ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ

       ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...

Read More

ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର

 “ଦୀନ ଦୁଃଖୀରଙ୍କୀ ସେବା ଯେ’କରନ୍ତି ସେମାନେ ସାକ୍ଷାତ୍ ଈଶ୍ୱର ବୋଲି  ଯୁବକକୁ ଥରେ ଆଣ୍ଡୃଜ୍ ସାହେବ ଦୃଷ୍ଟାନ୍ତ ଛଳରେ କହିଲେ ଖୋଲି । ନାରାୟଣ ଆଉ କେଉଁଠି ନାହାଁନ୍ତି ନରଦେହେ ବିଦ୍ୟମାନ ସେ ଭବେ ଦୁଃଖୀର ଦୁଃଖ ଯେ’ ନାଶ କରିଥାନ୍ତି ତାଙ୍କୁ ଏକା ଭଗବାନ ମୁଁ ଭାବେ ।” ଆଣ୍ଡୃଜ୍ ସାହେବ ଜଣେ ଯୁବକଙ୍କୁ ବୁଝାଇବାକୁ ଯାଇ କହିଲେ, “ମହତ୍ ବ୍ୟକ୍ତିଙ୍କ ସଦ୍ଗୁଣାବଳୀ ହିଁ ତାଙ୍କର ମହତ୍ୱ ବଢାଇଥାଏ, ସମ୍ପଦ ନୁହେଁ । ମାନବ ଜାତିର...

Read More

ନିଜେ ଭଲ ହେଲେ ଦୁନିଆ ଭଲ ହେବ

       ଦୁଷ୍ଟ ପିଲାଟିଏ କିଛି ବୁଝେନି କି କାହାକଥା ଶୁଣେନି, ସବୁବେଳେ ଖାଲି କାନ୍ଦେ । ପିଲାଟିକୁ ତା’ର ବାପା ମାଆ ବୁଝେଇ ବୁଝେଇ ବେଦମ୍ ହୋଇ ଗଲେଣି ।        ସେହି ପିଲାଟିର ବାପା କୌଣସି ଏକ ଅଫିସ୍ ରେ କାମ କରନ୍ତି । ଦିନେ ଅଫିସ୍ ରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ୍ ପତ୍ର ନେଇ ଆସିଥାନ୍ତି ଘରେ ବାକିଆ କାମ କରିବେ ବୋଲି ।        ଠିକ୍ ବେଳରେ କାମ ଆରମ୍ଭ କରିଦେଲା ବେଳକୁ ପିଲାଟିର କାନ୍ଦ ଆରମ୍ଭ ହୋଇଗଲା । ମାଆ...

Read More

ଲୋଭୀ ବୈଦ୍ୟ

ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ଗଙ୍ଗାଦାସ ନାମକ ଜଣେ ବୈଦ୍ୟ ବାସ କରୁଥିଲେ । ସେ ଜଣେ ଦକ୍ଷ ଚିକିତ୍ସକ ଥିଲେ କିନ୍ତୁ ସେ ବଡ ଲୋଭୀ ପ୍ରକୃତିର ଥିଲେ । ଗରିବ ଲୋକଙ୍କ ପ୍ରତି ତାଙ୍କ ମନରେ ତିଳେ ମଧ୍ୟ ଦୟାଭାବ ନଥିଲା । ଚିକିତ୍ସା ପାଇଁ ତାଙ୍କ ପାଖରେ ଯିଏ ପହଁଚୁଥିଲା, ସେ ତା’ ପାଖରୁ ପ୍ରଚୁର ଅର୍ଥ ଆଦାୟ କରୁଥିଲେ ।                 ସେଥିପାଇଁ ଲୋକମାନେ ତାଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯିବାକୁ ଭୟ କରୁଥିଲେ ।...

