ସନ୍ନ୍ୟାସୀ ଏବଂ ମୂଷା

ଗୋଟିଏ ଜଂଗଲରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ । ସେ ଯେପରି ଧାର୍ମିକ ଥିଲେ, ସେହିପରି ନୀତିନିଷ୍ଠ ଥିଲେ । ଦିନେ ସନ୍ନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ୍ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡିଲା । ଫଳରେ ସନ୍ନ୍ୟାସୀଙ୍କର ତପସ୍ୟା ଭଂଗ ହେଲାପରେ ସେ ଆକାଶ ମାର୍ଗକୁ ଚାହିଁଲେ । ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ । କୁଆକୁ ଦେଖି ଜାଣିପାରିଲେ ଯେ, କୁଆ ପାଟିରୁ ମୂଷାଟି ଖସି ପଡିଛି । ମୂଷାଟି...

Read More

ମନ୍ଦିର ଅମରନାଥ

ଦିନେ ଦେବୀ ପାର୍ବତୀ ଶିବଙ୍କୁ ପଚାରିଲେ, “ପରମେଶ୍ୱର! ଆପଣ ସର୍ବଦା କାହିଁକି ଗୋଟିଏ ମୁଣ୍ଡମାଳ ଧାରଣ କରିଥାନ୍ତି?” ଏକଥା ଶୁଣି ଶିବ ହସିଲେ ଏବଂ କହିଲେ, “ଦେବୀ, ତୁମେ କେତେଥର ଜନ୍ମ ହୋଇ ତପସ୍ୟା କରିଛ । ଏସବୁ ତୁମରି ପୂର୍ବ ଜନ୍ମର ସ୍ମୃତି ତୁମରି ମୁଣ୍ଡମାଳ ।” ଶିବଙ୍କ ଏପରି କଥା ଶୁଣି ଦେବୀ ହଠାତ୍ ଚମକି ପଡିଲେ ଓ ପ୍ରଶ୍ନ କଲେ, “ଆଚ୍ଛା, ତୁମର ତ କେବେ ବି ମୃତ୍ୟୁ ହୁଏ ନାହିଁ । ଅଥଚ ମୋତେ କାହିଁକି ମୃତ୍ୟୁ ବରଣ...

Read More

ରୂପଧରଙ୍କ ଯାତ୍ରା

(ରୂପଧର ଜୀବିତ ଅଛନ୍ତି କି ନାହିଁ ସେ ବିଷୟ ନିର୍ଣ୍ଣୟ ହୋଇ ପାରିଲା ନାହିଁ । ଅନେକ ରାଜକୁମାର କହିଲେ କି ସେ ମରିଯାଇଛନ୍ତି । ତେଣୁ ସେମାନେ ଆସି ତାଙ୍କ ଘରେ ଆସ୍ଥାନ ଜମାଇ ବସିଗଲେ; ପ୍ରତ୍ୟେକଙ୍କର ଇଚ୍ଛା ହେଲା ତାଙ୍କ ପତ୍ନୀଙ୍କୁ ବିବାହ କରିବା । ତେଣୁ ସେମାନେ ବାରମ୍ବାର ପ୍ରଶ୍ନ ପଚାରିଥା’ନ୍ତି କି କାହାକୁ ସେ ବିଭା ହେବେ ଶୀଘ୍ର ପସନ୍ଦ କରି କହନ୍ତୁ । ରୂପଧରଙ୍କ ପତ୍ନୀ ଓ ପୁତ୍ର ସେମାନଙ୍କ ଅନାଚାର ଆଦୌ ସହି ପାରୁ...

Read More

ମହାଶିଳ୍ପୀ

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...

