ବିଦୁଷକ ବୃହଲୁଲ୍

ଖଲିଫା ହାରାନୁଲ୍ ରସିଦଙ୍କ ଦରବାରରେ ବୃହଲୁଲ୍ ନାମକ ଜଣେ ବିଦୁଷକ ଥିଲେ । ସେ ମଧ୍ୟ ଜଣେ ବଡ ଜ୍ଞାନୀ ଥିଲେ । ଦିନେ ଖଲିଫା ତାଙ୍କୁ ପଚାରିଲେ, “ବୃହଲୁଲ୍, ତମେ କହିପାରିବ କି ଆମ ବାଗଦାଦ୍ରେ କେତେଜଣ ମୂର୍ଖ ଅଛନ୍ତି?”                 ସେ ଉତ୍ତର ଦେଲେ “ଆଜ୍ଞା ଜାହାଁପନା, ମୁଁ ଜାଣେ ।” ଖଲିଫା କହିଲେ “ତେବେ ତୁମେ ସେମାନଙ୍କ ନାମ ଲେଖି ଗୋଟିଏ ତାଲିକା ପ୍ରସ୍ତୁତ କର । ଭୁଲ୍ରେ ଯେପରି କାହାକୁ ଛାଡି ନ ଯାଅ ।”...

Read More

ସେବା କରିବା ମହତ କାର୍ଯ୍ୟ

ଦକ୍ଷିଣ ଇଣ୍ଡିଆର କର୍ଣ୍ଣାଟକ ରାଜ୍ୟରେ ମହିଶୁର ବୋଲି ଗୋଟିଏ ସହର । ସେହି ସହରରେ ଗୋପାଳ ସ୍ୱାମୀ ବୋଲି ଗୋଟିଏ ଗରିବ ପିଲା ଥାଏ । ପିଲାଟି ଦିନରୁ ତ ତା ମା’ ବାପା ମରିଯାଇଥା’ନ୍ତି । ପିଲାଟି କିନ୍ତୁ ଭଲ ପଢେ । ସେଥିପାଇଁ ସ୍କୁଲ ଶିକ୍ଷକ ମାନେ ତାକୁ ସାହାଯ୍ୟ କରନ୍ତି । ଅନ୍ୟର ସାହାଯ୍ୟରେ ଗୋପାଳ ମାଇନର୍ ପାଶ୍ କରିଗଲା । ଏଥର ହାଇସ୍କୁଲ୍ରେ ନାଁ ଲେଖାଇବା କଥା । ଗୋପାଳ ମନେ ମନେ ଭାବିଲା ସେ ଆଉ ଲୋକଙ୍କୁ ହାତ ପାତି ପଇସା...

Read More

ମନ୍ତ୍ରର ପ୍ରଭାବ

ମଧୁପୁର ଗ୍ରାମରେ ବିନୟ ନାମକ ଜଣେ ଯୁବକ ଥାଏ । ବୟସରେ ସେ ଯୁବକ ହେଲେ କ’ଣ ହେବ ଦେଖିବାକୁ ସେ ଠିକ୍ ବୁଢା ଭଳି, ହାତଗୋଡ ସରୁ, ବେକ ପାଖରୁ ନଇଁ ପଡିଛି । ରୋଗୀଣାଟିଏ ପରି ସେ ଲାଗେ । ଅଳ୍ପ ଛୋଟେଇ ଛୋଟେଇ ସେ ଚାଲେ, ତାକୁ ଦେଖିଲେ ମନେହେବ ଖାଇବାକୁ ନ ପାଇ ସେ ଏଡେ କଷ୍ଟରେ ଅଛି । ଦୁନିଆରେ ତା’ର ନିଜର ବୋଲି ଆଉ କେହିବି ନାହିଁ । ଲୋକେ ତା’ଠାରୁ ଦୂରେଇ ରହନ୍ତି । ଜନ୍ମ ହେଉ ହେଉ ତା’ର ମା’ ମଲା । ସାତବର୍ଷର ସେ ହୋଇଥିଲା...

