଅଶୋକ । ବିଦ୍ୟା-ବିବେକ ସମ୍ପନ୍ନ...

Read More

ମାଆଙ୍କ ପାଇଁ ଗହଣା

ଊନବିଂଶ ଶତାଦ୍ଦୀର କଥା । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ବୀରସିଂହ ଗ୍ରାମରେ ନିଜ ମାଆଙ୍କ ସହ ରହୁଥିଲା ବାଳକଟିଏ । ଦିନେ ବାଳକଟିଏ ମାଆଙ୍କୁ କହିଲା – ‘ମାଆ ! ତୁମର କେଉଁ ଗହଣା ପସନ୍ଦ? ତୁମପାଇଁ ଗହଣା ତିଆରି କରିଦେବାକୁ ମୋର ଭାରି ଇଚ୍ଛା । ମୁଁ ବଡ ହୋଇଗଲେ ତୁମ ପାଇଁ ଗହଣା ତିଆରି କରିଦେବି ।’          ମାଆ କହିଲେ – ‘ପୁଅରେ ! ତିନିଟି ଗହଣା ପାଇଁ ମୋର ଭାରି ଇଚ୍ଛା ।’ ବାଳକଟି ଉତ୍ସାହିତ ହୋଇ ପଚାରିଲା – ‘କେଉଁ...

Read More

ଗୋପାଳ ଓ ବାଈଜୀ

ରାଜା କୃଷ୍ଣ ଚନ୍ଦ୍ରଙ୍କ ରାଜ ସଭାକୁ କାହିଁ କେତେ ଆଡୁ କୁଶଳୀ ନର୍ତକୀ ମାନେ ଆସି ନୃତ୍ୟ ପରିବେଷଣ କରୁ ଥିଲେ । ଦିନେ ଜଣେ ବାଈଜୀ ଦରବାର କକ୍ଷରେ ନୃତ୍ୟ ଗୀତ ପରିବେଷଣ କଲେ ।                  ସେଦିନ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଗୋପାଳ ଭାଣ୍ଡ ମଧ୍ୟ ଉପସ୍ଥିତ ଥାଆନ୍ତି । ଗୋପାଳକୁ ଅପଦସ୍ତ କରିବା ପାଇଁ ରାଜା ବାଈଜୀକୁ ଈସାରା ଦେଲେ । ବାଈଜୀ ତ ମହା ଚାଲାକ୍ ରାଜାଙ୍କ ଉଦ୍ଧେଶ୍ୟ ବୁଝି ପାରିଲା । ନୃତ୍ୟ କରୁ କରୁ...

Read More

ଅମ୍ବା

ଭୀଷ୍ମ ତାଙ୍କ ଭାଇ ବିଚିତ୍ର ବୀର୍ଯ୍ୟଙ୍କ ପାଇଁ କନ୍ୟାର ସନ୍ଧାନରେ ବାହାରିଲେ । କାଶୀ ରାଜାଙ୍କର ତିନି ସୁନ୍ଦରୀ କନ୍ୟା ଥିଲେ ସେମାନଙ୍କର ସ୍ୱୟମ୍ବର ବେଳେ ଭୀଷ୍ମ ସେଠାରେ ପହଁଚି ସେ ତିନି କନ୍ୟାଙ୍କୁ ନେଇ ଆସିଲେ । ବଡ ରାଜକନ୍ୟା ଅମ୍ବା ଭୀଷ୍ମଙ୍କୁ କହିଲେ କି ସେ ଶାଲ୍ୱରାଜାଙ୍କ କଣ୍ଠରେ ବରଣମାଳା ଦେବେ ବୋଲି ସ୍ଥିର କରିଛନ୍ତି । ତେଣୁ ଭୀଷ୍ମ ତାଙ୍କୁ ଶାଲ୍ୱରାଜାଙ୍କ ପ୍ରାସାଦକୁ ପଠାଇ ଦେଲେ । କିନ୍ତୁ ଯେଉଁ କନ୍ୟାକୁ...

Read More

ଆତ୍ମାଭିମାନ

ଏକଦା ନିଶା ଗରଜୁଥାଏ । ସେତେବେଳେ ତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ପ୍ରକାଶ ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ...

Read More

ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ

ବ୍ରହ୍ମଦତ ଯେତେବେଳେ କାଶୀନଗରୀ ଉପରେ ରାଜୁତି କରୁଥିଲେ, ବୋଧିସତ୍ତ୍ଵ ସେତେବେଳେ ଗୋଟିଏ ବଣିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବୋଧିସତ୍ତ୍ଵଙ୍କ ପିତା ଜଣେ ନ୍ୟାୟପରାୟଣ ବଣିକ ଥିଲେ ଏବଂ ପୁତ୍ରର ଉପଯୁକ୍ତ ଶିକ୍ଷାଲାଭ ନିମନ୍ତେ ବୋଧିସତ୍ତ୍ଵଙ୍କୁ ସେ ବାରାଣସୀରେ ଅବସ୍ଥିତ ଗୋଟିଏ ବିଖ୍ୟାତ ଗୁରୁକୂଳରେ ନେଇ ଛାଡିଥିଲେ ।                 ଗୁରୁକୂଳରେ ଶିକ୍ଷା ସମାପନ କରି ବୋଧିସତ୍ତ୍ଵ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ...

Read More

ସଂସାରର ସାଗର

ଗଜପୁର ଗ୍ରାମଟି ଏକ ବଡ ନଦୀ କୂଳରେ ଅବସ୍ଥିତ । ସେହି ଗ୍ରାମରେ ନରେନ୍ଦ୍ର ନାମକ ଯୁବକ ଜଣକ ଥାଏ ଯିଏ କି ବିଚକ୍ଷଣ ସନ୍ତରଣକାରୀ ।                 ସେହି ଗ୍ରାମରେ ଚମ୍ପା ନାମରେ ଜଣେ ସୁନ୍ଦର ଝିଅଟିଏ ଥାଏ । ପିଲା କାଳରୁ ତା’ର ବାପମା’ ମରିଯିବାରୁ, ତା’ର ମାମୁଁ ମାଇଁ ଆସି ତା’ ଘରେ ରହି ତାକୁ ପାଳିଲେ । କାରଣ ଚମ୍ପାର ବାପା ଥିଲେ ଧନୀ । ମାମୁଁଙ୍କ ପରିବାର ଚମ୍ପାର ଧନରେ ଅତି ଆରାମରେ ଥା’ନ୍ତି । ମାମୁଁଙ୍କର ଗୋଟିଏ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