ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଶ୍ୱାସରେ କେବେ ବିଷ ଦିଅନା

ଗୋଟିଏ ମାଙ୍କଡ ଓ ଠେକୁଆଟିଏ ମଇତ୍ର ବସିଥାନ୍ତି । ଠେକୁଆଟି ସ୍ୱଭାବରେ ଅତି ସରଳ ଥିଲା ସିନା, କିନ୍ତୁ ବେଶ୍ ଚାଲାକ୍ ଚତୁର ଓ ସଚ୍ଚୋଟ ଥିଲା । ମାତ୍ର ମାଙ୍କଡଟି ଥିଲା ଭାରି ଠକ ଓ ବୋକା ।

       ଦିନକର କଥା ଜଙ୍ଗଲିଆ ରାସ୍ତା ଦେଇ ଜଣେ କଦଳୀ ବେପାରୀ ଯାଉଥାଏ, ଯେଉଁଠି ଦୁଇ ମଇତ୍ର ରହୁଥିଲେ । କଦଳୀ ବ୍ୟବସାୟୀର ମୁଣ୍ଡରେ ପାଚିଲାକଦଳୀ ଦେଖି ମାଙ୍କଡ ପାଟିରୁ ଲାଳ ବୋହିଲା । କଦଳୀତକ ଖାଇବ ବୋଲି ସେ ଏକ ଉପାୟ ପାଂଚିଲା।

       ତହୁଁ ସେ ଠେକୁଆକୁ ଡାକି କହିଲା; ମଇତ୍ରେ ଦେଖିଲ, ଏଇ କଦଳୀ ବାଲା ମୁଣ୍ଡରେ ବୋହି ନେଉଥିବା କଦଳୀ କେତେ ଲୋଭନୀୟ ହୋଇଛି । ସେତକ ଆମକୁ ମିଳିଗଲେ ତାକୁ ଖାଇ ପେଟ ପୂରାନ୍ତେ, କେତେ ମଜା ହୁଅନ୍ତା ସତରେ? ଚାଲ କିଛି ଉପାୟ ବଳରେ ତା’ଠାରୁ କଦଳୀତକ ହାତେଇ ନେବା ।”

         ଏବେ ଏହି କାମ କରିବାକୁ ଠେକୁଆର ଇଚ୍ଛା ନଥିଲେ ମଧ୍ୟ ଦୁଷ୍ଟ ମଇତ୍ରକୁ ଭୟ କରି ରାଜି ହୋଇଗଲା । କାରଣ ତା’କଥାରେ ରାଜି ନହେଲେ, ସେ କିଛି ଅଘଟଣ ଘଟାଇବନି ବୋଲି କିଏ କହିବ?

         ଏଥର ମାଙ୍କଡ କହିଲା, “ମଇତ୍ରେ! ମୁଁ ଆଗ ଗଛ ଡାଳରେ ଲୁଚି କରି ବସିଥିବି । ତୁମେ ସେ ଲୋକର ଆଗେ ଆଗେ ଚାଲିବ, ହେଲେ ତାକୁ ଧରା ଦେବନି । ତାପରେ ଯାହା କରିବାର କଥା ମୁଁ କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