ଅନ୍ୟର ହୃଦୟ ଜୟକର

       ଅନେକବର୍ଷ ତଳର କଥା । ଶେଠ୍ ରାଜ କିଶୋର ଥିଲେ ଜଣେ ଧନୀ ବ୍ୟବସାୟୀ । ମଥୁରା ନଗରୀରେ ବାସକରୁଥିବା ଏହି ଶେଠ୍ ଙ୍କର ତିନିପୁଅ ଥିଲେ – ରବୀନ୍ଦ୍ର, ଶଚ୍ଚୀନ୍ଦ୍ର, ଓ ଯତୀନ୍ଦ୍ର । ଶେଠ୍ ଙ୍କର ପରିଣତ ବୟସରେ ଉପସ୍ଥିତ ହେବାରୁ ତାଙ୍କର ତିନିପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ବାଂଟିଦେବାକୁ ଚାହିଁଲେ । ତଦନୁଯାୟୀ ସମ୍ପତ୍ତି ବଂଟନ କରାଗଲା । ଶେଷରେ ବଳିପଡିଲା ଶେଠ୍ ଙ୍କର ହୀରାର ମୁଦିଟିଏ । ଅତି ଆଦରର ମୁଦିଟିକୁ ଖଣ୍ଡ...

Read More

ତାଳଗଛ ମୂଳେ!

ଅନେକ ଦିନ ତଳର କଥା । ରତ୍ନଗିରି ଗାଁରେ ପ୍ରତାପ ରାୟ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ନାମ ତା’ର ପ୍ରଭାକର । ପ୍ରତାପବାବୁ ଜାଣୁଥିଲେ, ପ୍ରଭାକର ଖୁବ୍ ବୁଦ୍ଧିମାନ ଓ ଭଲ ପିଲା । କିନ୍ତୁ ପାଠପଢା ଶେଷ ହେବା ପରେ ବେପାର ବଣିଜରେ ସେ ଯେତେ ମନଦେବ ବୋଲି ପ୍ରତାପବାବୁ ଆଶା କରୁଥିଲେ, ସେ ସେତେ ମନ ଦେଲା ନାହିଁ । ବାପାଙ୍କ ଖାତିର୍ରେ ସେ ଯାଇ ଗୋଦାମ ଘରେ ଓ ଦୋକାନରେ କିଛି କିଛି ସମୟ ବସେ, କିନ୍ତୁ...

Read More

ମୁଖା ଦ୍ୱାରା ମୁଖକୁ ଆବୃତ କରିବା

ଥରେ ଆକବର ତାଙ୍କ ଦରବାରରେ ଥିବା ଜଣେ ମନ୍ତ୍ରୀଙ୍କ ଉପରେ ରାଗି ଗଲେ । ରାଗିଯାଇ କହିଲେ, “ଆପଣ ମୋର ଆଦେଶ ପାଳନ କରିନାହାଁନ୍ତି ମାନେ, ଆପଣ ଆଉ କେବେ ମୋତେ ମୁହଁ ଦେଖାଇବେ ନାହିଁ ।” ମହାରାଜାଙ୍କ କଥା ଶୁଣି ମନ୍ତ୍ରୀ ଜଣକ ମନ ଦୁଃଖରେ ସଭାସ୍ଥଳ ତ୍ୟାଗ କଲେ । ଏକଥା ଶୁଣି ବିରବଲ ମଧ୍ୟ କିଛି କରିପାରିଲେ ନାହିଁ । ବିରବଲ ଜାଣିଥିଲେ ଯେ, ମନ୍ତ୍ରୀ ଜଣକ ପ୍ରକୃତରେ ନିର୍ଦୋଷ । ଘରେ ତାଙ୍କର ପତ୍ନୀଙ୍କ ଦେହ ଅସୁସ୍ଥ ଥିବାରୁ ସେ...

Read More

ସତ୍ୟ ବିଚାର

ସମ୍ରାଟ୍ ଆକବରଙ୍କ ରାଜ୍ୟ । ସେହି ରାଜ୍ୟରେ ଜଣେ ସାଧାରଣ ବର୍ଗର ଲୋକ ବାସ କରୁଥାଆନ୍ତି । ତାଙ୍କର ପରିବାରଟି ଯେପରି ଛୋଟ, ସଂସାର ଚଳଣୀ ମଧ୍ୟମ ଧରଣର । ସେହିପରି ସେହି ଗ୍ରାମରେ ତା’ର ମଧ୍ୟ ଜଣେ ସାଙ୍ଗ ବାସ କରୁଥିଲେ । ସାଙ୍ଗଙ୍କର ପରିବାରଠାରୁ ତାଙ୍କର ପରିବାର ଅଧିକ ସାଙ୍ଗ ଦୁଇଜଣଙ୍କର ଖୁବ୍ ନିବିଡତା ଥାଏ । ଦିନକର କଥା, ପ୍ରଥମ ସାଙ୍ଗ ଜଣକ ସେହି ରାତ୍ରିରେ ଗୋଟିଏ ସ୍ୱପ୍ନ ଦେଖିଲା ଯେ, ସେ ତା’ର ସାଙ୍ଗକୁ ଶହେ ଟଙ୍କା...

Read More

ମିଛ ହିଁ କାଳ

ଜଣେ ପିଲା ପାହାଡ ଉପରେ ମେଣ୍ଢା ଚରାଉଥାଏ । ସେଠି ତ ତା’ସାଙ୍ଗରେ ଗପସପ କରିବାକୁ କେହି ବି ମିଳନ୍ତି ନାହିଁ । ସେଥିପାଇଁ ସେ ସାଙ୍ଗମାନଙ୍କୁ ତା’ପାଖକୁ ନେବାରେ ଗୋଟିଏ ଉପାୟ ପାଂଚିଲା ।                 ଦିନେ ମିଛଟାରେ ହେଟାବାଘ ଆସୁଛି ବୋଲି ସେ ବହୁତ ପାଟି କଲା । ସାଙ୍ଗମାନେ ତା’ର ପାଟିଶୁଣି ତା’ପାଖକୁ ଦୌଡି ଗଲେ । ଯାଇ ଦେଖିଲେ ଯେ, ହେଟାବାଘ ଆସି ନାହିଁ  । ସେ ଖାଲି ମିଛଟାରେ ପାଟି କରୁଛି ।                ...

Read More

ସହଯୋଗରେ ସବୁ କାମ ଚାଲେ

ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ ଆଜି ଠାରୁ ତୁମ ରାସ୍ତା ଆମ ରାସ୍ତା ଅଲଗା ଅଲଗା ହେବ ।...

Read More

ନ୍ୟାୟ ବିଚାରର ସିଂହାସନ

ସୁପ୍ରାଚୀନ ନଗରୀ ଉଜ୍ଜୟିନୀକୁ ଲାଗି ଗୋଟାଏ ବିସ୍ତୃତ ପାହାଡିଆ ଅଂଚଳ ଥିଲା । ଦିନେ ସେଠାରେ ଦଳେ ପିଲା ଖେଳୁଥିଲେ । ସେମାନଙ୍କ ଭିତରୁ ଗୋଟିଏ ପିଲା ହଠାତ୍ ଗୋଟାଏ ଛୋଟ ପାହାଡ ଉପରକୁ ଉଠିଗଲା । ତା’ ଗୋଡରେ କ’ଣ ବାଜିବାରୁ ସେ ତଳକୁ ଅନାଇ ଦେଖିଲା, ପାହାଡ ମୁଣ୍ଡରେ ମସୃଣ ଚାରିକୋଣିଆ ପଥରଟିଏ । ପିଲାଟି ତା’ ସାଥିମାନଙ୍କୁ ଡାକିଆଣି ସେହି ପଥର ଚେକା ଖଣ୍ଡିକ ଦେଖାଇଲା । ତା’ପରେ ସେହି ପଥର ଉପରେ ସେ ବସିପଡି କହିଲା, “ମୁଁ...

Read More

କ୍ଷତିରୁ ଲାଭ

ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି...