Read More

ବଲ୍ଲଭର ବ୍ୟାଧି

ବଲ୍ଲଭ ନାମରେ ଜଣେ ଯୁବକ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦେଖିଲା ଗୋଟିଏ ବରଗଛ ତଳେ ଜଣେ ବ୍ୟକ୍ତି ଶୋଇଛନ୍ତି; ଗୋଟିଏ ବିଷାକ୍ତ ସାପ ତାଙ୍କୁ ମାରିବାକୁ ଯାଉଛି । ବଲ୍ଲଭ ଦୌଡି ଯାଇ ସାପର ଲାଙ୍ଗୁଡ ଧରି ଟାଣି ଆଣି ଘୁରାଇ ଘୁରାଇ ତାକୁ ଦୂରକୁ ଫିଙ୍ଗିଦେଲା । ଇତିମଧ୍ୟରେ ଶୋଇଥିବା ଲୋକଟି ଉଠି ପଡିଲା । ତା’ର ନାମ ଶୀତଳ । ସେ ଜାଣିପାରିଲା ଯେ ବଲ୍ଲଭ କିପରି ତା’ର ଜୀବନ ବଂଚାଇଛି । ଶୀତଳ କହିଲା, “ପୁଅ, ତମେ ଠିକ୍ ସମୟରେ...

Read More

ବୀର ହନୁମାନ

ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି...

Read More

ବିପଦକୁ ମୁକାବିଲା

ଖୁବ୍ ବିସ୍ତାରିତ ଅରଣ୍ୟ । ରାଜ୍ୟର ରାଜାଙ୍କର ଏହି ଅରଣ୍ୟଟି ହେଉଛି ନିଜର ପାରିଧି କରିବାର ସ୍ଥାନ । ମଝିରେ ମଝିରେ ରାଜା ସେହି ଜଙ୍ଗଲକୁ ପାରିଧି କରିବାକୁ ଯାଇଥାଆନ୍ତି । ମନ ଖୁସିରେ ବାର୍ହା, ହରିଣ, ଖୁରଙ୍ଗ ଯାହାହେଲେ ଜନ୍ତୁଟିଏ ଶିକାର କରିଦେଲେ ବେଶ୍ ମନ ଆନନ୍ଦରେ ରାଜ ନଅରକୁ ଫେରି ଆସନ୍ତି ।                 ସେହି ଅରଣ୍ୟଟି ଖୁବ୍ ବିସ୍ତୀର୍ଣ୍ଣ ଦେଖି ହାତୀଗୁଡ଼ିଏ ପିଲାଛୁଆ ଧରି ନିର୍ଭୟରେ ରହନ୍ତି । ଦଇବ ଯୋଗକୁ ଲାଗ...

Read More

ଦୁଷ୍ଟ ଘୋଡା

ବିଜୟ ନଗର ରାଜ୍ୟର ପଡୋଶୀ ରାଜ୍ୟର ରାଜାଙ୍କର ଉନ୍ନତମାନର ସେନାବାହିନୀ ଥିଲା । ତେଣୁ ରାଜା କୃଷ୍ଣଦେବରାୟ ସର୍ବଦା ଚାହୁଁଥିଲେ ପଡୋଶୀ ରାଜ୍ୟ ପରି ତାଙ୍କ ରାଜ୍ୟର ଘୋଡା ଚାଳକ ସୈନ୍ୟମାନେ ଏପରି କୌଶଳୀ ହୁଅନ୍ତୁ ଯେମିତି, ଶତ୍ରୁ ଆକ୍ରମଣ କରିବା ମାତ୍ରକେ ସେମାନେ ତାର ମୁକାବିଲା ତୁରନ୍ତ କରି ପାରିବେ । ସେଥିପାଇଁ ରାଜା ବହୁତ ଗୁଡିଏ ଘୋଡା ଆରବ ରାଷ୍ଟ୍ରରୁ କିଣି ଆଣିଲେ । ଏତେ ଗୁଡିଏ ଉନ୍ନତମାନର ଘୋଡାମାନଙ୍କୁ ଏକ ସଂଗରେ...

