ବିଲୁଆ ଦିନେ ରାତିରେ ବୁଲୁ ବୁଲୁ ଗୋଟିଏ କୁକୁରକୁ ଦେଖିଲା । ସେ ବିଲୁଆର ତ ଖାଇବା ପିଇବାରେ ଆଦୌ ଠିକ୍ ନଥାଏ । ତେଣୁ ସେ ଭାରି ଦୁର୍ବଳ ହୋଇଯାଇଥିଲା । ମାତ୍ର କୁକୁର ମାଲିକର ଘରେ ଭଲ ଖାଦ୍ୟ ଖାଇ ମୋଟା ହୋଇଯାଇଥିଲା; ତହୁଁ ସେ କୁକୁର ବିଲୁଆକୁ ଏ ଅବସ୍ଥାରେ ଦେଖି କହିଲା, “ତୁ ଯଦି ମୋର ମାଲିକ ଘରେ କାମ କରିବୁ ତାହେଲେ ତୋତେ ଭଲ ଖାଇବାକୁ ମିଳିବ ।” ଏହା ଶୁଣି ସେ ବିଲୁଆର ମନ ବେଶ୍ ଖୁସି । ତା’ପରେ ସେ ବିଲୁଆ କୁକୁର...
(ସତ୍ୟ ଘଟନାମୂଳକ) ଅଜା ରାମ ଦ୍ୱିବେଦୀଏ – ଆରେ ଗଣି! ଆମ ଜମିର ରୋଡସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି’ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖାହେଲା । ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ...
ଇରାନ୍ରେ ଇବ୍ରାହିମ୍ ଓ ଇସ୍ମାଇଲ୍ ନାମକ ଦୁଇଟି କାଠୁରିଆ ଥିଲେ । ସେମାନେ ପ୍ରତିଦିନ ବଣକୁ ଯାଇ କାଠ କାଟନ୍ତି ଓ ତାକୁ ବିଡାବାନ୍ଧି ବଜାରରେ ନେଇ ବିକ୍ରି କରନ୍ତି । ସେଥିରେ ସେମାନଙ୍କୁ ଯାହା କିଛିବି ପଇସା ମିଳେ ତାହା ପରିବାର ଚଳାଇବାକୁ ଯଥେଷ୍ଟ ନୁହେଁ । କିନ୍ତୁ ସେମାନେ ପ୍ରତିଦିନ ଧନୀ ହେବାର ସ୍ୱପ୍ନରେ ବୁଡି ରହନ୍ତି । ଦୁଇପ୍ରକାରର ଭକ୍ତି ଭାବ ଇବ୍ରାହିମ ଭିତରେ ଥିଲା । ଏକରେ ଭଗବାନଙ୍କ ପ୍ରତି ଓ...
“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା ମା’ ଟେରେସା କହିଥିଲେ । ଏ ସମ୍ବନ୍ଧରେ ତାଙ୍କ ଜୀବନର ଦୁଇଟି...
ଗୋପାଳ ଓ ଚନ୍ଦ୍ରଭାନୁ ଦୁଇ ମିତ୍ର ଥିଲେ । ସେ ଦୁହେଁ ଗରିବ ଘରର ପିଲା । ଚାଷବାସ କଲେ ଚଳନ୍ତା, କିନ୍ତୁ ସେମାନେ ଅଳ୍ପ ପାଠ ପଢି ପକାଇଥିଲେ ବୋଲି ଗାଁ ଲୋକଙ୍କ ଆଗରେ କ୍ଷେତବାଡିରେ କାମ କରିବାକୁ ଅସମ୍ମାନଜନକ ମଣୁ ଥିଲେ! ଗୋପାଳ ଦିନେ କହିଲା “ଚାଲ, ସହରକୁ ଯିବା ।” ତା’କଥା ଶୁଣି ଚନ୍ଦ୍ରଭାନୁ କହିଲା “ମୁଁ ବି ସେଇଆ ଭାବୁଥିଲି । ସହରରେ ଆମ ଭଳି ଯୁବକଙ୍କୁ ସହଜରେ କାମଧନ୍ଦା ମିଳିଯିବ...
