ଖାଇବା ସୋଡ଼ା ଏବଂ ଗଞ୍ଜେଈ ତେଲରେ କ୍ୟାନ୍‌ସର୍‌ ଚିକିତ୍ସା

କ୍ୟାନ୍‌ସର୍‌ : କ୍ୟାନ୍‌ସର୍‌ ନା ଶୁଣିଲେ ଲୋକ ଭୟଭୀତ ହୋଇଯାଆନ୍ତି।  ଯେମିତି ଲାଗେ ଏହି ରୋଗ ହେଲାମାନେ ମଣିଷର ମୃତ୍ୟୁ ସୁନିଶ୍ଚିତ ।  ଏହି ରୋଗରେ ପିଡୀତ ଅଧେରୁ  ଅଧିକ ପ୍ରାୟ ବର୍ତ୍ତମାନର ପାରମ୍ପରିକ କେମୋ ଚିକିତ୍ସା ପଦ୍ଧତ୍ତିର ଖର୍ଚ୍ଚ ଶୁଣି ମାନସିକ ଆଘାତରୁ ଅନେକ ରୋଗର ଶିକାର ହୋଇ ପରମ ଆୟୁ ଆଗରୁ ମୃତ୍ୟୁବରଣ କରନ୍ତି ।  କ୍ୟାନ୍‌ସର୍‌ ପାଇଁ ବ୍ୟବହୃତ ଚିକିତ୍ସା ପଦ୍ଧତ୍ତି ଜାଣିବା ପୂର୍ବରୁ କ୍ୟାନ୍‌ସର୍‌ ଏବଂ ଏହାର ଲକ୍ଷଣ କଣ ଜାଣିବା ନିହାତି ଆବଶ୍ୟକ ।

ବର୍ତ୍ତମାନର ଗବେଷକଙ୍କ ସଂଜ୍ଞା ଅନୁସାରେ, କ୍ୟାନ୍‌ସର୍‌ ହେଉଛି ଅସାମାନ୍ୟ ଅନିୟନ୍ତ୍ରିତ କୋଷ ବୃଦ୍ଧିରୁ ଜାତ ବିଭିନ୍ନ ରୋଗମାନଙ୍କର ସମୂହ ଯାହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଯିବାର ସମ୍ଭାବନା ଥାଏ ।  ଆମ ଶରୀର କୋଟି କୋଟି କୋଷଙ୍କ ଦ୍ୱାରା ଗଠିତ, ଯେଉଁମାନେ ଶରୀରର ବିଭିନ୍ନ କ୍ରିୟା କରିଥାନ୍ତି  । ଆମ ଶରୀରରେ କୋଷମାନେ କୋଷରେ ଥିବା ନ୍ୟଷ୍ଟି ବା nucleus ଦ୍ୱାରା ନିୟନ୍ତ୍ରିତ ହୋଇ ସାମାନ୍ୟ କୋଷିକା ଚକ୍ର ଦ୍ୱାରା ବଢନ୍ତି ଏବଂ ବିଭାଜିତ ହୁଅନ୍ତି । ନ୍ୟଷ୍ଟି ବା nucleus  ଭିତରେ ଥିବା ଅନୁବଂଶୀୟ ପଦାର୍ଥ ବା ଗୁଣସୂତ୍ର ବା ଡ଼ି. ଏନ୍. ଏ ରେ ଏହି ବିଭାଜନ ପ୍ରକ୍ରିୟାର ତଥ୍ୟ ନିହିତ ଥାଏ । ଯଦି ନ୍ୟଷ୍ଟି ବା nucleus ଭିତରେ ଥିବା ଏହି ଅନୁବଂଶୀୟ ପଦାର୍ଥ ବା ଗୁଣସୂତ୍ର ବା ଡ଼ି. ଏନ୍. ଏ ର ତଥ୍ୟ କୌଣସି କାରଣରୁ ନଷ୍ଟ ବା ଖରାପ ହୋଇଯାଏ ତେବେ ଏହା ସ୍ୱତଃ ନିଜକୁ ମରାମତି କରିନିଏ କିମ୍ବା ସମ୍ପୂର୍ଣ୍ଣ କୋଷକୁ ଧ୍ବଂସ କରିବାପାଇଁ ନିର୍ଦ୍ଧେଶ ଦିଏ । କିନ୍ତୁ କ୍ୟାନ୍‌ସର୍‌ କ୍ଷେତ୍ରରେ ଡ଼ି. ଏନ୍. ଏ ର ଯେଉଁ ଭାଗ କୋଷ ବିଭାଜନ ପାଇଁ ଦାୟୀ ତାହା ବଦଳି ଯାଏ, ଯାହା ଦ୍ୱାରାକି  ଡ଼ି. ଏନ୍. ଏ ନା ସ୍ୱତଃ ନିଜକୁ ମରାମତି କରିପାରେ ନା କୋଷକୁ ଧ୍ବଂସ କରିପାରେ, ଯାହା ଦ୍ୱାରାକି କୋଷ ଅବିକଳ ନକଲ କୋଷ ତିଆରିକରି ବଢେ ଏବଂ ଅନିୟନ୍ତ୍ରିତଭାବେ ବିଭାଜିତ ହୁଏ ଯାହାକୁ କ୍ୟାନ୍‌ସର୍‌ କୋଷ କୁହାଯାଏ; ଯାହା ସାଧାରଣ କୋଷକୁ ବିସ୍ଥାପିତ କରି ଟ୍ୟୁମର୍ ସୃଷ୍ଟି କରେ । ଟ୍ୟୁମର୍ ଆକାରରେ ବଢିବା ସହ ଏହାର ନିଜସ୍ୱ ରକ୍ତ ପ୍ରଭାହ ମଧ୍ୟ ଆରମ୍ଭ କରିଦିଏ, ଯେହେତୁ କ୍ୟାନ୍‌ସର୍‌ କୋଷଗୁଡ଼ିକ ସାଧାରଣ କୋଷିକାଙ୍କପରି ଭଲଭାବରେ ସଂଗଠିତ ହୋଇପାରନ୍ତିନି, ସେଥିପାଇଁ  ସେଗୁଡିକ ବିଛିନ୍ନ ହୋଇ ପାଖ ରକ୍ତ ବାହକରେ ପ୍ରବେଶକରି ଶରୀରର ଅନ୍ୟ ଅଂଶକୁ ବ୍ୟାପିଯାଆନ୍ତି ଯାହାକୁ ” ମେଟାସ୍ଟାଟିସ୍ ” କୁହାଯାଏ । ଶରୀରର ଲସିକା ପ୍ରଣାଳୀ ଦ୍ୱାରା ମଧ୍ୟ ମେଟାସ୍ଟାଟିସ୍ ହୋଇଥାଏ । କ୍ୟାନ୍‌ସର୍‌ କୋଷ ପାଖ ଲସିକା ବାହକ ଦ୍ୱାରା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ।

କ୍ୟାନ୍‌ସର୍‌କୁ ନେଇ ମତଭେଦ ମଧ୍ୟ ଅଛି । ଇଟାଲୀୟ ଡାକ୍ତର ଟୁଲ୍ଲୀଓ ସିମନସିନି ଯିଏକି ଜଣେ ଏକଧାରାରେ  ଅନ୍କୋଲୋଜି, ଡାୟାବେଟାଲୋଜି ଏବଂ ମେଟାବୋଲିକ୍ ଡ଼ିସଅର୍ଡରସ୍ ସ୍ପେସିଆଲାଇଜିଙ୍ଗ୍ ସର୍ଜନ; କୁହନ୍ତି କ୍ୟାନ୍‌ସର୍‌ ହେହୁଛି ଗୋଟେ ଫଙ୍ଗସ୍ ବା କ୍ୟାନ୍‌ସର୍‌, ଫଙ୍ଗସ୍  କ୍ୟାଣ୍ଡିଡା ଏଲବିକାନ୍ସ ଦ୍ୱାରା ହୋଇଥାଏ ଯାହା ସାଧାରଣ ଆମେ ନିତ୍ୟ ବ୍ୟବହାର କରୁଥିବା ଆଲୁମିନିଅମ୍ ବିହୀନ ଖାଇବା ସୋଡ଼ା  ବା Sodium bicarbonate (NaHCO3) ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଭଲ ହୋଇପାରିବ । କ୍ୟାନ୍‌ସର୍‌ ବର୍ତ୍ତମାନର ପାରମ୍ପାରିକ କେମୋ ଚିକିତ୍ସା ପଦ୍ଧତ୍ତି ଦ୍ୱାରା ଶତକଡା ୮୦ ଭାଗରୁ ଅଧିକ ବିଫଳତା ମିଳିଥାଏ ଏବଂ ଅନେକାଂଶରେ ରୋଗୀ ଅକାଳେ ମୃତ୍ୟୁ ବରଣ କରେ । ୨୦୦୪   ମୋରଗାନ୍, ୱାର୍ଡ୍, ଏବଂ ବାରଟନଙ୍କ ରିପୋର୍ଟ୍ ଅନୁଯାଇ, ବୟସ୍କ କ୍ୟାନ୍‌ସର୍‌ ରୋଗୀଙ୍କ ମଧ୍ୟରେ ମାତ୍ର ୨.୩ % ଅଷ୍ଟ୍ରେଲିଆରେ ଏବଂ ୨.୧ % ଆମେରିକାରେ ଭଲ ହେବାର ଦୃଷ୍ଟାନ୍ତ ମିଳେ । ସାଧାରଣତଃ ରୂଢିବାଦୀ ପାରମ୍ପରିକ କେମୋ ଚିକିତ୍ସା ପଦ୍ଧତ୍ତିରେ ପ୍ରାୟ $୩୫୦,୦୦୦ ବା ପ୍ରାୟ ୨ କୋଟିରୁ ଅଧିକ ଖର୍ଚ୍ଚ ହେଉଥିବା ବେଳେ ଟୁଲ୍ଲୀଓ ସିମନସିନିଙ୍କ ଚିକିତ୍ସା ପଦ୍ଧତ୍ତିରେ ମାତ୍ର $୩ ବା ୨୦୦ ଟଙ୍କାରୁ ମଧ୍ୟ କମ୍ ଖର୍ଚ୍ଚ ହୁଏ । ଆମ ଇଣ୍ଡିଆରେ ଏହି କେମୋ ଚିକିତ୍ସା ପଦ୍ଧତ୍ତିରେ ପ୍ରାୟ  ୫ ଲକ୍ଷରୁ ଉର୍ଦ୍ଧ ଖର୍ଚ୍ଚ ହୁଏ, ଯାହା ଚିକିତ୍ସାଳୟ ଏବଂ ସେମାନଙ୍କ ଚିକିତ୍ସା ପଦ୍ଧତ୍ତି ଦ୍ୱାରା ଏହା ଟିକେ  କମ୍ ବେଶୀ ହୋଇ ଥାଏ । କେମୋ ଚିକିତ୍ସା ପଦ୍ଧତ୍ତିରେ କମ୍ ସଫଳତା ଏବଂ ଏହି ରୂଢିବାଦୀ ଚିକିତ୍ସା ପଦ୍ଧତ୍ତିକୁ ପ୍ରାଧାନ୍ୟ ଦେଇ କୋଟି କୋଟି ଟଙ୍କାର ବ୍ୟପାରୀକରଣକରି ଅର୍ଥ ଉପାର୍ଜନ କରିବା ସହ ଅନ୍ୟ ଶସ୍ତା ଏବଂ ସଫଳ କ୍ୟାନ୍‌ସର୍‌ର ଚିକିତ୍ସା ପଦ୍ଧତ୍ତିକୁ ଚପେଇବାର ପ୍ରଚେଷ୍ଟା କରିବା ନିଶ୍ଚିତ ଭାବେ ସନ୍ଦେହଜନକ । ୭୫% ରୁ ଅଧିକ କ୍ୟାନ୍‌ସର୍‌ର ଚିକିତ୍ସକ, ନିଜ ଏବଂ ତାଙ୍କ ପରିବାର ପାଇଁ କେମୋ ଚିକିତ୍ସା ପଦ୍ଧତ୍ତିକୁ ଅସ୍ବୀକାର ଏବଂ ବିପଦ ଜନକ ମନେକରନ୍ତି । ଏଥିରୁ ସନ୍ଦେହ ହୁଏଯେ କେମୋ ଚିକିତ୍ସା ପଦ୍ଧତ୍ତି କ୍ୟାନ୍‌ସର୍‌ ଔଷଧ ଉଦ୍ୟୋଗ ଏବଂ  କ୍ୟାନ୍‌ସର୍‌ ଚିକିତ୍ସା ବେପାରୀଙ୍କର ଏକ ସାଙ୍ଗଠନିକ ବୈଧାନିକ ଘୋଟାଲା ବା Scam