Read More

ଚିକିତ୍ସା ରହସ୍ୟ

ପ୍ରାୟ ପଚାଶ ବର୍ଷ ତଳର ଗୋଟିଏ କଥା । ମଙ୍ଗଳପୁର ଗାଁରେ ଜଣେ ଜମିଦାର ଥିଲେ । ତାଙ୍କ ନାମ ବିଷ୍ଣୁ ଗୁପ୍ତ ଥିଲା । ତାଙ୍କ ଜମିଦାରି ସେପରି ବିଶେଷ ବଡ ନଥିଲା, ତେବେ ଜମିଦାରି ସାଙ୍ଗକୁ ତାଙ୍କର କିଛି ବ୍ୟବସାୟ ମଧ୍ୟ ଥିଲା ।                 ମଙ୍ଗଳପୁର ଗାଁରେ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ବିଷ୍ଣୁ ଗୁପ୍ତଙ୍କର ଦେହ ପା ଖରାପ ହେଲେ ସେ ଦେଖୁଥିଲେ । ବୈଦ୍ୟଙ୍କର ପରଲୋକ ହୋଇଯିବାରୁ ବିଷ୍ଣୁ ଗୁପ୍ତ ବହୁତ ଦୁଃଖିତ ହେଲେ ।...

Read More

ତିନି ମୁଦ୍ରିକା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ, ତାକୁ ତାଙ୍କ କାନ୍ଧରେ...

Read More

ଚନ୍ଦରା ଚନ୍ଦିରୀ ଫାର୍ସ

ସ୍ୱାମୀ ସ୍ତ୍ରୀ ଦୁଇ ଜଣ । ସ୍ୱାମୀ ନାଆଁ ଚନ୍ଦରା, ଓ ସ୍ତ୍ରୀ ନାଆଁ ଚନ୍ଦିରୀ । ଚନ୍ଦରା ବିଲ ବାଡିରେ କାମ ଧନ୍ଦା କରେ । କେବଳ ଏକମାତ୍ର କୃଷି ହିଁ ତା’ର ଜୀବିକା । ଧାନ, ମୁଗ, ବିରି ଆଦି ବିଭିନ୍ନ ଫସଲ କରି ଚନ୍ଦରା ସେ ଫସଲରୁ ଯାହାବି କିଛି ଉପାର୍ଜନ କରନ୍ତି ଆନନ୍ଦରେ ଚଳି ଯାଆନ୍ତି । କିଏ ବା ତାଙ୍କର ଅଛି ଖାଇବାକୁ? ମାମୁ ମାଇଁ ଦୁଇ ପ୍ରାଣୀ । ହଡା ମଲେ ଗୁହାଳ ଖାଲି । ଖ୍ୟାତନାମା ଚାଷୀ ଭାବରେ ଆଖ ପାଖ ସାତଖଣ୍ଡ...

Read More

ଛଂଚାଣ ଓ ଘରଚଟିଆ

ଥରେ ଜଙ୍ଗଲକୁ ଘର ଚଟିଆ ଚଢେଇ ବୁଲିବାକୁ ଯାଇଥିଲା । ସେ ଦେଖିଲା ଛଂଚାଣଟି ଗୋଟିଏ ଠେକୁଆ ଧରି ଉଡିଚାଲିଗଲା । ଏହା ଦେଖି ସେ ଘରଚଟିଆକୁ ଭାରି ଭଲ ଲାଗିଲା ଏବଂ ସେ ବି ଚାହିଁଲା ଗୋଟିଏ ଠେକୁଆ ଧରି ଉଡିଯିବା ପାଇଁ । ଠେକୁଆଟି ଚଟିଆ ଠାରୁ ବଡ ହୋଇଥିବାରୁ ଯେତେ ଚେଷ୍ଟା କଲେ ବି ଠେକୁଆକୁ ଉଠାଇ ଉଡି ପାରିଲା ନାହିଁ ସେ ଚଟିଆ । ଚଟିଆର ଏଇ ଉଠାଇବାର ପରିଶ୍ରମ ଭିତରେ ବିଲୁଆ ଆସି ସେ ଚଟିଆଟିକୁ ଖାଇଦେଲା । ନିଜର ଶକ୍ତି ଅନୁସାରେ...

