ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।

୧୭୪୬ ମସିହା ସେପ୍ଟେମ୍ବର ୨୦ ତାରିଖରେ ସାର୍ ଉଇଲିୟମ୍ ଜୋନ୍ସ ନାମରେ ଜଣେ ବ୍ୟକ୍ତି ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସୁବିଖ୍ୟାତ ଗଣିତଜ୍ଞ ଏବଂ ମାତା ସୁଗୃହିଣୀ ଥିଲେ । ୧୭୭୩ରେ ସେ ଏମ୍.ଏ. ଏବଂ ୧୭୭୮ ରେ ରୟାଲ୍ ସୋସାଇଟ୍ର ଫେଲୋସିପ୍ ପରେ ତାଙ୍କୁ ସାର୍ ଉପାଧି ପ୍ରଦାନ କରାଯାଇଥିଲା । କାରଣ ସେହି ସମୟରେ ଜୋନ୍ସ ଫରାସୀ ଓ ତୁର୍କୀଭାଷାରେ କାବ୍ୟସମ୍ପଦ ଉପରେ ଲାଟିନ୍ ଭାଷାରେ ଏକ ବିଶାଳ ଗ୍ରନ୍ଥ ଲେଖିପାରିଥିଲେ । ୧୭୭୪ରେ ଉଇଲିୟମ୍ ବାରିଷ୍ଟର ରୂପେ ଇଂଲଣ୍ଡରେ ପ୍ରସିଦ୍ଧି ଲାଭ କରିଥିଲେ ଓ ଅନେକ ଆଇନ୍ ସମ୍ବଳିତ ପ୍ରବନ୍ଧ ବି ଲେଖିଥିଲେ । ପରେ ୧୭୮୩ରେ ସେ ଇଣ୍ଡିଆର ଉଚ୍ଚନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।

                ଏତେ ଜ୍ଞାନର ଅଧିକାରୀ ସାର୍ ଉଇଲିୟମ୍ ଜୋନ୍ସ ତାଙ୍କର ଇଣ୍ଡିଆ ରହଣିକାଳରେ କେଜାଣି କାହିଁକି ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ ପ୍ରବଳ ଇଚ୍ଛା ପ୍ରକଟ କଲେ । ହେଲେ ତାଙ୍କୁ ସଂସ୍କୃତ ଶିଖାଇବ କିଏ? କେହି ଜଣେ ବି ଏଥିପାଇଁ ରାଜି ହେଲେ ନାହିଁ । କାହିଁକିନା ସେତେବେଳେ ଗୋରାଲୋକଙ୍କୁ ଏହା ଶିଖାଇଲେ ଜାତି ଚାଲିଯିବାର ଭୟ ଥିଲା, ମାତ୍ର ଜୋନ୍ସଙ୍କର ଆଗ୍ରହ ଦେଖି ଜଣେ ବିଦ୍ୱାନ ଜାତି ଚାଲିଯାଉ ପଛେ ସଂସ୍କୃତ ଭାଷା ଶିକ୍ଷା ଦେବା ପାଇଁ ରାଜି ହୋଇଗଲେ । ଘଟଣାଟି ଥିଲା ଯେ, ସେ ବିଦ୍ୱାନଙ୍କର କେହି ନ ଥିଲେ କି ସମାଜ ସହିତ ତାଙ୍କର ଚଳଣି ବି ନଥିଲା।


ଗପ ସାରଣୀ

ତାଲିକାଭୁକ୍ତ ଗପ