ଆଜକୁ ଚାଳିଶ ବର୍ଷ ପୂର୍ବ କଥା । ବାଲେଶ୍ୱର ଜିଲ୍ଲାରୁ ଲୁଣ ପୋକ୍ତାନ ଉଠିଗଲା । ଲୁଣାଦାଣ୍ଡୀ ଲୋକମାନଙ୍କର ସର୍ବନାଶ ଉପସ୍ଥିତ । ବାଲେଣ୍ୱର ଜିଲ୍ଲାର ପୂର୍ବାଂଚଳ ଉତ୍ତର ସୁବର୍ଣ୍ଣରେଖା କୂଳଠାରୁ ଦକ୍ଷିଣ ଧାମରା ନଦୀକୂଳ ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନର ନାମ ଥିଲା ଲୁଣାଦାଣ୍ଡୀ । ଏ ଅଂଚଳବାସୀ ଅର୍ଦ୍ଧଲକ୍ଷାଧିକ ଲୋକର ଜୀବନାବଲମ୍ବନ ଏକମାତ୍ର ଲବଣ ପୋକ୍ତାନ । କେହି ଲୁଣ ମାରେ, କେହି ତହିଁରେ ନାନା ପ୍ରକାର ସହାୟତା କରେ । ଥୋକେ ବ୍ୟବସାୟୀ, ଅନେକ ସରକାରୀ ଚାକର, କେହି କିଛି ନ ପାରିଲା ତ ସେ ହେଲା ଚୋର । ଲୁଣ ଚୋର ଓ ଚୋର ପଇକାର ଅସଂଖ୍ୟ । ଚୁଲିଆ ଲୁଣ ମାରି ଜମା କରିଛି, ତାହା ସଂଖ୍ୟା ନେବେ ଓ ବିକ୍ରି କରିବେ ସରକାର । ତାହାର (ଚୁଲିଆର) ଯୋଗ ସାଲସରେ ଯେବେ କେହି କେହି ସେ ଲୁଣ ନେଇ ରାତି ଭିତରେ ଗଡଜାତକୁ ଚଲାଣ ଦେଇ ଶସ୍ତାରେ ବିକ୍ରି କରେ, ସେ ଚୋର ନୁହେଁ ତ ଆଉ କ’ଣ? ସମସ୍ତଙ୍କର ଉପାୟ ଏକାବେଳକେ ବନ୍ଦ । ତହିଁ ଉପରେ ପୁଣି ଭୟଙ୍କର ବିପଦ ଉପସ୍ଥିତ, ଲୁଣ କିଣି ଖାଇବାକୁ ହେବ । ମଫସଲର ସାଧାରଣ ଲୋକ ପକ୍ଷରେ ପନିପରିବା ସୁଲଭ ନୁହେଁ । ଶାଗ ପିତାପାଣି ଭରସା, ଲବଣ ମାତ୍ର ସହାୟ, ସେହି ଲବଣର ଅଭାବ । ଅଭାବ କ୍ୟାଁ? ବିଲାତୀ ଲାଫ୍ରି ଲୁଣ ଢେର୍ ହାଟରେ ଜମା ଅଛି । ହେଲେ ତାହା ତ ତୁଚ୍ଛା ମିଳିବ ନାହିଁ, ପଇସା ଦେଇ କିଣିବାକୁ ହେବ । ମାତ୍ର ପଇସା କାହିଁ? ଆଉ ଗୋଟିଏ ବିପଦ, ହାଟ ଅନେକ ଗ୍ରାମଠାକୁ ଦୁଇକୋଶ ଅଢାଇକୋଶ ଦୂର । ହାଟକୁ ଯାଉଛି କିଏ?” କଥାରେ ନାହିଁ “ନିତି ଆଣି ନିତି ଖାଏ, ସେ ଲୋକ କି ବନ୍ଧୁଘର ଯାଏ?” ସବୁ ବାଟ ତ ବନ୍ଦ, ଏବେ ଉପାୟ କ’ଣ? ଅନ୍ୟ ଉପାୟ ଜଣା ନାହିଁ । ଏଣେ ଲୁଣ ବିନା ପ୍ରାଣ ପାଏ । ସୁତରାଂ ଚୋରି ବାଟଟା ହିଁ ମେଲା । “ନଷ୍ଟସ୍ୟ କାନ୍ୟା ଗତିଃ?” “ନଷ୍ଟସ୍ୟ କ୍ୟାଁ? ତୁମ୍ଭେ ଆମ୍ଭେ ଏପରି ଲଣ୍ଡଭଣ୍ଡରେ ପଡିଲେ କ’ଣ କରନ୍ତୁ ବେଳେ ବିଚାର କରି ଦେଖିବାର କଥା । ଲୁଣ ବିନା ପ୍ରାଣ ଯାଏ, ମିଳିବା ବାଟ ଏକ ପ୍ରକାର ବନ୍ଦ । ଏଣେ ଭଗବାନ୍ ଘର ଚାରିପାଖରେ କୋଟି କୋଟି ମହଣ ଲୁଣ ଢାଳି ଦେଇଅଛନ୍ତି । ଓଳିପନ୍ଦାଡରୁ ମାଟିମୁଠାଏ ଆଣି ପାଣିରେ ଗୋଳାଇ ମାରିଦେଲେ ଲୁଣ । ଖୁବ୍ ସହଜରେ ଅତି ଅଳ୍ପ ସମୟରେ ପିଲାଝିଲା ଯେ ସେ ଲୁଣ ମାରିପାରେ । ମାତ୍ର ସରକାରରୁ ମନା, ଲୁଣ ମାରି ଖାଇଲେ ଚୋରିରେ ଚଲାଣ ହେବ । ଏଥକୁ ଲୋକମାନେ ସରକାରୀ ହୁକୁମ କେତେଦୂର ମାନି ବାଟ ଚାଲିଥିଲେ କଥାଟା ସହଜରେ ସମସ୍ତେ ବୁଝିପାରିବେ ।
ପୁନର୍ମୂଷିକୋଭବ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ଗରିବର ଭଗବାନ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- କୁହୁକ ହାଣ୍ଡି
- ବ୍ୟବସାୟର ଦେବତା
- ଚନ୍ଦ୍ର ଓ ଚକୋର
- ନ୍ୟାୟ ନିର୍ଣ୍ଣୟ
- ଗୁରୁ ମହାଶୟ ଗୋପାଳ
- ଗୁରୁ ରାମାନନ୍ଦଙ୍କ ଉପଦେଶ
- ସାଧୁଙ୍କ ଯାଦୁ
- ଦୁଷ୍ଟ ଘୋଡା
- ଆଦର୍ଶ ଗୁରୁ
- ଅନ୍ଧପିଲାର କରାମତି
- ଲାଗିଲେ ଛାଡିବିନି
- ବ୍ୟର୍ଥବର
- ଧନ୍ୟ ଶିବାଜୀ ଧନ୍ୟ
- କୁର୍ମାବତାର
- ବିଚିତ୍ର ପୁଷ୍ପ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ପ୍ରତିଶୋଧ
- କୃଷ୍ଣାବତାର
- ସ୍ୱର୍ଗ ନର୍କ
- ଦସ୍ୟୁ ରାଜକୁମାର
- ଦୁଇ ଦ୍ୱୀପ
- ହାତ ଖର୍ଚ୍ଚ
- ଯେ ପାଂଚେ ପରମନ୍ଦ
- ପ୍ରକୃତ ପ୍ରତିନିଧି
- ଗୁରୁ ସନ୍ଦିପନୀ
- ପ୍ରକୃତ ସାହାଯ୍ୟ
- ଚୋର ଭୂତ
- ବହ୍ନି ଦ୍ୱୀପ
- ଏହା ମୋର ଦାଢି
- ରାଣୀଙ୍କର ଯାତ୍ରା ଦେଖା
- ବକ ଜାତକ
- ହୁଣ୍ଡା ରାୟଙ୍କ ରାୟ
- ପରଶ ପଥର
- କଡମାଛ ଓ ରାଜକୁମାରୀ
- ତାନ୍ତ୍ରିକ
- ଯାହା ପାଇଁ ଯିଏ
- ମାଛ କଡେଇରେ ଶଗଡିଆର ଆଶା
- ଲୋଭୀ ବୁଢୀର କୁକୁଡା
- ମହାଭାରତ
- ସିଂହ ଏବଂ ବିଲୁଆ
- ଗଧ ଓ କୁକୁର
- ଟଙ୍କା ଥଳି
- ନର୍ତକ ଛାଗଳ
- ଚିକିତ୍ସା ରହସ୍ୟ
- ଧୂସର ଦୁର୍ଗ
- ସୁରେଖାର ଠାକୁର
- ମହାରାଜା ବିକ୍ରମାଦିତ୍ୟ
- ଶଙ୍କରର ବୈରାଗ୍ୟ
- ଖାଲ ଖୋଳିବା ଲୋକଙ୍କ କୁଅଁ
- ଅଣାଏ ପଇସା
- ଯେସାକୁ ତେସା
- ବିଧାତାର ଦଣ୍ଡ
- ରାଜାଙ୍କ ସ୍ୱପ୍ନ
- ମା’ର ଋଣ
- ପରମାର୍ଥ ବିଦ୍ୟା
- ଭୂବନ ସୁନ୍ଦରୀ
- ଦିବସ ବା ରାତ୍ରି?
