ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି ପରି ସେ ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ସେ ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରି ଆଉ ସାଆନ୍ତ, ଏହି ତିନୋଟି ଲୋକ । ହେଲେ କଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡିଆ ଲୋକ ଯା’ଆସ କରନ୍ତି । ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ଆସ କରିବାର ଦେଖି ଏ ବସା ଆଖପାଖ ଦୋକାନୀଏ ବୁଝିଲେଣି ଯେ, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ ନିଶ୍ଚୟ । ଢେର୍ ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବାପାଇଁ ଲୋକଙ୍କର ତ ସହଜରେ ଇଚ୍ଛା ବଳେ – ତା ଉପରେ ପୁଣି ବଡଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ଧୀରେ ଧୀରେ ପାଖ ଲୋକେ ସମସ୍ତେ ଜାଣିଗଲେଣି ଯେ, ସେ ପିଲାଟି ବଡନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ଏହି ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ; ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଢିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢରୂପେ ବୋଲିବାକୁ ପ୍ରସ୍ତୁତ ଅଛନ୍ତି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ । ପୁଅଟିର ବେମାର – ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ସେ ଜଗି ବସିଛନ୍ତି । ପୁଅଟି କେମିତି ସୁଖରେ ରହିବ, ଖାସ୍ ସେଇଥିଲାଗି ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଯଥା ଉପରେ ଯଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡାକ ପୁଅପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ବି ହାଲିଆ ହୋଇପଡିବେ ନାହିଁ । ଏମିତିକି ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଶୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ ସେ ସବୁଗୁଡିକ ଖାଲି ପୁଅର ମଙ୍ଗଳ କାମନାରେ । ମଦନ ତ କଟକରେ ପଢୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ – ହେଲେ ସେମାନଙ୍କ ମନ ରହିଛି ଯାଇ ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଖୁବ୍ ଅଥୟ ହୋଇପଡନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗୀ ବେଠିଆରେ କଟକ ପଠାଇଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ହେଲେ ମା’ ମନ ତ କେତେକ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା । – ସବୁ କଟକକୁ ଘେନି ଯା । ମାତ୍ର ଆଜି ପଠାଇବାକୁ କିଛି ବି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖିଆସୁ । ରୋଜିନା ଏହିପରି ଚାଲିଛି ।
ଗାରୁଡି ମନ୍ତ୍ର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କୃଷ୍ଣାବତାର
- ପ୍ରକୃତ ବନ୍ଧୁ
- ବହ୍ନି ଦ୍ୱୀପ
- ମହାଭାରତ
- ଅପାତ୍ର ଦାନ
- ଠକ ଠକାମିରେ ପଡିଲା
- କାହାର ଯୁକ୍ତି ଅଧିକ?
- ତିନି ତ୍ୟାଗୀ
- ପୁରୁଣା ଅଭ୍ୟାସ
- କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା
- ସୁଖୀ ପରିବାର
- ଜୟମତୀ କଥା
- ପାଣ୍ଡିତ୍ୟ
- ଥମ୍ବଲୀନା
- ସଚ୍ଚା ପ୍ରେମୀ
- ଏମିତି ଭି ହୁଏ
- ଅଭିଶପ୍ତ ଉପତ୍ୟକା
- ନ୍ୟାୟ ବିଚାର
- ବିବେକୀ ରାଜା
- ସତ କେବେ ଲୁଚି ରହେନା
- ପରୋପକାରୀ
- ବିଫଳ କୌଶଳ
- ଦାନୀ
- ଆକବର ଏବଂ ତାଙ୍କର ସ୍ୱପ୍ନ
- ମନଗୁଣେ ରୋଗ
- ନୂତନ ପଞ୍ଜିକା
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ବୀର ହନୁମାନ
- ଅତିଲୋଭର ପରିଣାମ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ମାଆଙ୍କ ପାଇଁ ଗହଣା
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ଚିକିତ୍ସା
- ସ୍ୱପ୍ନରୁ ବାସ୍ତବ
- ଅପୂର୍ବଙ୍କ ପରାକ୍ରମ
- ସମ୍ମାନ ପାଇଁ ଯୋଗ୍ୟତା
- ବୁଢୀ ଓ ଯୁବତୀ ସ୍ତ୍ରୀ
- ବୀରକ ଜାତକ
- ମୌସୁମୀ ବର୍ଷା
- କୁଜାର କୁହୁକ ଲଢେଇ
- ଜହ୍ନରେ ଠେକୁଆ
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ଯେସାକୁ ତେସା
- ମହାଭାରତ
- ବୁଦ୍ଧିର ଦୌଡ
- ମାନବର ସହନଶୀଳତା ବଡ ଗୁଣ
- ମିଛ ହିଁ କାଳ
- ପ୍ରକୃତ ପ୍ରତିନିଧି
- ସଂସାରରେ ଶ୍ରେଷ୍ଠ ଚିଜ କ’ଣ?
