ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦରିଦ୍ର ରାଜା

ଏକଦା ବୁନ୍ଦେଲଖଣ୍ଡ ରାଜ୍ୟକୁ ଠାକୁରବଂଶୀୟ ରାଜା ଶାସନ କରୁଥିଲେ । ରୂପାସିଂହ ହେଲେ ସେହି ବିଖ୍ୟାତ ବଂଶର ଯୁବକଟିଏ । ସେ ଦେଖିବାକୁ ଖୁବ୍ ସୁନ୍ଦର, ସମସ୍ତ ସଦଗୁଣରେ ପରିପୂର୍ଣ୍ଣ । କିନ୍ତୁ ଜନ୍ମରୁ ସେ ଦରିଦ୍ର, ହେଲେ ମନଟି ତାଙ୍କର ଉଚ୍ଚ । ନିଜର ବୋଲି ତା’ର ଏ ପୃଥିବୀରେ କେହିବି ନାହିଁ । କୁରାଢୀଟିଏ ଜାଣ ତାଙ୍କର ସାଥୀ । ସକାଳୁ ଦ୍ୱିପହର ପର୍ଯ୍ୟନ୍ତ ଜଙ୍ଗଲରେ ସେ କାଠ କାଟନ୍ତି । ସେତକ ବିକି ତିନି ଟଙ୍କାରୁ ପାଞ୍ଚ ଟଙ୍କା ପର୍ଯ୍ୟନ୍ତ ସେ ପାଆନ୍ତି । ସେଥିରୁ ଟଙ୍କାଟିଏ ଦେଇ ସେ ରାଜପୋଷାକଟିଏ ଭଡାରେ ଆଣନ୍ତି, ଆଉ ଟଙ୍କାଟିଏ ଦେଇ ଘୋଡାଟିଏ ଭଡାରେ ଆଣନ୍ତି । ବାକି ପଇସାରେ କୌଣସିମତେ ସେ ତାଙ୍କ ପେଟ ପୋଷନ୍ତି ।

କିନ୍ତୁ ସବୁଦିନେ ରାଜପୋଷାକ ପିନ୍ଧି ତିନି ଚାରିଘଂଟା ଧରି ସେ ଘୋଡା ଚଢି ବୁଲନ୍ତି । ଅନେକ ଲୋକ ତାଙ୍କୁ ରାଜା ବା ରାଜକୁମାର ବୋଲି ଭାବନ୍ତି । ସେଇ ସେତକ ତାଙ୍କର ଗୌରବ, ତାଙ୍କ ବଂଶର ଗୌରବ ବୋଲି ଭାବି ସନ୍ତୋଷ ପାଆନ୍ତି ।

ଦିନେ ଜଙ୍ଗଲରେ କାଠ କାଟୁଥିବା ସମୟରେ ସେ ଚନ୍ଦନର ବାସ୍ନା ପାଇଲେ । ଖୋଜି ଖୋଜି ଚନ୍ଦନ ଗଛଟି ବାହାର କଲେ । ସେଥିରୁ କିଛି କାଠ ଆଣି, ପୁଣି ସେ କାଠ କଟାରେ ଲାଗିଗଲେ ।

ସଂଧ୍ୟାବେଳକୁ ସେ ସବୁଦିନ ପରି ଘୋଡା ଚଢି ବୁଲୁଛନ୍ତି, ଜଣେ ବିଦେଶୀ ବ୍ୟବସାୟୀଙ୍କର ଆଖି ହଠାତ୍ ତାଙ୍କ ଉପରେ ପଡିଲା । ସେ ସଙ୍ଗେ ସଙ୍ଗେ ଅଭିବାଦନ କରି କହିଲେ, “ପ୍ରଣାମ ମହାଶୟ ।”

ରୂପାସିଂହ ପ୍ରଶ୍ନ କଲେ “ତୁମେ କିଏ?”

ସେ ବଡ ଆଦର ପୂର୍ବକ ଉତ୍ତର ଦେଲେ “ମହାଶୟ, ମୁଁ ଜଣେ ବ୍ୟବସାୟୀ । ଗୋଟିଏ ଦେଶରୁ ଆଉ ଏକ ଦେଶକୁ ବ୍ୟବସାୟ କରିବାକୁ ଯାଏ । ଏଠାରେ ତ ମୋର କାମ ପ୍ରାୟ ସରି ଆସିଲାଣି । ଏବେ ମୁଁ ସିଂହଳ ଦେଶ ଯିବି ।”

ରୂପାସିଂହ କିଛି ସମୟ ଭାବିଲେ ଓ ତା’ପରେ ସେ ଖୁସି ହୋଇ କହିଲେ, “ଆଚ୍ଛା ତେବେ ତୁମେ ଏଠାରୁ ସିଂହଳ ଦେଶ ଯିବ? ତେବେ ଏ ଚନ୍ଦନ କାଠ ଗୁଡିକ ଠାକୁର ରୂପାସିଂହଙ୍କର ଉପହାର ବୋଲି କହି ସେଠାକାର ରାଜାଙ୍କୁ ଦେଇଦେବ । ତୁମର ସବୁକାମ ସଫଳ ହେବ ।” ଏତିକି କହି ସେ କିଛି ଚନ୍ଦନ କାଠ କାଢି ତାଙ୍କ ହାତରେ ଦେଲେ ଓ ଘୋଡାରେ ବସି ସେଠାରୁ କୁଆଡେ ତୁରନ୍ତ ପଳେଇଲେ ।

ତା’ପରେ ବ୍ୟବସାୟୀ ସେଠାରୁ ଯାଇ ସିଂହଳ ଦେଶରେ ପହଁଚିଲେ ଓ ରୂପାସିଂହ ଦେଇଥିବା ଉପହାରକୁ ତୁରନ୍ତ ରାଜାଙ୍କୁ ନେଇ ଦେଲେ । ସେଠାକାର ରାଜା ଆଗରୁ ଚନ୍ଦନ କାଠ ବିଷୟରେ ଶୁଣିଥିଲେ କିନ୍ତୁ କେବେବି ତାହା ଦେଖି ନଥିଲେ । ସେ ଏ ଉପହାର ପାଇ ବହୁତ ଖୁସି ହେଲେ । ସେ ବ୍ୟବସାୟୀଙ୍କର ବ୍ୟବସାୟ ପାଇଁ ମଧ୍ୟ ରାଜା କିଛି ସାହାଯ୍ୟ କଲେ । ତା’ପରେ ସିଂହଳର ରାଜା ସେହି ବ୍ୟବସାୟୀଙ୍କ ହାତରେ ରୂପସିଂହ ପାଇଁ ରତ୍ନଜଡିତ ପାଦୁକା ଉପହାର ସ୍ୱରୂପ ପଠାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