ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଫୁଲ ଝଡିପଡେ କାହିଁକି?

ବନବାସ କାଳରେ ଥରେ ରାମ ତାଙ୍କ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଏକ ସୁନ୍ଦର ଫୁଲ ବଗିଚାରେ ଯାଇ ପହଁଚିଲେ । ଫୁଲଗୁଡିକର ସୌନ୍ଦର୍ଯ୍ୟରେ ସୀତା ଏପରି ମୋହିତା ହୋଇ ପଡିଲେ ଯେ, ସେ ସେତକ ଫୁଲସବୁ ତୋଳିବାରେ ଲାଗିପଡିଲେ । ଏହାଦେଖି ସେ ବଗିଚାର ମାଳି ଆସି ସୀତାଙ୍କୁ ଫୁଲ ତୋଳିବାକୁ ବାରଣ କଲା । ସାମାନ୍ୟ ଜଣେ ମାଳିର ଏପରି ଆସ୍ପର୍ଦ୍ଧା ଦେଖି ସୀତା ଆଗ ହଠାତ୍ ରାଗିଗଲେ ଏବଂ ଅଭିଶାପ ଦେଇ କହିଲେ – “ଫୁଲ ବଗିଚା ପାଇଁ ତୋ ମନରେ ଖୁବ୍ ଗର୍ବ ନା । ସେଥିପାଇଁ ତୋର ଏହି ବଗିଚାରୁ ସବୁ ଫୁଲ ଝଡି ପଡିବ ।”

ସତକୁ ସତ ଫୁଲସବୁ ଝଡି ପଡିଲା । ଏହାଦେଖି ସେ ମାଳିଟି ଖାଲି କାନ୍ଦିବାକୁ ଲାଗିଲା । ତାର ସେଭଳି କାନ୍ଦ ଶୁଣି ରାମ ବଗିଚା ଭିତରକୁ ଆସି ମାଳିକୁ ତା’ର କାନ୍ଦିବାର କାରଣ ପଚାରିଲେ । ସେହି ମାଳିଠାରୁ ସମସ୍ତ ଘଟଣା ଶୁଣିବା ପରେ ରାମ ସୀତାଙ୍କୁ କହିଲେ, “ସୀତେ! ଏଇ ବଗିଚାଟି ଆମର ନୁହେଁ । ପୁଣି ମାଳିର ବିନା ଅନୁମତିରେ ଫୁଲତୋଳି ତୁମେ ଘୋର୍ ଅପରାଧ କରିଛ । ଏଥିରେ ତ ସେ ମାଳିର କିଛିବି ଭୁଲ୍ ନାହିଁ । ତୁମେ ତୁମର ଅଭିଶାପ ଫେରାଇ ନିଅ । ପର ବାଡିରୁ ବିନା ଅନୁମତିରେ ଫୁଲତୋଳିବା ତ ଅତ୍ୟନ୍ତ ଅନ୍ୟାୟ ।”

ଏହାଶୁଣି ସୀତା ସେ ମାଳିକୁ କହିଲେ, “ମୁଁ ବରଦାନ ଦେଉଛି ତୁମର ଝଡିପଡିଥିବା ଫୁଲ ସ୍ଥାନରେ ଫଳ ବିକଶି ଉଠୁ ।”

ସାଙ୍ଗେ ସାଙ୍ଗେ ଉକ୍ତ ବଗିଚାଟି ଫଳରେ ଭରି ଉଠିଲା ।

ସେହିଦିନଠାରୁ ଆଜିଯାଏଁ ଗଛରେ ଫଳହେବ । ପୂର୍ବରୁ ପ୍ରଥମେ ଫୁଲଫୁଟି ସେ ପାଖୁଡା ମଉଳିଯାଇ ସେଠାରେ ଫଳ ହୁଏ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