Read More

ବିଚିତ୍ର ସ୍ୱପ୍ନ

ବହୁତ ବର୍ଷ ତଳର କଥା । ସୁମେରୀୟ ରାଜା ମାଡୁସା ଏକ ଅଜବ ପ୍ରକାର ରାଜା ଥିଲେ । ତାଙ୍କର ବିଚିତ୍ର କାର୍ଯ୍ୟ ପାଇଁ ପ୍ରଜାମାନେ ସର୍ବଦା ହଇରାଣ ଓ ଦୁଃଖ କଷ୍ଟ ବି ପାଉଥିଲେ । ପ୍ରଜାମାନେ ଯେତିକି ଦୁଃଖ ପାଉଥିଲେ ରାଜା ମାଡୁସା ସେତିକି ଆନନ୍ଦ ପ୍ରାପ୍ତି କରୁଥିଲେ । ପ୍ରଜାମାନଙ୍କ ଉପରେ ଏହି ଅତ୍ୟାଚାର କେବଳ ସେନାପତି, ମହାମନ୍ତ୍ରୀ, ରାଜବୈଦ୍ୟ ଓ ରାଜଜ୍ୟୋତିଷ ହିଁ କରୁଥିଲେ । ଦିନକର କଥା । ରାଜା ଏକ ବିଚିତ୍ର ସ୍ୱପ୍ନ ଦେଖିଲେ...

Read More

ବ୍ୟକ୍ତିର ଶ୍ରେଷ୍ଠତ୍ୱ

ଏକଦା ରାଜା ଶିକାର କରିବାକୁ ବାହାରିଲେ । ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ । ଜଙ୍ଗଲ ଟିକେ ଦୂରରେ ଥିଲା । ଭାରି ଶୋଷ ଲାଗିଲା ରାଜାଙ୍କୁ । ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡିଆ । କୁଡିଆ ବାହାରେ ଥିଲା ପାଣି ମାଠିଆ । ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ । ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ – “ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗିଆଣ ।”          ସୈନ୍ୟ ସୁରଦାସଙ୍କ ନିକଟକୁ ଯାଇ କହିଲା – ‘ହେ ଅନ୍ଧ ! ପାଣି...

Read More

ପରନ୍ତପ ଜାତକ

ଏକଜନ୍ମରେ ବୋଧିସତ୍ୱ ବାରାଣସୀର ରାଜା ବ୍ରହ୍ମଦତଙ୍କ ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମିଥିଲେ । ଯଥାସମୟରେ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହୋଇ ସେଠାରେ ବିବିଧ ଶାସ୍ତ୍ରରେ ପାରଦର୍ଶିତା ଲାଭକଲେ । ଏହାଛଡା ସେ ନିଜର ଗୁରୁଙ୍କଠାରୁ ଏକ ବିଶିଷ୍ଟ ବିଦ୍ୟା ଶିକ୍ଷା କରିଥିଲେ । ଏହା ଫଳରେ ସେ ପଶୁପକ୍ଷୀଙ୍କର କଥା ମଧ୍ୟ ବୁଝିପାରୁଥିଲେ । ବିଦ୍ୟାଶିକ୍ଷା ପରେ ସେ ବାରାଣସୀକୁ ଫେରିଆସିଲେ ।       ...

Read More

ଦୁଃସ୍ୱପ୍ନ

ଅନେକ ଦିନ ତଳର କଥା । ବର୍ମାର ଗୋଟିଏ ଛୋଟ ଗାଁରେ ଲୋବସାଙ୍ଗ୍ ଥାଏ । ତା’ର ବୃତି ହେଲା ଟଙ୍କା ଧାର୍ ଦେଇ ସୁଧ ନେବା । ସେ ସୁଧ ବହୁତ ନିଏ; ତା’ଛଡା ସେ ତା’ ଜୀବନରେ ବୋଧହୁଏ ଆଉ କିଛି ମଧ୍ୟ ଜାଣେନାହିଁ । ଥରେ ସେ ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭାବିଲା, “ମୃତ୍ୟୁ ତ ଅନିବାର୍ଯ୍ୟ; ତେଣୁ ମୁଁ ଯେତେଦିନ ବଂଚିବି, ଭଗବାନ ଓ ଭକ୍ତଙ୍କ କଥା ଶୁଣିଲେ ଅନ୍ତତଃ ମୋର କିଛିଟା ପୁଣ୍ୟ ହେବ ।”                 ତା’ପରେ ସେ ଲୋବସାଙ୍ଗ୍...

Read More

ଶୂନ୍ୟ ଉପଦେଶ

ଦିନେ ଗୋଟିଏ ଝିଅ ଗାଧୋଇଲା ବେଳେ, ହଠାତ୍ ତାର ଗୋଡ ଖସିଗଲା ଓ ସେ ପାଣିରେ ବୁଡିଗଲା । ଯେତେବେଳେ ସେ ଝିଅଟି ଉବୁଟୁବୁ ହେଉଥାଏ, ସେ ଦେଖିଲା ତା’ପାଖରେ ନାଉରୀ ଯାଉଛି । ତେଣୁ ସେ ଝିଅ ନାଉରୀକୁ ପାଟିକରି ଡାକିଲା ଏବଂ ସେ ନାଉରୀ ବି ପାଖକୁ ଆସି ଝିଅଟିର ଏ ଅବସ୍ଥା ଦେଖିଲା, କିନ୍ତୁ ସେ ନାଉରୀ ଝିଅଟିକୁ ପାଣିରୁ ନଟାଣି ଓଲଟି ବୁଝାଇବାକୁ ଆରମ୍ଭ କଲା ଯେ କାହିଁକି ଏକୁଟିଆ ସେ ଏ ନଈରେ ଗାଧୋଉଥିଲା ଓ ଏତେ ପାଣିରେ ସେ କାହିଁକି...

