ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାରିଗୁରୁ

କୌଣସି ଏକ ଅଂଚଳରେ ଜଣେ ସୁପ୍ରସିଦ୍ଧ ଶସ୍ତ୍ରଗୁରୁ ଥିଲେ । ସେ ଶସ୍ତ୍ର ବିଦ୍ୟାରେ ଖୁବ୍ ଧୂରନ୍ଧର ଥିଲେ ସିନା ସ୍ୱଭାବତଃ ଭାରି ଲୋଭୀ ଥିଲେ । ସୁତରାଂ ସେ କେବଳ ଧନୀପିଲାଙ୍କଠାରୁ ମୋଟା ଅଙ୍କର ଅର୍ଥ ପାଇବା ଲାଗି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଫଳରେ କେବଳ ଧନୀ ପିଲାମାନେ ହିଁ ଧନୁର୍ଦ୍ଧର ବୀର ପାଲଟି ଯାଉଥିଲା ବେଳେ ଗରିବ ପିଲାମାନେ ଶିକ୍ଷାଦାନରୁ ବଂଚିତ ହେଉଥିଲେ ।

       ଥରେ ଏକ ଗରିବ ପିଲା ଶସ୍ତ୍ରଶିକ୍ଷା ପାଇଁ ଗୁରୁଙ୍କ ପାଖରେ ପହଁଚିଗଲା । ସେ ଥିଲା ଜଣେ ସାଧାରଣ କୃଷକର ପୁତ୍ର । ମନରେ ପ୍ରବଳ ଉତ୍କଣ୍ଠା ନେଇ ଗୁରୁଙ୍କୁ ତା’ର ଅଭିପ୍ରାୟ ବ୍ୟକ୍ତ କଲା । ହେଲେ ଗୁରୁ ରୋକ୍ ଠୋକ୍ ମନା କରିଦେଲେ । ସୁତରାଂ ଯୁବକ ଜଣକ ସେଦିନ ନିରାଶ ହୋଇ ଫେରିଆସିଲେ ।

       ମାତ୍ର ଧନୁର୍ବିଦ୍ୟା ଶିକ୍ଷା କରିବା ଲାଗି ପଣ କରିଥିବା ଯୁବକ ଜଣକ ନିଷ୍ପତ୍ତି ନେଲା, ସେ କୌଣସି ମତେ ଧନୁର୍ବିଦ୍ୟା ଶିକ୍ଷା କରିବ ହିଁ କରିବ । ତା’ର କୃଷକ ପିତା ଏହି ପଣରୁ ନିବୃତ କରାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଆଦୌ ଶୁଣିଲା ନାହିଁ । ଶେଷରେ ପିତାଙ୍କର କ୍ରୋଧରୁ ରକ୍ଷା ପାଇବା ପାଇଁ ଯୁବକଟି ତା’ର ଏକମାତ୍ର ପୁତ୍ରକୁ ସାଥୀରେ ନେଇ ଜଙ୍ଗଲକୁ ଚାଲିଗଲା । ଏହିଭଳି ଅନେକ ଦିନ ବିତିଗଲା, ଯୁବକର ଖୋଜଖବର ମିଳିଲା ନାହିଁ ।

       ରାଜ୍ୟରେ ପ୍ରତିବର୍ଷ ଭଳି ସେବର୍ଷ ଶ୍ରେଷ୍ଠ ଧନୁର୍ଦ୍ଧର ବୀର ଉପାଧି ପାଇଁ ପ୍ରତିଯୋଗିତା ଆରମ୍ଭ ହେଲା । ପ୍ରତିବର୍ଷ ସେହି ଗୁରୁଙ୍କର ଶିଷ୍ୟମାନେ ହିଁ ଏହି ଉପାଧି ପାଇ ଆସୁଥିଲେ । ସୁତରାଂ ଏହି ପ୍ରତିଯୋଗିତାରେ ଶିଷ୍ୟମାନେ ପ୍ରାୟତଃ ଯୋଗ ଦେଉଥିଲେ । ହେଲେ ସେହିବର୍ଷ ଅନ୍ତର୍ଦ୍ଧାନ ହୋଇଥିବା ଯୁବକ ଜଣକ ତା’ର ପୁଅ ସହିତ ପ୍ରିତିଯୋଗିତାରେ ଯୋଗ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