କିଛି ମଧ୍ୟ କୁହନ୍ତି କ୍ୟାନ୍‌ସର୍‌, କ୍ୟାନ୍‌ସର୍‌ କୋଷରେ ଥିବା ଏକ ବାକ୍ଟେରିଆ ଯୋଗୁ ହୋଇଥାଏ । ଖାରିୟତା ବା Alkalinity ଏହି ଜୀବାଣୁଙ୍କୁ (microbes) ମାରି କ୍ୟାନ୍‌ସର୍‌ କୋଷକୁ ସାଧାରଣ କୋଷରେ ପରିବର୍ତ୍ତିତ କରିଦିଏ । ଖାଇବା ସୋଡ଼ା  ବା Sodium bicarbonate (NaHCO3) ର ସଠିକ୍ ବ୍ୟବହାର ଦ୍ୱାରା ଦେହରେ ଖାରିୟତା ବା Alkalinity କୁ ନିୟନ୍ତ୍ରଣ କରି ଜୀବାଣୁଙ୍କୁ ମାରିଦିଆଯାଇପାରେ; ସେଥିପାଇଁ ଟୁଲ୍ଲୀଓ ସିମନସିନିଙ୍କ Sodium bicarbonate (NaHCO3) ଚିକିତ୍ସା ପଦ୍ଧତ୍ତି ବୋଧହୁଏ ଏଥିପାଇଁ ସଫଳ କାର୍ଯ୍ୟକରେ । ଆମେରିକାରେ ପାରମ୍ପାରିକ କ୍ୟାନ୍‌ସର୍‌ କେମୋ ଚିକିତ୍ସା ପଦ୍ଧତ୍ତିରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଔଷଧ ବ୍ୟବହାର କରାଯାଏ ଏବଂ ଏହାର ଚିକିତ୍ସା ବଜାର ପ୍ରାୟ ବାର୍ଷିକ ୨୦୦ ବିଲିଅନ ଡଲାରରୁ ମଧ୍ୟ ଅଧିକ ତେଣୁ ସିମନସିନିଙ୍କ ମାଗଣା ଚିକିତ୍ସା ପଦ୍ଧତ୍ତିକୁ ଲୋକେ ଅବିସ୍ୱାଶ କରିବା ଏବଂ ହସରେ ଉଡେଇଦେବା ଏକ ସାମାନ୍ୟ କଥା । ଅନ୍ୟ ଏକ ବ୍ୟକ୍ତିତ୍ତ୍ଵ ତଥା କ୍ୟାନ୍‌ସର୍‌ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ଏବଂ ହର୍ବାଲ୍ କ୍ୟାନ୍‌ସର୍‌ ଔଷଧର ଆବିଷ୍କାରକ ରିକ୍ ସିଂପସନଙ୍କ ଅନୁଯାଇ ଗଞ୍ଜେଈ ତେଲ ବା Hemp oil ରେ ଥିବା ଆଣ୍ଟି କ୍ୟାନ୍‌ସର୍‌  ତତ୍ତ୍ୱ THC (Tetrahydrocannabinol) ଏବଂ CBD (Cannabinoid) କ୍ୟାନ୍‌ସର୍‌ କୁ ଅନେକାଂଶରେ ସମୂଳ ବିନାଶ କରିପାରେ ।

କ୍ୟାନ୍‌ସର୍‌ର ଲକ୍ଷଣ

ଯଦିବା ସର୍ବଦା ନିମ୍ନ ଲିଖିତ ଲକ୍ଷଣ ଗୁଡିକ କ୍ୟାନ୍‌ସର୍‌ର ଲକ୍ଷଣ ହୋଇନପାରେ, କିନ୍ତୁ ଲକ୍ଷଣ ଗୁଡିକ କ୍ୟାନ୍‌ସର୍‌ ଟିଉମର ଯୋଙ୍ଗୁ ମଧ୍ୟ ହୋଇପାରେ । ଯଦି ନିମ୍ନ ଲିଖିତ ଲକ୍ଷଣ ଗୁଡିକ କିଛି ସପ୍ତାହ ଧରି ପରିଲିକ୍ଷିତ ହେଉଥାଏ ତେବେ ଏହା କ୍ୟାନ୍‌ସର୍‌ ମଧ୍ୟ ହୋଇପାରେ ।

  1. ଶ୍ୱାସ ଫୁଲେଇବା ।
  2. ଅସ୍ପଷ୍ଟିକୃତ ଯୋନିରୁ ରକ୍ତସ୍ରାବ ହେବା ।
  3. ଖାଇବା ପରେପରେ ଖାଦ୍ୟଟିର ହଜମ ନ ହୋଇ ପେଟ ମଧ୍ୟରେ ପୋଡ଼ାଜଳା ହେବା । ବାରମ୍ବାର ହଜମି ଔଷଧ ସେବନ ପରେ ବି ସମସ୍ୟା ଜାରି ରହିବା ।
  4. ଗଳାରୁ ଅସ୍ପଷ୍ଟିକୃତ ଶବ୍ଦ ବାହାରିବା ।
  5. ଏକାଧିକବାର ତରଳ ଝାଡା ହେବା ।
  6. ନିରନ୍ତର ଫୁଲାରହିବା ।
  7. ଗିଳିବାରେ କଷ୍ଟହେବା ।
  8. ସୁଖୁନଥିବା ଘା ।
  9. ମୁଖ ଏବଂ ଜିଭରେ ସୁଖୁନଥିବା ଘା ।
  10. ରାତିରେ ପ୍ରବଳ ଝାଳ ବହିବା ।
  11. ଅସାମାନ୍ୟ ସ୍ତନ ପରିବର୍ତ୍ତନ ।
  12. ଝାଡା କିମ୍ବା ପରିସ୍ରାରେ ରକ୍ତସ୍ରାବ ହେବା ।
  13. ଅସ୍ପଷ୍ଟିକୃତ ଶରୀର ଓଜନ ବଢିବା ବା କମିବା ।
  14. ନୂତନ ତିଳ ବା କଳାଯାଇ କିମ୍ବା ଥିବା ତିଳ ବା କଳାଯାଇର ସନ୍ଦେହଜନକ ପରିବର୍ତ୍ତନ ।
  15. ରକ୍ତ କାଶ ହେବା ।
  16. ଲଗାତାର କାଶ ହେବା ।
  17. ପରିଶ୍ରା କରିବାରେ ସମସ୍ୟା ।
  18. ଅସ୍ପଷ୍ଟିକୃତ ରକା କିମ୍ବା ବିନ୍ଧା ।
  19. ଅସାମାନ୍ୟ ବିଣ୍ଡି ବା ଗଣ୍ଠି କିମ୍ବା ଫୁଲା ।
  20. ଅସ୍ପଷ୍ଟିକୃତ ଦୁର୍ବଳତା କିମ୍ବା ଥକା ଲାଗିବା ।

କ୍ୟାନ୍‌ସର୍‌ର ବିଭିନ୍ନ ଅବସ୍ଥା :

କ୍ୟାନ୍‌ସର୍‌ ରୋଗରେ କ୍ୟାନ୍‌ସର୍‌ର ବିଭିନ୍ନ ଅବସ୍ଥା ଜାଣିବାପାଇଁ ସାଧାରଣତଃ ଦୁଇ ପ୍ରକାର ଷ୍ଟେଜିଙ୍ଗ୍ ସିଷ୍ଟମ୍ ବ୍ୟବହାର କରାଯାଏ ୧. ସଂଖ୍ୟା ପ୍ରଣାଳୀ, ୨. TNM ପ୍ରଣାଳୀ ।

୧. ସଂଖ୍ୟା ପ୍ରଣାଳୀ

କ୍ୟାନ୍‌ସର୍‌ର  ୦-୪ ଷ୍ଟେଜ:
ଷ୍ଟେଜ ୦, ମାନେ କ୍ୟାନ୍‌ସର୍‌ ଗୋଟିଏ ସ୍ଥାନରେ ହିଁ ଅଛି ।
ଷ୍ଟେଜ ୧, ମାନେ ଆଖ ପାଖ ଟିସ୍ୟୁରେ ଛୋଟ କ୍ୟାନ୍‌ସର୍‌ ଟ୍ୟୁମରଟିଏ ସୃଷ୍ଟି ବା ବ୍ୟାପିଯାଇଛି ।
ଷ୍ଟେଜ ୨, ମାନେ ଟ୍ୟୁମରଟି ବଡ ହୋଯାଇଛି ଏବଂ ସମ୍ଭବତଃ ବ୍ୟାପିଯାଇଛି ।
ଷ୍ଟେଜ ୩, ମାନେ କ୍ୟାନ୍‌ସର୍‌ କୋଷ ଆଖ ପାଖ ଲସିକା ପ୍ରଣାଳୀରେ ବ୍ୟାପିବା ଆରମ୍ଭ କରିଦେଇଛି ।
ଷ୍ଟେଜ ୪, ମାନେ କ୍ୟାନ୍‌ସର୍‌ କୋଷ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଯାଇଛି (Metastasis)

୨. TNM ପ୍ରଣାଳୀ

TNM (Tumor, Node, Metastasis) ଷ୍ଟେଜିଙ୍ଗ୍ ସିଷ୍ଟମ୍ ରେ, କ୍ଲିନିକାଲ୍ ଷ୍ଟେଜ୍ ଏବଂ ପାଥୋଲୋଜିକ୍ ଷ୍ଟେଜ୍ ପାଇଁ ଇଂରାଜୀର ଛୋଟ ଅକ୍ଷର “c” ଏବଂ “p” ର ମଧ୍ୟ ବ୍ୟବହାର କରାଯାଏ (ଉଦାହରଣ ସ୍ୱରୂପ : cT3N1M0 or pT2N0) ।

