ଜଣେ ଭଦ୍ରବ୍ୟକ୍ତି ସକାଳୁ ସକାଳୁ ମନ୍ଦିର ବାହାରିଥାନ୍ତି । ଯେମିତି ସେ ମନ୍ଦିର ନିକଟରେ ଗାଡି ରଖି ମନ୍ଦିର ଭିତରକୁ ଯିବାକୁ ଉଦ୍ୟମ କରୁଛନ୍ତି, ଜଣେ କିଏ ଆସି କହିଲା, ଆପଣ ତ ଭଲ ଲୋକ । ସବୁଦିନ ମୁଁ ଏଠାରେ ଗାଡି ରଖେ । ଆପଣ ଆଜି ଆପଣଙ୍କର ଗାଡିଟିକୁ ରଖି ମୋ ସ୍ଥାନ ଦଖଲ କରିନେଲେ । ହଉ ରଖିଲେଣି ତ ରଖନ୍ତୁ ।”
ଏକଥା ଶୁଣି ଭଦ୍ରଲୋକଙ୍କ ମନରେ ଦୁଃଖ ଆସିଲା । ତା’ପରେ ସେ ମନ୍ଦିରକୁ ଗଲେ । ମନ୍ଦିର ଭିତରେ ଏକ କୋଣିକିଆସ୍ଥାନ ଦେଖି ନିରୋଳାରେ ବସି ଗଲେ ଠାକୁରଙ୍କୁ ଧ୍ୟାନ କରି । ଆଖିବୁଜି ଠାକୁରଙ୍କୁ ଡାକିଲେ ।
ଠିକ୍ ଏତିକିବେଳେ କିଏ ଜଣେ ବୃଦ୍ଧା ଆସି କହିଲେ, “ଆପଣ ଆଚ୍ଛା ଲୋକ ତ, ମୁଁ ଏଇ ନିରୋଳାସ୍ଥାନରେ ବସି ଠାକୁରଙ୍କୁ ପ୍ରତିଦନ ଡାକେ । ଆପଣ କୁଆଡୁ ଅଦିନରେ ଦିନେ ଆସି ଏଠାରେ ବସି ଗଲେ, ଏବେ ମୁଁ କୁଆଡେ ଯିବି? ହଉ ବସିଲେଣି ତ ବସନ୍ତୁ ।”
ଏହା ଶୁଣି ଭଦ୍ରବ୍ୟକ୍ତିଙ୍କ ମନ ଆହୁରି ଦୁଃଖ ହୋଇଗଲା । ସେ ମନେ ମନେ ଭାବୁଥିଲେ ମନ୍ଦିର ବାହାରେ ଯେମିତି ଭିତରେ ବି ସେମିତି ସତେଯେମିତି ତାଙ୍କୁ କେଉଁଠାରେ ସ୍ଥାନ ନାହିଁ ।
ଏବେ ସେ ଭଦ୍ରବ୍ୟକ୍ତିଙ୍କ ମନରେ ଭାବନା ଆସିଲା, ଆଜି ଦିନଟା ବୋଧହୁଏ ମୋ ପାଇଁ ଭଲ ନାହିଁ । ସୁତରାଂ ସେ ମନ୍ଦିର ଭିତରେ ଆଉ ଅଧିକ ସମୟ ନ ବସି ସଅଳ ସଅଳ ବାହାରକୁ ଚାଲି ଆସିଲେ ।