ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି

ଗୁରୁଭକ୍ତିର ପରାକାଷ୍ଠା ଦେଖାଇ ଏକଲବ୍ୟ ତାଙ୍କର ବୃଦ୍ଧାଙ୍ଗୁଳି ଦାନ କରିଥିଲେ । କୃଷ୍ଣ-ବଳରାମ ମଧ୍ୟ ଅନୁରୂପ ଭାବରେ ଗୁରୁଦକ୍ଷିଣା ସ୍ୱରୂପ ଯମରାଜଙ୍କ ନିକଟରୁ ଗୁରୁପୁତ୍ରଙ୍କୁ ଫେରାଇ ଆଣିଥିଲେ । ବୟଃପ୍ରାପ୍ତ ହେବାପରେ କୃଷ୍ଣ-ବଳରାମ ଦୁହେଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ରହି ଅଧ୍ୟୟନ କଲେ । ବିଦ୍ୟା ସମାପ୍ତ ପରେ ଉଭୟେ ଗୁରୁଦକ୍ଷିଣା ଦେବାକୁ ଚାହିଁଲେ । ସନ୍ଦିପନୀ ପତ୍ନୀଙ୍କ ସହ କଥା ହେବା ପରେ କହିଲେ – ବତ୍ସ ! କିଛି ବର୍ଷ ପୂର୍ବେ ମୋର ଏକମାତ୍ର ପୁତ୍ର ପୁନର୍ଦତ ପ୍ରଭାସତୀର୍ଥ ସମୁଦ୍ରକୁ ସ୍ନାନ ଉଦ୍ଧେଶ୍ୟରେ ଯାଇଥିଲେ । ଏ ପର୍ଯ୍ୟନ୍ତ ସେ ଫେରିନାହାଁନ୍ତି । ଯଦି ଗୁରୁଦକ୍ଷିଣା ଦେବାକୁ ଚାହୁଁଛ ତେବେ ମୋର ପୁତ୍ରକୁ ଫେରାଇ ଆଣ । କୃଷ୍ଣ-ବଳରାମ ଗୁରୁଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରି ତାଙ୍କର ଆଶୀର୍ବାଦ ନେଇ ପୁନର୍ଦତଙ୍କୁ ଫେରାଇ ଆଣିବା ଉଦ୍ଧେଶ୍ୟରେ ଯାତ୍ରା ଆରମ୍ଭ କଲେ । ବରୁଣ ଦେବତାଙ୍କୁ କୃଷ୍ଣ-ବଳରାମ ଆସୁଥିବା ଖବର ମିଳିଗଲା । ଶ୍ରୀକୃଷ୍ଣ ତାଙ୍କୁ ଦେଖି କହିଲେ ପୁର୍ନଦତଙ୍କୁ ଏବେ ଫେରାଇ ଦିଅନ୍ତୁ । ସେ ନମ୍ର ଭାବରେ କହିଲେ ମୁଁ ତାଙ୍କର କିଛି ହେଲେ କ୍ଷତି କରିନାହିଁ । ମୋର ଜଳରେ ପଂଚଜନ ନାମକ ଏକ ଭୟଙ୍କର ଦୈତ୍ୟ ବାସ  କରୁଛି । ଇଚ୍ଛାନୁସାରେ ସେ ଆପଣା ଶରୀରକୁ ଛୋଟ ଅଥବା ବଡ କରିପାରେ । ଏବେ ସେ ସମୁଦ୍ର ଜଳର ନିମ୍ନଦେଶରେ ଏକ ଶଙ୍ଖ ଭିତରେ ଆତ୍ମଗୋପନ କରିଛି । ସମ୍ଭବତଃ ସେ ଆପଣଙ୍କ ଗୁରୁପୁତ୍ରକୁ ଖାଇଦେଇଛି । ଶ୍ରୀକୃଷ୍ଣ ଓ ବଳରାମ ସେହି ଶଙ୍ଖ ନିକଟରେ ପହଁଚିଲେ । ଶଙ୍ଖ ଭିତରେ ପଂଚଜନ ଆରାମ୍ରେ ଥିଲା । ଶ୍ରୀକୃଷ୍ଣ ତା’ର ନାମଧରି ଡାକିଲେ, କିନ୍ତୁ ଜବାବ୍ ନମିଳିବାରୁ ଆପଣା ଶକ୍ତି ପ୍ରୟୋଗ କଲେ । ଶଙ୍ଖଟି ଦୋହଲିବାକୁ ଲାଗିଲା, ଶଙ୍ଖ ଦୋହଲିବାରୁ ରାକ୍ଷସ ନିଶ୍ଚିତ ହୋଇଗଲାଯେ ନିଶ୍ଚିତ କିଛି ଅଘଟଣ ଘଟିବାକୁ ଯାଉଛି । ଅନ୍ୟଥା ସମୁଦ୍ରର ଅତଳ ଜଳରାଶିରେ ସ୍ଥିର ହୋଇ ରହିଥିବା ଶଙ୍ଖଟି ଦୋହଲିଲା କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