ସାଧାରଣ ପ୍ରକାରର କ୍ୟାନ୍‌ସର୍‌ :

  • ବ୍ଲାଡର୍‌ କ୍ୟାନ୍‌ସର୍‌ Bladder Cancer
  • ସ୍ତନ କ୍ୟାନ୍‌ସର୍‌ Breast Cancer
  • କୋଲେରେକଟଲ୍ କ୍ୟାନ୍‌ସର୍‌ Colorectal Cancer
  • କିଡ୍ନୀ ବା ବୃକକ୍ କ୍ୟାନ୍‌ସର୍‌ (ରେନାଲ୍ କୋଷ) Kidney (Renal Cell) Cancer
  • ଲ୍ୟୁକେମିଆ ବା ରକ୍ତ କ୍ୟାନ୍‌ସର୍‌ Leukemia
  • ଯକୃତ କ୍ୟାନ୍‌ସର୍‌ Liver Cancer
  • ଫୁସ୍ ଫୁସ୍ କ୍ୟାନ୍‌ସର୍‌ Lung Cancer
  • ଲିମ୍ଫୋମା କ୍ୟାନ୍‌ସର୍‌ Lymphoma
  • ଅଗ୍ନାଶୟ କ୍ୟାନ୍‌ସର୍‌ Pancreatic Cancer
  • ପ୍ରୋଷ୍ଟେଟ୍ କ୍ୟାନ୍‌ସର୍‌ Prostate Cancer
  • ତ୍ୱଚା କ୍ୟାନ୍‌ସର୍‌ Skin Cancer
  • ଗଳଗ୍ରନ୍ଥୀ କ୍ୟାନ୍‌ସର୍‌ Thyroid Cancer
  • ଗର୍ଭାଶୟ କ୍ୟାନ୍‌ସର୍‌ Uterine Cancer

କ୍ୟାନ୍‌ସର୍‌ ରୋଗର ଚିହ୍ନଟ :

କ୍ୟାନ୍‌ସର୍‌ ରୋଗର ଚିହ୍ନଟ କରିବା ପାଇଁ ଲ୍ୟାବ୍ ଟେଷ୍ଟ୍ (Lab Tests), ଇମେଜିଙ୍ଗ୍ ପ୍ରକ୍ରିୟା (Imaging Procedures) ଏବଂ ବାଇଓସ୍ପୀର (Biopsy) ସହାୟତା ନିଆଯାଏ।

ଲ୍ୟାବ୍ ଟେଷ୍ଟ୍ (Lab Tests) :

ଶରୀରରେ କିଛି ଉପାଦାନମାନଙ୍କର ଆବଶ୍ୟକୀୟ ମାତ୍ରାରୁ କମ୍ କିମ୍ବା ବେଶୀ ମାତ୍ରା ପରିଲକ୍ଷିତ ହେଲେ ତାହା କ୍ୟାନ୍‌ସର୍‌ର ସଙ୍କେତ ହୋଇପାରେ । ତେଣୁ ରକ୍ତ, ମୂତ୍ର ଏବଂ ଶରୀରର ଅନ୍ୟ ତରଳ ପଦାର୍ଥଙ୍କର ପ୍ରୟୋଗଶାଳାରେ ପରୀକ୍ଷଣ, ରୋଗ ନିରୁପଣରେ ସହାୟକ ହୋଇଥାଏ । ଯଦିଓ ପ୍ରୟୋଗଶାଳାର ଅସାମାନ୍ୟ ପରିଣାମ କ୍ୟାନ୍‌ସର୍‌କୁ ଚିହ୍ନଟରେ ସହାୟକ ହୁଏ, କେବଳ ଲ୍ୟାବ୍ ପରୀକ୍ଷଣର ପରିଣାମରୁ କ୍ୟାନ୍‌ସର୍‌ର ନିଶ୍ଚିତତା ଉପରେ ବିଶ୍ୱାସ କରାଯାଇନପାରେ । ଶରୀରରେଥିବା ଶ୍ୱେତ ରକ୍ତ କଣିକା ବା white blood cell ରୋଗ ପ୍ରତିରକ୍ଷକ ବା ଶରୀର ପ୍ରତିରକ୍ଷକ ଭାବେ କାମ କରେ ।  ସାଧାରଣତଃ ଏକ ସୁସ୍ଥ ମଣିଷ ରକ୍ତରେ  3.5-10.5 billion cells/L ବା 3,500 to 10,500 cells/mcL ଶ୍ୱେତ ରକ୍ତ କଣିକା ବା white blood cell ଥାଏ । ଯଦି ଏହା କମେ ତେବେ କ୍ୟାନ୍‌ସର୍‌ ସହ ଅନ୍ୟ ରୋଗ ବ୍ୟାପିବାର ସମ୍ଭାବନାକୁ ବଢ଼ାଇଦିଏ । ପାରମ୍ପରିକ କେମୋ ପଦ୍ଧତ୍ତିରେ  white blood cell ର ପରିମାଣ କମିଯାଏ

ଇମେଜିଙ୍ଗ୍ ପ୍ରକ୍ରିୟା (Imaging Procedures) :

ଇମେଜିଙ୍ଗ୍ ପ୍ରକ୍ରିୟା ବା ଚିତ୍ର ଉତ୍ତୋଳନ ପ୍ରକ୍ରିୟାରେ ଶରୀରର ଆଭ୍ୟନ୍ତରୀଣ ଚିତ୍ର ଉତ୍ତୋଳନ କରି ଟ୍ୟୁମରର ସ୍ଥିତି ଏବଂ ତାର ଆକାରକୁ ଆକଳନ କରିହୁଏ । ଶରୀରର ଆଭ୍ୟନ୍ତରୀଣ ଚିତ୍ର ଉତ୍ତୋଳନ ପ୍ରକ୍ରିୟା ବିଭିନ୍ନ ପ୍ରକାର ହୋଇପାରେ ।

ସି.ଟି. ସ୍କାନ୍ (CT Scan) : ଏଥିରେ କମ୍ପ୍ୟୁଟର୍ ଦ୍ୱାରା  ସଂଯୋଜିତ ଏକ ଏକ୍ସରେ ମେସିନ୍ ଦ୍ୱାରା ଶରୀରର ବିସ୍ତୃତ ଚିତ୍ର ଉତ୍ତୋଳନ କରାଯାଏ ।

ନ୍ୟୂକ୍ଳିଅର୍‌ ସ୍କାନ୍ (Nuclear scan) : ନ୍ୟୂକ୍ଳିଅର୍‌ ସ୍କାନ୍ କୁ ରେଡ଼ିଓନ୍ୟୂକ୍ଳାଇଡ଼୍ ସ୍କାନ୍ ମଧ୍ୟ କୁହାଯାଏ । ଏହି ସ୍କାନ୍ ପାଇଁ ଶରୀରକୁ କିଛିମାତ୍ରାରେ ରେଡ଼ିଓଆକ୍ଟିଭ୍ ପଦାର୍ଥ ଦିଆଯାଏ ଯାହାକୁ ଟ୍ରେସର ମଧ୍ୟ କୁହାଯାଏ । ଏକ ଯନ୍ତ୍ର ଯାହାକୁ ସ୍କାନର୍‌ କୁହାଯାଏ ସେ  ରେଡ଼ିଓଆକ୍ଟିଭ୍ ପଦାର୍ଥର ବିକିରଣରୁ ଚିତ୍ର ପ୍ରସ୍ତୁତ କରେ; ଯେଉଁଥିରୁ କ୍ୟାନ୍‌ସର୍‌ ସମ୍ବଧିତ ସୂଚନା ମିଳେ ।

ଅଲଟ୍ରାସାଉଣ୍ଡ୍ (Ultrasound) :  ଅଲଟ୍ରାସାଉଣ୍ଡ୍ ଯନ୍ତ୍ର, ମଣିଷ ଶୁଣିପାରୁନଥିବା ଶବ୍ଦ ତରଙ୍ଗ ପ୍ରେରଣକରି ଶରୀର ଟିସୁର ପ୍ରତିଧ୍ବନିତ ତରଙ୍ଗରୁ କମ୍ପ୍ୟୁଟର୍ ଦ୍ୱାରା ଉତ୍ପନ୍ନ ଚିତ୍ର ପ୍ରସ୍ତୁତ କରେ, ଯାହା ଦ୍ୱାରା କ୍ୟାନ୍‌ସର୍‌ ନିରୂପଣରେ ସହାୟତା ମିଳେ ।

ଏମ୍.ଆର୍.ଆଇ (MRI) : ଶରୀରର ବିଭିନ୍ନ ଅଂଶମାନଙ୍କର ବିସ୍ତୃତ ଚିତ୍ରପାଇଁ ଏକ ଶକ୍ତିଶାଳୀ ଚୁମ୍ବକୀୟ ଯନ୍ତ୍ର କମ୍ପ୍ୟୁଟର୍ ଦ୍ୱାରା ସଂଯୋଜିତ ହୋଇଥାଏ, ଯାହା ମନିଟର୍ ଦ୍ୱାରା ଦେଖିହୁଏ ଏବଂ ଆବଶ୍ୟକସ୍ଥଳେ ଏକ ଫିଲ୍ମରେ ପ୍ରିଣ୍ଟ୍ କରାଯାଇପାରେ ।

ପି.ଇ.ଟି ସ୍କାନ୍ (PET scan) : ଏହି ସ୍କାନ୍ ପାଇଁ, ଶରୀରରେ ଟ୍ରେସର ଇଞ୍ଜେକ୍ସନ୍ ଦିଆଯାଇ ଏକ ଯନ୍ତ୍ରଦ୍ୱାରା ତିନି ଆୟାମୀ ଚିତ୍ର ଉତ୍ତୋଳନ କରାଯାଏ । ଏହି ସ୍କାନ୍ ଟିସୁ ଏବଂ ଅଙ୍ଗର କାର୍ଯ୍ୟ ମଧ୍ୟ ଦେଖାଏ ।

ଏକ୍ସ୍-ରେଜ୍ (X-rays) : ଏକ୍ସ୍-ରେଜ୍ ରେ ନିମ୍ନ ବିକିରଣ ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଚିତ୍ର ଉତ୍ତାଳନ କରାଯାଏ ।

ବାଇଓସ୍ପୀ (Biopsy) : ଏକାଧିକ କ୍ଷେତ୍ରରେ ଚିକିତ୍ସକ ବାଇଓସ୍ପୀ ଦ୍ୱାରା କ୍ୟାନ୍‌ସର୍‌କୁ ଚିହ୍ନଟ ଏବଂ ନିଶ୍ଚିତ କରନ୍ତି । ବାଇଓସ୍ପୀ ପ୍ରକ୍ରିୟାରେ ଚିକିତ୍ସକ ଟିସୁରୁ  କିଛିଅଂଶ କାଢ଼ିନେଇ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରନ୍ତି । ବାଇଓସ୍ପୀ ପାଇଁ  ଟିସୁରୁ  ବିଭିନ୍ନ ପଦ୍ଧତ୍ତିରେ ସାମ୍ପୁଲ୍ ନିଆଯାଏ ।