Read More

ଶୁକପକ୍ଷୀର ଭାଷା

ବୁଢୀଟିଏ ଥାଏ; ସେ ବହୁତ ଧନସମ୍ପତ୍ତିର ମାଲିକାଣୀ । କିନ୍ତୁ ନାତୁଣୀଟି ବ୍ୟତୀତ ତା’ର ଏ ସଂସାରରେ ନିଜର ବୋଲି ଆଉ କେହି ବି ନଥିଲେ । ବୁଢଟି ତା ନାତୁଣୀକୁ ସର୍ବଦା କଡା ଶାସନ ଭିତରେ ରଖିଥାଏ । ତାକୁ ସେ ବାହାରକୁ କେବେବି ଖେଳିବାକୁ ଛାଡେନାହିଁ ବା ବାହାରୁ କିଏ ସାଙ୍ଗଝିଅ ଆସିବାକୁ ଚାହିଁଲେ ସେ ବୁଢୀ ମନା କରିଦିଏ । ଏହିପରି ଭାବେ ସେ ନାତୁଣୀଟି ତା’ ଜେଜେମା ପାଖରେ ଡରିମରି ଥାଏ ।                 ଯେପରିକି ନାତୁଣୀ...

Read More

ଶୃଗାଳ ଚତୁରକ କଥା

       ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ । କିଛି ଦିନ ପରେ ସେହି ଓଟଟି ଏକ ଶାବକକୁ ଜନ୍ମ ଦେଲା ।...

Read More

ଜିତୁ-ମିତୁ

ଜିତୁ ହେଉଛି ଜଣେ ଭକ୍ତ । ଭଗବାନ୍ଙ୍କୁ ପୂଜା ନ କରି ସେ କେବେବି ଜଳସ୍ପର୍ଶ କରିବ ନାହିଁ । ରାତିରେ ମଧ୍ୟ ଭଗବାନଙ୍କ ନାମ ନେବା ପରେ ଯାଇ ସେ ତା’ର ଶୋଇବାକୁ ଯାଏ । ଦିନେ ରାତିରେ ସେ ଏକ ସ୍ୱପ୍ନ ଦେଖିଲା, ଭଗବାନ୍ ତାକୁ କହୁଛନ୍ତି, “ଭକ୍ତ, ମୁଁ ତୋ ଉପରେ ପ୍ରସନ୍ନ, ଯାହା ବର ମାଗିବୁ ମାଗ ।”                 କିନ୍ତୁ ଭଗବାନଙ୍କୁ ଜିତୁ କହିଲା, “ଭଗବାନ୍, ମୋର ପଡିଶା ମିତୁ ବଡ ନାସ୍ତିକ, ତା’ ମଧ୍ୟରେ ଭକ୍ତିଭାବ କିପରି...

Read More

ଭୁବନ ସୁନ୍ଦରୀ

ରାଜା ବର୍ଦ୍ଧନ ଫ୍ରିଜିୟା ଦେଶର ଟ୍ରୟ ନଗରୀରେ ଥା’ନ୍ତି । ତାଙ୍କ ରାଣୀଙ୍କର ପିଲାପିଲି ହେବାର ଥାଏ । ସେ ଦିନେ ସ୍ୱପ୍ନ ଦେଖିଲେ ତାଙ୍କ ପେଟରୁ ଏକ ଉଲ୍କା ଜନ୍ମ ହେଲା ଓ ତାହା ସାରା ଟ୍ରୟ ନଗରୀକୁ ଜାଳିପୋଡି ଭସ୍ମସାତ କରିଦେଲା । ସେ ଚିତ୍କାର କରି ନିଦରୁ ଉଠି ପଡିଲେ ଓ ରାଜାଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଲେ ।       ବର୍ଦ୍ଧନଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ହେଉଛି ଭବିଷ୍ୟତ ବକ୍ତା । ରାଜା ତାକୁ ପଚାରିଲେ ଏହି ସ୍ୱପ୍ନର...