- ଆକାଶରେ ଶିଳପୁଆ
- ପଶୁଧର୍ମ
- ଭିନ୍ନ ଭାବଧାରା
- ରାଜହଂସ
- ବୀର ହନୁମାନ
- ମିଠା କଥାର ମହତ୍ୱ
- କଇଁଚର ଦୌଡ
- ମାଙ୍କଡ ଓ ଗୁଣ୍ଡୁଚି ମୂଷା
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ମଲାମୂଷାର ମୂଳଧନ
- ପରମେଶ୍ୱରଙ୍କ କରୁଣା
- ସ୍ୱର୍ଗ ଗମନ
- ରାଜଜ୍ୟୋତିଷ
- ଗଧ ଏବଂ ଧୋବାର କାହାଣୀ
- ପକ୍ଷୀ ଏବଂ ମାଙ୍କଡ କଥା
- ରଘୁର ରସିଦ୍
- ରୂପ-ସୁନ୍ଦରୀ କଥା
- ବସନ୍ତର ବାର୍ତ୍ତାବହ
- ଦସ୍ୟୁ ରାଜକୁମାର
- ବୁଦ୍ଧି ଓ ବିବେକ
- ପରୀ ରାଇଜର ପରୀରାଣୀ
- ଏତେ ସପନକୁ ରାତି କାହିଁ
- ହାରଜିତ୍
- ସନ୍ଦେହ ନିବାରଣ
- ପିଲାଟିଦିନରୁ ବିପ୍ଳବୀ ନେତା
- ମାତୃ – ଋଣ
- ପରିପୂର୍ଣ୍ଣ ମାନବିକତା
- ଭାଗ୍ୟରେ ଥିଲେ
- କୃଷ୍ଣାବତାର
- ଦୁର୍ମଦ
- ବଳୁଆ ପଡୋଶୀ
- ସମସ୍ୟାର ସମାଧାନ
- ବାରିକ ଓ ଗୋପାଳ
- ଦରିଦ୍ର ବର
- ଅଣଅଜା
- ଭାଲୁର ପଣସ ଖିଆ
- ତିନି ପରୀକ୍ଷା
- କାଶୀ ପଣ୍ଡିତ
- ଗୁପ୍ତଧନ
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ମଧୁମତିଙ୍କ ପସନ୍ଦ
- ସାପ ପୁଅର ବାହାଘର କଥା
- ବିଦ୍ୟା ଅଟଇ ମହାଧନ
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ରାଜାଙ୍କର ବିରାଡି
- ତୁଷାରଶୁଭ୍ରା ଓ ଲାଲଗୋଲାପୀ
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ପ୍ରକୃତ ଚୋର
- ସାପ ଏବଂ ବେଙ୍ଗକଥା
- ଉତ୍ତରାଧିକାରୀର ଅଧିକାର
- ଠକ ଦଣ୍ଡ ପାଇଲା
- ଖୋସାମତିଆ
- ଆତ୍ମସମ୍ମାନ
- ସମ୍ରାଟ ଅଶୋକ
- ଲାଉର ତୀର୍ଥ ଦର୍ଶନ
- ବାମ ହାତର ଦୁଖଃ
- ଲକ୍ଷ୍ମୀଛଡା ରାଜା କଥା
- ସୁଲତାନାଙ୍କ ଚାତୁରୀ
- ମାଠିଆରୁ ପାଣି କୁଆ ପିଇଲା
- ରୂପଧରଙ୍କ ଯାତ୍ରା
- ମହାଭାରତ
- ମହାନ୍ କିଏ?
