ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟା ଅଟଇ ମହାଧନ

ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ ବାଧ୍ୟ । ସେମାନଙ୍କ ଅଜ୍ଞାତରେ ହେଲେ ମଧ୍ୟ କିଛି ସମୟ ପାଇଁ ମନପ୍ରାଣ ପବିତ୍ର ହୋଇଯାଏ । ବାସ୍ତବରେ ସତ୍ୟ ଏବଂ ଧର୍ମ ଦୁଇଟି ପଥ, ମାର୍ଗ ବା ବାଟ । ଏହି ମାର୍ଗ ଖୁବ୍ ସରଳ ଓ ଉଜ୍ଜ୍ୱଳମୟ ।

ଧର୍ମ ଏକ ବିଶେଷ୍ୟ ପଦ ହେଲେ ହେଁ ଏହାର ଅର୍ଥ ବହୁ ପ୍ରକାରର । ଧାରଣ କରିବା ପାଇଁ ଏହା ଉଦ୍ଦିଷ୍ଟ । ମାଠିଆ ପାଣିକୁ ଧରି ରଖେ । ଏହା ମାଠିଆର ଧର୍ମ କିନ୍ତୁ ମାଠିଆ ଭାଙ୍ଗିଗଲେ ପାଣି ଢାଳି ହୋଇଯାଏ । ମାଠିଆ ଆଉ ତା ଧର୍ମ ରକ୍ଷା କରିପାରେ ନାହିଁ । ସେହିପରି ଜଳ ନିମ୍ନକୁ ଗତି କରିବା ହେଉଛି ପାଣିର ଧର୍ମ । ସତ୍ୟ, ନ୍ୟାୟରେ ବାଟ ଚାଲିବା ପୁରୁଷର ଧର୍ମ । ସମାଜର ସମସ୍ତ ନିୟମ ପାଳନ କରିବା ହେଉଛି ନାରୀର ଧର୍ମ । ଈଶ୍ୱରଙ୍କଠାରେ ଆତ୍ମସମର୍ପଣ କରିବା ସାଧୁମାନଙ୍କର ଧର୍ମ । ଶିକ୍ଷକଙ୍କ କଥା ମାନିବା ଛାତ୍ରଛାତ୍ରୀମାନଙ୍କର ଧର୍ମ ଏବଂ ପିଲାମାନଙ୍କୁ ସତ୍ ପରାମର୍ଶ ଦେଇ ଆକଟ କରିବା ଶିକ୍ଷକମାନଙ୍କର ଧର୍ମ ମଧ୍ୟରେ ଅନ୍ତର୍ଭୁକ୍ତ । ଏହିପରି ଭାବରେ ଧର୍ମର ଗତିପଥ ନିର୍ଦ୍ଧାରିତ ହୋଇଅଛି । ଦର୍ଶନ ଯେତେ ଯାହା କହୁ ପଛେ, ବିଜ୍ଞାନ ଯେତେ ନୂଆ ନୂଆ ତଥ୍ୟ ପ୍ରଦାନ କରୁ ପଛେ କେହି ବି ଧର୍ମପଥରୁ ବିଚ୍ୟୁତ ନୁହଁନ୍ତି । ସମସ୍ତେ କେବଳ ଧର୍ମକୁ କେନ୍ଦ୍ରବିନ୍ଦୁ କରି ଆଗେଇ ଚାଲନ୍ତି । ଏହି ଧର୍ମ ପୁଣି ଧରିତ୍ରୀକୁ ମଧ୍ୟ ଧରି ରଖିଛି । ସୂର୍ଯ୍ୟ, ଚନ୍ଦ୍ର ଉଦୟ ହେଉଛନ୍ତି । ମେଘ ଜଳଦାନ କରୁଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