ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭିନ୍ନ କାର୍ଯ୍ୟ

ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ ।

                ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଭଲ । ନିରୋଳା ଓ ପବିତ୍ର । ଧର୍ମାନନ୍ଦ ତାଙ୍କ ସ୍ତ୍ରୀ ପିଲାଙ୍କୁ ନେଇ ସେଠାରେ ଆଉ ଦିନେ ଦୁଇଦିନ ଯାଏଁ ରହିବାକୁ ଚାହୁଁଥିଲେ । କିନ୍ତୁ ସେଠାରେ ପରିବାର ନେଇ ରହିବାର କୌଣସି ବ୍ୟବସ୍ଥା ନଥିଲା । ଅଗତ୍ୟା ସେ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ ପିଲାଙ୍କୁ ନେଇ ଫେରି ଆସିଲେ ।

                ଫେରିବାବେଳେ ସେ ନଦୀ ପାର ହେବା ପାଇଁ ନଦୀ ଘାଟକୁ ଆସିଲେ । ସେଠାରେ ପହଁଚି ନାଉରୀକୁ ସେ ପାର କରି ଦେବାପାଇଁ କହିଲେ । ସେ ଟିକିଏ କୁନ୍ଥମୁନ୍ଥ ହୋଇ କହିଲା, “ବାବୁ, ପାରିକରି ଦେବାପାଇଁ ତ ମୁଁ ଏଠାରେ ଅଛି । ହେଲେ ନଦୀ ପାର ହେବାକୁ ଗଲେ ଜଣ ପିଛା ମୁଁ ପାଞ୍ଚଟଙ୍କା ନେବି ।”

                “ଏପରି କାହିଁକି? ସକାଳଓଳି ଆମେ ତ ଟଙ୍କାଏ ଲେଖା ଦେଇ ନଦୀ ପାର ହେଲୁ ମାତ୍ର ଏବେ ପୁଣି ପାଞ୍ଚଟଙ୍କା? ଇଏ କେଉଁ ଯୁଗର କଥା? ଯାହା ନେବ ଟିକିଏ ଭାବି ଚିନ୍ତି କୁହ । ଯାହା ଇଚ୍ଛା ତାହା କହି ଦେଉଛ ଯେ ।”

                “ଶୁଣନ୍ତୁ । ମୋ ପ୍ରାପ୍ୟ ଜଣ ପିଛା ପାଞ୍ଚଟଙ୍କା । କିନ୍ତୁ ଆପଣ ତୀର୍ଥଯାତ୍ରା କରୁଥିଲେ ବୋଲି କମ୍ ନେଇ ମୁଁ ପୂଣ୍ୟ ଅର୍ଜିଲି । ଆପଣ ଗୃହଯାତ୍ରା କଲାବେଳେ ମୁଁ ଆଉ କାହିଁକି କମ୍ ନେବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