ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନନ୍ଦିତା କୁମାରୀ କାହାଣୀ

କାମସେଣୀ ପର୍ବତରେ ବାମଦେବ ଋଷିଙ୍କ ଆଶ୍ରମ ଥାଏ । ଧର୍ମକାକର ପରାମର୍ଶ ନେଇ ନନ୍ଦିତା ଯାଇଥାଏ ସେଇଠିକି । ନନ୍ଦିତା ଫଳ ଗଛ ହୋଇ ଭଲ ଭଲ ଫଳ ଫଳାଏ, ପାଚେ, ସକାଳୁ ଗୋଟିଏ ଝଡେ, ସଂନ୍ଧ୍ୟାକୁ ବି ଆଉ ଗୋଟିଏ ଝଡେ । ବାମଦେବ ଋଷି ଏସବୁ ଦେଖି ଜାଣି ପାରନ୍ତି ଯେ, ଝିଅଟି ଖୁବ୍ ଭକ୍ତିରେ ଆମକୁ ଏ ଫଳ ଦେଉଛି । ତେଣୁ ସେହି ଝିଅଟିର ଭକ୍ତିକୁ ବେଖାତିର ନକରି ୠଷିବର ଗୋଟାଇ ନିଅନ୍ତି ଅତି ଜତନରେ ସେହି ବୃକ୍ଷର ସମସ୍ତ ଫଳକୁ । ଦେବତାଙ୍କୁ ନୈବେଦ୍ୟ ଦେଇ ନିଜେ ମଧ୍ୟ ଖାଆନ୍ତି ଏବଂ କଲ୍ୟାଣ କରି ସେହି ଝିଅକୁ କହନ୍ତି, ତୋର ସବୁ ମଙ୍ଗଳ ହେଉ ।

ନନ୍ଦିତା ପ୍ରତିଦିନ ସେ ପଦଟି ଶୁଣେ । ତେଣୁ ନନ୍ଦିତା ମନେ ମନେ ଋଷିଙ୍କୁ ବହୁ ବାର ପ୍ରଣାମ କରେ । ଏମିତି ଦିନ କୋତୋଟି ଗଡିଯିବା ପରେ ଦିନେ ସେହି ଋଷି ବାମଦେବଙ୍କର ବୃକ୍ଷ ରୂପୀ ନନ୍ଦିତା ପ୍ରତି ଟିକେ ଦୟା ଆସିଲା । ତେଣୁ ଋଷି ଜଣକ ତୁରନ୍ତ ଧ୍ୟାନ କରି ଭୂତ, ଭବିଷ୍ୟତ, ସମସ୍ତ କଥା ଜାଣି ପାରିଲେ ଏବଂ ସେହିକ୍ଷଣି ଯାଇ ପହଁଚିଗଲେ ସେହି ଫଳ ଗଛ ପାଖରେ । ଋଷି ସେହି ଫଳ ଗଛକୁ ଚାହିଁ କହିଲେ – “ଆଲୋ ଝିଅ, ତୋର ତ ଆସି ସବୁ ଦୁର୍ଦ୍ଦଶା ଗୁଡିକ କଟିଗଲାପରି । ଏବେ ତୁ ଆଉ ଗଛ ହୋଇ ରହିବୁ କାହିଁକି? କାଲିଠୁଁ ଗୋଦାବରୀ ତୀରରେ ଗୋଟିଏ ମେଳା ହେଉଛି । ଆମେ ସେଠାକୁ ସ୍ନାନ କରିବାକୁ ନିଶ୍ଚୟ ଯିବୁ । ତୋର ଯେବେ ସେଠାକୁ ଯିବାକୁ ଇଚ୍ଛା ହେଉଛି, କହିଲେ ଆମେ ତୋତେବି ଆମ ସଙ୍ଗରେ ସେଠାକୁ ନେଇଯାଆନ୍ତୁ ।

ଗଛ ପଚାରିଲା – “ମୁଁ ସେଠିକି ଯାଇ କ’ଣ କରିବି? ଏଠି ତ ମୁଁ ଏକ ପ୍ରକାର ଶାନ୍ତିରେ ଅଛି । ଆପଣଙ୍କ ସେବା ତ ମୁଁ କରିପାରୁଛି । ସେଠିକି ଗଲେ ମୋ ଅବସ୍ଥା ଆଉ ଠିକ୍ ରହିବ ତ?

ଋଷି ଗଛର ଏ କଥା ଶୁଣି କହିଲେ – “ସେଠିକି ଗଲେ ତୋତେ ନିଶ୍ଚୟ ଆଲୋକ ମିଳିବ । ତୋ ସହିତ ତୋ ସଖୀମାନେ ନିଶ୍ଚୟ ସେଠାରେ ଦେଖା ହେବେ । ତା ସହିତ ତୋତେ ବର ବି ମିଳିବ । ତୁ ତୋ ଘରକୁ ଯାଇ ବାପ ମା’ଙ୍କ ଦୁଃଖ ଭରା ଅଶ୍ରୁ ପୋଛିବୁ । ଏ କଥା ଆମେ ଧ୍ୟାନ ବଳରେ ଜାଣି ପାରିଛୁ । ତୋର ଅଟଳତା ଏବଂ ଜୀବନର ପଣ ତୋତେ ନେଇ ପହଁଚାଇ ଦେବ ଠିକ୍ ବାଟରେ ।

ଋଷିଙ୍କ ଏ କଥା ଶୁଣି ଗଛ କହିଲା – “ଆପଣଙ୍କ ଦୟାକୁ ଆଶ୍ରା କରି ମୁଁ ଏଠି ପଡି ରହିଛି ଯେତେବେଳେ, ଆପଣ ଯାହା କହିବେ, ମୋର ସେଥିରେ ରାଜି । ଗଛ ମୁହଁରୁ ଏଭଳି କଥା ପଦଟାଏ ଶୁଣି ଋଷି ଜଣକ ଫୁଲ ପାଣି ମନ୍ତ୍ରଣ କଲେ । ଗଛ ଉପରେ ସିଂଚିଦେଇ କହିଲେ –


ଗପ ସାରଣୀ

ତାଲିକାଭୁକ୍ତ ଗପ