ଆଦିବାସୀ ଗ୍ରାମରେ ସୁଦାମ ନାମକ ଚାଷୀଟିଏ ଥାଏ । ତା’ର ସ୍ତ୍ରୀ ମରିଯାଇଥାଏ । ଲାଟୁ ନାମରେ ତା’ର ପୁଅଟିଏ ଥାଏ । ସେ ପୁଅଟି ଏତେବି ବୁଦ୍ଧିଆ ନୁହେଁ । ପୁଅଟି ବଡ ହୋଇ ବାହା ହେଲା । ବୋହୁଟି କିନ୍ତୁ ଭାରି ବୁଦ୍ଧିଆ, ତା’ ନାମ ହେଲା ଶୀଲା । ଦିନେ ଲାଟୁ ବାଡିରେ ବସି କାଠ କାଟୁଛି, ତିନିଜଣ ଭୟଙ୍କର ମୋଟା ମୋଟା ଲୋକ ଆସି ତାକୁ କହିଲେ, “ଭାଇ, ତୁମକୁ ଆମ ରାଜା ଡକେଇ ପଠେଇଛନ୍ତି । ସେ ସାରା ସମୁଦ୍ରର ରାଜା...
ସୀତାପୁରରେ ସୀତାରାମଙ୍କର ବିଶ୍ୱାସ ଯେ କୌଣସି ଯୁକ୍ତିତର୍କ, ଇତ୍ୟାଦିରେ ସେ ସମସ୍ତଙ୍କୁ ହରାଇ ଦେଇ ପାରିବେ, କିନ୍ତୁ ଗ୍ରାମବାସୀଙ୍କର ବିଶ୍ୱାସ ଯେ ସେହି ଗ୍ରାମର ରାଜାରାମ ଜିଦ୍ଖୋର୍ ହେଲେ ମଧ୍ୟ ଯୁକ୍ତିତର୍କରେ ଯାହାକୁ ହେଲେ ବି ସେ ହରାଇ ଦେଇ ପାରିବ । ଦିନେ ସୀତାରାମ ଓ ରାଜାରାମ କ୍ଷେତ ବାଡି ଦେଖିବାକୁ ଯାଇ ପରସ୍ପରକୁ ଭେଟିଲେ । କୌଣସି ପ୍ରକାରରେ ତର୍କ କରିବା ପାଇଁ ଉତ୍କଣ୍ଠିତ ସୀତାରାମ କହିଲେ...
ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ । ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା କରୁ କରୁ କେଶବ କହିଲା, “ମୁଁ ମୋର ଜଣେ ଆତ୍ମୀୟଙ୍କୁ ଦେଖା କରିବା...
ପାରସ୍ୟର ସମ୍ରାଟ୍ ଏବଂ ମହାରାଜ ଆକବର ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ଥରେ ପାରସ୍ୟ ସମ୍ରାଟ୍ ଭାରତ ଭ୍ରମଣରେ ଆସିଥାଆନ୍ତି । ସେ ଆକବରଙ୍କୁ ପଚାରିଲେ, “ବନ୍ଧୁ! ତୁମ ପାଖରେ ଏପରି ଏକ ଅଲୌକିକ ପଥର ଅଛି କି, ଯାହାକୁ ତୁମେ ଛୁଇଁଲା ମାତ୍ରକେ ସୁନା ପାଲଟିଯିବ? ସମ୍ରାଟ୍ ଙ୍କ କଥା ଶୁଣିବା ପରେ ଆକବର କିଛି ସମୟ ନୀରବ ହୋଇଗଲେ । ଏହାପରେ ବିରବଲଙ୍କୁ ପାଖକୁ ଡକାଇଲେ । ପାରସ୍ୟ ସମ୍ରାଟ୍ ଙ୍କ ସହିତ ତାଙ୍କର ପରିଚୟ କରାଇଦେବାକୁ ଯାଇ...
