ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା । ସକାଳଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡା ଉପରେ ବସି ଗଞ୍ଜେଇ ଟିପୁଥିଲେ । ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ ଦନ୍ତାହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡୁଛି, ଫୌଜଦାର ତା ଉପରେ ବସି ଆସୁଛି । ମହନ୍ତ ମହାରାଜ ଖାଲି ଏତିକି କହିଲେ, ହଁ – ଚେଲ୍ ବାବା କାନ୍ଥଡା ଚେଲ୍! ଆଉ କଣ କାନ୍ଥଡା ସେଠି ରହିପାରେ, ଚାଲିଲା । ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡା, ଅଧବାଟରେ ସେମାନେ ହେଲେ ଭେଟାଭେଟି! ଫୌଜଦାର ଯିମିତି ଅନାଇ ଦେଇଛି ଆଉ କଣ ହାତୀରେ ସେ ବସିପାରେ । ଖପ୍କରି ହାତୀରୁ ଡେଇଁପଡି ଲମ୍ ଲମ୍ ଗୋଡତଳେ ପଡିଗଲା । ମହନ୍ତ ମହାରାଜ ତାଙ୍କୁ କଲ୍ୟାଣ କଲେ, ଜୀତେରହୋ – ଜୀତେରହୋ ବଚ୍ଚା, ଉଠ – ଉଠ । ଫୌଜଦାର ଯିମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା । ଏହି ମହନ୍ତ ଗାଦିରେ ବସିଥିଲେ – ବାରଶ ବାର ବରଷ ବାର ମାସ ବାର ଦିନ । ସେ ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ତାଙ୍କର ମନ ବଳିଲା ନାହିଁ । ଅଯୋଧ୍ୟାକୁ ଖବର ଗଲା । ହନୁମାନ ଗାଦିରୁ ଜଣେ ଚେଲା ଆସିଲେ । ୟାଙ୍କ ହାତରେ ଗାଦି ଦେଇ ସେ ସ୍ୱର୍ଗକୁ ଚାଲିଗଲେ । ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ । ଗାଦିର ମହିମା – ଏ ମହନ୍ତ ବି ଠିକ୍ ସେହିପରି । ୟାଙ୍କ ସମୟରେ ପଡିଲା ଫିରିଙ୍ଗୀ ଅମଳ ଜାରୀ । ସବୁ ଶୁଣି କଟକ ସାହେବ କହିଲା, କ୍ୟା – ହିନ୍ଦୁ ଫକିରଟା ଖଜଣା ନ ଦେଇ କେଉଁ ଏତେଗୁଡାଏ ଜମି ମାହାଳିଆ ଖାଏଗା? ବୋଲାଓ ଉସ୍କୁ ହାମ୍ ଦେଖେଙ୍ଗା । ପରବାନା ପାଇ ମହନ୍ତ ଘୋଡାରେ ଚଢି ବାହାରିଲେ । ଆଗରେ ତାଙ୍କର ବାନା ବୈରଖ ଉଡୁଛି, ହରିବୋଲ ବି ପଡୁଛି, କୀର୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ । ଭୋଦୁଅ ମାସିଆ ଦିନ – ମହାନଦୀ ଏକୂଳ ସେକୂଳ ଖାଉଛି । ବର୍ଷା ତୋଫାନ ବୋଲେ ମୁହିଁ – ନାଉରି କହିଲା, ନାଆ ଫିଟାଇବି ନାହିଁ । ପାରି ହେଉଛନ୍ତି କିମିତି? ମହନ୍ତ ମହାରାଜ ଆଜ୍ଞା କଲେ, ପରବା ନାହିଁ । ତାଙ୍କ କାଖରେ ଯେଉଁ ବାଘଛାଲ ଥିଲା, ତାକୁ ସେ ପାଣିରେ ପାରି ଦେଲେ – ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ । ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟଛତି ଟେକିଥାଏ । ଦୁଇ ଜଣ ବାହିଆ ଛାଲ ବାହି ଯାଉଥାନ୍ତି । ଏଣେ ମହାନଦୀ ଆରକୂଳରେ ସାହେବ ରାଉଟି ପକାଇ ବସିଥିଲା । ଦୂରବୀନରେ ଚାହିଁଦେଲା, ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ତହୁଁ ଲୋକେ କହିଲେ, ହିନ୍ଦୁ ଫକିର ବିଜେ ହୋଇ ଆସୁଛନ୍ତି । ଏସବୁ ଦେଖି ସେ ସାହେବ ଆଉ କଣ ଚୌକିରେ ବସିବ – ସିଧା ନଈକୂଳକୁ ଧାଇଁ ଆଇଲା । ମୁଣ୍ଡରୁ ଟୋପି ତଳେ ରଖି ସେ ତିନି ସଲାମ କଲା । କହିଲା – ଯାଓ ଫକିର! ତୁମାରା ଜମିନ ବାହାଲ । ଏ ମହନ୍ତ ଦେଢହଜାର ବର୍ଷ ଗାଦିରେ ବସିଥିଲେ । ତାଙ୍କର ଉତାରେ ସେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହାରାଜ । ସେ ମନ୍ଦିର ପଛପଟରେ ଯେଉଁ ଦି ଫାଙ୍କୁଡିଆ ବୁଢା ସାହାଡା ଗଛ ଦେଖୁଛ, ଏଟା କଣ ଜାଣ? ମହନ୍ତ ଦିନେ ସାହାଡା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ । କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଛେଲିପକାଇ ଦୁଇ ଖଣ୍ଡ କାଠି ଯୋଡି ମାଟିରେ ପୋତିଦେଲେ । ତା ଉପରେ ଯେମିତି ସେ ଟୋପାଏ ପାଣି ପକାଇଛନ୍ତି, ସିମିତି ତାହା ଗଜେଇ ଗଲା । ଏଇଟା ହେଉଛି ସେଇ ଗଛ । ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ । ଏପରି ପୁରୁଷ କାହିଁ ଦେଖା ନାହିଁ, ନ ଥିବ ବୋଧେ । ପଂଚହତା ମର୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି, ବେକ ଦିଶେ ନାହିଁ । ବାହୁ ଆଉ ଲୋକଙ୍କ ଜଙ୍ଘ ପରି, ମୋଟା ପେଟଟି ଗୋଟିଏ ଦଶନୌତିଆ ଘୁମ । ଅଜଣା ଲୋକ ତାଙ୍କୁ ହଠାତ୍ ଦେଖି କହିବେ, ମହନ୍ତ ଲଙ୍ଗଳା । ନାହିଁ ନାହିଁ – ଚାଖଣ୍ଡେ ଚୌଡା ଦେଢ ହାତ ଲମ୍ବ ଖଣ୍ଡେ କନା କୌପୀନ ସେ ମାରିଥାଆନ୍ତି । ଜଙ୍ଘକୁ ଜଙ୍ଘ ଲାଗିଯାଇଛି – ପେଟଟି ତାଙ୍କର ଝୁଲିପଡିଛି, ତେଣୁ କୌପୀନ ଦିଶେ ନାହିଁ । ଏ ମହନ୍ତଙ୍କର ବି ମହିମା ଅପାର । ସେ ମନ୍ଦିରରେ ଏତେ ଖଟ ପଲଙ୍କ, ହେଲେ ସେ କୋଉଥିରେ ବି ଶୋଇବେ ନାହିଁ, ସବୁବେଳେ ଖାଲି ସେ ଧୂଳିରେ ଗଡୁଥାନ୍ତି । ଏଣୁ ତାଙ୍କ ଦେହଯାକ ଧୂଳିଧୂସର । ତାଛଡା ସେ କେବେ ବି ସ୍ନାନ କରନ୍ତି ନାହିଁ, ପାଣି ମଧ୍ୟ ଛୁଅନ୍ତି ନାହିଁ । ଏଥିପାଇଁ ଲୋକମାନେ ସେ ମହନ୍ତ ମହାରାଜଙ୍କୁ ଧୂଳିଆବାବା ବୋଲି ଡାକନ୍ତି । ମନ୍ଦିରରେ ଏତେ ଧନଦୌଲତ, ଏତେ ପିଠା ଖଜା, ହେଲେ ସେ ମହନ୍ତ ସେସବୁ କିଛି ବି ଛୁଇଁବେ ନାହିଁ । ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଂଚ ସେର ରହିବ – ଅଳତା ଫଡା ପରି ତା’ଉପରେ ସର ପଡିବ – ଦି’ପହର ଧୂପରେ ଠାକୁରଙ୍କ କତିରେ ତାହାହିଁ ଭୋଗ ଲାଗେ – ସେ ମହନ୍ତ ମହାରାଜ କେବଳ ସେତିକି ସେବା କରନ୍ତି । ଆଉ ତୋଳାଏ ଆପୁ, ପାଏ ଗଞ୍ଜେଇ ଖଞ୍ଜା । ଦିନରାତି ତାଙ୍କ ହାତରୁ ଗଞ୍ଜେଇ ଚିଲମ ମୋଟେ ଛୁଟଣ ନ ଥାଏ । ତେଣୁ ତାଙ୍କ ଆଖି ଯୋଡିକ ସାନ ସାନ ସିନ୍ଦୂରବିନ୍ଦୁ ପରି ଲାଲ । ସବୁବେଳେ ସେ ଖାଲି ମିଞ୍ଜିମିଞ୍ଜି କରି ଚାହାଁନ୍ତି । ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ । ଦଶ ପନ୍ଦର ଜଣ ଭଗତ-ଚେଲା ସବୁବେଳେ ତାଙ୍କୁ ବେଢି ବସିଥାନ୍ତି । ଗଞ୍ଜେଇଟିପା କାମ ପାଂଚ ଛ’ଜଣଙ୍କ ହାତରେ ଲାଗିଥାଏ । ମନ୍ଦିରରୁ ପ୍ରସାଦ ସେବାକରି ସବୁବେଳେ ଏମାନେ ପାଖରେ ହାଜର ।
ଧୂଳିଆବାବା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବିଦ୍ୟା ଅଟଇ ମହାଧନ
- ଆଜ୍ଞାବହ ଆରୁଣୀ
- ନ୍ୟାୟ
- ଅବିଶ୍ୱାସି ବନ୍ଧୁ
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ପରର ମନ୍ଦ ଚିନ୍ତ ନାହିଁ
- କନକ ଉପତ୍ୟକାର କାହାଣୀ
- ଅହଂକାର
- ରାକ୍ଷସ ଓ ସାହସୀ ପିଲା
- ବାମନର ବିବାହ
- କାଉର ମୟୂର ଚାଲି
- ଅଶୁଭ ଗୃହ
- ମହାଭାରତ
- ରାଜାଙ୍କର କୋଷ୍ଠ ସାଫ୍
- ସମସ୍ୟାର ସମାଧାନ
- ଓଟ ବେକ ବଙ୍କା
- ପାହାଡ ଚଢା
- ମଣିଷ ପଣିଆ
- ବିଚାର କରି କାମ କଲେ ତାହା ହିତକର ହୁଏ
- କଡମାଛ ଓ ରାଜକୁମାରୀ
- କୁତ୍ସା
- ସେନାପତି ଓ ରାଜକୁମାରୀ
- ଭାଗ୍ୟର ବିଡମ୍ବନା
- ନନ୍ଦିତା କୁମାରୀ କାହାଣୀ
- କନକ ସୁନ୍ଦରୀ
- ପାଞ୍ଚ ପ୍ରଶ୍ନ
- କୋକିଶିଆଳି ଲାଞ୍ଜ ଧଳା
- ବହ୍ନି ଦ୍ୱୀପ
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ବୀର ହରିହର
- ଅଭୁଲା ସ୍ମୃତି
- ସଚ୍ଚା ପ୍ରେମୀ
- ଧୂଳିଆବାବା
- ଅଜ୍ଞାନୀ – ଜ୍ଞାନୀ
- ପବନ ଓ ସୂର୍ଯ୍ୟ
- ଓଟ ଓ ବିଲୁଆ
- ହସ ଏବଂ ଲୁହ
- ଗୋପୀର ଅନୁମାନ
- କିଏ ହେବ ବନ୍ଧୁ?
