ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆରୋଗ୍ୟ ରହସ୍ୟ

ସୁବର୍ଣ୍ଣପୁରୀର ରାଜା ବିକ୍ରମସେନ ଦୀର୍ଘକାଳ ଅସୁସ୍ଥ ରହି ପ୍ରାଣର ଆଶା ଛାଡି ଦେଇଥିଲେ । ସେ ଯେଉଁଦିନ ସୁସ୍ଥ ହୋଇ ନଅରର ସଭାକକ୍ଷ ଭିତରକୁ ଆସିଲେ, ସେଦିନ ଅନେକ ଅମାତ୍ୟ ଓ ସାମନ୍ତ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେଠାରେ ଆସି ପହଁଚିଲେ ।

                ହଠାତ୍ ସଭାଗୃହ ଭିତରକୁ ଜଣେ ମଳିମୁଣ୍ଡିଆ ପଶି ଆସିଲା । ତା’ ପଛେ ପଛେ ସଭାଗୃହ ଦ୍ୱାର ଜଗୁଥିବା ପ୍ରହରୀ ମଧ୍ୟ ଦୌଡି ଆସିଲା ଓ କହିଲା, “ମଣିମା! ମୁଁ ତିନିଦିନ ଧରି ଏହାକୁ ଭିତରକୁ ଆସିବାକୁ ଦେଉ ନଥିଲି । ବର୍ତ୍ତମାନ ମୁଁ ଅନ୍ୟଆଡେ ଅନାଇଥିବା ବେଳେ ଇଏ ଆପଣଙ୍କୁ ଦେଖି ପକାଇ ବିଜୁଳି ବେଗରେ ପଶି ଆସିଲା ।”

                “ଆଚ୍ଛା, ଆଚ୍ଛା, ତମେ ଯାଅ ।” ରାଜା ପ୍ରହରୀକୁ ବିଦାୟ କରି ଦେଇ ଲୋକଟି ଆଡେ ଅନାଇଲେ । ଲୋକଟି ନତଜାନୁ ହୋଇ କହିଲା, “ମଣିମା! ଆପଣ ଅସୁସ୍ଥ ହେବାର ଜାଣି ମୁଁ ଆମ ଗାଁରେ ଥିବା ଦେବୀ କାଳୀଙ୍କୁ କହିଥିଲି କି ଆପଣ ସୁସ୍ଥ ହେଲେ ଭୋଗ ଦେବି । ଆପଣ ସୁସ୍ଥ ହେଲେଣି ଜାଣି ଭୋଗ ଦେଇ ନେଇ ଆସିଲି । ହେଲେ ଆପଣଙ୍କୁ ଭେଟି ପାରୁ ନଥିଲି ।” ଏହା କହି ସେ ଲୋକଟି ଭୋଗ ପୁଟୁଳା ସେଠାରେ ଥୋଇ ଦେଇ ଚାଲିଗଲା । ପୁଟୁଳା ଖୋଲିବା ବେଳକୁ ଭୋଗ ଖରାପ ହୋଇ ଗଲାଣି । ଏହା ଦେଖି ସମସ୍ତେ ହସିଲେ । କିନ୍ତୁ ରାଜା ସଙ୍ଗେ ସଙ୍ଗେ ସେହି ଲୋକଟିକୁ ଡକାଇ ତା’ଗଳାରେ ସୁନାହାର ପିନ୍ଧାଇ ଦେଲେ । ସେ ସେଠାରୁ ଚାଲିଯିବା ଉତାରୁ ରାଜା କହିଲେ, “ଆପଣମାନେ ସିନା ଭୋଗତକ ପୁରୁଣା ହୋଇଯାଇ ବାସୁଥିବାରୁ ହସିଲେ, କିନ୍ତୁ ଏହିଭଳି ଲୋକମାନଙ୍କ ଶ୍ରଦ୍ଧା, ବିଶ୍ୱାସ ଓ ପ୍ରାର୍ଥନା ମୋତେ ପୁର୍ନଜୀବନ ଦେଇଛି । ଏହାହିଁ ମୋର ଆରୋଗ୍ୟର ରହସ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