ଗୋଟିଏ ବଗିଚାରେ ଜଣେ ବୁଢୀ ରହୁଥିଲା । ଆଉ ସେ ବଗିଚାରେ କାମ କରିବା ପାଇଁ ବହୁତ ଚାକର ବାକର ବି ଥିଲେ । ସେମାନଙ୍କୁ ସକାଳୁ, ଉଠାଇ ସେ ବୁଢୀ କାମ କରାଏ । ସେ ବୁଢୀର ଗୋଟିଏ କୁକୁଡା ବି ଥାଏ, କୁକୁଡା ଭୋରରୁ ଡାକିଲେ ବୁଢୀର ନିଦ ହଠାତ୍ ଭାଙ୍ଗିଯାଏ ଏବଂ ତାପରେ ସେ ତା’ ଚାକରମାନଙ୍କୁ ଉଠାଏ । ଦିନେ ସେ ଚାକରମାନେ ଭାବିଲେ ଏ କୁକୁଡା ଭୋରୁ ବୁଢୀକୁ ଉଠାଉଛି ବୋଲି ବୁଢୀ ସିନା ତାଙ୍କୁ ସବୁ ଉଠାଇ କାମରେ ଲଗାଉଛି । କୁକୁଡାକୁ...
ପରଦିନ ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ପାଖରେ ପହଁଚିବା କ୍ଷଣି ଷୋଡଶ ପୁତ୍ତଳିକା ସତ୍ୟବତୀ ତାଙ୍କ ସାମ୍ନା ସାମ୍ନି ହୋଇ କହିଲା, “ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ ହୁଅନ୍ତୁ । ତା’ପରେ ଏଇ ସିଂହାସନ ଆରୋହଣ କରନ୍ତୁ । ତାଙ୍କର ତ୍ୟାଗ ଏବଂ ଦାନବୀରତାର ଏକ କାହାଣୀ କହୁଛି ଶୁଣନ୍ତୁ ।” ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟ ଯେପରି ଧନଧାନ୍ୟ, ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଥିଲା । ସେ ମଧ୍ୟ ସେଇପରି...
ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା । ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ ବିସ୍ତୃତ ଘାସ ପଡିଆ । ଭୈରବ ସବୁଦିନ ତା’ ମେଣ୍ଢା ପଲକୁ...
ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।” “ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ଗୁଣଗ୍ରାହୀ ବ୍ୟକ୍ତି । ଗୁଣର ଆଦର କରୁଥିଲେ ।...
ବାରଣାସୀ ନାମକ ଏକ ନଗର ଥିଲା । ସେହି ନଗରରେ ଜଣେ ଶୁଦ୍ଧପୂତ ତଥା ବେଦଜ୍ଞ ବ୍ରାହ୍ମଣ ବାସ କରୁଥାଆନ୍ତି । ବ୍ରାହ୍ମଣ ଜ୍ଞାନରେ ଯେପରି ଅପରିସୀମା ସରଳତାରେ ସେହିପରି । ବ୍ରାହ୍ମଣମାନଙ୍କର ସାମାନ୍ୟ ଭାବରେ ଚାଷଜମି ଥାଏ । ସେହି ଚାଷ ଜମିରେ ଯାହା ଧାନ, ମୁଗ, ବିରି ଆଦି ଫସଲ ଆମଦାନୀ ହୁଏ ସେଥିରେ ସେ ନିଜର ପରିବାରକୁ ଅଧାଦିନ ଆହାର ଯୋଗାଇ ଥାଆନ୍ତି । ଅବଶିଷ୍ଟ ଅଧା ସମୟକୁ ନଗର ବାସୀଙ୍କର ଯେଜମାନି ଆଦି...
ତେନାଲୀରାମାଙ୍କ ଚତୁରତା ହେତୁ ତାଙ୍କର ତ ଖ୍ୟାତି ଦିନକୁ ଦିନ ଖାଲି ବଢିବାରେ ଲାଗିଥାଏ । ଏଣେ ତେନାଲୀରାମାଙ୍କର ପ୍ରଶଂସା ରାଜଗୁରୁ ମୋଟେ ସହ୍ୟ କରିପାରୁନଥାନ୍ତି । ସେ ମନେ ମନେ ଖୁବ୍ ବ୍ୟଥିତ ହେଉଥଆନ୍ତି । ରାଜ ସଭାରେ ତେନାଲୀରାମାଙ୍କର ଖ୍ୟାତି ଯେତିକି ଯେତିକି ବଢୁଥାଏ, ରାଜଗୁରୁଙ୍କର ଖ୍ୟାତି ମଧ୍ୟ ସେତିକି ସେତିକି କମୁଥାଏ । ସେତେବେଳେ ତେନାଲୀରାମା ହିଁ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥାଆନ୍ତି ।...
