ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ ଶୁଣାନ୍ତୁ, କାହାଣୀ ଶୁଣିଲେ ହୁଏତ ରାଜାଙ୍କର ମନର ପରିବର୍ତ୍ତନ ହୋଇପାରେ ।
ବୈଦ୍ୟମାନଙ୍କର କଥା ଅନୁସାରେ ଜଣେ ମନ୍ତ୍ରୀ ରାତିରେ ରାଜାଙ୍କର ଶୟନ କକ୍ଷକୁ ଆସି କାହାଣୀ କହିବା ଆରମ୍ଭ କଲେ । ଗୋଟିଏ ପରେ ଗୋଟିଏ କାହାଣୀର ଅବତାରଣା କଲେ । ହେଲେ ଆକବରଙ୍କୁ ନିଦ ଆସୁନଥାଏ । ପ୍ରତ୍ୟେକ କାହାଣୀର ଶେଷରେ ସେ ଖାଲି ପଚାରୁଥାଆନ୍ତି, “ଏହାପରେ କଅଣ ହେଲା?” ରାତି ପାହିଲା ପଛେ, ଆକବରଙ୍କର କାହାଣୀ ଶୁଣିବା ସରିଲା ନାହିଁ କି ତାଙ୍କ ଆଖିକୁ ନିଦ ମଧ୍ୟ ଆସିଲା ନାହିଁ । ମନ୍ତ୍ରୀ ଜଣକ ବିଚରା କେମିତି ଏପରି ଏକ ଜଟିଳ ପରିସ୍ଥିତିକୁ ଆୟତ କରିବେ ଜାଣିପାରିଲେ ନାହିଁ । କୌଣସି ଉପାୟ ନପାଇ ଶେଷରେ ମନ୍ତ୍ରୀ ଜଣକ ବିରବଲଙ୍କ ପାଖକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କଲେ ।
ସେହି ଦିନ ରାତିରେ ବିରବଲ ଯାଇ ରାଜାଙ୍କ ଶୟନ କକ୍ଷରେ ପହଁଚିଲେ । ବୈଦ୍ୟଙ୍କ କହିବା ଅନୁଯାୟୀ, ବିରବଲ ମଧ୍ୟ କାହାଣୀ କହିବାକୁ ଆରମ୍ଭ କଲେ । ଗୋଟିଏ କାହାଣୀ କହିବାପରେ ଆକବର ଏହାପରେ କ’ଣ ହେଲା ବୋଲି ପଚାରିଲେ । ବିରବଲ ଆକବରଙ୍କ କଥା ଶୁଣି କିଛି ସମୟ ଚିନ୍ତା କରିବାପରେ ପୁଣି ଏକ କାହାଣୀ କହିବା ଆରମ୍ଭ କଲେ ।