- ଦିବା ସ୍ୱପ୍ନ
- ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।
- ଗନ୍ଧର୍ବ ମାଳା
- ଉପସ୍ଥିତ ବୁଦ୍ଧି
- ନକଲି ସୁନା
- ମନ୍ତ୍ରୀଙ୍କ ଯୁକ୍ତି
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ବୃଷଭ ବୁଝିଲା
- ଦାରୁ ଓ ଦିଅଁ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ଧୂସର ଦୁର୍ଗ
- ମୁକ୍ତି
- ଆରୋଗ୍ୟ ରହସ୍ୟ
- ସ୍ୱର୍ଗ ଗମନ
- କୁକୁର ଶିଖେଇଲା ବୁଦ୍ଧି
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- ଶିଳ୍ପୀର ଇଚ୍ଛା
- ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ
- ବୀର ହନୁମାନ
- ବର୍ଷା ରାଣୀ
- ହନୁ କରଣ
- ଅନ୍ୟକୁ ଉପଦେଶ
- ଶୁକପକ୍ଷୀର ଭାଷା
- ବିକ୍ରମାଦିତ୍ୟଙ୍କ ବିବାହ
- କୁକର୍ମର ବିଷଫଳ
- କୁମ୍ଭୀର, ମାଙ୍କଡ କଥା
- ବୁଢୀଟି କାନ୍ଦୁଥିଲା କାହିଁକି?
- ମୂଷା ମାନଙ୍କର ଉତ୍ପାତ
- ପାପ
- ଯାଦୁ ମହଲ
- ହିଂସାର ଫଳ ଖରାପ
- ଶେଷ ଇଚ୍ଛା
- କଠୋର ତପସ୍ୟା
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ଦକ୍ଷିଣା
- ଯୌତୁକର ଭୂତ
- ଯାହା ହୁଏ ତାହା ମଙ୍ଗଳ ପାଇଁ
- ମହାବୀର
- ସିଂହ ଆଉ ହରିଣ
- ମହାଭାରତ
- ଭଗବାନଙ୍କର ଧ୍ୟାନ
- ମୂଲ୍ଲାଙ୍କ ଚତୁରତା
- ଛଦ୍ମବେଶ
- ବନ୍ଧୁମିଳନ
- ଦସ୍ତଖତ୍
- କୃଷ୍ଣାବତାର
- ଗଧ ମନେ ମନେ ଠାକୁର
- ପ୍ରତିଶୋଧ
- ଏତେ ସପନକୁ ରାତି କାହିଁ
- ଯେସାକୁ ତେସା ଜବାବ୍
- ପୁଣ୍ୟ ଦାନ
- ସୁବର୍ଣ୍ଣ ଫୁଲର ରହସ୍ୟ
- ଅଣଅଜା
- ଚୋରୀ
- ଆରୋଗ୍ୟ – ରହସ୍ୟ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ମତ୍ସ୍ୟ ସୁନ୍ଦରୀ
- ପରୀ ରାଇଜର ପରୀରାଣୀ
- ସମସ୍ତେ ସୁଖରେ ରହନ୍ତୁ
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ଲୀଳାବତୀ କଥା
- ଲାମା ଓ ଦସ୍ୟୁ
- ପୁଣ୍ୟବାନ୍
- ଗୋପାଳ ଓ ବାଈଜୀ
- ରାଷ୍ଟ୍ରପତିଙ୍କ ମହାନତା
- ସିଂହ ଓ ନିର୍ବୋଧ ଷଣ୍ଢମାନେ
- ଗୁଣବାନ୍ ଜାମାତା
- ବଳୁଆ ପଡୋଶୀ
- ସାହାସୀ ହେନେରୀ
- ବିଚିତ୍ର ଅନୁଭୂତି
- ବାବୁ କହିଥିଲେ
- ପରମେଶ୍ୱରଙ୍କ କରୁଣା
- ଛଦ୍ମକୁ ସାବଧାନ
- ଲୋଭୀ ବୈଦ୍ୟ
- ନାରୀ ମାୟା ଦେବେ ଅଗୋଚର
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- କଥା କୁହା ଗୁମ୍ଫା
- ଦୁର୍ମଦ
- ଓଟର ନାଚ
- କର୍ମନିଷ୍ଠ ସିପାହୀ
- ଠକଙ୍କ ଗୁରୁ
- ମତ୍ସ୍ୟ ମାନବ
- ଚିରନ୍ତନ ସୁଖ ଯାହାର ଯେଉଁଠି
- ପ୍ରତିଶୃତି
- ଦୁଷ୍ଟ ଘୋଡା
- ସିଂହ ଓ ସାଧକ
- ରହସ୍ୟମୟ ଋଷି
- ଅସନ୍ତୋଷରେ ଲାଭ କ’ଣ?