ଯମୁନା ତଟରେ ଗୋପପୁର ନାମରେ ଗ୍ରାମଟିଏ ଥିଲା, ଏହା ପ୍ରାକୃତିକ ସମ୍ପଦରେ ସମୃଦ୍ଧିଶାଳୀ ଥିଲା । ଗୋପପୁରର ଅଧିକାଂଶ ବାସିନ୍ଦା ଗୋପାଳ ଥିଲେ । ଗୋପାଳନ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା । ନନ୍ଦ ସେମାନଙ୍କର ରାଜା ଥିଲେ । ରୋହିଣୀ ଓ ଯଶୋଦାଙ୍କ କୋଳରେ ରାମ ଓ କୃଷ୍ଣ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲେ । କୃଷ୍ଣଙ୍କର ବୟସ ମାତ୍ର କେତେ ଦିନ । ମାସଟିଏ ବି ହୋଇ ନାହିଁ । କିନ୍ତୁ ତାଙ୍କର ଦିବ୍ୟ ସୌନ୍ଦର୍ଯ୍ୟରେ...
ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ । କିନ୍ତୁ ଲାଡନଲ ସର୍ବଦା ଦାଢି ଏବଂ କେଶ ବଢାଇ ରଖୁଥିଲେ । ଦିନେ ସେ...
ପ୍ରଥମ ପ୍ରହରେ ମୌନାବତୀ କଥା କହି ମୌନ ହେଲା । ରାଜା ବିକ୍ରମାଦିତ୍ୟ ବେତାଳଙ୍କୁ ଡାକି ନିରୋଳାରେ କହିଲେ – ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ବର୍ତ୍ତମାନ ତୁମ୍ଭେ ଘଟ ମଧ୍ୟରେ ରୁହ । ରାଜା ଦାସୀମାନଙ୍କୁ ଡାକି ଘଟକୁ ପ୍ରଶ୍ନ କଲେ । ରାଜା ବିକ୍ରମାଦିତ୍ୟ ଘଟକୁ କହିଲେ ତୁମ୍ଭର ଜେମା ମୌନ ଅଛନ୍ତି । ମୁଁ ଯାହା ପଚାରିବି ବିଚାର କରି ତା’ର ଉତ୍ତର ଦେବ । ଜଣେ ଧନିକ ବୈଶ୍ୟର ପାଂଚଗୋଟି...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ସୁଦାମର ବିବାହ ଏଇ ଅଳ୍ପଦିନ ହେବ ହୋଇଛି । ତା’ର ମାମୁଁ ଖୁବ୍ ଅସୁସ୍ଥ ଥିବା ଯୋଗୁଁ ବିବାହରେ ଯୋଗ ଦେଇ ପାରି ନଥିଲେ । ତେଣୁ ସୁଦାମ ତା’ ବିବାହର ଅଳ୍ପ ଦିନ ପରେ ମାମୁଁଙ୍କୁ ଦେଖିବାକୁ ଗଲା । ସୁଦାମକୁ ଦେଖି ତା’ ମାମୁଁ ଅତ୍ୟନ୍ତ ଖୁସି ହୋଇ ବିବାହର ସବୁ କୁଶଳ ପ୍ରଶ୍ନ ପଚାରିଲେ ଓ କହିଲେ, “ଭଗବାନ୍ଙ୍କ ଦୟାରୁ ମୁଁ ଏବେ ପ୍ରାୟ ସୁସ୍ଥ ହୋଇଗଲିଣି । ଏବେ କହ ତୋର ନୂଆ ସଂସାର କିପରି ଚଳୁଛି? ଶାଶୁ ବୋହୁ...
ନରିଆ ନାମକ ଜଣେ ବ୍ୟକ୍ତି ଜଙ୍ଗଲରୁ ଚଢେଇ ଧରି ତାକୁ ସେ ସହରରେ ବିକି ଆପଣା ପେଟ ପୋଷେ । ତା’ର ସ୍ତ୍ରୀ ନଥାଏ; ମାତ୍ର ସୁଦାମ ନାମରେ ତା’ର ପୁଅଟିଏ ଥାଏ । ବାପ ଥିବାତକ ସେ ବେଶ୍ ଗେହ୍ଲୋରେ ଚଳୁଥିଲା । ସେ ପୁଅଟି ଟିକିଏ ବଡ ହୋଇ ଯିବା ପରେ ହଠାତ୍ ଦିନେ ତା’ ବାପା ମରିଗଲେ । ତା’ପରେ ସେ ପିଲାଟି ନିଜକୁ ବଡ ଅସହାୟ ଅନୁଭବ କଲା । ତଥାପି ମନରେ ଧୈର୍ଯ୍ୟ ଓ ସାହସ ରଖି ସେ କ୍ରମେ ତା’ ନିଜ ଗୋଡରେ ଠିଆ ହେବାକୁ ଚେଷ୍ଟା କଲା ।...
