ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଶ୍ୱାସ

ଦାମୋଦରଙ୍କର ଜଣେ ବିଶ୍ୱାସୀ ଚାକର ଥିଲା । ତା’ର ନାମ ଗଙ୍ଗାରାମ । କିନ୍ତୁ ଦଶବର୍ଷ କାମ କରିବା ପରେ ଯେତେବେଳେ ତା’ର ଦରମା ନ ବଢିଲା, ସେତେବେଳେ ସେ ସେହି କାମ ଛାଡି ଦେଇ ଯାଇ କମଲଙ୍କ ପାଖରେ କାମ କଲା । କମଲ ପୂର୍ବବେତନର ଦୁଇ ଗୁଣ ବେତନ ତାକୁ ଦେଲେ ।

                ଦାମୋଦର, ସୀତାରାମ ନାମକ ଜଣେ ବ୍ୟକ୍ତିକୁ ଚାକର କରି ରଖିଲେ । ତାକୁ ସେ କହିଲେ, “ଶୁଣ, ଗଙ୍ଗାରାମ ମୋ ପାଖରେ ଦଶବର୍ଷ କାମ କଲା । ତଥାପି ମଧ୍ୟ ତାହାର ବିଶ୍ୱାସ ରହିଲା ନାହିଁ । ଚାକିରୀ କରିବା ଲୋକର ପ୍ରଥମ ଗୁଣ – ବିଶ୍ୱାସ ଥିବା ଉଚିତ୍? ଏକଥା ସର୍ବଦା ମନେ ରଖ ।”

                ଦିନେ ସୀତାରାମ ଗଙ୍ଗାରାମ ସହିତ ଦେଖା କରି ପଚାରିଲା, “ତୁମେ ଦାମୋଦରବାବୁଙ୍କ ପାଖରେ ଦଶବର୍ଷ ଚାକିରୀ କରିଥିଲ ହେଲେ ଛାଡିଲ କାହିଁକି? ମୋତେ ମଧ୍ୟ କୁହ ତାଙ୍କ ସହିତ ଚଳିବାରେ କୌଣସି କିଛି ନିର୍ଦ୍ଦିଷ୍ଟ କାରଣ ଅଛି କି ଯାହା ଅସୁବିଧା ସୃଷ୍ଟି କରେ?”

                ଗଙ୍ଗାରାମ କହିଲା, “ନିର୍ଦ୍ଦିଷ୍ଟ କାରଣ ଜାଣିବାର ବା ଆବଶ୍ୟକତା କଅଣ? ସେ ବଡ ଭଲ ମଣିଷ । ତୁମର ସେଠାରେ କୌଣସି ଅସୁବିଧା ହେବ ନାହିଁ ।”

                ସୀତାରାମ କହିଲା “ଯଦି ସେ ଭଲ ମଣିଷ, ତେବେ ଚାକିରୀ ଛାଡି ଦେଲ କାହିଁକି? ତୁମର ତ ତାଙ୍କ ଉପରେ ବିଶ୍ୱାସ ରହିଲା ନାହିଁ । ଅଧିକ ଧନ ଲୋଭରେ ତୁମେ ତାଙ୍କୁ ଛାଡିଲ । ତଦ୍ୱାରା ଚାକରମାନଙ୍କର ବଦନାମ ହେଲା, ନୁହେଁ କି?”

                ଗଙ୍ଗାରାମ କହିଲା “ସେପରି କିଛି ନିୟମ ନାହିଁ । ଦାମୋଦରବାବୁ ତ ଭାରି ଭଲ ଲୋକ, କିନ୍ତୁ ତାଙ୍କ ମନରେ ବିଶ୍ୱାସର ଭାବ ମୋଟେ ନାହିଁ । ମାଲିକର ମଧ୍ୟ ମୁଖ୍ୟ ଗୁଣ ହେଉଛି ବିଶ୍ୱାସ । ବିଶ୍ୱାସହୀନ ମାଲିକଙ୍କ ପାଖରେ କ’ଣ କେହି କେବେବି ଚାକିରୀ କରେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