Read More

ମାଙ୍କଡ ଓ ଗୁଣ୍ଡୁଚି ମୂଷା

ଗାଁ କଡ ଦେଇ ବହିଯାଇଛି ନଈଟିଏ । ଆଉ ସେହି ନଈର ଦୁଇ କୂଳରେ ବଡ ବଡ ବର, ଓସ୍ତ ଗଛ, ବାଉଁଶ ବୁଦା ସେମାନଙ୍କର ଡାଳପତ୍ର ସବୁ ମେଲେଇ ହୋଇ ନଈ ଉପରକୁ ନଇଁ ପଡିଥାଆନ୍ତି ।                 ସେଠାରେ ଥାଏ ଗୋଟିଏ ତେନ୍ତୁଳିଗଛ । ବହୁଦିନର ପୁରୁଣା ସେହି ଗଛଟି । ଶାଖା ପ୍ରଶାଖା ତା’ର ସବୁ ମୋଟା ଶୋଟା । ସେଇ ତେନ୍ତୁଳି ଗଛକୁ ଲାଗି ରହିଛି ଗୋଟିଏ ଡେଙ୍ଗା ତାଳ ଗଛ । ସେଇ ତାଳ ଗଛ ଅଗରେ ଗୋଟିଏ ଗୁଣ୍ଡୁଚିମୂଷା ବସା କରି ରହିଥାଏ ।...

Read More

ପାଣି ଓ ପ୍ରକୃତି

ଆରାବଳୀ ପର୍ବତମାଳା ନିକଟରେ ଗୋଟିଏ ଗୁରୁକୂଳ ଥିଲା । ସେ ଗୁରୁକୂଳର ଅଧ୍ୟକ୍ଷ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ଥିଲେ । ଜଣେ ଗୁଣୀ, କ୍ଷମାଶୀଳ ଓ ପ୍ରଭାବଶାଳୀ ଶିକ୍ଷକ ଭାବରେ ସେ ଅନେକ ସୁନାମ ଅର୍ଜନ କରିଥିଲେ । ଆଖପାଖର ଚାରି ପାଂଚଗୋଟି ରାଜ୍ୟରୁ ବିଦ୍ୟାର୍ଥୀମାନେ ଆସି ତାଙ୍କ ପାଖରୁ ଶିକ୍ଷାଲାଭ କରୁଥିଲେ । ସେ ଗୁରୁକୂଳଟି ଜନପଦଠାରୁ ବହୁତ ଦୂରରେ ଅବସ୍ଥିତ ଥିଲା । ଏହାକୁ ଗୋଟିଏ ବଣ ଘେରି ରହିଥିଲା । ସେହି ଗୁରୁକୂଳ ଚାରିପଟେ ଫଳ...

Read More

ପିମ୍ପୁଡି ଓ ଝିଂଟିକା

ଖରାଦିନେ ଚାରିଆଡେ ସୁବିଧାରେ ଖାଇବାକୁ ମିଳୁଥାଏ । ପିମ୍ପୁଡି ଦିନଯାକ କାମ କରି ଯାହା ବି ପାଏ ସେଥିରୁ ଅଧା ଖାଏ ଓ ବାକି ଅଧା ବର୍ଷା ଦିନ ପାଇଁ ରଖିଦିଏ । କିନ୍ତୁ ଝିଂଟିକା ଏସବୁ ଆଦୌ ଭାବେ ନାହିଁ, ଯାହା ଖାଇବାକୁ ମିଳେ ତାକୁ ସେ ଖାଇଦିଏ ଏବଂ ବାକି ସମୟ ଗୀତ ଗାଇ କଟେଇ ଦିଏ । ଏପରିକି ସେ ଝିଂଟିକା ବର୍ଷାଦିନ ପାଇଁ ବି କିଛି ଜିନିଷ ସାଇତି ରଖେ ନାହିଁ ।                 ଯେମିତି ବର୍ଷାଦିନ ଆସିଲା, ଚାରିଆଡେ ଖାଲି...

