ମେଣ୍ଢା ମାନଙ୍କ ପଛରେ ଗୋଟିଏ, ଗୋଟିଏ ମା’ଗଧିଆ ମାନେ ବହୁତ ଦିନ ହେଲା ଲାଗି ରହି ଥିଲେ, ପରନ୍ତୁ ମେଣ୍ଢା ମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ । ତଥାପି ମେଣ୍ଢା ମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁ ଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ଥିଲେ ।
ଏହି ଭଳି ବହୁତ ଦିନ ଅତିବାହିତ ହୋଇ ଗଲା, ମେଣ୍ଢା ମାନେ ଦେଖିଲେ ଅନ୍ୟ ଗଧିଆ ମାନେ ତାଙ୍କର କୌଣସି ଅନିଷ୍ଟ କରୁ ନାହାଁନ୍ତି, କି ଶତ୍ରୁତା ଆଚରଣ କରୁ ନାହାଁନ୍ତି । ଫଳରେ ସେମାନଙ୍କ ଉପରେ ମେଣ୍ଢା ମାନେ ବିଶ୍ୱାସ କରିବାକୁ ଲାଗିଲେ ଏବଂ ମା ଗଧିଆ ମାନଙ୍କୁ ମିତ୍ର ବୋଲି ମନେ କରୁ ଥିଲେ । ମେଣ୍ଢା ମାନେ ଏଇଠି ରୁହନ୍ତୁ ବା ନ ରହନ୍ତୁ କିନ୍ତୁ ମା’ଗଧିଆ ମାନେ ତାଙ୍କର ଛୁଆ ମାନଙ୍କର କୌଣସି ଅନିଷ୍ଠ କରିବେ ନାହିଁ । କାରଣ ଗଧିଆ ମାନଙ୍କ ଭିତରେ ହିଂସାର କୌଣସି ପ୍ରକାର ଚିହ୍ନ ପରୀଲକ୍ଷିତ ହେଉ ନଥିଲା ।
ଦିନେ ମେଣ୍ଢା ମାନଙ୍କୁ ଘାସ ଚରିବାକୁ ଦୂରକୁ ଯିବାକୁ ପଡିଲା । ତେଣୁ ସେ ମା’ ଗଧିଆ ମାନଙ୍କୁ ଡାକି କହିଲେ – ମିତ୍ର! ଆମେ ଘାସ ଚରିବାକୁ ଦୂରରେ ଥିବା ଘାସ କିଆରୀକୁ ଯାଉଛୁ । ଫେରୁ ଫେରୁ ସପ୍ତାହେ ଡେରି ହୋଇ ପାରେ । ସେତେ ବେଳ ପର୍ଯ୍ୟନ୍ତ ତୁମ ମାନଙ୍କୁ ଆମର ଛୁଆ ମାନଙ୍କର ଦେଖା ଶୁଣା କରିବାକୁ ପଡିବ ।
ଏହା କହି ମେଣ୍ଢା ମାନେ ଚାଲି ଗଲେ । ମା’ ଗଧିଆ ମାନେ ମନେ ମନେ ଭାବିଲେ – ଧର୍ଯ୍ୟର ଫଳ ସର୍ବଦା ମିଠା । ତେଣୁ ମା’ଗଧିଆ ମାନେ ମେଣ୍ଢା ମାନଙ୍କ ମନରେ ବିଶ୍ୱାସ ଜଗାଇ ଆଜି ଏଭଳି ମୌକା ସେମାନେ ପାଇଛନ୍ତି । ମା’ଗଧିଆ ମାନେ ପ୍ରତି ଦିନ ଗୋଟିଏ ଗୋଟିଏ ମେଣ୍ଢା ଛୁଆକୁ ଖାଇବାରେ ଲାଗିଲେ । ଏହା ଭିତରେ ସପ୍ତାହେ ପୂରି ଗଲା । ମା’ଗଧିଆ ମାନେ ମେଣ୍ଢା ମାନଙ୍କ ଆସିବା ଆଗରୁ କୁଆଡେ ଅନ୍ତର୍ଦ୍ଧାନ ହୋଇ ଗଲେ ।
ଏକ ସପ୍ତାହ ପରେ ମେଣ୍ଢା ମାନେ ନିଜ ବସାକୁ ଫେରି ଆସିବାରୁ ସେମାନେ ଦେଖିଲେ ଯେ ସେଠାରେ ସେମାନଙ୍କର ଛୁଆ ମାନେ ନାହାଁନ୍ତି । ସେଠାରେ ଛୁଆ ମାନଙ୍କ ହାଡର ଗଦା ହୋଇ ରହିଛି । ଆଉ ଗଧିଆ ମାନଙ୍କୁ ଖୋଜିଲା ବେଳେ ଗଧିଆ ମାନେ ସେଠାରୁ ଫେରାର୍ ହୋଇ ଯାଇଥିଲେ । ଏହା ସବୁ ଦେଖି ମେଣ୍ଢା ମାନେ କାନ୍ଦି କାନ୍ଦି ସେମାନଙ୍କର ଛୁଆ ମାନଙ୍କୁ ଖୋଜିଲେ । କିନ୍ତୁ ଫଳ କିଛି ହେଲା ନାହିଁ । ସେମାନେ ଭାବିଲେ କପଟୀକୁ ବିଶ୍ୱାସ କରିବାର ଫଳ ହେଲା ଏଇୟା ।