Read More

ମାନବ ସେବାହିଁ ଶ୍ରେଷ୍ଠ ଧର୍ମ

ଯେଉଁ ଅବସ୍ଥାରେ ଥିଲେ ଥାଅ ପଛେ ସୁଯୋଗ ମିଳିଲେ ନ ଛାଡି ଲବେ     ସମାଜ ସେବାରେ ମନଦେଲେ ଥରେ ମାନବ ସମାଜ ଧନ୍ୟ କହିବେ ।     ମହାପୁରୁଷଙ୍କ ଜୀବନୀ ପଢିଲେ ମିଳିବ ସେଥିରୁ ନାନା ଦୃଷ୍ଟାନ୍ତ     ଡାକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା ଶୁଣିଲେ ଆଜିବି ଲାଗେ ଚକିତ ।                 ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା କରିବା ମୋଟେ ଠିକ୍ କଥା ନୁହେଁ । କାରଣ ମାନବ ସେବା ହିଁ...

Read More

ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ

ପ୍ରାଚୀନ ଅଲମ୍ପିକ୍ସର ଇତିହାସ ପୃଷ୍ଠା ଓଲଟାଇ ଦେଲେ ଗ୍ରୀକ୍ର ଜଣେ ସୁପ୍ରସିଦ୍ଧ ଖେଳାଳି ‘ମିଲୋ’ଙ୍କ କଥା ନଜରକୁ ଆସେ । ତାଙ୍କର କ୍ରୀଡା କୌଶଳ ଥିଲା ଅସାଧାରଣ ।                 ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀର କଥା । ଏହି ଶତାଦ୍ଦୀ ଶେଷହେଲା ବେଳକୁ ‘ମିଲୋ’ ଦକ୍ଷିଣ ଇଟାଲୀର କ୍ରୋଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଅଜେୟ ଶକ୍ତିର ଅଧିକାରୀ । ଅଲମ୍ପିକ୍ସ କ୍ରୀଡା ଜଗତରେ ପ୍ରାୟ ପଚିଶବର୍ଷଧରି ସେ ସର୍ବଶ୍ରେଷ୍ଠ...

Read More

ପିତା ଓ ପୁତ୍ର

ପୂଝାରି ସ୍ତ୍ରୀଲୋକଟି ବିଜୟ-ରୂପୀ ଜୟସିଂହଙ୍କୁ ସ୍ନେହଭାବ କଣ୍ଠରେ ଡାକିଲା “ପୁଅ, ତୁ ତ ଆଜି ଅଧାପେଟରେ ଚାଟଶାଳି ଯାଇଥିଲୁ । ତେଣୁ ଆ, ଭଲକରି ମୁଠେ ଖାଇବୁ ଆ ।” ଜୟସିଂହଙ୍କୁ ତାଙ୍କ ଆଜ୍ଞାବହ ପୂଝାରିର ଏଭଳି ସମ୍ବୋଧନ ଶୁଣି ବଡ ଅଡୁଆ ଲାଗିଲା । ତେବେ ସେ ଯାଇ ଚୁପ୍ଚାପ୍ ଖାଇବାକୁ ବସିଲେ ।                 ତାଙ୍କୁ ପୂଝାରି ଯେତିକି ଖାଇବାକୁ ଦେଇଥାଏ, ତାହା ଜଣେ ବଡ ମଣିଷ ପାଇଁ ଆଦୌ ଯଥେଷ୍ଟ ନୁହେଁ । କାହିଁକିନା...

Read More

ବଗୁଲିଆ ବନେଇ ଅଜା

ଗ୍ରୀଷ୍ମଋତୁ – ବୈଶାଖୀ ଝାଞ୍ଜି ପ୍ରବଳ ଭାବରେ ବହୁଥାଏ । ପୃଥିବୀ ଉତପ୍ତ, ଘରେ ବାହାରେ କେଉଁ ଠାରେ ହେଲେ ରହି ହେବ ନାହିଁ । ଶୋଇଲେ ବସିଲେ, ଗପିଲେ, ଯାହା କଲେ ବି କେଉଁ ଠାରେ ମନରେ ସରାଗ ଆସୁନାହିଁ ।          ସେ ଗାଁର ବନି ଅଜା, ସମସ୍ତଙ୍କର ଅଜା, ଖରା ବେଳିଆ ଖିଆ ପିଆ ସାରି ହାତରେ ଦୁଇ ଖଣ୍ଡ ଖବର କାଗଜ ଆଉ ଖଣ୍ଡିଏ ଅଚ୍ୟୁତ ବାଣୀ ବହି ଧରି ଆସି ପହଁଚି ଗଲେ ଆମ୍ବ ତୋଟାରେ ।          ଛୋଟ କୁଡିଆ ଘର, ନଡିଆ ବାହୁଙ୍ଗା...