Read More

ମହାଭାରତ

ଦକ୍ଷିଣସମୁଦ୍ର ତଟରେ ସୌଭଦ୍ର ନାମକ ଗୋଟିଏ ତୀର୍ଥସ୍ଥାନ ଅଛି । ଅର୍ଜୁନ ସେଠାରେ ସ୍ନାନ କରିବାକୁ ଯାଉଛନ୍ତି ଠିକ୍ ସେହି ସମୟରେ ହଠାତ୍ ଜଣେ କେହି ବ୍ରାହ୍ମଣ ତାଙ୍କୁ ସେଥିରୁ ନିବୃତ କରି କହିଲେ, “ଏହି ଦକ୍ଷିଣ ଅଂଚଳରେ ବହୁ ତୀର୍ଥ ଅଛି । ଶହେ ବର୍ଷ ଧରି ଏହି ତୀର୍ଥରେ କେହି ହେଲେ ମଧ୍ୟ ସମୁଦ୍ରରେ ମଗରମାନଙ୍କର ଉତ୍ପାତ ଯୋଗୁଁ ପାଣି ଭିତରକୁ ଓହ୍ଲାଇ ପାରୁ ନାହାଁନ୍ତି । କାରଣ ତହିଁରେ ମଗରମାଛମାନେ ମାରିଦେବାର ଯଥେଷ୍ଟ ଭୟ...

Read More

ସତ୍ୟ ଅସତ୍ୟ

ଥରେ ପ୍ରହରୀମାନେ ଜଣେ ବିଦେଶୀକୁ ଆଣି ତାକୁ ରାଜାଙ୍କ ଆଗରେ ହାଜର୍ କଲେ । ସେ ଚୋରି କରିଥିଲା ।                 ସେ ଯୁଗର ନିୟମ ଅନୁସାରେ ରାଜା କହିଲେ, “ତାକୁ ପ୍ରାଣଦଣ୍ଡ ଦିଆଗଲା ।”                 ଲୋକଟି କିଛି କହିବାର ଶୁଣାଗଲା । କିନ୍ତୁ ତା’ ଭାଷା ରାଜା ତ ଆଉ ଜାଣି ନଥିଲେ । ଏଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ସେ କ’ଣ କହୁଛି ଜାଣ?”                 ତହୁଁ ମନ୍ତ୍ରୀ କହିଲେ, “ହଁ ମହାରାଜ । ସେ କହୁଛି...

Read More

ବୋକାମିର ଫଳ

ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି ।                 ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ । ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ ।...

Read More

ବୀର ହନୁମାନ

ରାବଣର ଦରବାରରେ ଥିବା ରାକ୍ଷସମାନେ ନିଜ ନିଜର ବାହାଦୁରୀ କହିସାରିବା ପରେ ବିଭୀଷଣ ନିଜ ଆସନରୁ ଉଠି ରାବଣକୁ ପ୍ରଣାମ କରି କହିଲେ, “ଶାସ୍ତ୍ର ବଚନ ହେଲା ସାମ, ଦାନ, ଓ ଭେଦ ଦ୍ୱାରା କାମ ନ ହେଲେ ଦଣ୍ଡ ଦିଆଯାଇଥାଏ । ଏଠାରେ ଆପଣଙ୍କ ଶତ୍ରୁ ହେଲେ ରାମ । ଏଠାରେ ଦଣ୍ଡ ବି କୌଣସି କାମ ହେବନାହିଁ; କାରଣ ତାଙ୍କ ଶକ୍ତି ଅପାର । ତାଙ୍କର ଶକ୍ତିକୁ ଅନୁମାନ କରିବାହିଁ ନିତାନ୍ତ କଷ୍ଟକର । କେବଳ ହନୁମାନର ଶକ୍ତିକୁ ଦେଖନ୍ତୁ । ଏତେ...

Read More

ତିନି ବିଲେଇ

ଅନେକ ବର୍ଷ ତଳର କଥା । ବିଜୟପୁରର ପଶ୍ଚିମ ଅଂଚଳରେ ଜବଗ୍ରାମ ଇଲାକାରେ ଜଣେ ଦକ୍ଷ ରାଜପ୍ରତିନିଧି ଥିଲେ । ସେ ସ୍ଥାନୀୟ ପ୍ରଜାମାନଙ୍କୁ ଏପରି ସୁଖରେ ଲାଳନ ପାଳନ କରୁଥିଲେ ଯେ ସେମାନେ ରାଜପ୍ରତିନିଧିଙ୍କୁହିଁ ରାଜା ଭଳି ମାନ୍ୟ କରୁଥିଲେ । ଏଣେ ରାଜପ୍ରତିନିଧି ରାଜାଙ୍କ ପ୍ରତି ମଧ୍ୟ ଖୁବ୍ ବିଶ୍ୱସ୍ତ ଥିଲେ ।                 ତେବେ ଦିନେ ବୃଦ୍ଧାବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା ।                 ରାଜା ବଡ ଦୁଃଖ କଲେ ଓ...