ଲୋକଟି ସେହି ଅଲୌକିକ ମଣି ସାହାଯ୍ୟରେ ମଣିକୁଣ୍ଡଳଙ୍କ କ୍ଷତ ଆରୋଗ୍ୟ କରିଦେଲା । ଏହି ଘଟଣା ପରଠାରୁ ସେ ଦୁହିଁଙ୍କ ମଧ୍ୟରେ ନିବିଡ ବନ୍ଧୁତା ସ୍ଥାପିତ ହେଲା । ମଣିକୁଣ୍ଡଳ ସେହି ଲୋକଟିକୁ ବ୍ୟାପାର ସମ୍ବନ୍ଧୀୟ ଅନେକ ରହସ୍ୟ ଶିଖାଇଦେଲେ । ପ୍ରଥମେ ସେ ନିଜର ବ୍ୟବସାୟ ଓ ସମୁଦ୍ର-ଯାତ୍ରାର ଅଭିଜ୍ଞତା ବର୍ଣ୍ଣନା କଲେ । ତାଙ୍କର ବର୍ଣ୍ଣନାଶୈଳୀ ଏତେ ପ୍ରଭାବଶାଳୀ ଥିଲା ଯେ, ଲୋକଟି ନିଜ ସମ୍ମୁଖରେ ସେହି ଘଟଣାମାନ ଘଟିଯାଉଥିବାର...
ଅନେକ ଦିନ ତଳର କଥା । ରାକ୍ଷସ ରାଜ୍ୟରେ ଧର୍ମନନ୍ଦନ ନାମକ ଜଣେ ରାଜା ଥିଲେ । ସେ ତାଙ୍କ ପିଲାଟିଦିନରୁ ଭଲ ସ୍ୱଭାବର ଓ ବିବେକବାନ୍ ଥିଲେ । ତେଣୁ ତାଙ୍କର ଚାଲିଚଳଣ ଦେଖି ଅନ୍ୟ ରାକ୍ଷସମାନଙ୍କର ଚକ୍ଷୁଶୁଳ ହେଉଥିଲା । ଏଣୁ ସେମାନେ ତାଙ୍କ କଥାକୁ ପ୍ରାୟ ମାନୁ ନଥିଲେ । ସେମାନେ ସାଧୁସନ୍ଥଙ୍କ ଉପରେ ଦୌରାତ୍ମ୍ୟ ଚଳାଉଥିଲେ । ଉପକାରୀ ଲୋକର କ୍ଷତି କରୁଥିଲେ । ଏସବୁ ଧର୍ମନନ୍ଦନଙ୍କ ପାଇଁ ବଡ ଅସହ୍ୟ ଥିଲା । ...
ସୁନାମୀ ନାମକ ଗୋଟିଏ ସହର ଥିଲା । ସେହି ସହରରେ ଗରୀବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା । ତାର ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ସମ ସେ ମଧ୍ୟ ଗରୀବ ହୋଇଗଲା । ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା । ଏପରି ଦୁଃଖ ଭୋଗ ହେବାରୁ ସେଦିନେ ଚିନ୍ତା କରିଲା ଯେ ତାହାର ଏପରି ଦରିଦ୍ରତାର ଜୀବନ ରଖି ଲାଭ କ’ଣ? ବରଂ ଏପରି ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା...
ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ କୁଟୁମ୍ବଙ୍କୁ ଚଳିଲା ଭଳି ଭିକ୍ଷା ସଂଗ୍ରହ କରି ଘରକୁ ଫେରିବା ବାଟରେ...
