ରାଜା ଏବେ ରାଣୀଙ୍କୁ ଧରି ଗଙ୍ଗା କୂଳକୁ ଗଲେ । ଏ କଥା ରାଜ୍ୟ ସାରା ପ୍ରଚାର ହୋଇ ଯିବାରୁ ସମସ୍ତଙ୍କ ମନରେ ଦୁଃଖ ହେଲା । ରାଇଜ ସାରାର ପ୍ରଜା ମାନେ ଆସି ରାଣୀଙ୍କର ଗୋଡ ହାତ ଧରି ଅନୁରୋଧ କଲେ । ରାଣୀଙ୍କ ମନ ବଦଳିଲା ନାହିଁ । ସେ କହିଲେ ଯିଏ ଯାହା କୁହନ୍ତୁ ପଛେ, ମୁଁ କିନ୍ତୁ ରାଜାଙ୍କ ଠାରୁ ସେହି ସତ୍ୟ କଥାକୁ ଜାଣିବାକୁ ଚାହେଁ ।
ଶେଷରେ ଦିୱାନ୍ ଆସି ରାଣୀଙ୍କ ଆଗରେ ଅନେକ ବିନୟ ହେଲା । ଆଉ ରାଣୀ କାଳେ ସହଜରେ ବୁଝି ଯିବେ । ସେଥି ପାଇଁ ଦିୱାନ୍ କହିଲା ରାଣୀ ମା, ଆପଣ ମୋର ଏହି ଛୋଟ କଥା ମାନନ୍ତୁ । ଏପରି ଜିଦ୍ ଧରିଲେ ସ୍ତ୍ରୀ ଲୋକ ମାନଙ୍କର ଆଦୌ ମଙ୍ଗଳ ହୋଇ ନଥାଏ ବରଂ ସେମାନେ ଦୁଃଖ କଷ୍ଟ ଭୋଗ କରି ଥାଆନ୍ତି ।
ଦିୱାନ୍ ଠାରୁ ଏକଥା ଶୁଣିବା ପରେ ରାଣୀ ପୁଣି ଜିଦ୍ ଧରି ଦିୱାନ୍କୁ ପଚାରିଲେ – ତାହା ହେଲେ ତୁମେ ମୋତେ ଗୋଟେ ଉଦାହରଣ ଦେଇ କୁହ ଯେ କେଉଁଠାରେ ନାରୀ ମାନେ ଜିଦ୍ ଧରିଲେ ସେଥିରେ ପୁରୁଷ ମାନଙ୍କର ଅମଙ୍ଗଳ ହୋଇ ଥାଏ ।
ରାଣୀଙ୍କ ଠାରୁ ଏ କଥା ଶୁଣିବା ପରେ ଦିୱାନ୍ କହିଲା – ସୁରାଟ ନଗର ନାମରେ ଗୋଟିଏ ରାଜ୍ୟ ଥିଲା । ରାଜ୍ୟର ରାଜା ଥିଲେ ରୂପ ଦତ୍ତ । ରାଜାଙ୍କର ଯୁବକ ବା ଯୌବନ କାଳରେ ଏପରି ସୌନ୍ଦର୍ଯ୍ୟ ରୂପ ଥିଲା ଯେ ସେପରି ରୂପ ସହିତ ତୁଳନା କରିବାକୁ ସାରା ଇଣ୍ଡିଆ ରାଜ୍ୟରେ କେହି ରାଜା ମଧ୍ୟ ନଥିଲେ ।