Read More

ଧନର ସଦୁପଯୋଗ

ହରି ଓ ନରି ଦୁଇଭାଇ । ଦୁହିଁଙ୍କ ଭିତରେ ନିବିଡ ସମ୍ପର୍କ । ହରି ଜଣେ କୁଶଳୀ କୁମ୍ଭକାର । ସେ ମାଟିରୁ ପ୍ରତ୍ୟହ ସୁନ୍ଦର ସୁନ୍ଦର ଖେଳନା ତିଆରି କରି ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରେ । ହେଲେ ନରି ଥିଲା ଜଣେ ମୂର୍ତ୍ତିକାର । ମୂର୍ତ୍ତିଗୁଡିକ ସତେଯେମିତି ଜୀବନ୍ତ । ବଜାରରେ ତା’ର ଚାହିଦା ବେଶୀ ଓ ଭଲ ରୋଜଗାର ସେମିତି । ଦୁହିଁଙ୍କ ଘର ଗାଁ ଭିତରେ, ସାମନା ସାମନି ।        ନରି ନିଃସନ୍ତାନ ଥିଲା । ଫଳରେ ସେ...

Read More

ଆକାଶରେ ଶିଳପୁଆ

ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ ପାଇଁ କୌଣସି ସୁନା ରୂପା ରଖିଯାଇ ପାରୁନାହିଁ ।” ଏହା ଶୁଣି...

Read More

ଗଧ ଓ କୁକୁର

ବହୁତ ଦିନ ତଳେ ଗୋଟିଏ ଗାଁରେ ଜଣେ ଧୋବା ଥିଲା । ତାର ଗୋଟିଏ ଗଧ ଓ ଗୋଟିଏ କୁକୁର ବି ଥିଲା । ସେ ଧୋବା ତାର ସବୁ ଜିନିଷ ପତ୍ର ଗଧ ଉପରେ ରଖି ନବା ଆଣିବା କରୁଥିଲା । ପୋଷା କୁକୁରଟିକୁ ସେ ଧୋବା ବହୁତ ଭଲପାଏ ଏବଂ କେବଳ ତାକୁ ହିଁ ପାଖରେ ରଖିଥାଏ । ଧୋବା ଘରକୁ ଆସିବା ମାତ୍ରେ କୁକୁର ତା ପାଖକୁ ଦୌଡିଯାଇ ଅତି ଖୁସିରେ ତା ଛାତି ଉପରକୁ ଡେଇଁ ପଡେ ଏବଂ ସେ ଧୋବା ବି କୁକୁରକୁ ଧରି ବହୁତ ଗେଲ କରେ । ମାତ୍ର ସେ ଗଧକୁ ଏସବୁ...

Read More

ବନ୍ଧକ ରଖା ହୋଇଥିବା ଦେଶ

ହଂଙ୍କ ନଗରୀଟି ଜନବହୁଳତା ଓ ସୌନ୍ଦର୍ଯ୍ୟ ପାଇଁ ପୃଥିବୀ ବିଖ୍ୟାତ । ଏହା ଦ୍ୱୀପରେ ଅବସ୍ଥିତ ଯେପରି ଏକ ସ୍ୱତନ୍ତ୍ର କ୍ଷୁଦ୍ର ଦେଶ । ଏହା ବ୍ରିଟେନ୍ ଅଧିକୃତ ଏକ ଉପନିବେଶ । ତୁମେ ଯଦି ଏସିଆର ମାନଚିତ୍ର ଦେଖିବ, ତେବେ ଦେଖିବ ଯେ ଏହା ଚାଇନାର ଗୋଟିଏ ଅଂଶ । ତେବେ ଏହା କିପରି ବ୍ରିଟିଶ୍ମାନଙ୍କ ଅଧିକାରକୁ ଆସିଲା? ଅନେକ ବର୍ଷ ଧରି ବ୍ରିଟିଶ୍ମାନେ ଚାଇନାକୁ ଅଫିମ ରପ୍ତାନି କରି ଅମାପ ଧନ ରୋଜଗାର କରୁଥିଲେ । ୧୮୪୧ ମସିହାରେ...