Read More

ବୁଧିଆ ଶିଆଳ

ଗୋଟିଏ ସିଂହ, ଗଧ ଓ ଶିଆଳ ଏକାଠି ହୋଇ ଶିକାର କରିବାକୁ ଗଲେ । ଶିକାରରେ ସେମାନେ ବହୁତ ଜନ୍ତୁ ମାରିଲେ, ସେଠାରୁ ଫେରିଆସି ସିଂହ କହିଲା, “ଆମେ ସମସ୍ତେ ଖାଇବା, ଜନ୍ତୁ ସବୁ ବାଂଟି ଦିଅ ।”                 ଶିକାରରେ ମରିଥିବା ସମସ୍ତ ଜନ୍ତୁଙ୍କୁ ଗଧ ସମାନ ତିନି ଭାଗରେ ବାଂଟିଦେଲା । ଏହା ଦେଖି ସିଂହ ହଠାତ୍ ଖୁବ୍ ରାଗିଯାଇ ଗଧକୁ ମାରିଦେଲା ଓ ଶିଆଳକୁ ଆଉ ଥରେ ଭାଗ କରିବାକୁ କହିଲା । ଶିଆଳ ନିଜ ଭାଗରେ ଅଳ୍ପ ରଖି ବାକି ସବୁ...

Read More

ଶୁଆ ଶାରୀ କଥା

ବହୁ ପୁରାତନ କଥା । ଥରେ ଇନ୍ଦ୍ର ସଭା ବସିଥାଏ । ସ୍ୱର୍ଗର ଅପସରା ମାନେ ନାଚ, ଗୀତ କରି ସମସ୍ତଙ୍କର ମନୋରଞ୍ଜନ କରୁଥାଆନ୍ତି । ହଠାତ୍ ନୃତ୍ୟ ମଝିରୁ ମାଧବୀ ନାମକ ଅପସରା ସଭା ତ୍ୟାଗ କରି କେଉଁ ଆଡେ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଇନ୍ଦ୍ର ଏକଥା ଜାଣି ପାରିଲେ । ବ୍ୟସ୍ତ ହୋଇ କହି ଉଠିଲେ – ଏତ ବିପରୀତ                           କଥା ଆଚମ୍ବିତ                ଦେବ ସଭା ତ୍ୟାଗ କରି ଛାର...

Read More

ମାୟାବିନୀ ଅସୁରୁଣୀ କଥା

ତା’ପରଦିନ ବୋଲକରା ଉପଦେଷ୍ଟାଙ୍କର ଗଣ୍ଠିଲି ଧରି ତାଙ୍କ ପଛେ ପଛେ ଚାଲି ଥାଏ । ଦୂର ଦେଶ, ଅଜଣା ରାସ୍ତା, ଦିନେ କେବେ ବି ବୋଲକରା ତା ଜୀବନରେ ଏପରି ପଥାଦି ଦେଖି ନଥିଲା, ରାସ୍ତା କଡେ କଡେ ସୁନ୍ଦର ସୁନ୍ଦର ପୁଷ୍ପ ବୃକ୍ଷ ମାନ ଦେଖି ସେ ବୋଲକରା ଆନନ୍ଦ ହୋଇ ଯାଉ ଥାଏ । ଅଦେଖା ନଦୀର ଜଳ ଭରା ଦେଖି କେତେ ଯେ ତା’ ମନରେ ଆନନ୍ଦ ଖେଳି ଗଲାଣି । ସେଥିରେ ପୁଣି ମଠ ମନ୍ଦିର ଆଉ ଧର୍ମଶାଳା । ଏଥର ଉପଦେଷ୍ଟାଙ୍କ ସାଥିରେ ତୀର୍ଥ ଯିବା...

