ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଧୁତା

ଗୋଟିଏ ଗାଁରେ ଦୁଇଜଣ ବନ୍ଧୁ ଥା’ନ୍ତି, ଜଣକ ନାମ ଶିବ ଓ ଅନ୍ୟର ନାମ ଶଙ୍କର। ଦୁଇଜଣଙ୍କ ବନ୍ଧୁତା ଏତେ ନିବିଡ ଥିଲା ଯେ ଅନ୍ୟମାନେ ସେମାନଙ୍କୁ ଦେଖିଲେ ଇର୍ଷା କରୁଥିଲେ । ଶିବ ଥିଲା ଟିକିଏ ଚିଡିଚିଡା ସ୍ୱଭାବର । ଟିକିଏ କଥା ହେଲେ ବି ସେ ସହିପାରେ ନାହିଁ । କିନ୍ତୁ ଶଙ୍କରର ସ୍ୱଭାବ ଥିଲା ଅତି ଶାନ୍ତ । ଦିନେ ଶିବର ଘରେ ଭୋଜି ହେଉଥାଏ । ଅନେକ ବ୍ୟକ୍ତି ନିମନ୍ତ୍ରିତ ହୋଇ ଆସିଥାନ୍ତି । ତନ୍ମଧ୍ୟରେ ଅଶୋକ ନାମକ ବ୍ୟକ୍ତି ମଧ୍ୟ ଆସିଥାଏ । ସମସ୍ତିଙ୍କୁ କଥା କଥାକେ ହସି ଉଡାଇବା ଓ ହଇରାଣ କରିବା ଥିଲା ଅଶୋକର ସ୍ୱଭାବ । କିନ୍ତୁ ଅନ୍ୟମାନେ କିଛି କହିଲେ ସେ ରାଗିଯାଏ।

                କୌଣସି ଏକ କାରଣରୁ ଅଶୋକ ଆସି ଶିବ ପାଖରେ ପହଁଚିଲା ଓ ପଚାରିଲା, “କିହୋ ଶିବବାବୁ, ତମେ ତ କ’ଣ ବଡ ଭୋଜିଟାଏ ଦେଉଛ! କଥା କ’ଣ? ଏଥର ବୋଧହୁଏ ଫସଲ ବହୁତ ହୋଇଛି, ନୁହେଁ?”

                ଅଶୋକ କଥା ଶୁଣି ଶିବ କହିଲା “ନାଁ ମ ସେମିତି କିଛି ତ ନୁହେଁ । ବରଂ ଭୋଜି ଖାଇବା ଲୋକେ ମୋର ଭଲ ଫସଲ ହେଲେ ସେଥିରେ ନଜର ଦେବେ ନାହିଁ ବୋଲି କେବଳ ସେଇଥିପାଇଁ ମୁଁ ଏ ଭୋଜି ଦେଉଛି ।”

                ଅଶୋକ ଏ ଉତ୍ତର ଶୁଣି ମନେ ମନେ ଖୁବ୍ ରାଗି ଯାଇ କହିଲା, “ହଁ ସେଇଥିପାଇଁ ବୋଧେ ମୋର ଏବର୍ଷ ଭଲ ଫସଲ ହୋଇନାହିଁ । ମୁଁ ତ କାହିଁ କାହାକୁ ଖାଇବାକୁ ଦେଇନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