Read More

ଡାକୁ ଉଗ୍ରଶୀଳ

ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ସାଇଁ ସାଇଁ ପବନ ଓ ଘଡଘଡି ସାଙ୍ଗକୁ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ...

Read More

ତିନି ପୁରୁଷର ବିତ୍ତ

ମୋତିଲାଲ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ଶ୍ରୀରଙ୍ଗପତନରେ ରହୁଥିଲେ । ସେ ହୀରା ମାଣିକ୍ୟ ଇତ୍ୟାଦି ରତ୍ନରେ ବେପାର କରୁଥିଲେ ।                 ଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ସହରରୁ ସୁବୁଦ୍ଧି ରାଓ ନାମକ ଜଣେ ଜମିଦାର ଶ୍ରୀରଙ୍ଗପତନ ଆସିଥାନ୍ତି । ଖଣ୍ଡିଏ ଭଲ ହୀରା କିଣିବା ପାଇଁ ଏ ଜମିଦାରଙ୍କର ବିଶେଷ ଇଚ୍ଛା ଥାଏ । ସେ ମୋତିଲାଲଙ୍କ ଖ୍ୟାତି ଶୁଣି ତାଙ୍କ ପାଖରେ ଯାଇ ପହଁଚିଲେ । ତାଙ୍କ ପାଖରେ ଥିବା କେତେଖଣ୍ଡି...

Read More

ସ୍ତ୍ରୀର ଚାକର

ଚିତ୍ରପୁର ଗ୍ରାମରେ ଶ୍ୟାମା ନାମ୍ନୀ ଜଣେ ମହିଳା ରହୁଥିଲା, କଜିଆ କରିବାରେ ସେ ସିଦ୍ଧ; ତା’ରି ପାଖ ଘରେ ତା’ ନଣନ୍ଦ ସୁନୀତା ବି ରହୁଥିଲା । ଛୋଟ ଛୋଟ କଥାରେ ସଦା ସର୍ବଦା ଝଗଡା ଲାଗି ରହିଥାଏ ।                 ଦିନେ ସୁନୀତାର ବିଲେଇ ଶ୍ୟାମା ଘରର ଦୁଧ ପିଇଦେଲା । ଶ୍ୟାମା ତ ସେଥିରେ ରାଗି ମୁସ୍ତେଜ । ଯାହା ଇଚ୍ଛା ଗାଳି ଦେଲା । ସୁନୀତା କହିଲା, “ମୋ ବିଲେଇ ଦୁଧର ଦୁଇଗୁଣ ଦୁଧ ମୁଁ କିଣି ଦେଉଛି; ଏବେ ତ କମ୍ସେକମ୍...

Read More

କାହାଣୀରେ ଅବୋଲକରା

ପୂର୍ବ କାଳରୁ ଏଯାବତ୍ ବତ୍ରିଶ ସିଂହାସନ ଠାରୁ ଆରମ୍ଭ କରି ଯେତେ ଗୁଡିଏ କାହାଣୀ ଇଣ୍ଡିଆର ଅନେକ ଭାଷାରେ ପ୍ରକାଶ ପାଇଛି ସେଥି ମଧ୍ୟରୁ ଅବୋଲକରା କାହାଣୀ ହେଉଛି ଅନ୍ୟତମ । ସେ କାଳର ଲୋକ ମାନଙ୍କର ରୁଚି ତଥା ଚାଲି ଚଳନକୁ ଅନୁଶୀଳନ କରି ଅବୋଲକରା କାହାଣୀ ପରି ଅନେକ ପୁସ୍ତକ ରଚନା କରା ଯାଇଛି । ଯେଉଁ ଥିରେ କି ସାମାଜିକ, ଐତିହାସିକ, ପୌରାଣିକ ଆଦି କଥା ବସ୍ତୁ ଭରପୁର କରା ଯାଇଛି । ଆଉ ମଧ୍ୟ ଏହି କାହାଣୀ ମାଧ୍ୟମରେ ପାଠକ...

Read More

ମୂଲ୍ଲାଙ୍କ ଚତୁରତା

ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ ।          ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି ବସନ୍ତି । ରାଜାଙ୍କର କାର୍ଯ୍ୟରେ କେହି ପ୍ରତିବାଦ କରନ୍ତି...