  • ଏଣ୍ଡୋସ୍କୋପି (with endoscopy) ଦ୍ୱାରା: ଚିକିତ୍ସକ ଆଲୋକ ଥିବା ପତଳା ସରୁ ନଳୀ ଯାହାକୁ ଏଣ୍ଡୋସ୍କୋପ କୁହାଯାଏ ତାହା ଦ୍ୱାରା ଶରୀରର ଭିତର ଅଂଶକୁ ଦେଖି ନିରୀକ୍ଷଣ କରନ୍ତି ଏବଂ ଏକ ବିଶେଷ ଉପକରଣ ଦ୍ୱାରା ଟିସୁ ବା କୋଷିକାକୁ ପରୀକ୍ଷଣ ପାଇଁ ନଳୀ ଦ୍ୱାରା ବାହାର କରନ୍ତି ।
  • ଶଲ୍ୟ ଚିକିତ୍ସା ଦ୍ୱାରା (With surgery): ଶଲ୍ୟ ଚିକିତ୍ସା ବାଇଓସ୍ପୀ ଦ୍ୱାରା କ୍ୟାନ୍‌ସର୍‌ ଚିହ୍ନଟ ଏକ୍ସସିଜନାଲ୍ କିମ୍ବା ଇନସିଜନାଲ୍ ହୋଇପାରେ । ଏକ୍ସସିଜନାଲ୍ ବାଇଓସ୍ପୀରେ ଶଲ୍ୟଚିକିତ୍ସକ ସମ୍ପୂର୍ଣ୍ଣ ଟ୍ୟୁମର୍ କୁ ବାହାର କରିଦିଏ । ଅନେକ ସମୟରେ  ଶଲ୍ୟଚିକିତ୍ସକ ସମ୍ପୂର୍ଣ୍ଣ ଟ୍ୟୁମର୍ ସହ ଏହା ଚାରିପାଖ ସୁସ୍ଥ ଟିସୁଙ୍କୁ ମଧ୍ୟ ବାହାର କରିଦିଏ ।  ଇନସିଜନାଲ୍ ବାଇଓସ୍ପୀରେ ଶଲ୍ୟଚିକିତ୍ସକ ଟ୍ୟୁମରର କିଛି ଅଂଶ ବାହାର କରିଥାଏ ।

କ୍ୟାନ୍‌ସର୍‌ ଉପଚାରର ପ୍ରକାର :  

ଏଲ୍ଲୋପ୍ୟାଥିକ୍ କ୍ୟାନ୍‌ସର୍‌ ଚିକିତ୍ସା ପାଇଁ ସର୍ଜରୀ, କେମୋଥେରେପି, ବିକିରଣ ଚିକିତ୍ସା, ହର୍ମୋନାଲ୍ ଥେରେପି, ଲକ୍ଷିତ ଥେରେପି (ଯେମିତି ମୋନୋକ୍ଳନାଲ୍ ଏନ୍ଟିବଡି ଥେରେପି ସହ ଇମ୍ୟୁନୋ ଥେରେପି), ସ୍ଟେମସେଲ୍ ଟ୍ରାନ୍ସପ୍ଲାଣ୍ଟ୍, ପ୍ରେସିଜନ୍ ମେଡ଼ିସିନ୍ ଏବଂ ସିନ୍ଥେଟିକ୍ ଘାତକତା ଦ୍ୱାରା କରାଯାଏ ।  ଟ୍ୟୁମର୍ ସ୍ଥାନ ବା ଅବସ୍ଥିତି, ପରିସ୍ଥିତି ଏବଂ ରୋଗର ପ୍ରକାର ଉପରେ ଏହାର ଉପଚାର ପଦ୍ଧତ୍ତି ନିର୍ଭର କରେ । କେତେକ କ୍ୟାନ୍‌ସର୍‌ ଉପଚାର ପଦ୍ଧତ୍ତି ଏବେ ମଧ୍ୟ ବିକାଶ ପ୍ରକ୍ରିୟାରେ ଅଛି । ପ୍ରତି ପାଞ୍ଚଜଣଙ୍କ ମଧ୍ୟରୁ ଯେକୌଣସି ଦୁଇ ବ୍ୟକ୍ତିଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ ଯେକୌଣସି କ୍ୟାନ୍‌ସର୍‌ ହେବବୋଲି କିଛି ଗବେଷକ ମତ ଦିଅନ୍ତି ।

ଏଲ୍ଲୋପ୍ୟାଥିକ୍ ଚିକିତ୍ସାରେ ସାଧାରଣତଃ କେମୋ ଚିକିତ୍ସା ପଦ୍ଧତ୍ତିକୁ ପ୍ରାଧାନ୍ୟ ଦିଆଯାଏ । ପ୍ରଥମ ବିଶ୍ବଯୁଦ୍ଧରେ ବ୍ୟାପୃତ ମଣିଷଙ୍କୁ ମାରିବାପାଇଁ, ଜର୍ମାନୀ ବ୍ୟବହାର  କରିଥିବା ରାସାୟନିକ ଅସ୍ତ୍ର ମଷ୍ଟାର୍ଡ଼ ଗ୍ୟାସକୁ ଜେନିଭା ପ୍ରୋଟୋକଲର ପ୍ରତିବନ୍ଧ ସୁଦ୍ଧା ଦ୍ଵିତୀୟ ବିଶ୍ବଯୁଦ୍ଧରେ ରାସାୟନିକ ଅସ୍ତ୍ର ଭାବେ ନାଇଟ୍ରୋଜେନ୍ ମଷ୍ଟାର୍ଡ଼ ଗ୍ୟାସର ଆବିଷ୍କାର ହୋଇଥିଲା; ଯେଉଁଥିରୁ କ୍ୟାନ୍‌ସର୍‌ ଉପଚାର ରୂପରେ ନାଇଟ୍ରୋଜେନ୍ ମଷ୍ଟାର୍ଡ଼ ଗ୍ୟାସର ବ୍ୟବହାର କରାହେବା ଆରମ୍ଭ ହେଲା । କେମୋ ଚିକିତ୍ସା ପଦ୍ଧତ୍ତିରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଔଷଧ ବ୍ୟବହାର କରାଯାଏ, କେମୋ ଦ୍ୱାରା କ୍ୟାନ୍‌ସର୍‌ ପୀଡିତ ରୋଗୀର ମୃତ୍ୟୁକୁ କିଛି ସମୟ ପାଇଁ ଘୁଞ୍ଚାଇ ଦିଆଯାଏବୋଲି କିଛି ମନ୍ତବ୍ୟ ଦିଅନ୍ତି କିନ୍ତୁ ଆରୋଗ୍ୟ ହାର ମାତ୍ର ୩% ରୁ ମଧ୍ୟ କମ୍କେତେକଙ୍କ ମତରେ କେମୋ ଦ୍ୱାରା ଭଲହେବା  ଅପେକ୍ଷା ଏଥିରେ ବ୍ୟବହୃତ ହେଉଥିବା ମେଡ଼ିସିନ୍ ଦ୍ୱାରା ଦେହ ଖରାପହବା ସହ, ଦେହର ପ୍ରତିରୋଧକ ଶକ୍ତି ଲୋପପାଇବା ଯୋଙ୍ଗୁ ଅନ୍ୟ ରୋଗ ହବାସହ ଥିବା ଆୟୁଷ ମଧ୍ୟ କମିଯାଏ । କେମୋରେ ବ୍ୟବହୃତ ମେଡିସିନ୍ ରେ ଏକାଧିକ ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍ ଇଫେକ୍ଟ୍ ଥାଏ । ଏଠାରେ ଦିଆଯାଇଥିବା ୨୦୦ ରୁ ଉର୍ଦ୍ଧ ମେଡିସିନ୍ ର ସାଇଡ ଇଫେକ୍ଟ୍ ଇଣ୍ଟରନେଟ୍ ରେ ଚେକ୍ କରନ୍ତୁ ଏବଂ ନିଜକୁ କ୍ୟାନ୍‌ସର୍‌ ରୋଗ ବିଷୟରେ ସଚେତନ ରଖନ୍ତୁ । କେମୋରେ ବ୍ୟବହୃତ ମେଡିସିନ୍ ର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ମଧ୍ୟ ଚିକିତ୍ସକ ଚିକିତ୍ସା କରନ୍ତି ଯାହାଫଳରେ ଚିକତ୍ସାର ସମୟ ଏବଂ ଖର୍ଚ୍ଚ ମଧ୍ୟ ବଢିଯାଏ ।

ଅନ୍ୟ କ୍ୟାନ୍‌ସର୍‌ ଉପଚାର ଯାହା କ୍ୟାନ୍‌ସର୍‌ ରୋଗୀ ବିସ୍ଵାଶକରିବା ଆରମ୍ଭ କରିଛନ୍ତି :

ଟୁଲ୍ଲୀଓ ସିମନସିନିଙ୍କ ଖାଇବା ସୋଡ଼ା  ବା Sodium bicarbonate (NaHCO3)  କ୍ୟାନ୍‌ସର୍‌ ଉପଚାର ଏବଂ ରିକ୍ ସିଂପସନଙ୍କ ଗଞ୍ଜେଈ ତେଲ ବା Hemp oil କ୍ୟାନ୍‌ସର୍‌ ଉପଚାର ଉପରେ ଅନେକଙ୍କ ବିସ୍ଵାଶ ଜନ୍ମିଲାଣି । ପ୍ରତିଦିନ ୨୦୦୦୦ ରୁ ମଧ୍ୟ ଅଧିକ କ୍ୟାନ୍‌ସର୍‌ ବା କର୍କଟ ରୋଗ ଯୋଗୁ ମରନ୍ତି; ସେଥି ମଧ୍ୟରୁ ହୁଏତ ଅନେକଙ୍କ ପାଖରେ ବର୍ତ୍ତମାନର ପାରମ୍ପରିକ କେମୋ ପଦ୍ଧତ୍ତିର ଚିକିତ୍ସା ପାଇଁ ଅର୍ଥ ନଥାଇପାରେ, କିନ୍ତୁ ନିମ୍ନଲିଖିତ ଦୁଇଟି ଶସ୍ତା ଏବଂ ସରଳ କ୍ୟାନ୍‌ସର୍‌ର ସଫଳ ଉପଚାର କିଛି ଲୋକଙ୍କୁ ଏମିତି ମରିବା ଅପେକ୍ଷା ବଞ୍ଚିବାର ଆଶା ଯୋଗାଇପାରେ; ତେଣୁ ନିମ୍ନ ଲିଖିତ ଉପଚାର ବିଷୟରେ ଯଥା ସମ୍ଭବ ଲୋକମାନଙ୍କୁ ସଚେତନ କରାନ୍ତୁ । ଆପଣ କ୍ୟାନ୍‌ସର୍‌ଠୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ, କିମ୍ବା ଯଦି ପୀଡିତ ତାକୁ ହରାଇବାକୁ ଚେଷ୍ଟା କରନ୍ତୁ! କିନ୍ତୁ ଭୟ ଏବଂ ରୋଗକୁ ହରାଇବା ପାଇଁ ଏକ ମାତ୍ର ଶକ୍ତିଶାଳୀ ଔଷଧ ହେଉଛି: ଜ୍ଞାନ । ତେଣୁ ନିମ୍ନ ଲିଖିତ ଜ୍ଞାନକୁ ଅନ୍ୟକୁ ବାଣ୍ଟନ୍ତୁ ଏବଂ ସେମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରନ୍ତୁ, ହୁଏତ ଏହି ଜ୍ଞାନ କିଛି ଲୋକଙ୍କୁ ସେମାନଙ୍କ ମୃତ୍ୟୁ ମୁଖରୁ ବଞ୍ଚାଇପାରେ ।