- ଗୋପାଳଙ୍କ ରୋଷେଇ
- ଠକ ନଗରୀ
- ସମ୍ରାଟ ଅଶୋକ
- ବିରବଲଙ୍କ ଚତୁରତା
- ଜିତୁମିତୁ
- ମୃତ୍ୟୁ ମହାରାଜ ଓ କେଉଟ ପୁଅ
- ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ
- ମାନବର ସହନଶୀଳତା ବଡ ଗୁଣ
- ମୌନାବତୀ କଥା
- ଫାଇଦା ଧାରୀର ଭଲ ହୁଏ ନାହିଁ
- ରେବତୀ
- ବୀର ହନୁମାନ
- ଅଜ୍ଞାତ ଚୋର
- ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ
- ଅପୂର୍ବଙ୍କ ପରାକ୍ରମ
- ଲୀଳାବତୀ ସୂତ୍ର ରଚନା କଥା
- ହତଭାଗ୍ୟ ଓଟର କାହାଣୀ
- ମୂଲ୍ଲାଙ୍କ ଚତୁରତା
- ପରାଧୀନ ଜୀବନ
- ବାସ୍ତବ ଓ କଳ୍ପନା
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ସାବାସ୍ ମହାରାଜ!
- କଇଁଚର ଉଡିବାକୁ ଇଚ୍ଛା
- ତିନି ତ୍ୟାଗୀ
- ଅଶୋକ ସୁନ୍ଦରୀ
- ପ୍ରତ୍ୟକ୍ଷ ଶିକ୍ଷା
- ଭୂତ ଏବଂ ଅସଲ ଭୂତ
- ସ୍ୱପ୍ନ ଦୁଃସ୍ୱପ୍ନ
- ପରିବର୍ତ୍ତନ
- ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା
- ଶୁଆ ପକ୍ଷୀର ଚାତୁରୀ
- ଅଦୃଶ୍ୟ ପରୀ
- ଜାଗୃତିର ପ୍ରତୀକ
- ସିଂହ ଆଉ ହରିଣ
- ବନ୍ଧକ ରଖା ହୋଇଥିବା ଦେଶ
- ଶତ୍ରୁକୁ ମିତ୍ର କରିବା ଉପାୟ
- ଦହିଭାତ ଧନଞ୍ଜୟ
- କର୍ମଘେନି ଫଳ
- ଜ୍ଞାନବତୀ କଥା
- ମାଳତୀକୁ ଈଶ୍ୱର ଦେଖାଦେଲେ
- ଆଜ୍ଞାବହ ଆରୁଣୀ
- ଠକ ସହିତ ଠକାମୀ
- ସାହସୀ ବିକ୍ରମ
- ଭୁବନ ସୁନ୍ଦରୀ
- ମାଧ ମହାନ୍ତିଙ୍କ କନ୍ୟାସୁନା
- ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
- ଅର୍ଥହୀନ ସ୍ୱାର୍ଥ
- କପୋଳ କଳ୍ପିତ
- ସୁନାଖଣିର ଦେଶ
- ପରିବର୍ତ୍ତନ
- ଗୋପାଳର କାର୍ତିକ ପୂଜା
- ଭୂତୁଣୀ
- ଅବୁଝା ରାଜା
- ଅସୁନ୍ଦର ସୁନ୍ଦର ଅଟେ
- ପ୍ରଭାବତୀ କଥା
- ଡାକୁ ଉଗ୍ରଶୀଳ
- ମୃତ୍ୟୁକୁ ଭୟ କାହିଁକି?
- ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ
- ଭାଗ୍ୟର ବିଡମ୍ବନା
- ସଚ୍ଚା ବିଦୂଷକ
- ମିତ୍ରତାର ମୂଲ୍ୟ
- ଅଦ୍ଭୁତ ବଂଶୀ
- ମାମୁଁ ଘର ଓଳି ପୁଅ ହୋଇଛି
- କର୍ମ ହିଁ ଜୀବନର ମାନଦଣ୍ଡ
- କୌଶଲ୍ୟା କଥା
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ତିନି ବିଲେଇ
- ବଦଭ୍ୟାସ
- ଅପୂର୍ବ ଅନୁରୋଧ!
- ଅପୂର୍ବଙ୍କ ପରାକ୍ରମ
- ମାଛ ଫସଲ
- କନ୍ୟା ମନୋନୟନ
- ପୋଡା ମୁହଁରେ ସବୁ ଭଲ
- ସମ୍ରାଟ ଅଶୋକ
- ଅପାତ୍ର ଦାନ
- ମୂଷିକ ଏବଂ ସନ୍ନ୍ୟାସୀ କଥା
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ସିଂହର କୃତଜ୍ଞତା



