ଜଣେ ନିଷ୍ଠାବାନ ପୂଜକ ମନ୍ଦିର ପୂଜା କରୁଥିଲା ବେଳେ ଦିନେ ଜଣେ ବ୍ୟକ୍ତି ତାଙ୍କୁ ଅନୁରୋଧ କରି କହିଲା, “ମହାତ୍ମା ! ମୋର ସ୍ତ୍ରୀ କିଛି ଦିନ ତଳେ ମୃତ୍ୟୁ ବରଣ କରିଛନ୍ତି । ସୁତରାଂ ଆପଣ ଠାକୁରଙ୍କ ପାଖରେ ମନ୍ତ୍ର ଉଚ୍ଚାରଣ ସହିତ ପୂଜାପାଠ କରନ୍ତୁ, ଫଳରେ ମୋ ସ୍ତ୍ରୀର ଆତ୍ମା ସଦ୍ଗତି ଲାଭ କରୁ ।”
ପୂଜକ ଜଣକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ । ସେ ସାରା ଜଗତର ଦୁଃଖ ଠାକୁରଙ୍କୁ ପ୍ରତ୍ୟହ ଜଣାଉଥାନ୍ତି । ଏବେ ଲୋକଟିକୁ ଠାକୁରଙ୍କ ସମ୍ମୁଖକୁ ନେଇ ପୂଜକ କିଛି ସମୟ ଧ୍ୟାନର ସହିତ ମନ୍ତ୍ର ଆବୃତି କଲେ । ଆବୃତି ଶେଷ ହେଲାପରେ ପୂଜକ କହିଲେ, “ହୋଇଗଲା, ଏଥର ତୁମେ ଯାଅ ।”
ଏବେ ବ୍ୟକ୍ତି ଜଣକ ଅତି ନମ୍ରଭାବରେ କହିଲେ, “ମହାତ୍ମା ! ଆଜି ଆପଣ ଯେଉଁ ମନ୍ତ୍ର ପାଠକଲେ ତାହା ତ ମୋ ସ୍ତ୍ରୀ ପାଇଁ ଉଦ୍ଧିଷ୍ଟ ନଥିଲା । କାରଣ ଆପଣ ମୋର ନାମ କି ସ୍ତ୍ରୀର ନାମ ଆଦୌ ଠାକୁରଙ୍କୁ ଜଣାଇନାହାନ୍ତି । ଆପଣ ଯାହା କରିଛନ୍ତି କେବଳ ଜଗତ ମଙ୍ଗଳ ପାଇଁ । ଏଥିରେ ମୋ ସ୍ତ୍ରୀର କି ଲାଭ ହେବ?”
ତହୁଁ ପୂଜକ କହିଲେ, “ତୁମେ ଠିକ୍ ବୁଝିଛ । ଏହାଦ୍ୱାରା କେବଳ ତୁମର ସ୍ତ୍ରୀ ନୁହନ୍ତି, ବରଂ ଏ ମନ୍ତ୍ରର ପ୍ରଭାବରେ ସମଗ୍ର ସୃଷ୍ଟି ହିଁ ଲାଭ ପାଇବ । ସୃଷ୍ଟିର ମଣିଷମାନଙ୍କ ଭିତରେ କ’ଣ ତୁମର ସ୍ତ୍ରୀ ନାହାନ୍ତି?”