ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଷ୍ଟ କାଉ ଦଳ

ଦିନେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡିଯିବାକୁ ବସିଲେଣି । ପକ୍ଷୀମାନେ ବସାକୁ ଫେରୁଥାନ୍ତି। ଠିକ୍ ଏତିକିବେଳେ କେତୋଟି ଦୁଷ୍ଟ କୁଆ ସେହିବାଟ ଦେଇ ବସାକୁ ଫେରୁଥିଲେ । ସେହି କୁଆ ଦୁହିଁଙ୍କୁ ଦେଖି ପଡିଆରେ ବସିଥିବା ଅନ୍ୟ କୁଆମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ । ସେମାନେ କାଉ ଦୁଇଟିକୁ ଚିଡେଇ ଚିଡେଇ ଏମିତି କଥା କହିଲେ ଯେ, ନ ରାଗିବା ଲୋକ ବି ରାଗିବ ।

       ହେଲେ ଏଭଳି କଥା ଉଡିଯାଉଥିବା ପ୍ରଥମ କାଉଟି କାନକୁ ନେଲା ନାହିଁ । ସେ ତା’ର ବସାକୁ ଉଡିଚାଲିଗଲା । ମାତ୍ର ଦ୍ୱିତୀୟ କାଉଟି କାଉମାନଙ୍କର ଏଭଳି ତାତ୍ସଲ୍ୟ ଆଦୌ ସହି ପାରିଲା ନାହିଁ । ସୁତରାଂ ଏଣୁତେଣୁ ଭଲ କରି ଦି’ ପଦ କହି କାଉମାନଙ୍କର କଥାରେ ଜବାବ ଦେଲା ।

       ବାସ୍, ଏତିକିରେ କଥା ଶେଷ । କାଉ ଦଳ ମାଡି ବସିଲେ ଦ୍ୱିତୀୟ କାଉକୁ । ରାଗରେ ଥଂଟରେ ଖୁମ୍ପି ଖୁମ୍ପି ଏକୁଟିଆ ହୋଇଯାଇଥିବା କାଉକୁ ଖଣ୍ଡିଆ ଖାବରା କରି ପକାଇଲେ । କାଉଟି ମଲାଭଳି ପଡିରହିବାରୁ ଦଳଯାକ କାଉ ତାକୁ ଛାଡି ଯିଏଯୁଆଡେ ପଳାଇଲେ ।

       ବିଚରା ଏକୁଟିଆ ପଡିଥିବା କୁଆଟି କରେ କ’ଣ? କାନ୍ଦି କାନ୍ଦି ବହୁକଷ୍ଟରେ ସେଠାରୁ ଉଡି ଉଡି ଯାଇ ବସାରେ ପହଂଚିଲା । ତା’ର ପଡୋଶୀ ଦଳ ଏହା ଦେଖି ସେହି କାଉ ଦଳ ଉପରେ ରାଗିଗଲେ ଓ ମେଳି ହୋଇ ପ୍ରତି ଆକ୍ରମଣ କରିବା ପାଇଁ ଠିକ୍ କଲେ । ମାତ୍ର କେତେକ ବୟସ୍କ କୁଆ, ଏକାର୍ଯ୍ୟ ଭଲ ନୁହେଁ ବୋଲି କହି ବାରଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