ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପକ୍ଷ ଅପସରା

ଭୋଳାନାଥଙ୍କ ଝିଅ ରୂପାଲି ପଂଚମ ଶ୍ରେଣୀରେ ପାଠ ପଢୁଥାଏ । ଅତି ସୁଧାର ଝିଅଟିଏ ସେ । ଏତେ ଅଭାବ ଅସୁବିଧା ଭିତରେ ସେ କେବେ ହେଲେ ବି ଟିକେ ମନଦୁଃଖ କରେ ନାହିଁ । ରୂପାଲିର ବଡ ଭାଇ ରଙ୍ଗଧର ସାଧାରଣ କବିରାଜ ଜଣେ । ସେଇ ଗାଆଁ ରାସ୍ତା ଉପରେ ଦୋକାନଟିଏ କରି ବସିଥାଆନ୍ତି । ଚେରମୂଳି କୁଟି ମୋଦକ ତିଆରି କରନ୍ତି ସେ । ଭୋଳାନନାଙ୍କର ତ ଜମି ବେଶି ନଥାଏ । ଠାକୁର ପୂଜା କରି ସେ ଯାହା ବି ରୋଜଗାର କରନ୍ତି, ତାହା ଚଳିବାକୁ ତାଙ୍କୁ ମୋଟେ ଅଂଟେ ନାହିଁ । ପୁଅ ଯାହା ରୋଜଗାର କରେ, ସେଥିରେ ସେମାନେ ଯେନ ତେନ ପ୍ରକାରେ ଚଳନ୍ତି । ତେଣୁ ରୂପାଲି କେବେହେଲେ ବି ଭଲ ପିନ୍ଧିବାକୁ କିମ୍ବା ଭଲ ଖାଇବାକୁ ଅଳି କରେ ନାହିଁ । ଖାସ୍ ସେଇଥିପାଇଁ ସେ ଗାଆଁରେ ସମସ୍ତେ ତାକୁ ଭଲ ଝିଅଟିଏ ବୋଲି କହନ୍ତି । ସେ ଝିଅଟି ଭଲ ପାଠ ପଢେ । ଗୀତ ବୋଲିବା, ନାଚିବା, ଅଭିନୟ କରିବା ଏବଂ ଚିତ୍ର କରିବା ଇତ୍ୟାଦି କଳା ପ୍ରତିଭା ବି ସେ ଝିଅଟାର ଥିଲା । ଏହି କାରଣରୁ ସ୍କୁଲରେ ସିଏ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇ ସବୁଥିରେ କୃତକାର୍ଯ୍ୟ ହୋଇଥାଏ । ପଂଚମରେ ବସି ପରୀକ୍ଷା ପାଇଁ ସେ ଜୋର୍ସୋର୍ରେ ପାଠ ପଢିବାରେ ଲାଗିଥାଏ । ତେଣୁ ରୂପାଲିର ସାଙ୍ଗମାନେ ତା’ ପ୍ରତି ଭାରି ହିଂସା କରନ୍ତି । ସେମାନେ ସବୁବେଳେ ରାଗରଖି ରୂପାଲିକୁ ବହୁତ ଝିଙ୍ଗାସି କରି କଥାବାର୍ତ୍ତା କରନ୍ତି । ସେହି ପଂଚମ ଶ୍ରେଣୀରେ ପାଂଚଜଣ ଝିଅ ରୂପାଲି ସାଙ୍ଗରେ ପଢୁଥାଆନ୍ତି । ନିଜକୁ ସେମାନେ ପଂଚସଖା ନାମରେ ନାମିତ ହୋଇଥାଆନ୍ତି । ସେମାନଙ୍କର ସର୍ବଦା ଗୋଟିଏ କଥା ଏବଂ ଗୋଟିଏ ପ୍ରକାର ପୋଷାକ ଏବଂ ଏକ ପ୍ରକାରର ଚୁଡି ଓ ଚପଲ ଇତ୍ୟାଦି । ସେମାନଙ୍କ ଘରର ଚଳିବା ମଧ୍ୟ ଅତି ଉତ୍ତମ । ସେମାନେ ସମସ୍ତେ ଏ ରୂପାଲିକୁ ବାଟରେ ଚିଡାନ୍ତି ଲଙ୍କା, ଲବଙ୍ଗ, ଲାଉ, ଲବିନା ଲବେ ଇତ୍ୟାଦି ଲରେ କେତେକ ଶବ୍ଦକୁ ଉଚ୍ଚାରଣ କରି । ସେ ରୂପାଲି ବ୍ରାହ୍ମଣ ଘରର ପିଲାବୋଲି ତାକୁ ଏ ପଂଚସଖାମାନେ କହନ୍ତି, ତୁମର ପରା ଲ’ରେ ସବୁ କଥା କୁହ । ତୁମକୁ କ’ଣ ଭାଷା ଜଣା? ଏପରି କଥା ଶୁଣି ସେ ରୂପାଲି କେବଳ ଦୁଃଖରେ ବାଟ ଚାଲିଥାଏ, ଘରେ ପହଁଚି ସବୁ କଥା ସେ ତା ବୋଉକୁ କହେ । ସବୁକିଛି ଶୁଣି ବୋଉ ରୂପାଲୀକୁ କହନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