କଇଁଚ ତ ବହୁତ ଆସ୍ତେ ଆସ୍ତେ ଚାଲେ । ସେଥିପାଇଁ ଠେକୁଆ ତାକୁ ସବୁବେଳେ ଥଟ୍ଟା କରେ । ଥରେ ସେ କଇଁଚ ଓ ଠେକୁଆର ଗୋଟିଏ ଦୌଡ ଖେଳ ହେବ ବୋଲି ସ୍ଥିର କରାଗଲା ।
ଦୌଡ ଆରମ୍ଭ ହେଲା ମାତ୍ରେ ଠେକୁଆ କୁଦାମାରି ବହୁତ ଆଗକୁ ଚାଲିଗଲା । ମାତ୍ର ଏଣେ କଇଁଚ ତା’ର ସେଇ ମନ୍ଥର ଗତିରେ ହିଁ ଚାଲିଥାଏ । ଠେକୁଆ ଦେଖିଲା ଯେ କଇଁଚଟା ତ ବହୁତ ପଛରେ ପଡିଛି । ତେଣୁ ସେ ଭାବିଲା, କିଛି ସମୟ ଶୋଇପଡି ପୁଣି ଦଉଡିବା ଆରମ୍ଭ କଲେ ମଧ୍ୟ ସେ କଇଁଚକୁ ସହଜରେ ହରାଇ ଦେବ । ଏହା ଭାବି ସେ ଠେକୁଆ ଶୋଇପଡିଲା । କିନ୍ତୁ କଇଁଚ ଆସ୍ତେ ଆସ୍ତେ ଯାଇ ଦେଖିଲା ଠେକୁଆ ଶୋଇଯାଇଛି । ସେ କଇଁଚ ତାକୁ ପାର ହୋଇ ଶେଷ ଜାଗାରେ ପହଁଚିବାକୁ ବସିଛି, ଠିକ୍ ଏତିକିବେଳେ ଠେକୁଆର ନିଦ ଭାଙ୍ଗିଗଲା । କିନ୍ତୁ ସେତେବେଳକୁ ତ ବହୁତ ଡେରି ହୋଇଯାଇଥିଲା । ତେଣୁ କଇଁଚ ନିର୍ଦ୍ଦିଷ୍ଟ ଥିବା ଶେଷ ଜାଗାରେ ପ୍ରଥମେ ପହଁଚି ଦୌଡ ଖେଳରେ ଜିତିଗଲା ।
ମନ୍ଥର ହେଲେ କଣ ହେବ, ଯଦି ଅଳସୁଆ ଏବଂ ବୋକାମୀ ନକରି ନିଜ କାମ ନିଜେ ଠିକ୍ ଭାବେ କରି ଚାଲିଥିବ ତେବେ ତୁମେ ନିଶ୍ଚୟ ଜିତିଯିବ ।