ଟୁଲ୍ଲୀଓ ସିମନସିନିଙ୍କ ଖାଇବା ସୋଡ଼ା  ବା Sodium bicarbonate (NaHCO3)  କ୍ୟାନ୍‌ସର୍‌ ଉପଚାର

ଡାକ୍ତର ଟୁଲ୍ଲୀଓ ସିମନସିନି ହେଉଛନ୍ତି ଜଣେ ପ୍ରସିଦ୍ଧ ରୋମର ଇଟାଲୀୟ କ୍ୟାନ୍‌ସର୍‌ର ଚିକିତ୍ସକ ଯିଏକି କ୍ୟାନ୍‌ସର୍‌ ପାଇଁ ଖାଇବା ସୋଡ଼ା ବା  sodium bicarbonate (NaHCO3) ଚିକିତ୍ସା ପାଇଁ ପ୍ରସିଦ୍ଧ । ସେ ତାଙ୍କ ଜୀବନରେ ୨୦ ବର୍ଷର ସଫଳ ଚିକିତ୍ସା କ୍ଷେତ୍ରରେ ଏହି ଉପଚାର ଦ୍ୱାରା ଅନେକଙ୍କୁ ସଫଳ ଭାବେ ନିରୋଗ କରିଛନ୍ତି ଯେତେବେଳେକି ପାରମ୍ପରିକ କେମୋ ଉପଚାର ଏଥିରେ ଫେଲ୍ ମାରିଛି । ଏହି ଉପଚାର ପଛରେ ମୂଳ ସିଦ୍ଧାନ୍ତ ଏହି ଆଧାର ଉପରେ ନିହିତ ଯେ ଯଦିଓ କ୍ୟାନ୍‌ସର୍‌ ସୃଷ୍ଟି ଏବଂ ଏହାର ବିସ୍ତାର ପାଇଁ ଅନେକ କାରଣ ରହିଛି କିନ୍ତୁ ମୂଳ କାରଣ ଏଥିରେ ଥିବା ଫଙ୍ଗସ୍ ଯୋଙ୍ଗୁ ହୋଇଥାଏ । ଫଙ୍ଗସ୍ ମାନେ କ୍ଷାରୀୟ ପ୍ରତିବେଶରେ ବଢ଼ିପାରନ୍ତିନି  ଏବଂ ଧ୍ବଂସ ପାଇଯାନ୍ତି; ଯେହେତୁ ଖାଇବା ସୋଡ଼ା ବା  sodium bicarbonate (NaHCO3) ସେବନ ବା ବ୍ୟବହାର ଦ୍ୱାରା ଦେହର କ୍ଷାରୀୟତାକୁ ନିୟନ୍ତ୍ରଣ କରିହୁଏ ସେଥିପାଇଁ , ଖାଇବା ସୋଡ଼ା ବା  sodium bicarbonate (NaHCO3) ଏମାନଙ୍କ ପ୍ରତିରୋଧକ ଭାବେ ବ୍ୟବହାର କରାଯାଇପାରେ ।  ଯେହେତୁ ଏକ ସୁସ୍ଥ ଶରୀରରେ ରକ୍ତ କ୍ଷାରୀୟତାର ମାତ୍ରା ବା pH level ୭.୩୬୫ ଥାଏ ଯାହାକି ଟିକେ ମାତ୍ରାଧିକ କ୍ଷାରୀୟ, ଏହାକୁ pH level ୯ ଭିତରେ ସ୍ଥିର ରଖି ବିନା ବିପଦରେ କ୍ୟାନ୍‌ସର୍‌କୁ ନଷ୍ଟ କରାଯଇପାରେ । ଅତ୍ୟଧିକ କ୍ଷାରୀୟତା ଶରୀର ପାଇଁ ମଧ୍ୟ ବିପଦ ହୋଇପାରେ ତେଣୁ ଏହାର ମାତ୍ରା ଜଗି ଉପଚାର କଲେ ସୁଫଳ ମିଳିବାର ଆଶା ବଢିଯାଏ ।

ସିଲେକ୍ଟିଭ ଆରଟିଓଗ୍ରାଫି – ଯଥା ସମ୍ଭବ ଟ୍ୟୁମରକୁ ସିଧା ଖାଇବା ସୋଡ଼ା ବା  sodium bicarbonate solution ଦିଆଯାଏ । ଅଥବା ସିଲେକ୍ଟିଭ୍ ଆରଟିଓଗ୍ରାଫି ଦ୍ୱାରା ଅର୍ଥାତ ଚୟନ ବିଶିଷ୍ଟ ଆରଟେରୀ ଦ୍ୱାରା sodium bicarbonate solution ଦେଇ ଟ୍ୟୁମର୍ କୁ ବିଲୁପ୍ତ କରାଯାଏ । ସିଲେକ୍ଟିଭ୍ ଆରଟିଓଗ୍ରାଫି ଯନ୍ତ୍ରଣା ବିହୀନ, ଶୀଘ୍ର ଏବଂ ପ୍ରଭାବଶାଳୀ ଉପଚାର ଭାବେ କାର୍ଯ୍ୟକରେ । ସାଧାରଣତଃ ଟ୍ୟୁମରକୁ ସମାପ୍ତ କରିବାପାଇଁ ଯଥା ସମ୍ଭବ sodium bicarbonate କୁ ପ୍ରତ୍ୟକ୍ଷ ଟ୍ୟୁମର୍ ସମ୍ପର୍କରେ ଅଣାଯାଏ; ଯେପରି ପାଚନ ତନ୍ତ୍ର ପାଇଁ ମୁଖ ଦ୍ୱାରା, ମଳାଶୟ ପାଇଁ ଏନିମା, ଯୋନି ଏବଂ ଗର୍ଭାଶୟ ପାଇଁ ସିଧା ସଲ୍ୟୁସନ୍ ସ୍ପ୍ରେ କରି ଧୋଇବା, ମସ୍ତିସ୍କ ଏବଂ ଫୁସ୍ ଫୁସ୍ ପାଇଁ ଇନଟ୍ରାଭେନସ୍ ଇଞ୍ଜେକ୍ସନ୍ ଦ୍ୱାରା; ସ୍ତନ, ଲିମ୍ଫ୍ ନୋଡସ୍ ଏବଂ ଚମଡା ତଳ ପାଇଁ ଲୋକାଲ୍ ପରଫ୍ୟୁଜନ୍ ଦ୍ୱାରା ଉପଚାର କରାଯାଇ ପାରିବ । ଆଭ୍ୟନ୍ତରୀଣ ଅଙ୍ଗ ପାଇଁ  ଉପଯୁକ୍ତ ଆରଟେରିଜ୍ (ଯକୃତ, ଅଗ୍ନାଶୟ, ପ୍ରୋଷ୍ଟେଟ୍, ଏବଂ ବିଭିନ୍ନ ଅଙ୍ଗ) ର କ୍ୟାଥେଟରସ୍ ଚୟନକରି  କିମ୍ବା ଗୁହା (ପ୍ଳେଉରା କିମ୍ବା ପେରିଟୋନିଅମ୍) ରେ sodium bicarbonate ଦ୍ୱାରା ଉପଚାର  କରିହେବ ।  ବିଭିନ୍ନ କ୍ୟାନ୍‌ସର୍‌ ପାଇଁ ତାର ଠିକ୍ ପରିମାଣର ଉପଚାର ଅତି ଗୁରୁତ୍ୱପୂର୍ଣ୍ଣ । ଫ୍ଲେବୋକ୍ଲିସିସ୍ ବା ଶିରାରେ ତରଳ ସଲ୍ୟୁସନ୍ ଦେବାପାଇଁ ୫୦୦ସିସି ୫% ବା ୮, ୪% ଆବଶ୍ୟକ ଅଟେ । ବାହ୍ୟ ବ୍ୟବହାର ପାଇଁ ଯଦି ଏହା ପାଟିକୁ ଲୁଣିଆ ଲାଗେ ତେବେ ଯଥେଷ୍ଟ ହୋଇଥାଏ । ବେଳେ ବେଳେ କିଛି ଉପଚାରରେ ଉଭୟ ପ୍ରକ୍ରିୟା ଫଳପ୍ରଦ ହୋଇଥାଏ । ପ୍ରତି ଚିକିତ୍ସାରେ ଧ୍ୟାନ ରଖିବା ନିହାତି ଆବଶ୍ୟକ ଯେ କ୍ୟାନ୍‌ସର୍‌ କଲୋନୀ ଗୁଡିକ ତୃତୀୟ ଏବଂ ଚତୁର୍ଥ ଦିନ ମଧ୍ୟରେ କମଜୋର ହୋଇଯାଆନ୍ତି ଏବଂ ଚତୁର୍ଥ  ଏବଂ ପଞ୍ଚମ ଦିନ ମଧ୍ୟରେ ବିଲୁପ୍ତ ହୋଇଯାଆନ୍ତି ତେଣୁ ଉପଚାର ପାଇଁ ଛଅ ଦିନ ଯଥେଷ୍ଟ । ଏକ ପୂର୍ଣ୍ଣ ପ୍ରଭାବୀ ଉପଚାର ଚକ୍ର ଛଅ ଦିନର ହୋଇଥାଏ ଏବଂ ଷଷ୍ଠ ଦିନ ଉପଚାର ବନ୍ଦ ରଖି ଚାରିଥର ଏହି ପ୍ରକ୍ରିୟାକୁ ପୁନରାବୃତ୍ତି କରାଯାଏ । ଏହି ଉପଚାରରେ ପାର୍ଶ୍ୱ ପ୍ରତିକ୍ରିୟା ଭାବେ କେବଳ ଶୋଷ ଏବଂ ଦୁର୍ବଳତା ପରିଲିକ୍ଷିତ  ହୁଏ । ତ୍ୱଚା କ୍ୟାନ୍‌ସର୍‌ ଏବଂ ଷୋରିଆସିସ୍ ବା ଛାଲରୋଗ ପାଇଁ କେବଳ ପ୍ରତିଦିନ ୨୦ ରୁ ୩୦ ଥର ୭% ଆୟୋଡିନ୍ ଟିନଚର୍ କୁ ପ୍ରଭାଭି କ୍ଷେତ୍ରରେ ଲଗେଇ ସମ୍ପୂର୍ଣ୍ଣ ଭାବେ ଦୂର କରାଯାଇ ପାରିବ  ।

କ୍ୟାନ୍‌ସର୍‌ ପାଇଁ ନିରାପଦ ଖାଇବା ସୋଡ଼ା ଚିକିତ୍ସା :  

