ଦିନେ ପବନ ଓ ସୂର୍ଯ୍ୟଙ୍କ ଭିତରେ ଭାରି ଝଗଡା ହେଲା । ସେମାନେ ଜାଣିବାକୁ ଚାହିଁଲେ ଯେ, ତାଙ୍କ ଦୁଇଜଣଙ୍କ ଭିତରେ ବଳୁଆ କିଏ? ପବନ କହିଲା ମୁଁ ବଳୁଆ ତ ସୂର୍ଯ୍ୟ କହିଲା ମୁଁ ବଳୁଆ । ଠିକ୍ ଏହି ସମୟରେ ସେମାନେ ରାସ୍ତାରେ ଗୋଟିଏ ଲୋକ କୋଟପିନ୍ଧି ଯାଉଥିବାର ଦେଖିଲେ । ଶେଷରେ ସିଦ୍ଧାନ୍ତ ନେଲେ ଯିଏ ସେ ଲୋକର କୋଟଟା ବାହାର କରିଦେବ ସେ ହିଁ ବଳୁଆ ବୋଲି ଧରାଯିବ ।
ପ୍ରଥମେ ପବନ ଚେଷ୍ଟା କଲା । ପବନ ଖୁବ୍ ଜୋର୍ରେ କୋଟକୁ ଖୋଲି ଉଡାଇ ନେବାକୁ ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ । ତାପରେ ସେ ପବନ ବି ବହୁତ ଜୋର୍ରେ ବହିବାକୁ ଆରମ୍ଭ କଲା । ପବନ ଜୋର ହେବାରୁ ସେହି ଲୋକଟି ତା କୋଟଟିକୁ ହାତରେ ଧରି ଅଟକାଇ ରଖିଲା । ଯେତେ ଚେଷ୍ଟା କଲେବି ପବନ ସେ ଲୋକଟିର କୋଟ ମୋଟେ ନେଇ ପାରିଲା ନାହିଁ ।
ତାପରେ ସୂର୍ଯ୍ୟ ଚେଷ୍ଟା କଲା । ଯେମିତି ସୂର୍ଯ୍ୟକିରଣ ଟିକେ ବଢିଗଲା, ସେ ଲୋକଟିକୁ ଟିକେ ଉଷୁମ୍ ଲାଗିଲା । ଯେତେବେଳେ ସୂର୍ଯ୍ୟକିରଣ ଆହୁରି ବେଶି ହେଲା, ସେ ଲୋକକୁ ବି ବହୁତ ଗରମ ଲାଗିଲା ଏବଂ ସେ ତା କୋଟକୁ ଖୋଲି ହାତରେ ଧରିଲା । ଏଥିରେ ପବନ ହାର ମାନିଲା ।
ଜୋର୍ ଲଗାଇ ଯାହା କରି ନହୁଏ, ତାହା ଲୋକଙ୍କୁ ମନାଇ କରି ହୁଏ ।