Read More

କାବ୍ୟ ରସିକ

ରାମଶର୍ମା ନାମକ ଜଣେ କବି ଶିକ୍ଷିତ ପାଠକମାନଙ୍କୁ କବିତା ପଢି ଶୁଣାଉଥାନ୍ତି । ସେମାନେ ଯାହା ଦିଅନ୍ତି ସେଥିରେ ସେ ତୃପ୍ତ ହୋଇ ରହନ୍ତି । ଅଧିକ ରୋଜଗାର ପାଇଁ ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରି ନାହାଁନ୍ତି ।                 ଥରେ ସେ ଶୁଣିଲେ କି ଜଣେ ବ୍ୟବସାୟୀଙ୍କର କବିତା ଶୁଣିବାକୁ ଭାରି ଇଚ୍ଛା । କିଛି ଟଙ୍କା ମିଳିବ ବୋଲି ସେ ସେଠାକୁ ଯାଉଥା’ନ୍ତି । ବାଟରେ ଥକା ହୋଇ ଗୋଟିଏ ଗଛ ମୂଳରେ ସେ ବସି ପଡିଲେ ।...

Read More

ବିବେକୀ ରାଜା

ପ୍ରାଚୀନ କାଳର କଥା । ବୈରୀଗଞ୍ଜନ ମାନଧାତା ନାମରେ ଜଣେ ରାଜା ରାଜୁତି କରୁଥିଲେ । ସେ ଦେଖିବାକୁ ଭାରି ସୁନ୍ଦର । ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡିଏ ଠିଆ ହୋଇ ଚାହିଁ ରହୁଥିଲା । ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି । ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାଆନ୍ତି । ତାଙ୍କର କରାମତି ଯୋଗୁଁ ଆଖପାଖର ପଡୋଶୀ ରାଜାମାନେ ବି ଖାଲି ଥରହର ହେଉଥାଆନ୍ତି । ଏହି କାରଣରୁ କୌଣସି ରାଜା ବୈରୀଗଞ୍ଜନଙ୍କ...

Read More

ମହାନ୍ କିଏ?

ପ୍ରାଚୀନ କାଳରେ ବାରଣାଶୀରେ ‘ବ୍ରାହ୍ମଦତ୍ତ’ ନାମକ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ବଳବାନ୍ ଏବଂ ଶକ୍ତିଶାଳୀ ଥିଲେ । କେବଳ ସେତିକି ନୁହେଁ ଦୟା, ପରୋପକାର ପ୍ରଭୃତି ମହନୀୟ ଗୁଣର ମଧ୍ୟ ଅଧିକାରୀ ଥିଲେ । ତେଣୁ ପ୍ରଜାମାନେ ତାଙ୍କ ରାଜ୍ୟରେ ସୁଖରେ କାଳାତିପାତ କରୁଥିଲେ । ପ୍ରଜାମାନେ ସୁଖରେ କାଳାତିପାତ କରୁଥିବାରୁ ରାଜା ମଧ୍ୟ ଅତ୍ୟନ୍ତ ଖୁସି ଥିଲେ । ତେଣୁ ଚାରିଆଡେ ରାଜାଙ୍କର ପ୍ରଶଂସା ବ୍ୟାପିବାରେ ଲାଗିଥାଏ ।...

Read More

ମନ୍ତ୍ରୀ ନିର୍ବାଚନ

ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ...