Read More

ପତ୍ନୀର ଯୋଗ୍ୟ ପତି

ଗୋଟିଏ ଗ୍ରାମରେ ଦାମୋଦର ଓ ରମାବାଈ ନାମକ ଏକ ଦମ୍ପତ୍ତି ଥା’ନ୍ତି । ଦାମୋଦର କୃଷିକାର୍ଯ୍ୟ କରେ । କିନ୍ତୁ କୁକୁଡା ପାଳନ କରିବାରେ ରମାବାଈର ବଡ ସଉକ୍ ଥାଏ । ସେଥିରୁ ତା’ର କିଛି ପଇସା ମଧ୍ୟ ଲାଭ ହୁଏ । ଗ୍ରାମର ଅନ୍ୟାନ୍ୟ ଭଦ୍ରଲୋକ ମଧ୍ୟ ରମାବାଈ ପାଖରେ କୁକୁଡା କିଣି ଛାଡନ୍ତି । ବର୍ଷକ ପରେ ବେଶି ସଂଖ୍ୟା ହୋଇଗଲେ ଦି’ଟା କୁକୁଡା ଛାଡି ଆଉ ସବୁ ନେଇଯା’ନ୍ତି ।                 ଦାମୋଦର କୁକୁଡା ମାଂସ ଖାଇବା ପାଇଁ ଖୁବ୍...

Read More

ଚପଲ୍ ହଳକୁ ପଚିଶ ପଇସା

ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି । ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି ସ୍ଥିରକଲେ, ହାଟରେ ପହଁଚିବା ପୂର୍ବରୁ, ଏଇଠାରୁ ନୂଆ ଚପଲ୍...

Read More

ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା

ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ପିଲା ଦିନରୁ ଘନିଷ୍ଠ ବନ୍ଧୁ ଥିଲେ । ଦିନେ ସେମାନେ ଠିକ୍ କଲେ । ପଡୋଶୀ ରାଜ୍ୟକୁ ଯାଇ ସେଠାରେ ଅଧିକ ବିଦ୍ୟା ଶିକ୍ଷା କରିବେ ଏବଂ ଏହି ବିଦ୍ୟାକୁ ଉପଯୋଗ କରି କିଛି ଧନ ଉପାର୍ଜ୍ଜନ କରିବେ । ଏହା ଚିନ୍ତା କରି ସେମାନେ “ପଡୋଶୀ ରାଜ୍ୟକୁ” ଯିବାପାଇଁ ବାହାରି ପଡିଲେ । ସେଠାରେ ସେ ଏକ ବିଦ୍ୟାଳୟରେ ବିଦ୍ୟା ଆରମ୍ଭ କଲେ । ସେଠାରେ ସେମାନେ କାଳ କଠିନ ପରିଶ୍ରମ କଲେ ।...

Read More

ବିଶ୍ୱାସରେ ବିଷ

ମର୍କତ ନଗର ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଶମ୍ଭୁକେଶ ନାମକ ଜଣେ ରାଜା ଥାଆନ୍ତି । ସେ ରାଜା ବହୁତ ବିଳାସ ବ୍ୟସନରେ କାଳାତିପାତ କରୁଥାଆନ୍ତି । ସେ ରାଜାଙ୍କର ହାତୀ ଦାନ୍ତର ପଲଙ୍କ ଥିଲା । ସେ ପଲଙ୍କରେ ମଖମଲି ଗଦି । ଗଦିରେ ପୁଣି ରାଜାଙ୍କର ଶୋଇବା ଆଗରୁ ନାନା ପ୍ରକାର ସୁଗନ୍ଧିତ ଅତର ସିଞ୍ଚା ଯାଉଥିଲା । କେତେ ଦାସ ଦାସୀ ଦିନରାତି ଚବିଶ ଘଣ୍ଟା ରାଜାଙ୍କର ସେବାରେ ଥିବେ । ଏଭଳି ପଲଙ୍କରେ ରାଜା ଶୁଅନ୍ତି ।...