Read More

ହନୁ କରଣ

ହେଟା ବାଘଟିଏ ବହୁତ ଦିନଯାଏଁ ଖାଇବାକୁ ନ ପାଇ ଉପାସରେ ଥାଏ । ଦିନେ ସେ ଦେଖିଲା କିଛି ଦୂରରେ ଦଳେ ମେଣ୍ଢା ଚରୁଛନ୍ତି; କିନ୍ତୁ ଜଣେ ଜଗୁଆଳ ତାଙ୍କୁ ଭଲ କରି ଜଗାରଖା କରୁଛି । ଯେତେ ଚେଷ୍ଟା କଲେ ବି ଏ ହେଟାବାଘ ସେ ମେଣ୍ଢାପଲ ଭିତରୁ ଗୋଟିଏ ହେଲେ ବି ମେଣ୍ଢା ଖାଇ ପାରିଲା ନାହିଁ ।                 ବହୁତ ଭାବି ସେ ହେଟାବାଘ ଶେଷରେ ଗୋଟିଏ ଉପାୟ ପାଂଚିଲା ଯେ, ଯଦି ସେ ଗୋଟିଏ ମଲା ମେଣ୍ଢାର ଚମଡା ତା’ ପିଠିରେ ପକାଇ ସେ...

Read More

ଭିକ୍ଷାଦାନ

ଲକ୍ଷ୍ମଣ ଓ ତା’ର ସ୍ତ୍ରୀ ମାଧବୀ ବଡ ଦୟାଳୁ ଓ ଉଦାର ପ୍ରକୃତିର ଥିଲେ । ଦାନ ଦେଇ ସମ୍ପତ୍ତି ଶେଷ ହୋଇଗଲା । ତା’ପରେ ସେମାନେ ଦରିଦ୍ର ହୋଇଗଲେ । ବାଡିରେ ନାନା ପ୍ରକାର ପରିବାପତ୍ର ଲଗାଇଲେ । ବହୁତ ପନିପରିବା, ଫଳ ସବୁ ଫଳିଲା । ସେସବୁ ବିକ୍ରି ହେବାକୁ ଯିବା ପୂର୍ବରୁ ଅଧେ ଦାନ ଦକ୍ଷିଣାରେ ଚାଲିଯାଏ । ଲକ୍ଷ୍ମଣ ଭାବିଲା ବରଂ ଅଧ୍ୟାପନା କାର୍ଯ୍ୟ କଲେ ଭଲ । କିଛିଟା ଜୀବିକାର୍ଜନ ସୁବିଧାରେ ହେବ । ସେ ଜଣେ ବିଦ୍ୱାନ୍ ଥିଲା ।...

Read More

ବୀଣାର ବିବାହ

ଏଣେ ନିଶା ଗରଜୁଥାଏ, ଠିକ୍ ସେହି ମୁହୂର୍ତ୍ତରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର...

Read More

ସଚ୍ଚା ଶିଳ୍ପୀ

ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା ।                 ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ...

Read More

ଠେକୁଆ ଓ ମହୁଫେଣା

ଦିନେ ସକାଳୁ ନିଦରୁ ଉଠି ଠେକୁଆ ଦେଖିଲା ଯେ, ତା’ଘରେ ଖାଇବାକୁ କିଛି ବି ନାହିଁ । ତା’ ପିଲାମାନେ ଭୋକରେ ଖାଲି ଆଉଟୁପାଉଟୁ ହେଉଛନ୍ତି । ପିଲାଙ୍କ ବିକଳ ଆଉ ସହି ନପାରି ଠେକୁଆ କିଛି ଖୋଜିବାକୁ ବାହାରି ପଡିଲା । ବାଟରେ ସେ ଦେଖିଲା ଗୋଟିଏ ବଡ ଗଛ । ଗଛ ଗଣ୍ଡିରେ କୋରଡ ଅଛି । ଭାବିଲା କୋରଡ ଭିତରେ ଯଦି ମହୁମାଛିମାନେ ଫେଣା କରିଥାନ୍ତି? ତେବେ ତ ବଢିଆ କଥା । ମହୁଫେଣାରେ ସକାଳର ଜଳଖିଆଟା ଚଳିଯିବ ।                 ଏମିତି...