Read More

ସୁବର୍ଣ୍ଣ ହଂସ

ଜଣେ ଲୋକର ତିନୋଟି ପୁଅ ଥିଲେ । ସେ ତିନୋଟି ପୁଅଙ୍କ ମଧ୍ୟରୁ ସବା ସାନ ପୁଅର ନାମ ବୋକାରାମ । ତାର ବୋକାପଣିଆ ଦେଖି ସମସ୍ତେ ତାକୁ ଖାଲି ଉପହାସ ଓ ପ୍ରତ୍ୟେକ କାମରେ ତାକୁ ବିଦ୍ରୂପ କରନ୍ତି । ଥରେ ସେ ବୋକାରାମର ବଡଭାଇ ବଣକୁ କାଠ କାଟିବାକୁ ଯିବାକୁ ସ୍ଥିର କଲା ଓ ଏ କଥା ତା ମା’କୁ ଜଣାଇଲା । ତାର ମା ଏଇ ବଡପୁଅ ପାଇଁ ଖୁବ୍ ସୁଆଦିଆ ପିଠା ତିଆରି କଲା ଓ ସେଇ ପିଠା ଓ ଗୋଟିଏ ବୋତଲ ମଦ ତାକୁ ଦେଇ ମା କହିଲା ବଣରେ କାଠ କାଟିଲା...

Read More

ଆତିଥ୍ୟ

ଶ୍ରୀଧରପୁରରେ କମଳାକାନ୍ତ ନାମକ ଜଣେ ଧନୀ ବ୍ୟବସାୟୀ ଥା’ନ୍ତି । ତାଙ୍କର ଅନେକ କୋଠାବାଡି ଓ ଅନେକ ବ୍ୟବସାୟ । ପ୍ରତିଦିନ ରାତିରେ ଦୋକାନରୁ ହେଉଥିବା ଲାଭକୁ ଗଣାଗଣି କରି ରଖି ସେ ବହୁତ ରାତିରେ ଘରକୁ ଫେରନ୍ତି ।                 ଦିନେ ପଇସା ଗଣିବା ବେଳେ କେହି ଦରଜା ଠକ୍ ଠକ୍ କଲା । କମଳାକାନ୍ତ ତରବରରେ ଟଙ୍କାସବୁ ଉପରେ କନା ଖଣ୍ଡେ ଘୋଡାଇ ଦେଇ କବାଟ ଖୋଲିଲେ । ତାଙ୍କର ସମ୍ପର୍କୀୟ ବନ୍ଧୁ ରାମନାଥଙ୍କୁ ସେ ଦେଖିଲେ ।...

Read More

ଅଫିମିଆର ସାକ୍ଷ୍ୟଦାନ

ଜଣେ ବ୍ୟବସାୟୀ କୌଣସି ଏକ କାମ ପାଇଁ ଘୋଡାରେ ବସି ଅନ୍ୟ ସହରକୁ ଯାଉଥିଲେ । ବାଟରେ ଗୋଟିଏ ଗ୍ରାମ ନିକଟରେ ସଂଧ୍ୟା ହୋଇଯିବାରୁ ସେ ସେହିଠାରେ ରାତି ବିତାଇବାକୁ ମନସ୍ଥ କଲେ । ସେ ଘୋଡାରୁ ଓହ୍ଲାଇବା ମାତ୍ରେ ଦେଖିଲେ ଜଣେ ବ୍ୟକ୍ତି ଗଣଗଣିଆ କଣ୍ଠରେ କହୁଛି, “ବାବୁ, ମୁଁ ଅଫିମ ଖାଏ, ଦୁଇଦିନ ହେବ କିଛି ଖାଇ ନାହିଁ । କିଛି ପଇସା ଦିଅନ୍ତୁ ମୋ ଆତ୍ମା ଶାନ୍ତ ହୋଇଯିବ ।” ସେ ତାକୁ ଚାରଣା ପଇସା ଦେଇ ଗୋଟିଏ ଘର ଖୋଜି ସେଠାରେ...

Read More

ମନଗୁଣେ ରୋଗ

ଚନ୍ଦନପୁର ଗ୍ରାମରେ ସତ୍ୟବ୍ରତ ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ବାସ କରୁଥିଲେ । ଲୋକମାନେ ତାଙ୍କୁ ଧନ୍ୱନ୍ତରୀଙ୍କ ଏକ ଅବତାର ରୂପେ ମାନୁଥିଲେ । ତାଙ୍କର ଏକମାତ୍ର ପୁତ୍ର, ତା’ର ନାଁ ଦେବବ୍ରତ । ପିତା, ମାତାଙ୍କର ଅଶେଷ ସ୍ନେହ, ଯତ୍ନରେ ସେ ଲାଳିତ ପାଳିତ । ସେ ବୁଦ୍ଧିମାନ ହେଲେ ମଧ୍ୟ, ଅତି ମାତ୍ରାରେ ଜିଦ୍ଖୋର । ଏସବୁ ଦେଖି ତା’ ପିତାମାତା ଭାବୁଥିଲେ ଯେ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ, ତା’ର ଏହି ଦୁର୍ଗୁଣ ମଧ୍ୟ ଦୂରେଇ...

Read More

ବୀର ହନୁମାନ

ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି...