- କର୍ମଘେନି ଫଳ
- କୋଇଲିର ଉପଦେଶ
- ଗୋପାଳର କାର୍ତିକ ପୂଜା
- ମା’ ସାନ୍ଧିଲିଙ୍କ କଥା
- ଭୂତତାନ୍ତ୍ରିକ
- କାଳିଆ ଭରସା
- ଅଜବ ପଙ୍ଖା
- ଦାନୀ
- ପୁରସ୍କାର – ପ୍ରୋତ୍ସାହନ
- ନେତ୍ରଦର୍ଶୀ
- ଲାମା ଓ ଦସ୍ୟୁ
- ଝାଡୁଦାରର ବିବାହ
- ଦାନର ମହିମା
- ଯେସାକୁ ତେସା, ସାନ୍ତ୍ୱନା
- ସମ ଜାତି ସହ ବନ୍ଧୁତା
- ରେଶମୀ ବସ୍ତ୍ର
- ଦାତା ଓ ମିତ୍ର
- ଶକ୍ତି-ଯୁକ୍ତି
- ବୁଦ୍ଧି
- ଭୟ ପାଇଁ ଔଷଧ
- ସୁନାମାଛ କଥା
- ନାଗ କଥା
- ସୁନା ସଂଗ୍ରହ ପାଇଁ ଚାଲାକି
- ଶତ୍ରୁ କିଏ?
- କର୍ତବ୍ୟପାଳନ ସମୟଠାରୁ ବି ବଡ
- ଭୁବନସୁନ୍ଦରୀ
- ଗୋପାଳର ମୃଗୀ ରୋଗ
- ମହାସାଗର ଜାତକ
- ବୀରକ ଜାତକ
- ଅଭିନବ ରାଜମୁକୁଟ
- ଭାଗ୍ୟର ଖେଳ
- ବୁଢୀଟି କାନ୍ଦୁଥିଲା କାହିଁକି?
- ଜହ୍ନରେ ଠେକୁଆ
- ବୁଦ୍ଧିଆ ମହାଜନ
- ଚକ୍ରଧରର କାହାଣୀ
- କନ୍ୟା ମନୋନୟନ
- ପଶୁଧର୍ମ
- ପୁଷ୍ପବତୀ କଥା
- ଅପୂର୍ବ ଅନୁରୋଧ!
- ଗୋପାଳର କୃଷ୍ଣ ପ୍ରାପ୍ତି
- ରଜାପୁଅ ଓ ମାଙ୍କଡ ରାଣୀ
- ଶୁଭ ମୁହୂର୍ତ୍ତ
- ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା
- ବର ନିର୍ବାଚନ
- ବିଚିତ୍ର ପୁଷ୍ପ
- ଭାଇଭାଗ
- ଭଲ ବ୍ୟବସାୟ ରାଜନୀତି
- କୌଶଲ୍ୟା କଥା
- ଅତି ଲୋଭରେ ବଂଶ ବୁଡେ
- ମହାଭାରତ
- ବଳ ପରୀକ୍ଷା
- ଏକତା
- ସାବତ ମା
- କୁମ୍ଭୀର, ମାଙ୍କଡ କଥା
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର
- ବନ୍ଧୁମିଳନ
- ମାଲ୍ୟାଣୀ କଥା
- ମହାଭାରତ
- କାହାକୁ ହୀନ ମଣିବା କାହିଁକି
- କୁକୁରର ପ୍ରଭୁ ଭକ୍ତି
- ବୈରାଗ୍ୟ
- ରୂପଧରଙ୍କ ଯାତ୍ରା
- ରୋଜଗାର
- ଲୋଭି ବିଲୁଆର କାହାଣୀ
- ଶିଆଳ ଓ ଠେକୁଆ
- ମାନବର ସହନଶୀଳତା ବଡ ଗୁଣ
- ସତ୍ୟର ମୂଲ୍ୟ
- ଅତ୍ୟାଚାରୀ ମାଲିକ
- ଅନ୍ଧ ରାଇଜ
- ବିପଦର ବାନ୍ଧବୀ ଅପ୍ସରା
- ପଡୋଶୀ ରାଜା
- ଯାଦୁ ମହଲ
- ପାଠୋଈ ବୋହୂ
- ପ୍ରକୃତ ଚୋର
- ପରମାର୍ଥ ବିଦ୍ୟା
- ଭଲ ଓ ଭେଲ
- ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ
- ବୀର ହନୁମାନ
- କୁକୁର ଏବଂ ଗଧର କାହାଣୀ
- ଶ୍ରଦ୍ଧାପୂର୍ବକ ସେବା କର
- ଖୋଳିଥିବା ଗର୍ତ୍ତରେ ନିଜେ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ଶୃଗାଳ ଚତୁରକ କଥା