ସୁମେଧ ରାଜ୍ୟର ସିଂହାସନ ମାଡି ବସି ବୀରସିଂହ ଶାନ୍ତି ପାଉ ନଥାଏ । ତା’ ବିରୁଦ୍ଧରେ ଲୋକେ ଷଡଯନ୍ତ୍ର କରୁଛନ୍ତି, କ୍ରମେ ଏ ଆଶଙ୍କା ତା’ ମନରେ ବଦ୍ଧମୂଳ ହେଉଥାଏ । ସେ ତା’ର ନବନିଯୁକ୍ତ ସେନାପତି ସାହାଯ୍ୟରେ ପ୍ରଜାସାଧାରଣଙ୍କୁ ଭୀଷଣ କଷ୍ଟ ଦେଉଥାଏ । କିନ୍ତୁ ଲୋକଙ୍କ ଭିତରେ ଭୟ ସଂଚାର କରିବା ଦିଗରେ ତା’ର ଉଦ୍ୟମ ବିଶେଷ ଫଳପ୍ରଦ ହେଉ ନଥାଏ । ତା’ପରେ… ଦିନ ଗଡି ଚାଲିଥାଏ । ତା ସଙ୍ଗେ ସଙ୍ଗେ ବୀରସିଂହ ମନରେ...
କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ । ତାଙ୍କ ଆଶୀର୍ବାଦରେ ସେ ମୂର୍ତ୍ତିରେ ଜୀବନ୍ୟାସ ହୋଇ...
ଏଣେ ସେ ତେନାଲୀରାମା ତ’ ରାଜଗୁରୁଙ୍କ ବ୍ୟବହାର କଦାପି ନିଜ ମନରୁ ଭୁଲି ପାରୁ ନଥାଆନ୍ତି । ତେଣୁ ମନେ ମନେ ସ୍ଥିର କରିଥାନ୍ତି ଦିନେ ନା ଦିନେ ସେ ରାଜଗୁରୁଙ୍କ ପ୍ରତି ଉପଯୁକ୍ତ ପ୍ରତିଶୋଧ ନିଶ୍ଚୟ ନେବେ । ତେନାଲୀରାମା ତ ପ୍ରତିଶୋଧ ନେବାପାଇଁ ଖାଲି ସୁଯୋଗ ଖୋଜୁଥାଆନ୍ତି । ତେନାଲୀରାମା ଜାଣିପାରିଲେ ଯେ ରାଜଗୁରୁ ପ୍ରତିଦିନ ଭୋରୁ ଉଠି ନଗରଠାରୁ ତିନି ମାଇଲ୍ ଦୂରରେ ଅବସ୍ଥିତ ଥିବା ତୁଙ୍ଗଭଦ୍ରା ନଦୀକୁ...
ଏକ ସମୟରେ ବୋଧିସତ୍ୱ ମଗଧର ଗୋଟିଏ ଧନଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଧନିକର ସନ୍ତାନ ହୋଇଥିଲେହେଁ ସେ ବିଳାସବ୍ୟସନଠାରୁ ଦୂରରେ ରହିଥିଲେ ଓ ସକଳପ୍ରକାର କାମନା ତ୍ୟାଗ କରି ତପସ୍ୟାରେ ନିଯୁକ୍ତ ରହିଥିଲେ । ହିମାଳୟର ଏକ ଗହ୍ୱରରେ ଦୀର୍ଘକାଳ ତପସ୍ୟା କରିବା ପରେ ସେ ରାଜଗୃହକୁ ଆସି ସେଠାରେ ଗୋଟିଏ ପତ୍ରକୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ । ଏହି କୁଟୀରଟିର ଚତୁର୍ଦ୍ଧିଗ ପରିବେଷ୍ଟିତ ଥିଲା ଓ ବାହାରକୁ...
ଯମଦଗ୍ନିଙ୍କ ଶରୀର ହଠାତ୍ ସ୍ଥିର ହୋଇଗଲା ଓ ତାଙ୍କର ମୃତଦେହ ତଳେ ପଡିଗଲା । ରେଣୁକାଦେବୀ ସ୍ୱାମୀଙ୍କ ମୃତ ଶରୀର ନିକଟରେ ମଥାପିଟି କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ପର୍ଶୁରାମ ବଣରୁ ତାଙ୍କ ଆଶ୍ରମକୁ ଫେରି ଏପରି ଘଟଣା ଦେଖି କ୍ରୋଧରେ ପାଗଳ ହୋଇଗଲେ ଓ ନିଜର ପର୍ଶୁଟି ଧରି ମାହେଷ୍ମତୀ ନଗର ଅଭିମୁଖେ ଧାଇଁଲେ । ଇତିମଧ୍ୟରେ ମହର୍ଷି ଭୃଗୁ ବୁଲୁ ବୁଲୁ ଆସି ଯମଦଗ୍ନିଙ୍କ ଆଶ୍ରମରେ ପହଁଚିଲେ । ରେଣୁକାଙ୍କ ଆକୁଳ...