Read More

ଚାଷୀର ବୁଦ୍ଧି

ଦିନେ ଜଣେ ଚାଷୀ ଦେଖିଲା ଯେ ତା ଜମିରେ ଗୋଟିଏ ସିଂହ ବୁଲୁଛି । ତାପରେ ଚାଷୀ ସେ ସିଂହକୁ ବଡ କୌଶଳ କରି ନିଜ ଗୁହାଳ ଭିତରେ ପୁରାଇ ବାହାରୁ ତାଲା ପକାଇଦେଲା । ସିଂହ ସେ ଗୁହାଳରେ ଥିବା ସବୁ ମେଣ୍ଢାଙ୍କୁ ଗୋଟି ଗୋଟି କରି ଖାଇଲା । ସବୁ ମେଣ୍ଢାଙ୍କୁ ଖାଇ ସାରିବା ପରେ ସେ ସିଂହ ବଳଦକୁ ବି ଖାଇବାକୁ ବାହାରିଲା । ସେତେବେଳେ ହିଁ ଚାଷୀ ତାର ଭୁଲ୍ ବୁଝିପାରିଲା ଏବଂ ଗୁହାଳ ଖୋଲି ସେ ସିଂହକୁ ବାହାର କରିଦେଲା ।                ...

Read More

ଫଳନ୍ତି ବୃକ୍ଷ

ବହୁ ପୁରାତନ କାଳର କଥା । ପାହାଡର ପାଦ ଦେଶରେ ଗୋଟିଏ ବଡ ଗାଁ ଥିଲା । ଏହି ଗ୍ରାମର ବାହାରେ ଏକ ସୁନ୍ଦର ବୃକ୍ଷଟିଏ ଥାଏ । ସେହି ବୃକ୍ଷରେ ଫଳ ଭର୍ତି ହୋଇଥାଏ । ବାଟରେ ଯିଏ ଯାଆନ୍ତି ଗଛଟିକୁ ଚାହାଁନ୍ତି । କେତେଜଣ ମଧ୍ୟ ଏତେ ସୁନ୍ଦର ପାଚିଲା ଫଳ ଦେଖି ଲୋଭ ସମ୍ଭାଳି ପାରନ୍ତି ନାହିଁ । ଫଳଟି ଦେଖିବାକୁ ଏତେ ସୁନ୍ଦର ହେଲେ କ’ଣ ହେଲା, ଫଳଟି ଯିଏ ଖାଆନ୍ତି କିଛି ସମୟ ପରେ ସେମାନେ ବେହୋସ୍ ହୋଇ ପଡନ୍ତି । ଏପରିକି କେତେକ...

Read More

ବାପ, ପୁଅ ଓ ଗଧ

ଦିନେ ବୁଢାବାପ ଓ ତାର ପୁଅ ତାଙ୍କ ଗଧକୁ ସାଙ୍ଗରେ ନେଇ ବଜାରକୁ ଗଲେ । ଗଧ ଚାଲିଥାଏ, ବାପ, ପୁଅ ଦୁଇଜଣ ବି ଚାଲିଥାନ୍ତି । କିଛି ଦୂର ଗଲାପରେ ବାଟରେ ଗୋଟିଏ ଲୋକ ହସି ହସି କହିଲା “ଏ ବୁଢା କେଡେ ବୋକା, ଗଧଟା ତ ଖାଲିରେ ଚାଲିକିରି ଯାଉଚି, ପୁଅକୁ ସେ ଗଧ ଉପରେ ବସାଇ କାହିଁକି ନେଉନାହିଁ”?                 ବୁଢା ଏହା ଶୁଣି ତା’ପୁଅକୁ ସେ ଗଧ ଉପରେ ବସାଇ ତାଙ୍କ ସାଙ୍ଗରେ ଚାଲିଲା । କିଛି ବାଟ ଚାଲିଲା ପରେ ଆଉ ଜଣେ ଲୋକ...

Read More

ମତ୍ସ୍ୟ ମାନବ

ବହୁ ବର୍ଷ ପୂର୍ବରୁ ସମୁଦ୍ର ତଟରେ କେରଳ ରାଜ୍ୟର ଏକ ଦ୍ୱୀପର ମାଟି ଚାଷ ପାଇଁ ଉପଯୋଗୀ ନଥିଲା । ସେଥିରେ ଅଧିକାଂଶ ସ୍ଥାନ ପଥରରେ ପୂର୍ଣ୍ଣ ଥିଲା । ତେଣୁ ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବୀ ଥିଲେ, ଅଥବା ବୋଇତ ବା ଜାହାଜରେ ଚାକିରୀ କରୁଥିଲେ । କେହି କେହି ବା ଗଭୀର ସମୁଦ୍ରରୁ ମୁକ୍ତା, ପ୍ରବାଳ ପ୍ରଭୃତି ସଂଗ୍ରହ କରି ବ୍ୟବସାୟୀମାନଙ୍କୁ ବିକ୍ରି କରି ଜୀବିକାର୍ଜନ କରୁଥିଲେ ।                 ସେହି...