Read More

ମହାବଳୀ

ଅରଣ୍ୟ ସମୀପରେ ଶରଭ ନାମକ ଜଣେ ବଳଶାଳୀ ଲୋକ ବାସ କରୁଥିଲା । ସଂସାରରେ ତା’ଠାରୁ ଅଧିକ ବଳଶାଳୀ ଆଉ କେହି ବି ନାହାଁନ୍ତି । ଏପରି ଭାବି ସେ ଖୁବ୍ ଗର୍ବିତ ଅନୁଭବ କରେ । ଏହା ପଛରେ ଗୋଟିଏ କାରଣ ଥିଲା, ତାହା ହେଉଛି, ଅନ୍ୟମାନଙ୍କ ତୁଳନାରେ ଦଶଗୁଣ ଅଧିକ କାଠର ବୋଝ ଜଙ୍ଗଲରୁ ସେ ବୋହି ଆଣିପାରେ । ତେଣୁ ସେ ତା’ ପତ୍ନୀକୁ ବଢାଇ କରି କହେ, “ମୁଁ କଳିଯୁଗ ଭୀମ । ନଚେତ୍ ଏତେ ବଡ ବୋଝ ଆଉ କିଏ ବୋହି ପାରିବ ଦେଖି କହିଲ”...

Read More

ମହୁମାଛିର ପ୍ରାର୍ଥନା

ଥରେ ମହୁମାଛିର ବହୁତ ଇଚ୍ଛା ହେଲା, ସେ ଭଗବାନଙ୍କୁ କିଛି ମହୁ ଦେବ । ତା’ପରେ ସେ ସ୍ୱର୍ଗରେ ଯାଇ ପହଁଚିଗଲା ଏବଂ ସବୁଠାରୁ ଭଲ ଭାବରେ ତିଆରି କରିଥିବା ମହୁତକ ଭଗବାନଙ୍କୁ ଦେଲା । ଭଗବାନ ବି ତା’ର ଭକ୍ତିରେ ଖୁସି ହୋଇ ତାକୁ ବର ମାଗିବାକୁ କହିଲେ । ଏକଥା ଶୁଣି ମହୁମାଛି କହିଲା, “ମୋ ଠାରୁ ଲୋକମାନେ ତ ମହୁ ଚୋରାଇ ନେଇଯାଉଛନ୍ତି । ତେଣୁ ମୋତେ ଗୋଟିଏ ଶୁଣ୍ଢ ଦିଅନ୍ତୁ । ମୁଁ ଏଥିରେ ଏମିତି ମାରିବି ଯେ ଯେମିତିକି ଲୋକମାନେ...

Read More

ଅସଲ ମିତ୍ର

ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ...

Read More

ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ

ବିନୋବାଭାବେଙ୍କ ନିକଟକୁ ଥରେ ଜଣେ ମଦ୍ୟପ ଯୁବକ ଆସିଲା । ସେତେବେଳେ ସେ ଅତ୍ୟନ୍ତ ଚିନ୍ତିତ ଓ ବିବ୍ରତ ଜଣାପଡୁଥିଲା । ଯୁବକକୁ ଦେଖି ବିନୋବା ଭାବେ ତା’ର ଚିନ୍ତାର କାରଣ ପଚାରିଲେ । ତହୁଁ ସେ ଯୁବକ ଜଣକ କହିଲା, “ମୋ’ ପିଛା ମଦ ମୋଟେ ଛାଡୁ ନାହିଁ । ଆପଣ କିଛି ଉପାୟ ବତାଇ ଦିଅନ୍ତୁ, ଯାହା ଫଳରେ କି ମୁଁ ଆଉ ମଦ କେବେବି ପିଇବି ନାହିଁ ।” ଏହା ଶୁଣି ବିନୋବା କିଛି ସମୟ ନିରବ ରହିଲା ପରେ ସେ ଯୁବକକୁ କହିଲେ, “ତୁମେ କାଲି...