ସୁଖପାଳ ଗାଁର ପ୍ରଭାକରର ନିଜର ବୋଲି କେହିବି ନଥାନ୍ତି । ଘର ଛଣ୍ଡିକ ଛଡା ତା’ର ଆଉ କୌଣସି ସମ୍ପତ୍ତି ମଧ୍ୟ ନଥିଲା । ତେବେ ଲୋକେ ତାକୁ ଖୁବ୍ ଭଲ ପାଊଥାନ୍ତି । କାରଣ, ସେ ସାଧୁ ଓ ପରୋପକାରୀ । ପ୍ରଭାକର ପ୍ରାୟ ମୂଲ ଲାଗି ଚଳେ ବୋଲି କହିବାକୁ ହେବ । ସେ ଚାହାଳିରେ ଦୁଇ ଅକ୍ଷର ପାଠ ପଢିଥିଲା । ତା’ପରେ ନିଜେ ଅଭ୍ୟାସ କରି ଲେଖିପଢି ସେ ଶିଖିଥିଲା । ତେଣୁ ମଧ୍ୟେ ମଧ୍ୟେ ସେ ଗାଁର କେହି କେହି ଲୋକଙ୍କର...
ନଈ କୂଳରେ ଗୋଟିଏ ବଡ ଶାଳଗଛ ଥିଲା । ଯେତେ ତୋଫାନ ହଉ ବା ନଈବଢି ଆସୁ ସେ ଗଛ ସେସବୁକୁ ମୋଟେ ଖାତିର କରେ ନାହିଁ । ସେହିପରି ଛିଡା ହୋଇ ରହିଥାଏ । ଥରେ ବହୁତ ଜୋର୍ରେ ତୋଫାନ ଓ ନଈ ବଢି ଆସିଲା । ଚେଷ୍ଟା କରି ବହୁତ ସମୟ ଧରି ସେ ଶାଳଗଛ ସେଠାରେ ଛିଡା ହୋଇ ରହିଲା । କିନ୍ତୁ ଶେଷରେ ଉପୁଡି ଯାଇ ନଈରେ ପଡିଗଲା । ନଈରେ ଭାସି ଭାସି ଯାଉଥିବାବେଳେ ନଈ କୂଳରେ ଥିବା ଛୋଟ ଛୋଟ ଘାସ ଗଛ ସବୁ ଆରାମରେ ଛିଡା ହୋଇଥିବାର ସେ ଶାଳଗଛ...
ଅନେକ ଦିନ ତଳର କଥା । ଅବନ୍ତୀପୁର ରାଜ୍ୟର ଗୋଟିଏ ଗାଁରେ ଗୋଟାଏ ବାଳକ ଥାଏ, ଯାହାକୁ ଲୋକେ ବିଳାସ ବୋଲି ଡାକୁଥାନ୍ତି । କଥା କ’ଣ କି, ଭୋଗବିଳାସରେ ରହିବା ପାଇଁ ତା’ର ବାସନା ଏଡେ ପ୍ରବଳ ଯେ ଲୋକେ ତା’ର ଅସଲ ନାମ ଭୁଲିଯାଇଥାନ୍ତି । ଏକଦିଗରେ ଭୋଗବିଳାସରେ ରହିବାର ଇଚ୍ଛା, ଅନ୍ୟ ଦିଗରେ କିନ୍ତୁ ପରିଶ୍ରମ କରିବା ପାଇଁ ଅନିଚ୍ଛା – ଏହାହିଁ ହେଲା ସେ ବାଳକର ମନୋଭାବ । ଏଥିରେ ବିଳାସ ପାଇଁ ଆବଶ୍ୟକୀୟ ଅର୍ଥ...