Read More

ଯଥାର୍ଥ ଦାନ

ଏକ ସହରରେ ଜଣେ ଶେଠ୍ ଥିଲେ । ଦାତାମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ସେ । ହେଲେ ତାଙ୍କର ଦାନଦେବାର ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ଥିଲା । ତାଙ୍କର ନାଁ ପ୍ରଚାରପାଇଁ ବଡ ବଡ ମନ୍ଦିର, ଧର୍ମଶାଳା, ଡାକ୍ତରଖାନା ଆଦି ନିର୍ମାଣ କରି ଖବର କାଗଜରେ ଫଟୋଚିତ୍ର ଦେଖିବାକୁ ଖୁସି ହେଉଥିଲେ । ତାଙ୍କ କୀର୍ତିରାଜି ନିକଟରେ ନିଜର ଦାନ ଫଳକକୁ ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଉଥିଲେ । ଏସବୁ ତାଙ୍କ ମନରେ ଅପାର ଗର୍ବ ଆଣି ଦେଇଥିଲା ।       ...

Read More

ଧନକୁ କାହିଁକି ରଖୁ

ଜଣେ ଲୋକ ପାଖରେ ବହୁତ ସୁନା ଥିଲା । ସେ ଚୋରୀ ଡରରେ ଗୋଟାଏ ବାକ୍ସରେ ସବୁ ସୁନା ତକ ପୁରାଇ ଗୋଟିଏ ଜାଗାରେ ପୋତି ଦେଇଥିଲା । ସେ ଲୋକଟି ସବୁଦିନ ରାତିରେ ଯାଇ ସେ ଯାଗାଟିକୁ ଖୋଳି ବାକ୍ସରୁ ସୁନା ସବୁ ଦେଖେ ଏବଂ ପୁଣିଥରେ ପୋତି ଦେଇ ଆସେ ।                 ଜଣେ ଚୋର ଦିନେ ଏସବୁ ଦେଖିଲା ଏବଂ ସବୁ ସୁନାତକ ଚୋରି କରି ନେଇଗଲା । ତା ପରଦିନ ଏ ଲୋକଟି ଯାଇ ଦେଖିଲା ଯେ, ବାକ୍ସରେ ଆଉ କିଛି ବି ସୁନା ନାହିଁ, ତାପରେ ସେ ବହୁତ...

Read More

ଚନ୍ଦ୍ର ରାଜାଙ୍କର କାହାଣୀ

ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ଖେଳନ୍ତି । ମାଙ୍କଡ ମାନଙ୍କ ବ୍ୟତୀତ ରାଜକୁମାର କେତେଗୁଡିଏ ମେଣ୍ଢାଙ୍କୁ ମଧ୍ୟ ପାଳିଥାଆନ୍ତି । ମେଣ୍ଢାପଲ ମଧ୍ୟରେ ଗୋଟିଏ ଦୁଷ୍ଟ ମେଣ୍ଢା ଥାଏ । ସେ ପ୍ରତିଦିନ ରାଜାଙ୍କର ରୋଷେଇ ଶାଳରେ...

Read More

ଟଙ୍କା ଥଳୀଟି କାହାର?

ଆଗ୍ରା ସହରରେ ଜଣେ ମାଂସ ବିକାଳୀ ମାଂସ ବିକ୍ରୀ କରୁଥାଏ । ଲୋକଟି ସଚ୍ଚୋଟ୍ ସ୍ୱଭାବର ହୋଇଥିବାରୁ ଏବଂ ଗ୍ରାହକ ମାନଙ୍କର ମନଜାଣି ଜିନିଷ ଦେଉଥିବାରୁ ସବୁ ସମୟରେ ତା’ର ଦୋକାନରେ ଗହଳି ଲାଗିରହୁଥାଏ ।          ଦିନେ ତା’ର ଦୋକାନରେ ଅସମ୍ଭବ ଗହଳି ହୋଇଗଲା । ମାଂସ ବିକାଳୀ ତା’ର କାରବାରକୁ ନେଇ ବ୍ୟସ୍ତଥାଏ । ଏହି ସମୟରେ ଜଣେ ବଣିକ ଆସି ମାଂସ ବିକାଳୀକୁ ଏକ କେ.ଜି. ମାଂସ ଦେବା ପାଇଁ କହିଲେ । ମାଂସ ବିକାଳୀର ଟଙ୍କା ଥଳୀଟି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