Read More

ତଥାଗତ ଓ ପୂର୍ଣ୍ଣମାସୀ

 ଜଣେ ବ୍ୟବସାୟୀଙ୍କର ଏକମାତ୍ର ଝିଅଟିଏ ଥିଲା । ସେ ଝିଅଟିର ନାମ ପୂର୍ଣ୍ଣମାସୀ । ନିଜ ଇଚ୍ଛା ଅନୁଯାୟୀ ବିବାହ କରିବାରୁ ପିତାମାତା ତାଙ୍କୁ ଘରୁ ତଡିଦେଇଥିଲେ । ସମୟ କ୍ରମେ ସେ ବିବାହ କରି ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ । ହଠାତ୍ ଦିନେ ପୂର୍ଣ୍ଣମାସୀଙ୍କର ମନକୁ ଆସିଲା – “ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଦୀର୍ଘ ଦିନପରେ ହୁଏତ ବାପା ମା’ ଏହି ଦୁଇ ନାତିଙ୍କୁ ଦେଖିଲାପରେ ପୂର୍ବର ରାଗ ଭୁଲିଯିବେ ।”         ...

Read More

କାବ୍ୟ ରସିକ

ରାମଶର୍ମା ନାମକ ଜଣେ କବି ଶିକ୍ଷିତ ପାଠକମାନଙ୍କୁ କବିତା ପଢି ଶୁଣାଉଥାନ୍ତି । ସେମାନେ ଯାହା ଦିଅନ୍ତି ସେଥିରେ ସେ ତୃପ୍ତ ହୋଇ ରହନ୍ତି । ଅଧିକ ରୋଜଗାର ପାଇଁ ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରି ନାହାଁନ୍ତି ।                 ଥରେ ସେ ଶୁଣିଲେ କି ଜଣେ ବ୍ୟବସାୟୀଙ୍କର କବିତା ଶୁଣିବାକୁ ଭାରି ଇଚ୍ଛା । କିଛି ଟଙ୍କା ମିଳିବ ବୋଲି ସେ ସେଠାକୁ ଯାଉଥା’ନ୍ତି । ବାଟରେ ଥକା ହୋଇ ଗୋଟିଏ ଗଛ ମୂଳରେ ସେ ବସି ପଡିଲେ ।...

Read More

ପକ୍ଷୀ ଏବଂ ମାଙ୍କଡ କଥା

 ଗୋଟିଏ ନଦୀ କୂଳରେ ଏକ ବିରାଟ ବୃକ୍ଷ ଥାଏ । ସେହି ବୃକ୍ଷ ଡାଳରେ ଅନେକ ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ପ୍ରତ୍ୟହ ସକାଳେ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ବସାକୁ ଫେରିଆସନ୍ତି । ବସାକୁ ଫେରିଆସିବା ପରେ କିଛି ସମୟ ପାଇଁ ନଦୀ କୂଳ ପକ୍ଷୀମାନଙ୍କର କଳରବରେ ମୁଖରିତ ହୋଇଉଠେ । ଏହି ନଦୀ କୂଳରେ ଏକ ଛୋଟିଆ ପାହାଡଟିଏ ଥାଏ । ସେହି ପାହାଡରେ କେତେକ ମାଙ୍କଡ ରହୁଥାଆନ୍ତି ।         ...

Read More

ବିଳାସୀ ମହନ୍ତ

ଗଙ୍ଗାକୂଳରେ ଗୋଟିଏ ଛୋଟ ସହର । ସେଠାରେ ଅନେକ ମନ୍ଦିର ଆଉ ମଠ । ତୀର୍ଥସ୍ଥାନ ବୋଲି ବର୍ଷ ସାରା ସେଠାରେ ଯାତ୍ରୀଗହଳି ଲାଗି ରହିଥାଏ । ବାରମାସରେ ତେର ପର୍ବ । କେତେ ଦୂର ଦେଶରୁ ସାଧୁ, ସନ୍ନ୍ୟାସୀ, ବଣିକ, ରାଜା, ଜମିଦାର ଏହି ସହରକୁ ଆସନ୍ତି ନିଜ ମନ ପରିବର୍ତ୍ତନ କରିବା ପାଇଁ । ଏହି ତୀର୍ଥଯାତ୍ରୀ ମାନଙ୍କଠାରୁ ହିଁ ମଠ ଓ ମନ୍ଦିରମାନଙ୍କର ଭଲ ଆୟ ହୋଇଥାଏ । ତେବେ ସେ ଗଙ୍ଗା କୂଳକୁ ଲାଗି ଗୋଟିଏ ମଠ ଥାଏ, ଯାହାର ମହନ୍ତ...

