ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଣ୍ୟବାନ୍

ହେଲାପୁରୀ ରାସ୍ତାରେ ଲୋକଟିଏ ଟୋକେଇଟିଏ ମୁଣ୍ଡେଇ ଯାଉଥିଲା; ଝୁଂଟିପଡି ସେ ଟୋକେଇ ସହିତ ପଡିଗଲା । ଫଳରେ ସେଥିରେ ଥିବା କାଚ ଜିନିଷ ଗୁଡିକ ଭାଙ୍ଗିଗଲା । ଲୋକମାନେ ତାକୁ ସହାନୁଭୂତି ଦେଖାଇବାକୁ ଦୌଡି ଆସିଲେ ।

      ଜଣେ ବ୍ୟକ୍ତି କହିଲା, “ଆହାରେ, ଏବେ ଏହି ଭଙ୍ଗା କାଚ ପାଇଁ, ତୁମ ମାଲିକକୁ ତ ଟଙ୍କା ଦେବାକୁ ପଡିବ । ବରଂ ଏଠାରେ ଉପସ୍ଥିତ ଥିବା ଆମେ ସମସ୍ତେ, ପ୍ରତ୍ୟେକେ କିଛି କିଛି ଟଙ୍କା ଦେବା ସେହି ପଇସାରେ ତମେ ପୁଣି କାଚ କିଣି ଘରକୁ ନେବ । ନହେଲେ ମାଲିକ ସବୁ ପଇସା କାଟିଦେଲେ ତମେ କଷ୍ଟ ପାଇବ ।” ଏତିକି କହି ସେ କିଛି ଟଙ୍କା ଦେଲେ ।

      ତାଙ୍କର ଏପରି ବ୍ୟବହାର ଦେଖି, ସେହିଠାରେ ଭିଡ ଜମାଇଥିବା ଲୋକ ପ୍ରତ୍ୟେକ ତାକୁ କିଛି କିଛି ଟଙ୍କା ଦେଲେ; ସେ ଟଙ୍କାତକ ନେଇ ନୂଆ ଜିନିଷ କିଣିଲା ।

      ତା’ପରେ ଛକ ପାଖରେ ଥିବା ଜଣେ ବ୍ୟକ୍ତି ତାକୁ କହିଲେ, “ଏବେ ଆଉ ତୁମର ମାଲିକ ତୁମକୁ ଗାଳି ଦେବେ ନାହିଁ, କିମ୍ବା ତୁମ ବେତନରୁ ପଇସାଟିଏ ମଧ୍ୟ କାଟିବେ ନାହିଁ, ତୁମର ମାଲିକ କିଏ?”

      ଲୋକଟି ଅଳ୍ପ ହସି କହିଲା, “କାହିଁକି? ଯିଏ ପ୍ରଥମ ଟଙ୍କା ଦେଲେ, ସେହିଁ ମୋ ମାଲିକ । ବଡ ପୁଣ୍ୟବାନ୍ ।”ଏକଥା ଶୁଣି ରାସ୍ତାରେ ଥାଇ ପଚାରୁଥିବା ବ୍ୟକ୍ତିଟି ଅତ୍ୟନ୍ତ ଆଶ୍ଚର୍ଯ୍ୟରେ ହତବମ୍ବ ହୋଇ ତାକୁ ଚାହିଁ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