ଏହି ପାନୀୟ ସେତେବେଳେ ବ୍ୟବହାର କରନ୍ତୁ ଯେତେବେଳେ ଆପଣ ଆପଣଙ୍କ ପ୍ରତିଦିନ pH ମାପି ଜାଣିବାକୁ ପାଇବେ ଆପଣଙ୍କ pH ଏସିଡ଼ିକ୍ ବା ଅମ୍ଳୀୟ ଅଛି । ସାଧାରଣତଃ ସୁସ୍ଥ ଶରୀରରେ ରକ୍ତ କ୍ଷାରୀୟତାର ମାତ୍ରା ବା pH level ୭.୩୬୫ ଥାଏ ଯାହାକି ଟିକେ ମାତ୍ରାଧିକ କ୍ଷାରୀୟ । କ୍ୟାନ୍‌ସର୍‌ ହେଲେ ଦେହରେ ଅମ୍ଳତା ବଢିଯାଏ । ଶରୀର ମୂତ୍ର ଏବଂ ଲାଳ pH ପେପର୍‌ ଦ୍ୱାରା ମାପି ସଫଳ ଚିକିତ୍ସା କରିହେବ । pH ପେପର୍‌ ବଜାରରେ କିମ୍ବା ଆମାଜୋନ୍ ପରି ୱେବ୍ ସାଇଟରେ ଅତି ସହଜରେ ମିଳିଯିବ ଏବଂ ଖାଇବା ସୋଡ଼ା ବଜାରରେ ୧ ଟଙ୍କିଆ ପାଉଚରେ ମଧ୍ୟ ଉପଲବ୍ଧ । ଆପଣଙ୍କୁ ମନେରଖିବାକୁ ହେବ ଆପଣଙ୍କ pH level ଯେମିତି ୯ ଉପରକୁ ନ ବଢେ । ଯଦି ୯ ଉପରକୁ ବଢେ ତେବେ ଏହା କମିବା ପର୍ଯ୍ୟନ୍ତ ଖାଇବା ସୋଡ଼ା ପାନୀୟ ବନ୍ଦ କରିଦେବେ ଯେତେ ପର୍ଯ୍ୟନ୍ତ ତାହା ୯ ତଳକୁ ନ ଆସିଛି । ଏହି ପାନୀୟ ପାଇଁ ଆପଣ ଅଧା ଚାମଚ ଖାଇବା ସୋଡ଼ା ଏକ ଗିଲାସରେ ନିଅନ୍ତୁ, ସେଥିରେ କିଛି ଲେମ୍ବୁରସ ପକାଇଲେ ସେ ଫେଣ ସୃଷ୍ଟି କରିବ, ଫେଣ କମିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ତାହାପରେ ସେଥିରେ ପାଣି ମିଶେଇ ପିଇଦିଅନ୍ତୁ  । ପାଚନ ସମସ୍ୟାରୁ ବଞ୍ଚିବା ପାଇଁ ଖାଇବାର ୩୦ ମିନିଟ୍ ଆଗରୁ କିମ୍ବା ୩୦ ମିନିଟ୍ ପରେ ଏହି ପାନୀୟ ବ୍ୟବହାର କରନ୍ତୁ । କିଛି ବିଶେଷଜ୍ଞ ମତ ଦିଅନ୍ତି ଏହି ଚିକିତ୍ସାକୁ ଏକ କାଳୀନ ତିନି ସପ୍ତାହ କରିବା ମନା । ପ୍ରଥମ ସପ୍ତାହ ଚିକିତ୍ସାରେ ପ୍ରତିଦିନ ୨ ଚାମଚରୁ ଅଧିକା ଖାଇବା ସୋଡ଼ା ନେବା କଥା ନୁହଁ । ଦ୍ଵିତୀୟ ଏବଂ ତୃତୀୟ ସପ୍ତାହରେ ପ୍ରତିଦିନ ୧ ଚାମଚରୁ ଅଧିକା ଖାଇବା ସୋଡ଼ା ବ୍ୟବହାର କରିବା କଥା ନୁହଁ । କିନ୍ତୁ ଏକ ବିଶେଷଜ୍ଞ ଚିକିତ୍ସକ ନିରକ୍ଷଣରେ ଏହାର ମାତ୍ରା ବଢ଼ାଯାଇପାରେ । ସାଧାରଣତଃ ଯଦି ଜଣେ pH level ଦେଖି ନିଜର ଚିକିତ୍ସା ପ୍ରକ୍ରିୟାକୁ ଜାରି ରଖେ ତେବେ ଏହା ସହଜ ଏବଂ ବିପଦ ବିହୀନ ହୋଇଥାଏ ।

ମୁଖ କ୍ୟାନ୍‌ସର୍‌

ମୁଖ କ୍ୟାନ୍‌ସର୍‌ ଚିକିତ୍ସା ପାଇଁ ବ୍ୟାକିଙ୍ଗସୋଡ଼ା ବା ଖାଇବା ସୋଡ଼ା  ଡ୍ରପିଙ୍ଗ, ଧୋଇବା, ଏବଂ ପିଇବା ମାଧ୍ୟମ ଦ୍ୱାରା କରାଯାଇ ପାରିବ । ସୋରାଇସିସ(psoriasis) ଏବଂ ଚର୍ମ କ୍ୟାନ୍‌ସର୍‌ ପାଇଁ ଏକ ବିଶେଷଜ୍ଞ ଚିକିତ୍ସକ ନିରକ୍ଷଣରେ କରିବା ଉଚିତ । ଅନ୍ୟ ଯେକୌଣସି କ୍ୟାନ୍‌ସର୍‌ ପାଇଁ ଏକ ବିଶେଷଜ୍ଞ ଚିକିତ୍ସକ ନିରକ୍ଷଣରେ ଉପଚାର କରିବା ଭଲ ।

TAT = ଟର୍ଣ୍ଣ ଆରାଉଣ୍ଡ ଚିକିତ୍ସା (Turn Around Treatment)

ମୁଖ କ୍ୟାନ୍‌ସର୍‌ ଚିକତ୍ସା ପଦ୍ଧତି

ଏକ ଚାମଚ (1 teaspoon sodium bicarbonate) ବ୍ୟାକିଙ୍ଗସୋଡ଼ା ବା ଖାଇବା ସୋଡ଼ା ଏକ ଗିଲାସ ଉଷୁମ ପାଣିରେ ମିଶାଇ ଦିଅନ୍ତୁ ।
ଆଙ୍ଗୁଳିରେ ଚାଖି ଦେଖନ୍ତୁ ଯେପରି ଲୁଣିଆ ଲାଗୁଥିବ ।
ବିଛଣାରେ ଶୋଇ କରି କୁଳୀ କରନ୍ତୁ ଯେପରି ଆଫେକଟେଡ଼ ଏରିଆର ସଂସ୍ପର୍ଶରେ ଆସୁଥିବ ।
ଏହିପରି ଦିନକୁ ଦୁଇଥର ଛଅ ଦିନ ପାଇଁ କରନ୍ତୁ ଏବଂ ତିନି ଦିନ ଛାଡି ଦିଅନ୍ତୁ ।
ଏହି ଚିକିତ୍ସା ଚକ୍ରକୁ ଚାରି ଥର କରନ୍ତୁ ।

ଚେତାବନୀ: ପ୍ରତି ଖାଇବା ପରେ ମୁଖକୁ ଭଲ କରି ଧୁଅନ୍ତୁ ।
IV 500 ml sodium bicarbonate 5% ଛଅଦିନ ପାଇଁ ବ୍ୟବହାର କରି ଛଅ ଦିନ ଛାଡି ଏହି ଚିକିତ୍ସା ଚକ୍ରକୁ ଚାରିଥର କରିପାରିବେ ।

ପ୍ରଥମ ସାଇଡ ଇଫେକ୍ଟ : ବିନ୍ଧା କିମ୍ବା କୁଣ୍ଡେଇ ହେବା ବା ଜ୍ଵଳନ ହେବା । ଏପରି ହେଲେ ଗୋଟେ ଦିନ ଛାଡି ଚିକତ୍ସା ଜାରି ରଖିପାରିବେ ।
ଲୁଣ ପାଣିରେ ଦିନକୁ ଦୁଇଥର କୁଳୀ କରନ୍ତୁ ।

ଦ୍ଵିତୀୟ ଏବଂ ତୃତୀୟ ସାଇଡ ଇଫେକ୍ଟ : ଶୋଷ ଏବଂ କମଜୋରୀ ଲାଗିଵା । (ଏହା ସୋଡିଅମ ବାଇକାର୍ବୋନେଟ ଇନଫ୍ୟୁଜିଅନ ଯୋଙ୍ଗୁ ହୋଇ ଥାଏ) ।
ଅତ୍ୟଧିକ ମାତ୍ରାରେ ପାଣି ପିଅନ୍ତୁ, ଲୁଣ ଏବଂ ସୁଗାର ଖାଇବାରେ ଖାଆନ୍ତୁ ।
ଡାଏଟାରୀ ସଲିମେଣ୍ଟସ ଭାବରେ ପୋଟାସିଅମ, ମାଗ୍ନେସିଅମ, ଭିଟାମିନ କଂପ୍ଲେକ୍ସ ଇତ୍ୟାଦି ନେଇ ପାରିବେ ।

