ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବେଙ୍ଗ ଏବଂ କଳାନାଗ କଥା

ବରୁଣ ପାହାଡ ନିକଟରେ ‘ମନ୍ଦଭିଷ୍ୟ’ ନାମକ ଏକ ନାଗସାପ ବସବାସ କରୁଥିଲା । ଦିନେ ସେ ଚିନ୍ତାକଲା, ମୁଁ ବୁଢା ହୋଇଯିବାରୁ ଆଉ ଶିକାର କରିପାରୁନାହିଁ । ତେଣୁ କିପରି ମୁଁ ଅଧିକ ପରିଶ୍ରମ ବିନା ଖାଦ୍ୟ ସଂଗ୍ରହ କରିପାରିବି ସେ କଥା ଚିନ୍ତା କଲା । ବହୁତ ସମୟ ଚିନ୍ତା କରିବାପରେ ତା’ର ମନକୁ ଏକ ଉପାୟ ଆସିଲା । ତହିଁ ଆରଦିନ ସକାଳୁ ନିକଟରେ ଥିବା ଏକ ପୋଖରୀ କୂଳରେ ଯାଇ ମନ ଦୁଃଖରେ ବସିଲା ।

       କିଛି ସମୟପରେ ଗୋଟିଏ ବେଙ୍ଗ ପାଣି ଉପରକୁ ଆସି ପଚାରିଲା, ଆପଣ କ’ଣ ଏଠାରେ ମନମାରି ବସିଛନ୍ତି? ଆପଣଙ୍କର କ’ଣ ହୋଇଛି? ସବୁଦିନପରି କାହିଁ ଆଜି ଖାଦ୍ୟ ଅନ୍ୱେଷଣରେ ଯାଉ ନାହଁ? ବେଙ୍ଗ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନାଗସାପ କହିଲା, ଆହା! ମୋର-ଆଉ ଖାଦ୍ୟ ପାଇଁ ବିଶେଷ ରୁଚି ନାହିଁ । କାଲି ସଂନ୍ଧ୍ୟାରେ ମୁଁ ଯେତେବେଳେ ଖାଦ୍ୟ ଅନ୍ୱେଷଣ କରୁଥିଲି, ସେହି ସମୟରେ କେଉଁ ଆଡୁ ଏକ ବେଙ୍ଗଟିଏ ଆସିଲା । ମୁଁ ଯେତେବେଳେ ତାକୁ ଧରିବାକୁ ଚେଷ୍ଟାକଲି ସେ ଭୟଭୀତ ହୋଇ ପୋଖରୀ କୂଳରେ ଥିବା ବ୍ରାହ୍ମଣମାନଙ୍କ ମେଳରେ ପଶିଗଲା । ଗୋଟିଏ ବ୍ରାହ୍ମଣ ପୁତ୍ରର ଆଙ୍ଗୁଠିକୁ ବେଙ୍ଗବୋଲି ଜ୍ଞାନ କରି ମୁଁ କାମୁଡି ଦେଲି । ବିଚରା ପୁଅଟି ମୃତ୍ୟୁମୁଖରେ ପଡିଲା । ବ୍ରାହ୍ମଣ ପୁଅଟିର ପିତା ସେଠାରେ ଉପସ୍ଥିତ ଥିଲେ । ସେ ପୁତ୍ରର ମୃତ୍ୟୁ ଦେଖି ରାଗିଯାଇ ସଂଗେ ସଂଗେ ମୋତେ ଅଭିଶାପ ଦେଲେ, “ରେ ଦୁଷ୍ଟ ସର୍ପ! ମୋର ପୁଅ ତୋର କି ଦୋଷ କରିଥିଲା? ତୁ ତାକୁ ଶେଷରେ ଚୋଟ ମାରିଲୁ । ତେଣୁ ତୁ ଆଜିଠାରୁ ବେଙ୍ଗମାନଙ୍କ ବାହନ ହୋଇ ରହିବୁ । ସେମାନେ ତୋତେ ଯେଉଁଆଡକୁ ନେବାକୁ କହିବେ ତୁ ସେମାନଙ୍କୁ ସେଠାକୁ ନେବୁ । ତାଙ୍କରି ଦୟାରେ ତୁ ଜୀବନ ଅତିବାହିତ କରିବୁ । ତେଣୁ ତୁମମାନଙ୍କର ବାହନ ହୋଇ ତୁମରି ଉପକାର ପାଇଁ ମୁଁ ଏଠାକୁ ଆସିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