ଗୋଟିଏ ଗାଁରେ ଇକସ୍ ନାମରେ ଜଣେ ଲୋକ ଥିଲା । ତାର ଗୋଟିଏ ଛୋଟ ଝିଅ । ନାଆଁ ତାର ଇବାନ୍ । ବାପାମାଆଙ୍କର ସେ ବଡ ଗେହ୍ଲା । ସୁନ୍ଦରିଆ ଝିଅଟିଏ ।
ଇବାନ୍ର ବାପା ପ୍ରତିଦିନ ସକାଳୁ କ୍ଷେତକୁ ବାହାରି ଯାଏ । ଏଣେ ମାଆ ଝିଅ ଘରେ ରହି ଘର କାମ ସବୁ ତୁଲାନ୍ତି । ଓପରଓଳି ମାଆ କ୍ଷେତକୁ ଯାଏ । ଆଉ ଏ ବାପଝିଅ ଘରେ ରହନ୍ତି । ବାପା ଝିଅକୁ ଲୁଗାବୁଣା ଅନ୍ୟାନ୍ୟ କାମ ଶିଖାଏ ।
ବଡ ହେଲାରୁ ସବୁବେଳେ ଖାଲି ଘରେ ରହିବାକୁ ଇବାନ୍କୁ ଭାରି ଖରାପ ଲାଗିଲା । ତେଣୁ ସେ କ୍ଷେତକୁ ଯିବାକୁ ଓ କ୍ଷେତପାଖ ପଡିଆରେ ପିଲାଙ୍କ ସହିତ ଖେଳିବାକୁ ଖୁବ୍ ଅଳିକଲା । କିନ୍ତୁ ବାପା ମାଆ ତା କଥା ମୋଟେ ଶୁଣିଲେ ନାହିଁ । ସେମାନେ ତାଙ୍କ ଝିଅକୁ ବୁଝାନ୍ତି, ପଦାକୁ ଗଲେ ଅନେକ ବିପଦ ଅଛି । ହେଲେ ଇବାନ୍ ସେସବୁ କିଛି ବି ବୁଝେପାରେ ନାହିଁ । ବିପଦ ଗୋଟେ କ’ଣ? କେତେ ପିଲା ତ ପଦାରେ ଖେଳୁଛନ୍ତି ।
ଇବାନ୍ର ବୟସ ଯେତେ ବଢିଲା ବାହାରେ ବୁଲିବା ପାଇଁ ତା ମନରେ ସେତେ ଅଧିକ ଇଛା ହେଲା । ଦିନେ ସେ ଇବାନ୍ର ବାପା ଆରାମ୍ରେ ବସି ପିକା ଟାଣୁଛି, ଏଣେ ଇବାନ୍ ଲୁଚିକରି ଘରୁ ନିଜ ଗୋଡ କାଢିଲା । ପଦାରେ ବୁଲାବୁଲି କରିବା କି ମଜା! ତା’ପରେ ସେ ଇବାନ୍ ପଦେ ଗୀତ ଗାଇ ମନଫୁର୍ତ୍ତିରେ ଡେଇଁ ଡେଇଁ ଚାଲିଲା ।