ଦିନେ ରାଜା କୃଷ୍ଣ ଚନ୍ଦ୍ର ତାଙ୍କର ମନ୍ତ୍ରୀ ଓ ଗୋପାଳ ଭାଣ୍ଡକୁ ସଙ୍ଗରେ ଘେନି ବୁଲିବାକୁ ଯାଇ ଥିଲେ । ବୁଲିବା କାର୍ଯ୍ୟ ଶେଷ କରି ରାଜା ଓ ମନ୍ତ୍ରୀ ଉଆସକୁ ଫେରିଲେ । କୌଣସି ପ୍ରୟୋଜନୀୟ କାମ ନେଇ ଗୋପାଳ ଭାଣ୍ଡ ତାଙ୍କ ସଙ୍ଗରେ ନଆସି ଅନ୍ୟବାଟେ ଚାଲି ଗଲା । ସେ ଯିବା ବାଟରେ ରାଜାଙ୍କ ପୁଅ, ମନ୍ତ୍ରୀଙ୍କ ପୁଅ ସଙ୍ଗରେ ଭେଟ ହେଲା । ରାଜାଙ୍କ ପୁଅ ତାକୁ ଦେଖି ପଚାରିଲା ତୁମେ କୁଆଡେ ଯାଇ ଥିଲ ଭାଣ୍ଡ? ଗୋପାଳ ଉତ୍ତର ଦେଲା – ବୁଲି ବାକୁ ଯାଇ ଥିଲି ଯୁବ ରାଜ । ରାଜାଙ୍କ ପୁତ୍ର କହିଲା – ତୁମେ ଏକା ଯାଇ ଥିଲ ନା ସାଙ୍ଗରେ ଆଉ କିଏ ଯାଇ ଥିଲା? ଗୋପାଳ କହିଲା – ନା ଏକା ଯାଇ ଥିଲି – ମନ୍ତ୍ରୀଙ୍କ ପୁଅକୁ ଦେଖାଇ କହିଲେ ୟାଙ୍କ ବାବା ଓ ତୁମ ବାବା ମୁଁ । ଏ କଥା ଶୁଣି ରାଜାଙ୍କ ପୁଅ ରାଗି ଯାଇ କହିଲା – କ’ଣ କହିଲୁ? ମୋ ବାବା ତୁ? ଆଚ୍ଛା ରହ ମୁଁ ଏହାର ପ୍ରତିଶୋଧ ନେଉଛି ।
ରାଜାଙ୍କ ପୁଅ ଏହା କହୁ କହୁ ଅତ୍ୟନ୍ତ କ୍ରୋଧରେ ଚାଲି ଯାଇ ରାଣୀଙ୍କ ପାଖରେ କହିଲା । ରାଣୀ ପୁଅ ମୁଁହରୁ ଏ କଥା ପଦିକ ଶୁଣି ରାଗରେ ନିଆଁ ବାଣ ହୋଇ ଗଲେ। ସେ ଆଉ ରାଗକୁ ସମ୍ଭାଳି ନପାରି ସଙ୍ଗେ ସଙ୍ଗେ ରାଜାଙ୍କୁ ଯାଇ କହିଲେ – ଦେଖ ସ୍ୱାମୀ । ଗୋପାଳର କଥା ନ ବୁଝିଲେ ଆମେ ମା’ ପୁଅ ଦୁହେଁ ଉଆସ ଛାଡି ଚାଲି ଯିବୁ । ରାଣୀଙ୍କର ରାଗ ଦେଖି ରାଜା କହିଲେ – ତା’ର ଅପରାଧ କ’ଣ କହିଲ ରାଣୀ? ମୁହଁଟାକୁ କିମ୍ଭୂତ କିମାକାର କରି କହିଲେ ତୁମେ ମୋର ସ୍ୱାମୀ ଦେବତା । ଏ ଦେହଟା ତୁମର । ତୁମେ ମୋ ପୁଅର ବାପ । ଗୋଟାଏ ସାମାନ୍ୟ ଭାଣ୍ଡ ହୋଇ ସେ କାହିଁକି କହିଲା ତୋ ବାବା ମୁଁ । ଗୋପାଳ ଯଦି ମୋ ପୁଅର ବାବା, ମୁଁ ଯଦି ତାର ସ୍ତ୍ରୀ ହୁଏ, ତେବେ ତୁମେ ମୋର କିଏ? ଏ କଥା ବୁଝିବ ତ ବୁଝ ନୋହିଲେ ଆମେ ଯାଉଛୁ ।