Read More

ଦୁରାଶାର ଜାଲ

ଅବତାରର ଚାରି ଏକର ଜମି । ଠିକ୍ ସମୟରେ ବର୍ଷା ହେଉଥିବାରୁ ବହୁବର୍ଷ ହେଲା, ଫସଲରୁ ଭଲ ଆମଦାନୀ ହେଉଥାଏ । କିନ୍ତୁ ତାହା ତା’ମନକୁ ଆଦୌ ତୃପ୍ତ କରୁ ନ ଥାଏ । ମନରେ ତା’ର ତୀବ୍ର ଇଚ୍ଛା ଥାଏ ସେ କିପରି ଜଣେ ଖୁବ୍ ଭାଗ୍ୟବାନ, ଧନଶାଳୀ ବ୍ୟକ୍ତିଟିଏ ହେବ ।                 ଦିନେ ସେହି ଗ୍ରାମକୁ ଜଣେ ଯୋଗୀ ଆସିଲେ । ସେ ଗ୍ରାମବାସୀଙ୍କୁ ଉପଦେଶ ଓ ସତ୍ପରାମର୍ଶ ଦେଉଥାନ୍ତି । ଅବତାର ତାଙ୍କୁ ସାକ୍ଷାତ କରି ପ୍ରଶ୍ନ କଲା...

Read More

ଅତିଲୋଭର ପରିଣାମ

ଅନେକ ବର୍ଷ ତଳର କଥାଟିଏ । ଗୋଟିଏ ଗାଁରେ ଦୁଇଭାଇ ବାସ କରୁଥିଲେ । ନିଜ ନିଜର କର୍ମ ଅନୁସାରେ ସମୟ କ୍ରମେ ବଡଭାଇ ଜଣକ ବଡଧନୀ ପାଲଟି ଯାଇଥିଲା ବେଳେ ସାନଭାଇ ଅତ୍ୟନ୍ତ ଗରିବ ହୋଇଯାଇଥିଲା । ଦୁହେଁ ଗୋଟିଏ ମାଆ ପେଟର ଦୁଇଭାଇ ହୋଇଥିଲେ ମଧ୍ୟ ସାନଭାଇର ଦାରିଦ୍ର୍ୟତାକୁ ବଡଭାଇ ଘୃଣା କରୁଥାଏ । କଥା କଥାରେ ଲୋକଙ୍କ ଆଗରେ ଦେଖାଇ ଶିଖେଇ ନାନା କୁତ୍ସାଟନା କରିବାକୁ ବି ପଛାଉ ନଥାଏ । ସାନ ଭାଇ କର୍ମକୁ ଆଦରି ସବୁ ସହିଯାଉଥାଏ ।...

Read More

ଶକ୍ତି-ଯୁକ୍ତି

ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ ପ୍ରକୃତି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ପ୍ରଜାଙ୍କର ଧନ ସବୁ ସେ...

Read More

ଅପୂର୍ବଙ୍କ ପରାକ୍ରମ

ହିମାଳୟର ଗୁମ୍ଫା ଭିତରେ ରହୁଥିବା ମୁନି ସଦାନନ୍ଦ ଯଜ୍ଞ କରି ପ୍ରକୃତିର ପଂଚ ମହାଭୁତ ମଧ୍ୟରୁ ଏକ କ୍ଷୁଦ୍ର ଆକୃତି ବିଶିଷ୍ଟ ଆଶ୍ଚର୍ଯ୍ୟ ମଣିଷକୁ ସୃଷ୍ଟି କଲେ । ସେହି ମଣିଷର ନାମ ଅପୂର୍ବ ଥିଲା । ସେ ଉଭୟ ସାହସୀ ଓ ଅନେକ ବିଶିଷ୍ଟ ଗୁଣସମ୍ପନ୍ନ ଥିଲା । ସେ ସର୍ବଦା ସତ୍ୟକୁ ଆଦର କରୁଥିଲା । ସେ ଅଗ୍ନିରେ ଭସ୍ମ ହେଉଥିବା ଏକ ଗ୍ରାମକୁ ହାତୀମାନଙ୍କ ସହାୟତାରେ ରକ୍ଷା କଲା । ତା’ପରେ… ହାତୀମାନେ ଶୁଣ୍ଡରେ ପାଣି ପକାଇ...

