ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧମ୍ମଦ୍ଧଜ ଜାତକ

ଏକଦା ଯଶପାଣି ନାମକ ରାଜା ବାରାଣସୀରେ ରାଜତ୍ୱ କରୁଥିଲେ । ତାଙ୍କର ସେନାଧ୍ୟକ୍ଷଙ୍କର ନାମ ଥିଲା କାଳକ । ବୋଧିସତ୍ୱ ଏହି ରାଜାଙ୍କର କୁଳପୁରୋହିତ ହୋଇଥିଲେ । ସେତେବେଳେ ତାଙ୍କର ନାମଥିଲା ଧର୍ମଧ୍ୱଜ । ଧର୍ମଧ୍ୱଜ ରାଜାଙ୍କର କେବଳ ପୁରୋହିତ ନଥିଲେ । ରାଜକାର୍ଯ୍ୟରେ ମଧ୍ୟ ସେ ରାଜାଙ୍କୁ ପରାମର୍ଶ ଦେଉଥିଲେ । ସେହିପରି ସେନାଧ୍ୟକ୍ଷ ମଧ୍ୟ ପ୍ରଜାମାନଙ୍କର ହାରିଗୁହାରି ବୁଝୁଥିଲେ । ସେନାଧ୍ୟକ୍ଷ କାଳକ ସାଧୁ ପ୍ରକୃତିର ଲୋକ ନଥିଲେ । ନ୍ୟାୟ ବିଚାର ନକରି ସେ ଉତ୍କୋଚ ଗ୍ରହଣ କରୁଥିଲେ ଓ ପ୍ରକୃତ ଅପରାଧୀ ଦଣ୍ଡିତ ହେବା ପରିବର୍ତେ ନିରୀହ ନିର୍ଦ୍ଧୋଷୀ ପ୍ରଜାମାନେ ତାଙ୍କଦ୍ୱାରା ଉତ୍ପିଡିତ ହେଉଥିଲେ ।

         ଦିନେ ବୋଧିସତ୍ୱ ରାଜସଭାକୁ ଆସଥିଲାବେଳେ ଜଣେ ଲୋକ ତାଙ୍କର ପାଦତଳେ ପଡି ଜଣାଇଲା, “ଆପଣଙ୍କ ପରି ଲୋକ ରାଜାଙ୍କ ପାଖେ ଥାଉ ଥାଉ ଏ ରାଜ୍ୟରେ ଘୋର ଅନ୍ୟାୟ ଚାଲିଛି । ନ୍ୟାୟ ବିଚାର ଲୋପ ପାଇଲାଣି, ଯିଏ ସେନାଧ୍ୟକ୍ଷଙ୍କୁ ଉତ୍କୋଚ ଦେଇପାରୁଛି, ତାହାରହିଁ ଜୟ ହେଉଛି । ପ୍ରଜାମାନେ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହେଉଅଛନ୍ତି ।” ଏହିପରି ସେ ନିଜର ଦୁଃଖ ଜଣାଇଲା ।

         ବୋଧିସତ୍ୱ ଦେଖିଲେ ଯେ, ଲୋକଟି ପ୍ରକୃତରେ ନିର୍ଦ୍ଧୋଷୀ, ତା’ର ସମ୍ପତ୍ତି ରୁ ତାକୁ ବଂଚିତ କରାଯାଇଅଛି । ଶତ ଶତ ଲୋକ ଏହା ଜାଣିପାରୁଥିଲେହେଁ କେହି କାଳକଙ୍କ ଭୟରେ କିଛି କହିପାରୁ ନାହାଁନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