Read More

ବାମ ହାତର ଦୁଖଃ

       ଏକଦା ଶରୀରର ବାମହାତ ମନରେ ଡାହାଣ ହାତ ପ୍ରତି ଈର୍ଷାଭାବ ଜାତ ହେଲା । ତହୁଁ ବାମହାତ ମଣିଷକୁ କହିଲା, “ତୁମେ ତୁମର ଡାହାଣ ହାତକୁ ନେଇ ଭଲ ଭଲ କାମ ସବୁ କରୁଛ । ଯେପରି ଡାହାଣ ହାତରେ ବହିଲେଖା, ଛବିଅଙ୍କା ଓ ଖାଦ୍ୟ ଖାଇବା କାମ ବି ହେଉଛି । ଏତଦ୍ ବ୍ୟତିତ ସମସ୍ତ ଧର୍ମ କର୍ମରେ ଡାହାଣ ହାତ ବି ଲୋଡା ପଡିଯାଏ । ମାତ୍ର ମୁଁ ସମସ୍ତ ପ୍ରକାର ଅପରିଷ୍କାର କାର୍ଯ୍ୟରେ ନିୟୋଜିତ ହେଉଛି । ସତେଯେମିତି ସମସ୍ତ ପ୍ରକାର ଅଶୁଭ...

Read More

ଚିଦାମ୍ବରର ଧର୍ମଜ୍ଞାନ

କୌଣସି ଏକ ଗ୍ରାମରେ ଚିଦାମ୍ବର ନାମକ ଜଣେ ଧନୀ ଲୋକ ଥିଲା । ସେ ଅତ୍ୟନ୍ତ କଂଜୁସ ଥିଲା; କିନ୍ତୁ ତା’ର ସ୍ତ୍ରୀର ଦାନଧର୍ମ କରିବାରେହିଁ ବହୁତ ଶ୍ରଦ୍ଧା ଥିଲା ।       ଥରେ ସେହି ଗ୍ରାମରେ ସମସ୍ତେ ଚାନ୍ଦା କରି ଗୋଟିଏ ପର୍ବ ପାଳନ କରିବା ପାଇଁ ସ୍ଥିର କଲେ । ସେଥିପାଇଁ ବାହାରୁ ଭାଗବତ ଗୀତା ପାଠ କରିବା ପାଇଁ ଜଣେ ପଣ୍ଡିତଙ୍କୁ ଡକା ହେଲା । ଚିଦାମ୍ବରକୁ ଚାନ୍ଦା ମାଗିବାରୁ ସେ କହେ, “ଏସବୁ ବାଜେ କଥା ଉପରେ ମୋର ଆଦୌ...

Read More

ଉଦାରତା

ଦୁଇହଜାର ବର୍ଷ ତଳେ ଚୀନ୍ ଦେଶରେ ସୋ-ପୋ-ତାବୁ ନାମକ ଏକ ବୃଦ୍ଧ ପଣ୍ଡିତ ଥିଲେ । କିନ୍ତୁ ତାଙ୍କ ପାଣ୍ଡିତ୍ୟକୁ ଚିହ୍ନି ତାଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେବା ଭଳି ବ୍ୟକ୍ତି ତାଙ୍କ ଆଖପାଖରେ କେହି ବି ନଥିଲେ । ତେଣୁ ସେ ବଡ ଆର୍ଥିକ ସଂକଟ ମଧ୍ୟ ଦେଇ ଜୀବନ ନିର୍ବାହ କରୁଥା’ନ୍ତି । ସେଠାରୁ ଅନେକ ଦୂରରେ ଚୁ ନାମକ ଏକ ରାଜ୍ୟ ଥାଏ । ସେଠାକାର ରାଜା ଜ୍ଞାନୀ ଗୁଣି ବ୍ୟକ୍ତିଙ୍କୁ ଯଥେଷ୍ଟ ଧନ ଦେବାର ଶୁଣାଯାଉଥିଲା କାରଣ ରାଜା...

Read More

ସ୍ୱର୍ଗରେ ରାଜା ନିଯୁକ୍ତି

ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।        ସେତେବେଳେ ସିଂକକ୍ ନାମକ ରାଜ୍ୟର ରାଜା ବି ଏହି ପଦ ଆଶାୟୀ...