Read More

ସୁବର୍ଣ୍ଣ ମୂଷିକ

ପ୍ରତିଷ୍ଠାନ ବୋଲି ଗୋଟିଏ ଦେଶ ଥାଏ । ସେଠାରେ ଆଦର୍ଶନଗର ନାମରେ ଗୋଟିଏ ନଗର ଥାଏ । ସେ ନଗରୀରେ ଜଣେ ଦରିଦ୍ର ବିଧବା ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ଦିନେ ମା’ ତାଙ୍କ ପୁଅକୁ କହିଲେ, “ପୁଅ, ତୁ ଜଣେ ବଣିକ ପୁତ୍ର । ବ୍ୟବସାୟ ଆମ ଜାତିର ପେଶା । ଦୁର୍ଭାଗ୍ୟକୁ ତୁ ଜନ୍ମରୁ ଧନହୀନ । ଏ ସହରରେ ଧନଗୁପ୍ତ ନାମକ ଜଣେ କୋଟିପତି ବଣିକ ଅଛନ୍ତି; ସେ ଦରିଦ୍ର ବଣିକମାନଙ୍କୁ ସାହାଯ୍ୟ କରନ୍ତି । ତୁ ତାଙ୍କୁ ଦେଖାକରି କିଛି...

Read More

ଦୁଃସାହସର ଫଳ

ଦିନେ କୋକିଶିଆଳଟିଏ ସିଂହକୁ ବାଟରେ ଦେଖିଲା । ସିଂହକୁ ଦେଖିଲା ମାତ୍ରେ ସେ କୋକିଶିଆଳଟି ଛାନିଆଁ ହୋଇ ଦୌଡି ପଳାଇଲା । ତାପରେ ଆଉ ଦିନେ ପୁଣି ସେହିପରି ସେ ଦୁହିଁଙ୍କର ଦେଖାହୋଇଗଲା । ଏଥରକ ସେ କୋକିଶିଆଳକୁ ବି ଡର ଲାଗିଲା; କିନ୍ତୁ ଏତେ ନୁହେଁ, ତେଣୁ ସେ ଟିକେ ଦୂରେଇ କରି ଛିଡାହେଲା ।                 ଏହିପରି କେତେଥର ଦେଖା ହେବା ପରେ କୋକିଶିଆଳର ସଂପୂର୍ଣ୍ଣ ଡର ଛାଡିଗଲା । ଦିନେ ସେ କୋକିଶିଆଳଟି ଡର ଭୟ ଛାଡି ସିଂହ...

Read More

ସଭ୍ୟ ଜମିଦାର

ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା ଆମଦାନି ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ । କଲିକତାରୁ ମାଲ...

Read More

ଦୁଷ୍ଟ ଘୋଡା

ବିଜୟ ନଗର ରାଜ୍ୟର ପଡୋଶୀ ରାଜ୍ୟର ରାଜାଙ୍କର ଉନ୍ନତମାନର ସେନାବାହିନୀ ଥିଲା । ତେଣୁ ରାଜା କୃଷ୍ଣଦେବରାୟ ସର୍ବଦା ଚାହୁଁଥିଲେ ପଡୋଶୀ ରାଜ୍ୟ ପରି ତାଙ୍କ ରାଜ୍ୟର ଘୋଡା ଚାଳକ ସୈନ୍ୟମାନେ ଏପରି କୌଶଳୀ ହୁଅନ୍ତୁ ଯେମିତି, ଶତ୍ରୁ ଆକ୍ରମଣ କରିବା ମାତ୍ରକେ ସେମାନେ ତାର ମୁକାବିଲା ତୁରନ୍ତ କରି ପାରିବେ । ସେଥିପାଇଁ ରାଜା ବହୁତ ଗୁଡିଏ ଘୋଡା ଆରବ ରାଷ୍ଟ୍ରରୁ କିଣି ଆଣିଲେ । ଏତେ ଗୁଡିଏ ଉନ୍ନତମାନର ଘୋଡାମାନଙ୍କୁ ଏକ ସଂଗରେ...