ଅନ୍ୟ କ୍ୟାନ୍‌ସର୍‌  ଚିକିତ୍ସା ପାଇଁ ଏଠାରେ କ୍ଲିକ କରନ୍ତୁ ।

ରିକ୍ ସିଂପସନଙ୍କ ଗଞ୍ଜେଈ ତେଲ ବା Hemp oil କ୍ୟାନ୍‌ସର୍‌ ଉପଚାର

ରିକ୍ ସିଂପସନ୍ ହେଉଛନ୍ତି ଜଣେ ମେକାନିକାଲ୍ ଇଞ୍ଜିନିଅର୍ ଏବଂ ସ୍ୱୟଂ ଶିକ୍ଷିତ ଡାକ୍ତର । ଯେତେବେଳେ ତାଙ୍କୁ ଚର୍ମ କ୍ୟାନ୍‌ସର୍‌ ହୋଇଥିଲା ସେତେବେଳ ସେ ପାରମ୍ପରିକ କ୍ୟାନ୍‌ସର୍‌ ଚିକିତ୍ସା ପଦ୍ଧତ୍ତି ଦ୍ୱାରା ତାଙ୍କ ଚିକିତ୍ସକଙ୍କ ଠାରୁ ଚିକିତ୍ସିତ ହୋଇ ହତାଶ ହୋଇଥିଲେ । ସେ ୧୯୭୦ ମସିହାରେ ଦିନେ ରେଡିଓରେ ଶୁଣିଲେ THC (Tetrahydrocannabinol) ର ପ୍ରୟୋଗ ଦ୍ୱାରା ମୂଷା ମାନଙ୍କ କ୍ୟାନ୍‌ସର୍‌ କୁ ଭଲ କରାଯାଇପାରେ । ଯେହେତୁ ସେ ତେଲ ପ୍ରସ୍ତୁତ କାର୍ଯ୍ୟରେ ଜଡିତ ଥିଲେ ଏବଂ ଗଞ୍ଜେଈ କଢ଼ରେ ପ୍ରଚୁର ପରିମାଣରେ THC (Tetrahydrocannabinol) ଥାଏ ବୋଲି ଜାଣିଥିଲେ; ପ୍ରଥମେ ସେ ଗଞ୍ଜେଈ ତେଲ ବନେଇ ତାଙ୍କ ଚର୍ମ କ୍ୟାନ୍‌ସର୍‌ ଉପରେ ତାହା ପ୍ରୟୋଗ କଲେ, କିଛି ସପ୍ତାହରେ ତାଙ୍କ ଚର୍ମ କ୍ୟାନ୍‌ସର୍‌ ସମ୍ପୁର୍ଣ୍ଣ ଭଲ ହୋଇଗଲା । ସେ ତାଙ୍କ ଚିକିତ୍ସା ବିଷୟରେ ଚିକିତ୍ସିତ ହଉଥିବା ଡାକ୍ତରଙ୍କୁ ଜଣାଇଥିଲେ କିନ୍ତୁ ଡାକ୍ତର ଜଣକ ତାଙ୍କ କଥାକୁ ଉପେକ୍ଷା କରିଥିଲେ । ଏହାପରେ ସେ ଏହି ଚିକିତ୍ସା ପଦ୍ଧତ୍ତିରେ ଅନ୍ୟମାନଙ୍କୁ ସାହାଯ୍ୟ କରି ପ୍ରାୟ ୫୦୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ଭଲ କରିସାରିଛନ୍ତି । ଯେହେତୁ ସେ ତାଙ୍କ ଚିକିତ୍ସା ପଦ୍ଧତ୍ତି ନିଜ ପାଖରେ ସୀମିତ ନରଖି ଅନ୍ୟମାନଙ୍କ ସାହାଯ୍ୟାର୍ଥେ ବାଣ୍ଟିଥିଲେ, ଏହି ପଦ୍ଧତ୍ତି ଅନୁସରଣ କରି ପୃଥିବୀରେ କେତେଯେ ରୋଗୀ ଭଲହୋଇଛନ୍ତି ତାହାର କୌଣସି ସଠିକ୍ ହିସାବ ନାହିଁ । ଇଣ୍ଡିକା ଗଞ୍ଜେଈରୁ ଉତ୍ପାଦିତ ତେଲରେ ପ୍ରାୟ ୯୦% ପରିମାଣର THC ଥାଏ । ଏହି ବିପଦ ବିହୀନ, ଅଭ୍ୟାସ ବିହୀନ ପ୍ରାକୃତିକ ଔଷଧ ସଫଳତାର ସହ ଏନେକ ରୋଗର ଚିକିତ୍ସା କରିପାରେ ଯେମିତି କ୍ୟାନ୍‌ସର୍‌ର ଉପଚାର ଏବଂ ଏହାର  ନିୟନ୍ତ୍ରଣ, MS, ବିନ୍ଧା, ମଧୁମେହ, ଆଣ୍ଠୁଗଣ୍ଠି ବାତ, ଆସ୍ଥମା, ସଂକ୍ରମଣ, ଫୁଲା, ରକ୍ତ ଚାପ, ମାନସିକ ଡିପ୍ରେସନ୍, ନିଦ ସମସ୍ୟା ଇତ୍ୟାଦି ବିନା ସାଇଡ୍ ଇଫେକ୍ଟରେ ଭଲ ହୋଇଥାଏ ।

ଗଞ୍ଜେଈ ତେଲର ପ୍ରସ୍ତୁତି ବିଧି : କ୍ୟାନ୍‌ସର୍‌ର ଏକ ଚିକିତ୍ସା ଚକ୍ର ପାଇଁ ପ୍ରାୟ ୬୦ ମିଲିଗ୍ରାମର ଗଞ୍ଜେଈ ତେଲ ଆବଶ୍ୟକ ହୁଏ । ଏହି ତେଲ ପ୍ରସ୍ତୁତି ପାଇଁ ୫୦୦ ଗ୍ରାମ୍ ରୁ ୮୦୦ ଗ୍ରାମ୍ ଗଞ୍ଜେଈ କଢ ଦରକାର ହୁଏ । ୧ କିଲୋଗ୍ରାମ୍ ନିମ୍ନ ଶ୍ରେଣୀ ଗଞ୍ଜେଈରୁ ପ୍ରାୟ ୭୦ – ୮୦ ଗ୍ରାମ୍ ତେଲ ବାହାରେ ଯେତେବେଳେକି ୧ କିଲୋଗ୍ରାମ୍ ଉଚ୍ଚ ଶ୍ରେଣୀ ଗଞ୍ଜେଈରୁ ପ୍ରାୟ ୧୭୫ – ୨୦୦ ଗ୍ରାମ୍ ତେଲ ବାହାରେ । ଭାଙ୍ଗ ଫୁଲ ବା ଗଞ୍ଜେଈ ରୁ ତେଲ ବାହାର କରିବା ପାଇଁ, କେବଳ ତେଲ ବାହାର କରିବା ପାଇଁ ବ୍ୟବହୃତ ୧୦୦% ବା ୯୯% ଆଇସୋପ୍ରୋପିଲ୍ ଫାର୍ମାସିଟିକଲ୍ ଆଲକହଲ୍ ଦରକାର ହୁଏ । ଏଠାରେ ଉଲ୍ଲେଖଯୋଗ୍ୟଯେ ବଜାରରେ ବିଭିନ୍ନ ପ୍ରକାର ଆଇସୋପ୍ରୋପିଲ୍ ଆଲକହଲ୍ (C3H8O)  ମିଳେ ଯାହାର କାମ ଭିନ୍ନ ଭିନ୍ନ ହୋଇଥାଏ । ଏହା ନିଶା ପରି କାମ କରୁଥିବାରୁ କମ୍ପାନୀ ମାନେ ଏଥିରେ କିଛି ଅପମିଶ୍ରଣ କରି ମନୁଷ୍ୟ ଖାଇବା ଅନୁପଯୋଗୀ ବା ଡିନେଚର୍ଡ୍ (Denatured) କରିଦେଇଥାଆନ୍ତି ଯାହା ଯନ୍ତ୍ର ସଫାକରିବା, ରଙ୍ଗ କରିବା ଇତ୍ୟାଦି କାମରେ ଲାଗେ । ଏହାକୁ ମଧ୍ୟ ରବିଙ୍ଗ୍ ଆଲକହଲ୍ କୁହାଯାଏ ଯାହା ଡାକ୍ତର ମାନେ ହାତ ସଫା କରିବା ପାଇଁ ମଧ୍ୟ ବ୍ୟବହାର କରନ୍ତି । ଡିନେଚର୍ଡ୍ (Denatured) ଆଇସୋପ୍ରୋପିଲ୍ ଆଲକହଲ୍ ବିଷାକ୍ତ ଥିବାରୁ ଏହା ତେଲ ତିଆରି ପାଇଁ ଅନୁପଯୋଗୀ ଏବଂ ଦେହ ପାଇଁ କ୍ଷତିକାରକ । ୫୦୦ ଗ୍ରାମ ଗଞ୍ଜେଈ କୁ ଯଦି ଦୁଇଥର ଧୋଇବାକୁ ହୁଏ ପ୍ରାୟ ୮-୧୦ ଲିଟର୍ ଆଇସୋପ୍ରୋପିଲ୍ ଆଲକହଲର ଆବଶ୍ୟକତା ପଡେ ।  ଗଞ୍ଜେଈ ତେଲ ପାଇଁ ପ୍ରଥମେ ଗଞ୍ଜେଈକୁ ଏକ ସଫା ପାତ୍ରରେ ଆଇସୋପ୍ରୋପିଲ୍ ଆଲକହଲ୍  ଦ୍ୱାରା ହାତରେ ମକଚି ଧୁଆଯାଏ ଯାହାଦ୍ୱାରା ସେଥିରେ ଥିବା ରେଜିନ୍ ଆଲକହଲରେ ମିଶିଯାଏ । ଏହାପରେ ଏହାକୁ ବଜାରରେ ମିଳୁଥିବା ଚାହା ବା କଫି ଫିଲ୍ଟର୍ ପେପର୍ ଦ୍ୱାରା ଏକ ପାତ୍ରକୁ ଛଣା ଯାଏ । ଏହି ପ୍ରକ୍ରିୟା ସେହି ବଳକା ଗଞ୍ଜେଇକୁ ଆଉ ଦୁଇଥର ସଫାକରି, ତାକୁ ମଧ୍ୟ ସେହିପରି ଛଣାଯାଇ ଗଞ୍ଜେଈ ମିଶ୍ରିତ ଆଇସୋପ୍ରୋପିଲ୍ ଆଲକହଲକୁ ସଂଗ୍ରହ କରାଯାଏ । ସଂଗୃହିତ ମିଶ୍ରଣକୁ ଏକ ଇଣ୍ଡକ୍ସନ୍ ଚୁଲା ଉପରେ ୧୨୦ ଡିଗ୍ରୀ କମ୍ ତାପମାତ୍ରାରେ ଏକ ପାତ୍ର ଦ୍ୱାରା ଗରମ କରାଯାଏ ଯାହା ଫଳରେ ଆଇସୋପ୍ରୋପିଲ୍ ଆଲକହଲ୍ ବାଷ୍ପୀଭୂତ ହୋଇ କେବଳ ଗଞ୍ଜେଈ ତେଲ ରହିଯିବ ।  ଆଇସୋପ୍ରୋପିଲ୍ ଆଲକହଲକୁ, ମିଶ୍ରଣରୁ ସମ୍ପୂର୍ଣ୍ଣ ବାଷ୍ପୀଭୂତ କରିବାପାଇଁ ଫୁଟିବାର ଶେଷ ଅବସ୍ଥାରେ କିଛି ଠୋପା ପାଣି ଛିଞ୍ଚି ଦିଆଯାଏ । ଏଥିରୁ ନିର୍ମିତ ତେଲକୁ ଏକ ସିରିଞ୍ଜ୍ ଦ୍ୱାରା ସଂଗ୍ରହ କରାଯାଏ । ଏହି ପ୍ରକ୍ରିୟାରେ ଏକ ଫ୍ୟାନ୍ ମଧ୍ୟ ବ୍ୟବହାର କରାଯାଏ ଯାହା ବାଷ୍ପକୁ ଉଡାଇ ଦିଏ ।  ଆଇସୋପ୍ରୋପିଲ୍ ଆଲକହଲ୍ ଅତ୍ୟଧିକ ଜ୍ବଳନଶୀଳ ଯୋଙ୍ଗୁ ଏହାକୁ ନା ଚୁଲିରେ କରାଯାଏ ନା ଆଖ ପାଖରେ ନିଆଁ ଜଳାଇବାକୁ ଦିଆଯାଏ କାରଣ ଏଥିରେ ଅଘଟଣ ଘଟିବାର ସମ୍ଭାବନା ଅଧିକା ଥାଏ ।