Read More

ବହ୍ନି ଦ୍ୱୀପ

ରାକ୍ଷସ ଉଗ୍ରାକ୍ଷର ଅତିଥି ଭାବରେ ଥିବା ବେଳେ ରାତିରେ ରାଜା ଚିତ୍ରସେନ ଅଗ୍ନିଦ୍ୱୀପର ଭୟଙ୍କର ପକ୍ଷୀମାନଙ୍କ କଥା ଶୁଣି ସେମାନଙ୍କୁ ଦେଖିବାକୁ ଗଲେ । ଉଗ୍ରାକ୍ଷର ଅନୁଚରମାନଙ୍କ ସହ ସେ ପକ୍ଷୀମାନଙ୍କ ଉପରେ ସବାର୍ ହୋଇ ଆସିଥିବା ଲୋକଙ୍କର ଲଢେଇ ହେଲା । ଉଗ୍ରାକ୍ଷ ଆହତ ହେଲା । ତା’ପରେ… ଉଗ୍ରାକ୍ଷ ନିଜ ସେବକ କାନ୍ଧରେ ଭରାଦେଇ ଠିଆ ହେଲା । ଯନ୍ତ୍ରଣା ଯୋଗୁଁ ଥରେ ସେ ଚିତ୍କାର କଲା । କିଛି ସମୟ ଚିନ୍ତା କରି ସେ...

Read More

ପରିବର୍ତ୍ତନ

ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା?                 ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା ମନ ତାହା କହି ସେ ଗାଳି ଦେବେ । ତାଙ୍କ ପାଖରେ ଯେଉଁ...

Read More

ପ୍ରତିଶୋଧ

ତେନାଲୀରାମା ଜାଣିଥିଲେ ଯେ ରାଜା କୃଷ୍ଣଦେବ ରାୟ ବୁଦ୍ଧିମାନ ଏବଂ ଗୁଣବାନ୍ ବ୍ୟକ୍ତିଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରନ୍ତି । ତେଣୁ ସେ ଥରେ ଭାବିଲେ, ରାଜାଙ୍କ ଦରବାରକୁ ଯାଇ ସେ ବା କାହିଁକି ଏହି ସମ୍ମାନର ଭାଗୀଦାର ନ ହୋଇପାରିବେ । କିନ୍ତୁ କୌଣସି କାମ ନଥାଇ ରାଜାଙ୍କ ପାଖକୁ ସେ ଯିବେ ବା କିପରି? ଏହି କଥା ଚିନ୍ତା କରିକରି ସେ ସୁଯୋଗ ଅପେକ୍ଷାରେ ରହିଲେ ।                 ଏହି ସମୟ ମଧ୍ୟରେ ତେନାଲୀରାମାଙ୍କ ବିବାହ...

Read More

ସୁନାମାଛ କଥା

ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ ।          ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ ।          ଏ କଥା ଶୁଣି ସମସ୍ତେ ଭୟରେ ଥରହର ହେଲେ । କେତେ ବେଳେ କ’ଣ ରାଜାଙ୍କ ଆଦେଶ ହେଉଛି କହିବା ବହୁତ...

Read More

ସିଂହ ଏବଂ ଠେକୁଆର ଗପ

       ଗୋଟିଏ ଜଙ୍ଗଲରେ ‘ଭାସୁରକ’ ନାମକ ଏକ ସିଂହ ବାସ କରୁଥିଲା । ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପରାକ୍ରମୀ ଥିଲା । ବଣରେ ବାସ କରୁଥିବା ଅନ୍ୟାନ୍ୟ ଜୀବମାନଙ୍କୁ ମାରି ଖାଉଥିଲା । ଦିନେ ବାର୍ହା, କୃଷ୍ଣସାର ମୃଗ, ମଇଁଷି, ଠେକୁଆ ଇତ୍ୟାଦି ତୃଣ ଭୋଜୀ ପ୍ରାଣୀମାନେ ଏକାଠି ଭାସୁରକଙ୍କ ନିକଟକୁ ଗଲେ ଏବଂ ସମସ୍ତେ ନିବେଦନ କରି କହିଲେ, “ମହାରାଜ! ଆପଣ ପ୍ରତ୍ୟେକଦିନ ଆମ୍ଭ ମାନଙ୍କ ମଧ୍ୟରୁ ଅନେକଙ୍କୁ ମାରି ଭକ୍ଷଣ କରୁଛନ୍ତି ।...