Read More

ମୂଷିକ ଏବଂ ସନ୍ନ୍ୟାସୀ କଥା

       ବହୁ ପୁରା କାଳର କଥା । ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମରେ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ମହାଦେବ ମନ୍ଦିର ଥିଲା । ଏହି ମନ୍ଦିରରେ ତାମ୍ରଚୂଡ ନାମକ ଏକ ସାଧୁ ବାବା ବାସ କରୁଥିଲେ । ପ୍ରତ୍ୟେକ ଦିନ ସେ ବିଭିନ୍ନ ସ୍ଥାନକୁ ଭିକ୍ଷା କରିବାକୁ ଯାଆନ୍ତି ଏବଂ ଯାହା ମାଗିଯାଚି ଆଣନ୍ତି ସେଇଥିରେ ଗୁଜୁରାଣ ମେଂଟାନ୍ତି । ପ୍ରତିଦିନ ସାଧୁ ତାଙ୍କ ରାତ୍ରୀ ଭୋଜନ ସାରିବା ପରେ ଯାହା ଖାଦ୍ୟ ପଦାର୍ଥ...

Read More

ଅମାବାସ୍ୟାର ପିଶାଚ

ସୁଶୀଳା ଓ ସୁକୁମାରଙ୍କର ବିବାହ ଅଳ୍ପ ଦିନ ତଳେ ହୋଇଥାଏ । ସୁକୁମାର ବାଲ୍ୟକାଳରୁ ପିତୃମାତୃହୀନ । ତେଣୁ ସେ ତା’ ଜେଜେ ମା’ଙ୍କ ତତ୍ତ୍ୱାବଧାନରେ ବଢିଥାଏ । ବିବାହ ସମୟକୁ ଜେଜେମା ମଧ୍ୟ ଆଖି ବୁଜି ସାରିଥାନ୍ତି । ଜେଜେମା’ଙ୍କ ତରଫରୁ ମିଳିଥିବା ଦଶ ଏକର ଜମି ଖୁବ୍ ଉର୍ବର । ସେଥିରୁ ମିଳୁଥିବା ଆୟରେ ବେଶ୍ ଖୁସିରେ ତାଙ୍କ ସଂସାର ଚଳି ଯାଉଥାଏ । ନିଜ ପାରିବାରିକ ଜୀବନରେ ସୁଶୀଳା ସନ୍ତୁଷ୍ଟ ଥାଏ । ତା’ ଉପରେ କାହାର ଦାୟିତ୍ୱ...

Read More

ଦୁଇ ମୂର୍ଖ ବ୍ୟବସାୟୀ

ଅନୁପଗଡର ଜମିଦାର ବଡ ଦୟାଳୁ ଥିଲେ । ସେ ବରାବର ବ୍ୟବସାୟୀମାନଙ୍କୁ ଟଙ୍କା କରଜ ଦିଅନ୍ତି । କିନ୍ତୁ ଟଙ୍କା ଦେବା ପୂର୍ବରୁ ସେ ଲୋକଟିର ବ୍ୟବସାୟୀବୁଦ୍ଧି ଅଛି ନା ନାହିଁ ତାହା ସେ ପରୀକ୍ଷା କରନ୍ତି । ଯଦି ତାଙ୍କର ବିଶ୍ୱାସ ହୁଏ ଯେ ସେହି ବ୍ୟକ୍ତି ବ୍ୟବସାୟ କଲେ ସଫଳ ହେବ ତେବେ ଯାଇ ସେ ତାକୁ ଋଣ ଦିଅନ୍ତି ।                 ଦିନେ ତାଙ୍କଠାରୁ ଋଣ ନେବା ପାଇଁ ଦୁଇଜଣ ମୂର୍ଖ ବ୍ୟବସାୟୀ ଆସିଲେ । ସେମାନେ ଜମିଦାରଙ୍କୁ...

Read More

ଗୋଟିଏ କୁକୁରର କାହାଣୀ

ଗୋଟିଏ ସହରରେ ଚିତ୍ରାଙ୍ଗ ନାମକ ଏକ କୁକୁର ରହୁଥିଲା । ଥରେ ସେହି ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ମଣିଷମାନେ ଖାଇବା ବିନା ପୋକମାଛି ପରି ମଲେ । ଏପରି ଅବସ୍ଥାରେ ପଶୁମାନଙ୍କ କଥା କିଏ ବୁଝିବ । ଏହା ଦେଖି ଚିତ୍ରାଙ୍ଗ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ଠିକ୍ କଲା । ସେଠାରେ ପହଁଚିବାପରେ ସେ ସଂଗେ ସଂଗେ ତାର କାର୍ଯ୍ୟ ଆରମ୍ଭ କରିଦେଲା । ଜଣେ ଗୃହସ୍ଥର ଘରଣୀଙ୍କର ଅସାବଧାନତାର ସୁଯୋଗ ନେଇ ତାଙ୍କ ଘରେପଶି ସମସ୍ତ ଖାଦ୍ୟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