ସେବନ ପଦ୍ଧତ୍ତି : ପ୍ରାରମ୍ଭରେ ରୋଗୀକୁ ଅଧା ଚାଉଳ ମାପର ୮ ଘଣ୍ଟାରେ ଥରେ ଦିନକୁ ତିନିଥର ଯଥା ସଖାଳେ, ଦ୍ୱିପ୍ରହରେ ଏବଂ ରାତିରେ ଖାଦ୍ୟ ସହ ମିଶେଇ କିମ୍ବା ସିଧା ଚାଟି ଖାଇବାକୁ ଦିଆଯାଏ  ।  ପ୍ରତି ଚାରିଦିନ ପରେ ଏହାର ପରିମାଣକୁ ଦୁଇଗୁଣ କରିବାକୁ ହୁଏ । ଏହାକୁ ସେତେ ପର୍ଯ୍ୟନ୍ତ ଦୁଇଗୁଣାକାରାଯାଏ ଯେତେ ପର୍ଯ୍ୟନ୍ତ ଏହା ଦିନକୁ ଏକ ଗ୍ରାମରେ ପହଁଚି ନଯାଏ ଏବଂ ଦେହର ସହନଶୀଳତା ଏହାକୁ ଗ୍ରହଣ କରି ନ ନିଏ । ସାଧାରଣତଃ କିଛି ରୋଗୀ  ପ୍ରତିଦିନ ୧ ଗ୍ରାମ୍ ବା ୧ ମିଲିଲିଟର୍ (1ml) ଖାଇବାପାଇଁ ୩ ରୁ ୫ ସପ୍ତାହ ଲଗେଇଥାଆନ୍ତି । ଥରେ ଏହି ସ୍ତରକୁ ଆସିସାରିଲା ପରେ ଯେତେ ପର୍ଯ୍ୟନ୍ତ ରୋଗ ନିୟନ୍ତ୍ରଣାଧିନକୁ ନ ଆସିଛି ଏହାକୁ ଚାଲୁରଖି ପାରନ୍ତି । ଏହାର ଅର୍ଥ ଥରେ ରୋଗୀ ତେଲ ସହ ଅଭ୍ୟସ୍ତ ହୋଇଗଲାପରେ ଥରକୁ ୮ ରୁ ୯ ଠୋପା ପ୍ରତି ଆଠ ଘଣ୍ଟାରେ ନେଇ ପାରେ । ଏହା ମଧ୍ୟ ଦେଖାଯାଇଛି କିଛି ରୋଗୀ ଏହାଠାରୁ ମଧ୍ୟ ଅଧିକ ମାତ୍ରା ସେବନ ଉପଯୋଗୀ ହୋଇପାରନ୍ତି । ଯେହେତୁ ଦୁଇ ଚାଉଳ ମାପ ଗୋଟେ ଠୋପା ଆକାରର ହୋଇଥାଏ ରୋଗୀଟି ଗୋଟେ ଥର ୧୬ ରୁ ୧୮ ଚାଉଳ ଦାନା ପରିମାଣର ତେଲ ଖାଇବାରେ ଅଭ୍ୟସ୍ତ ହୋଇପାରେ । ଏହାର ଚିକିତ୍ସା ଚକ୍ର ପାଇଁ କେବଳ ୬୦ ଗ୍ରାମ୍ ଗଞ୍ଜେଈ ତେଲ ଏବଂ ୬୦ ଦିନରୁ କିଛି ଅଧିକ ଲାଗେ । ଏମିତିଭି ଦେଖାଯାଇଛି କିଛି ରୋଗୀ ନିର୍ଭୟରେ ୧ ମାସରେ ୬୦ ଗ୍ରାମ୍ ସେବନ କରି ନିଜକୁ କ୍ୟାନ୍‌ସର୍‌ ମୁକ୍ତ ଘୋଷଣା କରିଛନ୍ତି । ଏଥିରେ ରୋଗୀକୁ ଗଭୀର ନିଦ ଲାଗେ । ସେବନ ପରେ ଗାଡି ଚଲେଇବା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକରିବା କଥା ନୁହଁ । ଏହାର କୌଣସି ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ ଇଫେକ୍ଟ୍ ନାହିଁ  କିନ୍ତୁ ଅନ୍ୟ ଏଲ୍ଲୋପ୍ୟାଥିକ୍ ଔଷଧସହ ଏହାର ପ୍ରତିକ୍ରିୟା ଥାଇପାରେ ତେଣୁ ମିଶ୍ରିତ ଚିକିତ୍ସା ବିଶେଷଜ୍ଞଙ୍କ ନୀରିକ୍ଷଣରେ କରିବା ଉଚିତ । ଏହି ଚିକିତ୍ସାରେ ରକ୍ତଚାପ କମିଯାଏ ତେଣୁ ଚିକିତ୍ସା ବେଳେ ନୀଚ ରକ୍ତଚାପରେ ପୀଡିତ ରୋଗୀମାନେ ନିଜ ରକ୍ତଚାପର ପରିମାଣ ଦେଖି ରକ୍ତଚାପ ଔଷଧର ମାତ୍ରା ନିର୍ଧାରଣ କରିବା ବିଧେୟ ଅଥବା ଆବଶ୍ୟକସ୍ଥଳେ ରକ୍ତଚାପର ଔଷଧ ନ ନବା ଭଲ, ନହଲେ ଏହା ରୋଗୀପାଇଁ ବିପଦଜନକ ହୋଇପାରେ । ସେହିପରି ମଧୁମେହରେ ପୀଡିତ ରୋଗୀ ଯିଏ type1 କିମ୍ବା type 2 diabetes ର ରୋଗୀ ହୁଅନ୍ତୁନା କାହିଁକି ଯେତେବେଳେ ଏହି ଚିକିତ୍ସା ବ୍ୟବହାର କରୁଥିବେ ସେତେବେଳେ ଇନ୍ସୁଲିନର ମାତ୍ରା କମାଇବାକୁ ପଡେ, ଆବଶ୍ୟକ ସ୍ଥଳେ ଇନ୍ସୁଲିନର ଆବଶ୍ୟକତା ମଧ୍ୟ ହୋଇନପାରେ । ଏହା ନା କେବଳ ମଧୁମେହ ରୋଗୀର ଇନ୍ସୁଲିନ୍ ବ୍ୟବହାରର ମାତ୍ରାକୁ କମେଇ ଦିଏ , ଏହା ମଧୁମେହ ଦ୍ୱାରା ସୃଷ୍ଟି ରୋଗମାନଙ୍କୁ ମଧ୍ୟ ଦୁରେଇ ରଖେ ।

ରିକ୍ ସିଂପସନଙ୍କ ତେଲ ତିଆରି କରିବା ଭିଡିଓ କୁ ୟୁଟ୍ୟୁବ୍ ସମ୍ଭତଃ ଫାର୍ମା ଇଣ୍ଡଷ୍ଟ୍ରି ଚାପରେ ଡେଲିଟ୍ କରିଦେଇଛନ୍ତି ।  ରିକ୍ ସିଂପସନଙ୍କ ତେଲ ତିଆରି କରିବା ପ୍ରଣାଳୀକୁ ସ୍ପ୍ରେଡ଼୍ ହବାକୁ କିଛି ଧୂର୍ତ୍ତ ଚାହୁଁନାହାନ୍ତି; ଏହାର କାରଣ ଆପଣ ନିଜେ ଜାଣିବାକୁ ଚେଷ୍ଟା କରନ୍ତୁ । ଭିଡିଓ ଜବରଦସ୍ତି କହୁନାହିଁ କି କ୍ୟାନ୍ସର୍ ରୋଗୀ ଆମେ ଦେଇଥିବା ଉପାୟରେ ନିଜକୁ ଚିକିତ୍ସା କର । ପ୍ରତି ରୋଗୀର ନିଜର ଅଧିକାର ଅଛି ସେ ନିଜକୁ କିପରି ଚିକିତ୍ସା କରିବାକୁ ଚାହେଁ । ଯଦି ରିକ୍ ସିଂପସନଙ୍କ ତେଲ ତାହାର ବିସ୍ଵାଶ ଯୋଗ୍ୟ ନୁହେଁ ସେମାନଙ୍କୁ କେହି ଜବରଦସ୍ତି ଖୁଆଇ ଦେଉନାହାନ୍ତି । କ୍ୟାନ୍ସର୍ ଚିକିତ୍ସାର ହଜାରେ ପ୍ରକାର ପଦ୍ଧତ୍ତି ୟୁଟ୍ୟୁବରେ ଅଛି କିନ୍ତୁ ଇଣ୍ଟେନ୍ସନାଲି ଭିଡ଼ିଓ କୁ ବ୍ୟାନ୍ କରିବା ପଛରେ କି ମାନସିକତା ଅଛି ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ଏଠାରେ ଏକ ରିକ୍ ସିଂପସନଙ୍କ ତେଲ ତିଆରି କରିବା ପଦ୍ଦତ୍ତି ଦିଆଯାଇଛି ଏହା ଡେଲିଟ୍ ହବା ଆଗରୁ ଡାଉନଲୋଡ଼ର ବ୍ୟବହାର କରି ସେଭ୍ କରିନିଅନ୍ତୁ । ଓଡ଼ିଆଗପ.କମ୍ କୁ ଉଦ୍ଧେଶ୍ୟ ମୂଳକ ଭାବରେ ମଧ୍ୟ ଗୁଗୁଲ ପରି ସର୍ଚ୍ଚ ଇଂଜିନ ରାଙ୍କୀଙ୍ଗ୍ ରୁ ବଂଚିତ କରାଯାଉଛି, ସମ୍ଭତଃ “ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା” ଲେଖା କୁ କିଛି ଲୋକ ପସନ୍ଦ କରୁନାହାନ୍ତି ଆଉ ଏହାକୁ ଲୋକଙ୍କୁ ନଜଣାଇବାକୁ ସେମାନେ ଚାହୁଁଛନ୍ତି । କିଛି ଦିନ ତଳେ ଇଂଗ୍ରାଜିରେ “ଓଡ଼ିଆଗପ/odiagapa” ସର୍ଚ୍ଚ କଲେ ଗୁଗୁଲରେ ଟପ୍ ରାଙ୍କ୍ ରେ ଦେଖାଉଥିଲା । ବର୍ତ୍ତମାନ ବିଙ୍ଗ୍, ୟାଣ୍ଡେକ୍ସ୍ ଇତ୍ୟାଦି ସର୍ଚ୍ଚ ଇଂଜିନ ମାନଙ୍କରେ ଏହା ଟପ୍ ରାଙ୍କ୍ ରେ ଥିଲାବେଳେ ଗୁଗୁଲ ଇଣ୍ଡିଆ ରେ ଏହାକୁ ବୋଧ ହୁଏ ମ୍ୟାନିପୁଲେଟ୍ କରା ଯାଇଛି ।

ସୂଚନା : ଏହି ଲେଖାର ସନ୍ଦେଶ ବା ଭାବଧାରାକୁ ନବଦଳାଇ http://odiagapa.com କୁ ଲେଖାର କ୍ରେଡିଟ୍ ଦେଇ ଯେକୌଣସି ମାଧ୍ୟମରେ ଛାପିପାରିବେ ।

ଗପ ସାରଣୀ

ତାଲିକାଭୁକ୍ତ ଗପ