ମହିମାପୁରୀର ଗୋଟିଏ ମନ୍ଦିର ପାଖରେ ଜଣେ ଭିକାରୀ କପଡାଟିଏ ବିଛାଇ ତା’ ଉପରେ କାଗଜରେ, “ମୁଁ ଅନ୍ଧ, ଭିଖ ଦିଅ” ଏହା ଲେଖି ସେ ବସିଥାଏ । ଯେଉଁମାନେ ମନ୍ଦିରକୁ ଆସନ୍ତି ତାକୁ ପଢି ଦୟା କରି ସେଠି କିଛି ପଇସା ପକାଇ ଦେଇ ଯା’ନ୍ତି ।
ଥରେ ଜଣେ ବ୍ୟକ୍ତି ଗୋଟିଏ ଆଠଣି ଦୂରରୁ ପକାଇ ଦେଲେ ଯେ ତାହା କପଡାରେ ପଡି ପୁଣି ଗଡି ଗଡି ଯାଇ ବାହାରେ ପଡିଲା ଭିକାରୀ ନିଜ ସ୍ଥାନରୁ ଉଠିପଡି ତାକୁ ଗୋଟାଇ ଆଣି ରଖିଲା ।
ସେ ଭଦ୍ରଲୋକ ଜଣକ ଏସବୁ ଦେଖୁଥିଲେ । ଜାଣି ପାରିଲେ ସେ ଅନ୍ଧ ନୁହେଁ । ତେଣୁ ରାଗିକରି ସେ କହିଲେ, “ଲୋକମାନଙ୍କୁ ଠକୁଛ ତୁମକୁ ଲାଜ ମାଡୁନାହିଁ? ତୁମେ ତ ଭଲ ଭାବରେ ଦେଖି ପାରୁଛ । ତେବେ ଏ ଅନ୍ଧ ହେବାର ନାଟକ କାହିଁକି?” ଏକଥା ଶୁଣି ଭିକାରୀଟି ନମ୍ର ଭାବରେ କହିଲା, “କ୍ଷମା କରନ୍ତୁ । ମୁଁ ହେଉଛି ପ୍ରକୃତରେ ଘୁଙ୍ଗା । କିନ୍ତୁ ଲେଖିବା ବାଲା ଭୁଲ୍ରେ ଅନ୍ଧ ବୋଲି ଲେଖି ଦେଇଛି ।”
ଧନୀ ବ୍ୟକ୍ତି କହିଲେ “ଓ ଏପରି କଥା? କାଲିକି କୌଣସି ଭଲ ଲେଖିବା ବାଲାକୁ ଡାକି ଠିକ୍ ଠିକ୍ ଲେଖିଦେବ । ବୁଝିଲ?” ଭିକାରୀ କହିଲା “ଆଜ୍ଞା, ହଜୁର୍”
ତା’ପରେ ଧନୀବ୍ୟକ୍ତି ସେଠାରୁ ଚାଲିଗଲେ । ତାଙ୍କ ମୁଣ୍ଡକୁ ଜୁଟିଲା ନାହିଁ ଯେ ଘୁଙ୍ଗା ପୁଣି ଏତେ କଥା କିପରି କହିଲା?