ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚଷାର ଯୁକ୍ତି

ରମେଶ ଶର୍ମା ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଅବସର ନେବା ପରେ ସେ ନିଜକୁ ଜଣେ ଧର୍ମଗୁରୁ ଭାବେ ବୋଲାଇବାକୁ ତାଙ୍କର ଭାରି ମନ ହେଲା । ସେ ସେଉଠୁ ତାଙ୍କ ଦାଢୀ ବଢାଇ, ବାବାଜୀ ବେଶ ଧରି ଗୋଟାଏ ଦୂର ଗାଁକୁ ଯାଇ ସେଠାରେ ଥିବା ଗୋଟାଏ ବରଗଛ ତଳେ ଚକା ପକାଇ ବସିଲେ । ଗାଁ ଲୋକେ ଆସି ତାଙ୍କୁ ଓଳିଗି ହେଲେ । ଶର୍ମା କହିଲେ, “ତମେମାନେ ସମସ୍ତେ ଆଜି ଖରାବେଳେ ଆସ । କାହିଁକିନା ତମମାନଙ୍କୁ ମୁଁ ଧର୍ମତତ୍ତ୍ୱ ଶୁଣାଇବି ।”

କିନ୍ତୁ ଗାଁ ଲୋକେ ତ ସେତେବେଳେ ଚାଷ କାମରେ ବ୍ୟସ୍ତ । ତେଣୁ ଖରାବେଳେ କେହି ବି ଆସିପାରିଲେ ନାହିଁ । କେବଳ ରାମଦାସ ନାମକ ଜଣେ ଲୋକ ଆସିଲା । ଏହା ଦେଖି ଶର୍ମା ହତାଶ ହୋଇ କହିଲେ, “ହେତ୍! କେବଳ ଜଣକ ପାଇଁ ତତ୍ତ୍ୱ ବଖାଣିବି?”

ରାମ କିଛି ନକହି ଚୁପ୍ଚାପ୍ ବସି ରହିଲା । ଶର୍ମା ପୁଣି କହିଲେ, “ମୋ ଭାଷଣ ବହୁତ ମୂଲ୍ୟବାନ । ସମସ୍ତେ ଆସିଥିଲେ ସିନା ମୁଁ ଭାଷଣ ଦେଇଥାନ୍ତି! ଏବେ ଜଣକୁ କ’ଣ କହିବି?”

ରାମ କହିଲା, “ଆଜ୍ଞା, ମୁଁ ନଡା ନେଇ ମୋ ଗୁହାଳକୁ ଯାଇ ଯଦି ଦେଖେ ଯେ ମାତ୍ର ଗୋଟିଏ ଗୋରୁ ଫେରିଛି, ବାକି ଆଉ ଅନ୍ୟମାନେ ନାହାଁନ୍ତି, ତେବେ ସେ ଗୋଟିକୁ ମୁଁ ଆହାର ପାଇବାରୁ କଦାପି ବଂଚିତ କରେ ନାହିଁ ।” ଏକଥା ଶୁଣି ଶର୍ମା ତାଙ୍କ ଭାଷଣ ଦେବା ଆରମ୍ଭ କଲେ । ଅଢେଇ ଘଂଟା ପରେ ତାହା ଶେଷ ହେଲା ଓ ତା’ପରେ ସେ ଶର୍ମା ପଚାରିଲେ, “କିମିତି ଲାଗିଲା?” ତହୁଁ ରାମଦାସ କହିଲା, “ଆଜ୍ଞା, ମୁଁ ଯଦି ଦଶଟି ଗୋରୁ ପାଇଁ ନଡା ନେଇଥାଏ, କିନ୍ତୁ ଦେଖେ ଗୁହାଳରେ ମାତ୍ର ଗୋଟିଏ ଗୋରୁ ଅଛି, ତେବେ ଦଶଜଣଙ୍କ ନଡା ସେ ଗୋଟିଏ ଗୋରୁର ମୁହଁ ଭିତରକୁ ମୁଁ କେବେବି ମାଡି ଦିଏ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