- ବୀରହନୁମାନ
- ଚଷାର ଯୁକ୍ତି
- ଆଜ୍ଞାବହ ଆରୁଣୀ
- ଅଦ୍ଭୁତ ଅସ୍ତ୍ର
- କାହାଣୀରେ ଅବୋଲକରା
- ତିନି ସାଧୁ ଓ ଭଗବାନ
- ଠକ ଦଣ୍ଡ ପାଇଲା
- ତଥାସ୍ତୁ ଦେବତା
- ସାହାଯ୍ୟକାରୀ ଜଙ୍ଗଲପରୀ
- ପିତୃଭକ୍ତିର ପରାକାଷ୍ଠା
- ବୀର ହନୁମାନ
- ପ୍ରକୃତ ଧନୀ
- ଗୋବିନ୍ଦଙ୍କ ଇଚ୍ଛା
- ରାଜା ଓ କଳାକାର
- ସିଂହ ଏବଂ ମୂଷା
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ଶତ୍ରୁ କିଏ?
- ଛାଗଳର ଦୃଷ୍ଟାନ୍ତ
- ଧମ୍ମଦ୍ଧଜ ଜାତକ
- ଭୁଲିଯିବାର ମନ୍ତ୍ର
- ଚାଲାଖ୍ ବେପାରୀ
- ସାହସୀ ବିକ୍ରମ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- ଅମାନିଆ ଛୁଆ
- ସୁଧଖୋର୍ ଓ ପିଶାଚ
- ସଫଳତା
- ମିତ୍ରତାର ମୂଲ୍ୟ
- କଦମ୍ବ ଓ କାଦମ୍ବିନୀ
- ବର ବଦଳ କଥା
- ଶାସନ କ୍ଷମତା
- ଜମିଦାର ରାଜା
- ସନ୍ଥ ଜିଲାନୀଙ୍କ ବଡପଣିଆ
- ଗଧ ଉପରେ ସିଂହ ଚମଡା
- ଦିବସ ବା ରାତ୍ରି?
- ଅଶୋକ ସୁନ୍ଦରୀ
- ଦୁଃସ୍ୱପ୍ନ
- ତିନି ତାନ୍ତ୍ରିକ
- ଜିଦ୍ଖୋର ଶାସକ
- ଦୂର ଦୃଷ୍ଟି ର ଫଳ
- ଭାଗ୍ୟରେ ଥିଲେ
- କୀର୍ତ୍ତିସିଂହ
- କନକ ଉପତ୍ୟକାର କାହାଣୀ
- ମାଛ ଫସଲ
- ସଚ୍ଚା ଶିଳ୍ପୀ
- ଅପୂର୍ବ ଅନୁରୋଧ!
- ପାପବୁଦ୍ଧି ଓ ଧର୍ମବୁଦ୍ଧି
- ବଦାନ୍ୟ ଜମିଦାର
- କାର୍ଯ୍ୟକୁଶଳତା
- ଗୋପୀର ସହର ଯାତ୍ରା
- ତାମ୍ର ଯନ୍ତ୍ର
- ବିପଦକୁ ମୁକାବିଲା
- ମନ୍ତ୍ରର ପ୍ରଭାବ
- ମୁଁ ଜଣେ ରାଜଭକ୍ତ
- ରୂପ-ସୁନ୍ଦରୀ କଥା
- ଝକମକି ବାକ୍ସ
- ସାଧୁ ଭକ୍ତ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ଅଧା ମୂଲ୍ୟ
- ଚମର ଜୋତା
- ଜାମାତା ନିର୍ବାଚନ
- ଓସ୍ତାଦଙ୍କ ଓସ୍ତାଦ
- କଇଁଚର ଦୌଡ