Read More

ବୃଷୋତ୍ସର୍ଗ

 ଦିନେ ମୁର୍ଶୀଦାବାଦ୍ ନବାବ୍ କୃଷ୍ଣ ନଗରରେ ଉପସ୍ଥିତ ହୋଇ କିଛି ଦିନ ବାସ କରିଥିଲେ । ଦିନେ ରାଜା କୃଷ୍ଣ ଚନ୍ଦ୍ର ରାୟଙ୍କର ପିତୃ ଶ୍ରାଦ୍ଧ ବୃଷୋତ୍ସର୍ଗ ବୃଷଟି ନବାବ୍ ସାହେବଙ୍କ ଆଗରେ ଯାଉ ଥିଲା । ବୃଷଟିକୁ ନବାବ୍ ଦେଖି ତାଙ୍କର ଉଜିର୍କୁ ଡାକି କହିଲେ –                  “ଉଜିର୍, ଏତ ବହୁତ ଆଚ୍ଛା ବୟେଲ ହଏ?” ଏହା ଶୁଣି ଉଜିର୍ କହିଲେ –                  “ହଁ ହଜରତ୍ ଏ ବୟେଲ୍ ଖୁବ୍ ଆଚ୍ଛା” ତହୁଁ ନବାବ୍ ହୁକୁମ୍...

Read More

ଉଗ୍ରସେନଙ୍କ ଜଡିବୁଟି

ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି ।                 ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ...

Read More

ଅଧା ଆଲୋକ ଅଧାଛାଇ

 ଦିନେ ଆକବର କୌଣସି ଏକ ଘଟଣାକୁ ନେଇ ଖୁବ୍ ରାଗିଗଲେ, ଏବଂ ବିରବଲଙ୍କୁ, ଦେଶ ଛାଡି ଚାଲିଯିବାକୁ କହିଲେ । ବିରବଲ ଆକବରଙ୍କୁ କହିଲେ, “ହଜୁର୍! ଆପଣ ମୋତେ ଯେତେବେଳେ ରାଜ୍ୟ ତ୍ୟାଗ କରିଯିବା ପାଇଁ କହିଛନ୍ତି ମାନେ ମୁଁ ଚାଲିଯିବି । ହେଲେ ଆପଣ ମୋତେ ନଡାକିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ ।          ଏହାକହି ବିରବଲ ଚାଲିଗଲେ । କିଛିଦିନ ଯିବାପରେ ଆକବର ମନେ ମନେ ବିରବଲଙ୍କୁ ଖୋଜୁଥାଆନ୍ତି । ବିରବଲ ନ...

Read More

ଗୋପାଳ ଗଧ

ଦିନେ ରାଜା କୃଷ୍ଣ ଚନ୍ଦ୍ର ହଠାତ୍ ବିରକ୍ତ ହୋଇ ଗୋପାଳ ଭାଣ୍ଡକୁ କହିଲେ – ଗୋପାଳ! ତୁମ୍ଭେ ଗୋଟିଏ ଗଧ ନୁହଁ କି? ଗଧ ଓ ତୁମ୍ଭେ ଏଥିରେ ତଫାତ୍ କିଛି ନାହିଁ, ଅର୍ଥାତ୍ ଯେ ଗଧ ସେ ତୁମ୍ଭେ । ଗୋପାଳ ଭାଣ୍ଡ ଏହା ଶୁଣି ସଙ୍ଗେ ସଙ୍ଗେ ଉଠି ନିଜ ବସିବା ସ୍ଥାନ ଠାରୁ ରାଜା କୃଷ୍ଣ ଚନ୍ଦ୍ରଙ୍କର ବସିବାର ସ୍ଥାନ ପର୍ଯ୍ୟନ୍ତ ଯେତିକି ଛଡା ଅଛି ତାହା ମାପି କରି ଗମ୍ଭୀର ଭାବେ କହିଲେ – ଆଜ୍ଞା ହଁ । ଆପଣ ଦେଖନ୍ତୁ ମୋଟେ ଦେଢ ହାତ ମାତ୍ର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