Read More

କୁଆ ଏବଂ କଳାନାଗ

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତ୍ତି କ’ଣ କରିବେ କିଛି...

Read More

ତିନୋଟି ରେଖା

ପ୍ରାଚୀନ କାଳର କଥା । ଚୀନ୍ ଦେଶରେ ଚ୍ୟାଙ୍ଗ ନାମରେ ଜଣେ ମହାବୀର ଥିଲେ । ଦୁଷ୍ଟ ଓ ଅତ୍ୟାଚାରୀମାନଙ୍କୁ ଦମନ କରିବାରେ ଓ ସାଧୁ ଲୋକଙ୍କୁ ସହାୟତା କରିବାରେ ସେ ନିଜର ବଳ ଉପଯୋଗ କରୁଥା’ନ୍ତି । ଥରେ ସେ ବୀର ଯୋଦ୍ଧା ଚ୍ୟାଙ୍ଗ ରାଜଧାନୀ ଅଭିମୁଖେ କୌଣସି ଏକ କାରଣରୁ ଯାଉଥା’ନ୍ତି । ମାତ୍ର ସଂଧ୍ୟ୍ୟା ହେବା ବେଳକୁ ସେ ବାଟ ଭୁଲି ଅନ୍ୟ ରାସ୍ତାରେ ଯାଉଥା’ନ୍ତି । ଦୂରରେ ଗୋଟିଏ ଗୃହ ଓ ତନ୍ମଧ୍ୟରୁ ଆସୁଥିବା ଆଲୋକ ରେଖା ଦେଖାଗଲା...

Read More

ହଂସୀ ପରୀ

ଗୋଟିଏ ଗାଆଁରେ ଅତି ଗରିବ ଶ୍ରେଣୀର ଲୋକମାନେ ବାସ କରୁଥାଆନ୍ତି । ସେମାନେ ନିକମା ହୋଇ ବସିବା ପାଇଁ ଭାରି ଭଲ ପାଉଥିଲେ । ସକାଳ ହେଲେ ସେମାନେ ଖାଇପିଇ ତାସ୍, ପଶା, ଲୁଡୁ, ପାଲି ଆଦି ଖେଳୁଥିଲେ । ଦିନେ ଅଧେ ମୂଲଲାଗି ସେମାନେ ଯାହା ଆଣି ଥାଆନ୍ତି, ତାହାକୁ ଲୁଣ ଭାତ ହିସାବରେ ଖାଇ ସେମାନେ ତାଙ୍କ ଜୀବନ ଧାରଣ କରନ୍ତି । ସେମାନେ ନଈରୁ ମାଛ ବି ଧରନ୍ତି । ବିଲରୁ ଧାନ ଯାହା ଆଣନ୍ତି ତାହା ଅଳ୍ପ ବହୁତ ଖାଇ ସେମାନେ ଜୀବନ ଧାରଣ...

Read More

କୁଜାର ଭେଳିକି କାରସାଦି

ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ ପାଖରେ ଖଟଣିଆ ହୋଇ ଚଳୁଥାଆନ୍ତି । ନୂଆରାଣୀଙ୍କର ବୋଲହାକ...

Read More

ଦେବକନ୍ୟା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ  ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ବନ୍ଧୁତା

ପ୍ରତାପ ବାରବର୍ଷର ବାଳକ । ଘରେ ସମସ୍ତ କାମରେ ବଡମାନଙ୍କୁ ସେ ଖୁବ୍ ସାହାଯ୍ୟ କରେ । ଏପରିକି ପଡୋଶୀମାନଙ୍କର କିଛି ଦରକାର ପଡିଲେ, ସେ ତାଙ୍କୁ ଖୁସିରେ ଯାଇ ସାହାଯ୍ୟ କରେ । ଖାଲି ସେଇଥିପାଇଁ ସେ ସମସ୍ତିଙ୍କର ଅତି ପ୍ରିୟ । ସମବୟସ୍କ ନରେନ୍ଦ୍ର ତା’ର ଘନିଷ୍ଠ ବନ୍ଧୁ ।                 ନରେନ୍ଦ୍ରର ଘର ପ୍ରତାପର ଘରକୁ ଲାଗିଛି । ନରେନ୍ଦ୍ର ଧନୀ ଘରର ପିଲା । ତେଣୁ ସେ ଅତ୍ୟନ୍ତ ଅୟସରେ ବଢିଛି । କାମ ଦାମ କିଛି କରେ ନାହିଁ...

Read More

ନମ୍ରତା ଶ୍ରେଷ୍ଠ ଭୂଷଣ

ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ ନିକଟକୁ ସାକ୍ଷାତ ପାଇଁ ଆସୁଥିବା ବ୍ୟକ୍ତିମାନଙ୍କୁ ସେ...

Read More

ରାଜଦୂତର ଧର୍ମ

ରତ୍ନଗିରି ଓ ହେମଗିରି ନାମକ ଦୁଇଟି ପଡୋଶୀ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ସକାଶେ ଟିକିଏ ମନୋମାଳିନ୍ୟ ଦେଖା ଦେଇଥାଏ । ଯଦିଓ ରତ୍ନଗିରିର ରାଜା ଧନଞ୍ଜୟ ଶକ୍ତିଶାଳୀ ଥିଲେ ତଥାପି ସୀମା ସଂକ୍ରାନ୍ତରେ ହଠାତ୍ ହେମଗିରିକୁ ଆକ୍ରମଣ କରିଲେ ହୁଏତ ଅନ୍ୟ ରାଜାମାନେ ତାକୁ ସାହାଯ୍ୟ କରିବେ, ଏଇ ସବୁ ଭାବିଚିନ୍ତି ସେ ଗୋଟିଏ ଦୂତ ହାତରେ ହେମଗିରିର ରାଜା ହିରଣ୍ମୟଙ୍କ ପାଖକୁ କିଛି ସର୍ତ୍ତ ସହ ଗୋଟିଏ ଚିଠି ପଠାଇଲେ । ସେଥିରେ...

Read More

ଦିବ୍ୟଗୁଣ

ବଲ୍ଲଭ ଥିଲା ଘୁସ୍ଖୋର୍ । ଘୁସ୍ ନେଉ ନେଉ ଥରେ ସେ ଧରା ପଡିଲା । ତାକୁ ରାଜା ସେବାସଦନକୁ ପଠାଇଦେଲେ ଯେଉଁଠି ଦୀର୍ଘକାଳ ପୀଡିତ ଶାରୀରିକ ଅସୁସ୍ଥ ବ୍ୟକ୍ତି ଓ ମାନସିକ ଅସୁସ୍ଥ ବ୍ୟକ୍ତି ରହୁଥିଲେ । ସେପରି ରୋଗୀମାନଙ୍କ ସେବା କରିବାକୁ ଅପରାଧୀମାନଙ୍କୁ ପଠାହୁଏ । ସେମାନଙ୍କର ସେଇଟାହିଁ ଦଣ୍ଡ ।                 ଦିନେ ସେହି ସେବାସଦନକୁ ଜଣେ ମହାତ୍ମା ଆସିଲେ । ସେଠାକାର ସମସ୍ତ ରୋଗୀଙ୍କୁ କୁଶଳ ପ୍ରଶ୍ନ କଲେ । ସେ ସେଠାରେ...

Read More

ରାଜ କୁମାରଙ୍କର ପରିବର୍ତ୍ତନ

ପ୍ରାଚୀନ କାଳରେ ଭୀମସିଂହ ନାମରେ ଜଣେ ରାଜା ଥିଲେ । ସେ ଜଣେ ଆଦର୍ଶ ଶାସକ ଥିଲେ । ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥାଆନ୍ତି । ଏହି କାରଣରୁ ଭୀମ ସିଂହଙ୍କ ଉପରେ ପ୍ରଜାମାନେ ସନ୍ତୁଷ୍ଟ ଥିଲେ । ହେଲେ ରାଜାଙ୍କ ମନରେ ସବୁ ସମୟରେ ଗୋଟିଏ ଦୁଃଖ । ଦୁଃଖର କାରଣ ହେଉଛି ରାଜା ନିଃସନ୍ତାନ ଥିଲେ । ପ୍ରଜାମାନେ ରାଜାଙ୍କୁ ଏତେ ଶ୍ରଦ୍ଧା କରୁଥିଲେ ଯେ ପ୍ରତ୍ୟେକ ଜନତା ପ୍ରତିଦିନ ମନ୍ଦିର ଯାଇ ରାଜାଙ୍କ ପାଇଁ...

Read More

କୁରାଢ଼ୀ ଓ ଜଳ ଦେବତା

ଶରଧାପୁର ଗାଁରେ ହରି ବୋଲି ଗୋଟିଏ ଗରିବ ଲୋକଥାଏ । ବିଚରାର ଜମିବାଡି କିଛି ବି ନାହିଁ । ଖାଇବାକୁ ଘରେ ଦୁଇ ପ୍ରାଣୀ ସିଏ ଏବଂ ତା ସ୍ତ୍ରୀ । ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ ହାଣିକରି ଆଣେ, ସେତକ ନେଇ ସେ ସହରରେ ବିକ୍ରି କରେ । ସେଇ ପଇସାରେ ତେଲ, ଲୁଣ, ଚାଉଳ କିଣି ସେ ନିଜ ସଂସାର ଚଳାଏ । ଦିନେ ସେ ଜଙ୍ଗଲକୁ ଯାଇଛି କାଠ ହାଣିବାକୁ । ନଈକୂଳରେ ଗୋଟିଏ ଗଛ ଡାଳରେ ଛିଡା ହୋଇ ଆଉ ଗୋଟିଏ ଡାଳକୁ ହାଣୁଛି ଠିକ୍ ଏହି ସମୟରେ ତା...

Read More

ମହାଭାରତ

ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ ।                ...

Read More

ଗୋପାଳ ଗଧ

ଦିନେ ରାଜା କୃଷ୍ଣ ଚନ୍ଦ୍ର ହଠାତ୍ ବିରକ୍ତ ହୋଇ ଗୋପାଳ ଭାଣ୍ଡକୁ କହିଲେ – ଗୋପାଳ! ତୁମ୍ଭେ ଗୋଟିଏ ଗଧ ନୁହଁ କି? ଗଧ ଓ ତୁମ୍ଭେ ଏଥିରେ ତଫାତ୍ କିଛି ନାହିଁ, ଅର୍ଥାତ୍ ଯେ ଗଧ ସେ ତୁମ୍ଭେ । ଗୋପାଳ ଭାଣ୍ଡ ଏହା ଶୁଣି ସଙ୍ଗେ ସଙ୍ଗେ ଉଠି ନିଜ ବସିବା ସ୍ଥାନ ଠାରୁ ରାଜା କୃଷ୍ଣ ଚନ୍ଦ୍ରଙ୍କର ବସିବାର ସ୍ଥାନ ପର୍ଯ୍ୟନ୍ତ ଯେତିକି ଛଡା ଅଛି ତାହା ମାପି କରି ଗମ୍ଭୀର ଭାବେ କହିଲେ – ଆଜ୍ଞା ହଁ । ଆପଣ ଦେଖନ୍ତୁ ମୋଟେ ଦେଢ ହାତ ମାତ୍ର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