- ଭାଗ୍ୟ
- ଦେବୀଙ୍କ ଶାଢୀ
- ସଂସାରର ସାଗର
- ସହନ ଶକ୍ତିର ରହସ୍ୟ
- କୃଷ୍ଣାବତାର
- କାର୍ଯ୍ୟକୁଶଳତା
- ରୂପଧରଙ୍କ ଯାତ୍ରା
- ସତୀ ରମଣୀ
- ଅଧିକାର
- ଯାଦୁ ମହଲ
- ବୁଦ୍ଧିମାନ ବୃଦ୍ଧ
- ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ
- ଦୁଃଶ୍ଚରିତ୍ରା ନାରୀ
- ଉପସ୍ଥିତ ବୁଦ୍ଧି
- ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି
- ନମ୍ରଭାବ ଶ୍ରେଷ୍ଠ କରାଏ
- କୃଷ୍ଣାବତାର
- ଯାହାକୁ ଯେପରି ଶିକ୍ଷା
- କୁତର୍କର ଲାଭ
- ରାଣୀ ରୂପମତୀ କଥା
- ନଟ ଆଉ ହଟ
- ଉଡୁପିର କୃଷ୍ଣ ମନ୍ଦିର
- ବୁଦ୍ଧିର ବଳ
- ଭୀତୁ
- ସାହସ
- ଅଗ୍ରପୂଜ୍ୟ ଗଣେଶ
- ପ୍ରଶଂସାରେ ଭୁଲ ନାହିଁ
- ସୁନାଲୋଭୀ ମିଦାସ୍
- ପୁଅଙ୍କ ପାଇଁ ବୁଢାର ଧନ
- ତାଳବେତାଳ ଓ କମଳିନୀ
- ଅପରାଧୀ କିଏ?
- ଯାଦୁକାରୀ ଘଂଟି
- ସ୍ୱର୍ଗ ଓ ନର୍କର କାହାଣୀ
- କୁମୁଦର ସଦ୍ଗୁଣ
- ଆତ୍ମସମ୍ମାନ
- ଭାଗ୍ୟକୁ ବିଶ୍ୱାସ
- କବିର ପରୀକ୍ଷା
- ପରିଶ୍ରମ ହିଁ ଶ୍ରେଷ୍ଠ
- ଭୁଲାପଣ
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ସଭିଏଁ ନୁହଁନ୍ତି ମଣିଷ
- ଅସୁସ୍ଥ ବଳଦ ସଂଜୀବକ କାହାଣୀ
- ଯେସାକୁ ତେସା
- ସିଂହ ଆଉ ହରିଣ
- ଇଲ୍ଲିସସେଠ୍ ଜାତକ
- ନ୍ୟାୟପୀଠ
- ଆତ୍ମ ସନ୍ତୋଷ
- ସାଗର ଓ ନଦୀ କଥା
- କାରଣ
- ଠକଙ୍କ ଗୁରୁ
- ଶାଗୁଣା ଏବଂ ବିରାଡି
- ଦସ୍ୟୁ ରାଜକୁମାର
- ଦାସତ୍ତ୍ଵର ଶୃଙ୍ଖଳ
- ଏତେ ସପନକୁ ରାତି କାହିଁ
- ପରିବର୍ତ୍ତନ
- ଯଥାର୍ଥ ସନ୍ତୋଷ
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ବ୍ରହ୍ମଚର୍ଯ୍ୟର ଶକ୍ତି
- ଦିବାସ୍ୱପ୍ନ
- ହଜାରେ ବାଲ୍ଟି ପାଣି
- ବେଦବର ଜାତକ
- ଦିଗ୍ଭ୍ରାନ୍ତ ପଥିକ
- ଭୂବନ ସୁନ୍ଦରୀ
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ଯାହା ହୁଏ ତାହା ମଙ୍ଗଳ ପାଇଁ
- କଳିବୁଢୀ ଶାଶୁ
- କୃଷ୍ଣାବତାର
- ବୀର ହନୁମାନ
- ମେଧାବୀ
- ସାଧୁ ଭକ୍ତ
- ବୁଦ୍ଧିମାନ ଭିକାରୀ
- ସିଂହ ଓ ନିର୍ବୋଧ ଷଣ୍ଢମାନେ
- ବଡ କିଏ?
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ବନଦେବୀଙ୍କ କୃପା